Chasbas
KVK, Sundargarh-I

ଧିଙ୍ଗିରି ଛତୁ ଚାଷ (Oyster Mushroom)

  • ଏହିଛତୁ ଚାଷ ପ୍ରଣାଳୀ ଅତି ସରଳ ।
  • ଏହା ଶୀତଦିନେ ଚାଷ କରାଯାଇଥାଏ ।
  • ଏହି ଛତୁର ଆକାର ଶାମୁକାପରି ।
  • ଏହି ବିଭିନ୍ନ କୃଷିଜାତ ବର୍ଜ୍ୟବସ୍ତୁ ଯଥା-ଧାନ, ଗହମ, ନଡ଼ା, ଅଳସୀ, ରାଶୀ, ପେଶୀ, ଧନିଚା, ସୋରିଷ, ଆଖୁଛେଦା ଇତ୍ୟାଦିରେ ଚାଷ କରାଯାଇ ପାରୁଛି ।
  • ଏହି ଛତୁର ଉତ୍ପାଦନ କ୍ଷମତା ସବୁଠାରୁ ଅଧିକ ଅର୍ଥାତ 1 କି.ଗ୍ରା. ନଡ଼ାରୁ 1 କି.ଗ୍ରା. ପର୍ଯ୍ୟନ୍ତ ଅମଳ ମିଳିଥାଏ ।
  • ଯଦିଓ ଏହା ଶୀତ ଋତୁରେ ଚାଷ କରାଯାଇଥାଏ କିନ୍ତୁ ଯେକୌଣସି ଋତୁରେ ବା ସ୍ଥାନରେ ପରିବେଶକୁ ନିୟନ୍ତ୍ରିତ କରି ଧିଙ୍ଗିରୀ ଛତୁଚାଷ କରାଯାଇପାରେ
ଋତୁ ଶୀତ
ସମୟ ଅକ୍ଟୋବର-ଫେବୃୟାରୀ
ଉତ୍ତାପ 18 ଡିଗ୍ରୀ ରୁ 30 ଡିଗ୍ରୀ
ଆଲୋକ 200 ଲକ୍ସ
ଆର୍ଦ୍ରତା 75 ରୁ 85 ପ୍ରତିଶତ
ଅମ୍ଳତା ଅମ୍ଳତା 6.5 ରୁ 7.0
ନଡ଼ାର ଆର୍ଦ୍ରତା 65 ପ୍ରତିଶତ

ଧିଙ୍ଗିରି ଛତୁର କିସମ

ଧିଙ୍ଗିରି ଛତୁର ଜାତି ପ୍ଲୁରିଟସ୍ । କିନ୍ତୁ ବିଭିନ୍ନ ପ୍ପଜାତିର ଧିଙ୍ଗିରୀ ଛତୁ ରହିଅଛି।

  1. ପ୍ଲୁରିଟସ୍ ସଜରକାଜୁ (Pleurotus sajorcaju)
  2. ପ୍ଲୁରିଟସ୍ ଫ୍ଲୋରିଡ଼ା (Pleurotus florida )
  3. ପ୍ଲୁରିଟସ୍ ଫ୍ଲବେଲଟସ୍ (Pleurotus flabellatus)
  4. ପ୍ଲୁରିଟସ୍ ଇଓସ୍ (Pleurotus euaos)
  5. ହିପସିଜାଇଗସ୍ ଅଲମାରିୟସ୍ (Hypsizygus ulmarius)
  6. ପ୍ଲୁରିଟସ୍ ଇରାଞ୍ଜି (Pleurotus eryngii)

ପ୍ଲୁରିଟସ୍ ସଜରକାଜୁ (Pleurotus sajorcaju)ପ୍ଲୁରିଟସ୍ ସଜରକାଜୁ (Pleurotus sajorcaju)

  • ଏହାର ରଙ୍ଗ କଷରା ପାଉଁଶିଆ
  • ଏହା 20 ରୁ 30 ଡ଼ିଗ୍ରୀ ସେଲସିୟସରେ ଚାଷ କରାଯାଇଥାଏ ।
  • ଏହାର ଅମଳ କ୍ଷମତା (Bioefficiency) 80 ରୁ 100 ପ୍ରତିଶତ ।
  • ଏହା ପ୍ରାୟ ଓଡ଼ିଶାର ସବୁ ଜାଗାରେ ପରିଚିତ ।

ପ୍ଲୁରିଟସ୍ ଫ୍ଲୋରିଡ଼ା (Pleurotus florida )

ପ୍ଲୁରିଟସ୍ ଫ୍ଲୋରିଡ଼ା (Pleurotus florida )

  • ଏହାର ରଙ୍ଗ ସମ୍ପୂର୍ଣ୍ଣ ଧଳା ।
  • 18 ରୁ 28 ଡ଼ିଗ୍ରୀ ସେଲସିୟସରେ ଚାଷ କରାଯାଇଥାଏ ।
  • 18 ରୁ 28 ଡ଼ିଗ୍ରୀ ସେଲସିୟସରେ ଏହାର ଅମଳ କ୍ଷମତା (Bioefficiency) 80 ରୁ 100 ପ୍ରତିଶତ । ମାତ୍ର 18 ରୁ 28 ଡ଼ିଗ୍ରୀ ସେଲସିୟସରେ ଏହାର ଅମଳ କମିଯାଏ ।
  • ଏହା ପ୍ରାୟ ଓଡ଼ିଶାର ସବୁ ଜାଗାରେ ପରିଚିତ ।

ପ୍ଲୁରିଟସ୍ ଫ୍ଲବେଲଟସ୍ (Pleurotus flabellatus)

ପ୍ଲୁରିଟସ୍ ଫ୍ଲବେଲଟସ୍ (Pleurotus flabellatus)

  • ଏହା ଧଳରଙ୍ଗର ଏବଂ ମାଂସଳ
  • ଏହା 20 ରୁ 30 ଡ଼ିଗ୍ରୀ ସେଲସିୟସରେ ଚାଷ କରାଯାଇଥାଏ ।
  • ଏହାର ଅମଳ କ୍ଷମତା (Bioefficiency) 70 ରୁ 80 ପ୍ରତିଶତ ।

ପ୍ଲୁରିଟସ୍ ଇଓସ୍ (Pleurotus euaos)

  • ଏହି ପ୍ରଜାତିର ଛତୁର ରଙ୍ଗ ଗୋଲାପି । ଟିକିଏ ଗରମ ହେଲେ ଏହାର ରଙ୍ଗ କମିଆସେ ।
  • ଏହା 18 ରୁ 30 ଡ଼ିଗ୍ରୀ ସେଲସିୟସରେ ଚାଷ କରାଯାଇଥାଏ ।
  • ଏହାର ଅମଳ କ୍ଷମତା (Bioefficiency) 70 ରୁ 80 ପ୍ରତିଶତ ।

ହିପସିଜାଇଗସ୍ ଅଲମାରିୟସ୍ (Hypsizygus ulmarius)

  • ଏହା ପ୍ରଜାତିର ଛତୁର ରଙ୍ଗ ନୀଳ ।
  • ଏହା 20 ରୁ 30 ଡ଼ିଗ୍ରୀ ସେଲସିୟସରେ ଚାଷ କରାଯାଇଥାଏ ।
  • ଏହିଛତୁ କଢ ଅବସ୍ଥାରେ ନୀଳରଙ୍ଗ ଦେଖାଯାଏ ଓ ପରେ ପରେ ଏହା ଧଳା ଦେଖାଯାଇଥାଏ ।
  • ଏହାର ଅମଳ କ୍ଷମତା (Bioefficiency) 100 ରୁ 120 ପ୍ରତିଶତ ।
  • ଓଡ଼ିଶାରେ ଏହିଛତୁର ଚାହିଦା ରହିଛି ।

ପ୍ଲୁରିଟସ୍ ଇରାଞ୍ଜି (Pleurotus eryngii)

ପ୍ଲୁରିଟସ୍ ଇରାଞ୍ଜି (Pleurotus eryngii)

  • ଏହି ପ୍ରଜାତିର ଛତୁର ରଙ୍ଗ ଧୂସର ।
  • ଏହା 20 ରୁ 30 ଡ଼ିଗ୍ରୀ ସେଲସିୟସରେ ଚାଷ କରାଯାଇଥାଏ ।
  • ଏହାର ଅମଳ କ୍ଷମତା (Bioefficiency) 80 ରୁ 90 ପ୍ରତିଶତ ।

ଧିଙ୍ଗିରିଛତୁ ଚାଷ ପାଇଁ ଆବଶ୍ୟକ ଉପାଦାନ

ପୃଷ୍ଠଭୂମି (Substrate)

  • ଧାନ ନଡ଼ା, ଗହମ ନଡ଼ା, ଅଳସୀ ଡ଼ାଙ୍ଗ, ପେଶୀ ଡ଼ାଙ୍ଗ, ସୋରିଷ ଡ଼ାଙ୍ଗ, ଧନିଚା ଡ଼ାଙ୍ଗ, ଆଖୁଛେଦା, ମକା ନାଡ଼ ଇତ୍ୟାଦି ବିଭିନ୍ନ ଫସଲ ଅଂଶକୁ ବ୍ୟବହାର କରି ଧିଙ୍ଗିରି ଛତୁ ଚାଷ କରାଯାଇପାରେ ।
  • 1 ରୁ 2 ମାସ ପୁରୁଣା ନଡ଼ା ଧିଙ୍ଗିରୀ ଛତୁ ଚାଷ ପାଇଁ ସର୍ବୋତ୍ତମ ।

ମଞ୍ଜି ବା ବିହନ

  • ଧିଙ୍ଗିରି ଛତୁ ମଞ୍ଜିର ରଙ୍ଗ ସର୍ବଦା ଧଳା ।
  • ଯଦି ଧିଙ୍ଗିରି ଛତୁ ରଙ୍ଗିନ୍ ପ୍ରଜାତିର ହୋଇଥାଏ, ତେବେ ମଞ୍ଜିର ରଙ୍ଗ ଇଷତ୍ ଗୋଲାପି କିମ୍ବା ଇଷତ୍ ହଳଦିଆ ହୋଇଥାଏ ।
  • 20 ରୁ 25 ଦିନର ପୁରୁଣା ଛତୁ ମଞ୍ଜି ଛତୁଚାଷ ପାଇଁ ଉତ୍ତମ ।

ପରିପୂରକ ଖାଦ୍ୟ

  • ଗୋଟା ବିହନକୁ ଅଧା ସିଝା ଅବସ୍ଥାରେ କାଢି ଅଳ୍ପ ଶୁଖାଇ ବ୍ୟବହାର କରିବା ।
  • ସିଝାଇବା ବେଳେ ଗହମ ଯଦି ଫାଟିଯାଏ, ତେବେ ତାକୁ ବ୍ୟବହାର କରିବେ ନାହିଁ ।
  • ଗହମ ପୋକଡ଼ା ନହୋଇ ଉତ୍ତମ ମାନର ହୋଇଥିବା ଆବଶ୍ୟକ ।

ପଲିଥିନ୍

  • ପଲିଥିନର ଆକାର 65 x 35 ସେ.ମି. କିମ୍ବା 80 x 40 ସେ.ମି. ହୋଇଥିବ ।
  • ଏହାର ରଙ୍ଗ ଧଳା ଓ ସ୍ୱଚ୍ଛ ହୋଇଥିବା ଆବଶ୍ୟକ

ଧିଙ୍ଗିରିଛତୁ ଚାଷ ପ୍ରଣାଳୀ

  • ନଡା କିମ୍ବା କୁଟାକୁ ନେଇ 2-2.5 ଇଞ୍ଚ ସାଇଜର କାଟି ଦିଅନ୍ତୁ । ନଡ଼ା କାଟିବା ପାଇଁ ଦାଆ କିମ୍ବା ମେସିନ୍ ଚାଳିତ ନଡ଼ାକଟା ଯନ୍ତ୍ର ବ୍ୟବହାର କରାଯାଇ ପାରେ ।
  • କଟାନଡ଼ାକୁ ଏକ କୁଣ୍ଡରେ 6 ଘଣ୍ଟା ବତୁରାଇ ଦେବେ । ନଡ଼ାକୁ କୁଣ୍ଡରୁ ଛାଣି ଗରମ ପାଣି ବ୍ୟବହାର କରି ବିଶୋଧନ କରିବେ ।
  • ବିଶୋଧିତ ନଡ଼ାକୁ ଛାଇରେ କିଛି ସମୟ ଶୁଖାଇ ଦେବେ, ଯେପରିକି ଏହାର ଆର୍ଦ୍ରତା 65 ପ୍ରତିଶତ ରହିବ । ଅର୍ଥାତ ଚିପୁଡ଼ିଲେ ପାଣି ବାହାରୁ ନଥିବ, କିନ୍ତୁ ହାତକୁ ଓଦା ଲାଗୁଥିବ ।
  • ଆବଶ୍ୟକ ପରିମାଣ ଗହମକୁ 1-2 ଘଣ୍ଟା ପାଣିରେ ବତୁରାଇ ଦେବେ ଏବଂ ତାପରେ ଏହାକୁ ସିଝାଇ ଦେବେ । କିନ୍ତୁ ନଜର ରଖିବେ ସିଝାଇବା ବେତେ ଗହମ ଯେପରି ଫାଟି ନଯାଏ ।
  • ସିଝା ଗହମକୁ ଅଳ୍ପ ସମୟ ଛାଇରେ ଖେଳେଇ ଦେବେ । ସମ୍ପୂର୍ଣ୍ଣ ପାଣି ଛାଡ଼ିଗଲା ପରେ ଗହମକୁ 4 ଭାଗ କରିଦେବେ ।
  • ସମ୍ପୂର୍ଣ୍ଣ ଫିମ୍ପି ମାଡ଼ିଥିବା ବିହନକୁ ଛତୁ ଚାଷ ପାଇଁ ବ୍ୟବହାର କରିବେ । ଏକ ବିଶୋଧିତ ସାଇକେଲ ସ୍ପୋକ୍ କିମ୍ବା ଲମ୍ବା ଖାଡ଼ି ଦ୍ୱାରା ବିହନକୁ ବୋତଲ ଭିତରୁ କାଢ଼ି 4 ଭାଗ କରିଦେବେ ।
  • ପଲିଥିନ୍ ବ୍ୟାଗକୁ ଗୋଟିଏ ପଟରୁ ସୁତୁଲି କିମ୍ବା ରବର ବ୍ୟାଣ୍ଡ ସାହାଯ୍ୟରେ ବାନ୍ଧି ଏକ ବ୍ୟାଗ୍ ପ୍ରସ୍ତୁତ କରିବେ । ଏହି ବ୍ୟାଗ୍ ମଧ୍ୟରେ ବିଶୋଧିତ ନଡ଼ା, ସିଝା ଗହମ ଏବଂ ଛତୁ ମଞ୍ଜିକୁ ସ୍ତର ସ୍ତର କରି ସଜାଇ ରଖି ଛତୁ ବେଡ଼୍ ପ୍ରସ୍ତୁତ କରାଯାଇଥାଏ ।
  • ବେଡ୍ ପ୍ରସ୍ତୁତି ପାଇଁ ପ୍ରଥମ ସ୍ତରରେ ପଲିଥିନ୍ ମଧ୍ୟରେ 6 ଇଞ୍ଚ ବହଳରେ ନଡ଼ାକୁ ଚିପି ଚିପି ଭର୍ତ୍ତି କରିବେ ।
  • ଭର୍ତ୍ତି କରାଯାଇଥିବା ନଡ଼ା ଉପରେ ଏକ ଭାଗ ମଞ୍ଜି ଓ ଏକ ଭାଗ ସିଝା ଗହମ ରଖିବେ । ଧ୍ୟାନ ଦେବେ ଯେପରି ମଞ୍ଜି ଓ ଗହମ ନଡ଼ା ଉପରେ ମଞ୍ଜି ଅଂଶରେ ନରହି କେବଳ କରେ କରେ ରହିବ ।
  • ସେହିପରି 2ୟ ଓ 3 ସ୍ତରରେ 6 ଇଞ୍ଚ ଲେଖାଏଁ ନଡ଼ା ଦେଇ ମଞ୍ଜି ଓ ଗହମକୁ ସିଞ୍ଚନ କରିବେ ।
  • ଶେଷ ସ୍ତର ଅର୍ଥାତ୍ 4 ର୍ଥ ସ୍ତରରେ 6 ଇଞ୍ଚ ବହଳରେ ନଡ଼ା ଦେଇ ତା ଉପରେ ବଳକା ଏକ ଭାଗ ଗହମ ଏବଂ ଏକ ଭାଗ ମଞ୍ଜିକୁ ଖେଳାଇ ରଖିବେ । ଏହି ସ୍ତରରେ ମଞ୍ଜି ଓ ଗହମ ଅନ୍ୟ ତିନିସ୍ତର ପରି କେବେଳ କଡ଼େ କଡ଼େ ନରହି ନଡ଼ାର ଉପରେ ସମ୍ପୂର୍ଣ୍ଣ ଭାବରେ ଖେଳାଇ ଦିଆଯାଏ । ଏହା ଉପରେ 2 ଇଞ୍ଚ ବହଳର ନଡ଼ାକୁ ଘୋଡାଇ ଦିଆଯାଏ ।
  • ଏହା ପରେ ନଡ଼ାର ଉପରି ଭାଗରେ ହାଲୁକା ଚାପା ଦେଇ ବ୍ୟାଗ ଭିତରେ ନଡ଼ାକୁ ଦବାଇ ଦେବ ଏବଂ ବ୍ୟାଗଟିର ମୁହଁକୁ ସୁତୁଲି କିମ୍ବା ରବର ବ୍ୟାଣ୍ଡ ବ୍ୟବହାର କରି ବାନ୍ଧି ଦେବେ । ପ୍ରତ୍ୟେକ ବ୍ୟାଗରେ 10-12 ଟି କଣା କରି ଏକ ଅନ୍ଧାରୁଆ ଘରେ ରଖିବେ । ବ୍ୟାଗଗୁଡ଼ିକୁ ମୂଷା ଓ ପିମ୍ପୁଡ଼ିମାନଙ୍କର ପ୍ରାଦୁର୍ଭାବ ରକ୍ଷା କରିବା ପାଇଁ ବନ୍ଦୋବସ୍ତ କରିବେ ।
  • 15 ଦିନ ଅନ୍ଧାର ଘରେ ରଖାଯାଇଥିବା ଛତୁ ବ୍ୟାଗରେ ଫିମ୍ପି ମାଡ଼ି ବ୍ୟାଗ୍ ଗୁଡିକୁ ସମ୍ପୂର୍ଣ୍ଣ ଧଳା ଦେଖାଯିବ ।
  • ଏହା ପରେ ବ୍ୟାଗର ଜରିଟିକୁ ବାହାର କରିଦେବେ । ଏହି ବ୍ୟାଗ୍ ଗୁଡ଼ିକୁ ଦଉଡ଼ି ଶିକାରେ ଝୁଲାଇ ଦେବେ । ଊାଡ଼ି ଥିବା ଛତୁ ଘର ଥିଲେ ଭାଡ଼ି ଗୁଡ଼ିକରେ ଫିମ୍ପି ଭରା ବ୍ୟାଗ୍ ଗୁଡ଼ିକୁ ସଜାଇ ରଖିବେ ।
  • ଏହାର 2-3 ଦିନ ମଧ୍ୟରେ ଛତୁର କଢ ବାହାରି ଆସିବ ।
  • 20 ଦିନ ବେଳକୁ ଛତୁ ତୋଳିବା ପାଇଁ ଉପଯୁକ୍ତ ହୋଇଯିବ । ପ୍ରଥମ ଥର ତୋଳିଲା ପରେ ପ୍ରତିଦିନ 2 ଥର ଛତୁ ବେଡରେ ପାଣି ସିଞ୍ଚନ କରିବେ ।
  • ତାପରେ 4-5 ଦିନ ଛାଡ଼ି 2ୟ ଛତୁ ବାହାରି ଆସିବ ।
  • ଏହି ପରି ଭାବରେ ପ୍ରତି 4-5 ଦିନ ଅନ୍ତରରେ ଛତୁ ବାହାରିବ ।
  • ଛତୁ ଫୁଟୁଥିବା ବେଡ଼ରେ ଆବଶ୍ୟକ ପରିମାଣ ପାଣି ଦିନକୁ ଦୁଇଥର ସିଞ୍ଚନ କରିବେ ଯେପରି ବେଡ଼ର କଢ଼ ଶୁଖିନଯାଏ ।
  • ପ୍ରତ୍ୟେକ ବେଡ଼ରୁ 2 ମାସ ରେ ଅତିକମରେ 1.5 – 2.0 କି.ଗ୍ରା. ଛତୁ ଅମଳ କରାଯାଇ ପାରିବ ।

ନଡ଼ା ବିଶୋଧନ ପ୍ରଣାଳୀ

  • ବତୁରା ନଡ଼ାକୁ ଆଗେ ପରିଷ୍କାର ସ୍ଥାନରେ ସମ୍ପୂର୍ଣ୍ଣ ଖରାରେ 2-3 ଘଣ୍ଟା ଶୁଖାଇଦେବେ । ନଡ଼ାରୁ ଆଂଶିକ ଭାବରେ ପାଣି ଛାଡ଼ିଗଲା ପରେ ଏହାକୁ ଏକତ୍ର ଗଦାକରି ତା ଉପରେ ଏକ ଧଳା ଓ ସ୍ୱଚ୍ଛ ପଲିଥିନ ଚାଦର ଘୋଡାଇଦେବେ । ନଡ଼ାରେ ଥିବା ଆଂଶିକ ଜଳୀୟ ଅଂଶ ଓ ପଲିଥିନ୍ ମଧ୍ୟରେ ସୃଷ୍ଟି ହୋଇଥିବା ଅଧିକ ତାପମାତ୍ରା ନଡ଼ାକୁ ବିଶୋଧନ କରିବାରେ ସାହାଯ୍ୟ କରିବ । ଏହାପରେ ନଡ଼ାକୁ ଉପଯୁକ୍ତ ଆର୍ଦ୍ରତା (65 ଶତକଡ଼ା) ରଖିବା ପର୍ଯ୍ୟନ୍ତ ଶୁଖାଇଦେବେ । କିମ୍ବା
  • ବତୁରା ନଡ଼ାକୁ ଆଣି ବସ୍ତାରେ ଭର୍ତ୍ତିକରି ଅଟୋକ୍ଲେଭରେ 30 ମିନିଟ୍ ପର୍ଯ୍ୟନ୍ତ ବିଶୋଧନ କରିବେ ।

ବିଶେଷ ସତର୍କତା

  • ନଡ଼ାର ଆର୍ଦ୍ରତା 65 ପ୍ରତିଶତ ରଖିବେ ।
  • ନଡ଼ାର ଅମ୍ଲତା ଲାଲ୍ ଲିଟମସ୍ ପେପର ଦ୍ୱାରା ପରିକ୍ଷାକରି 6-7 ଅମ୍ଳତାରୁ ଅଧିକ ଥିଲେ 2 ପ୍ରତିଶତ ଚୂନ ପକାଇ ନଡ଼ାକୁ ବତୁରାଇବେ ।
  • ନଡାକୁ ନିଶ୍ଚିତ ରୂପେ ବିଶୋଧନ କରିବେ ଏବଂ ବିଶୋଧନ କରିବା ପାଇଁ ଫର୍ମାଲିନ୍ ବ୍ୟବହାର କରିବେ ନାହିଁ ।

ଅମଳ ପରବର୍ତ୍ତୀ ଯତ୍ନ

  • ଛତୁକୁ ତୁସମୟ ଅନୁସାରେ ଅର୍ଥାତ୍ ଅଗ୍ରଊାଗ ମୋଡ଼ି ହୋଇନଥିବ, ତାପୂର୍ବରୁ ତୋଳିବା ଆବଶ୍ୟକ
  • ଛତୁରୁ କାଟା, କାଠି, ବାଲି ଲାଗିଥିବ ତାକୁ ପରିଷ୍କାର ଭାବରେ ସଫା କରିଦେବେ ।
  • 500 ଗ୍ରାମ ଧରିବା ଭଳିଆ ଛୋଟ ଛୋଟ କଣାଥିବା ପଲିପ୍ରୋପାଇଲ୍ ବ୍ୟାଗରେ ଭର୍ତ୍ତି କରିବେ । ଏହାକୁ କାର୍ଟୁନ୍ଲ ପେଟିରେ ଭର୍ତ୍ତିକରି ବଜାରକୁ ଛାଡ଼ିଲେ ଛତୁ ନଷ୍ଟ ହେବାର ସମ୍ଭାବନା ନଥାଏ ଓ ଛତୁ ଅଧିକ ଦିନ ରହିପାରେ ।
  • ଛତୁ ଯଦି ବିକ୍ରିନହେଲା, ତେବେ ଛତୁକୁ ଶୁଖାଇ 6-8 ମାସ ପର୍ଯ୍ୟନ୍ତ ସାଇତି ରଖି ପାରିବେ ।

ଅଧିକ ଜାଣନ୍ତୁ


ଧିଙ୍ଗିରୀଛତୁ ଚାଷରେ ସମସ୍ୟା ଓ ଏହାର ନିରାକରଣ

ଛତୁବେଡରେ ଫିମ୍ପି ନ ମାରି କଳା କଳା ଦେଖାଯାଉଥିଲେ

କାରଣ-

  • ନଡ଼ାରେ ଅଧିକ ପାଣି ରହିଯାଇଛି ।
  • ବେସନ ଓ ମଞ୍ଜି ଓଦା ହୋଇ କଳା ହୋଇଯାଇଥାଇପାରେ ।
  • ଖରାପ ମଞ୍ଜିର ବ୍ୟବହାର ହୋଇଥାଇ ପାରେ ।

ନିରାକରଣ

  • ନଡ଼ାର ଆର୍ଦ୍ରତା (65 ପ୍ରତିଶତ ) ପରିଚାଳନା କରନ୍ତୁ ।
  • ଉତ୍ତମ ମାନର ମଞ୍ଜି ବ୍ୟବହାର କରନ୍ତୁ ।

ଯଦି ଛତୁ ବେଡର ସବୁଆଡ଼େ ସମାନ ଫଳ ଆସୁନଥାଏ

କାରଣ-

  • ଛତୁ ଘରର ଉତ୍ତାପ ଖୁବ୍ କମ୍ ବା ଅଧିକ ହୋଇଥାଇପାରେ ।
  • ଛତୁ ଘରର ଆପେକ୍ଷିକ ଆର୍ଦ୍ରତା ଯଦି ଠିକ୍ ରହୁନଥିବ ।
  • ଖରାପ ମଞ୍ଜିର ବ୍ୟବହାର ବ୍ୱାରା ।

ନିରାକରଣ-

  • ଛତୁ ଖରେ ଠିକ୍ ତାପମାତ୍ରା ବା ଉତ୍ତାପ 25 ରୁ 38 ଡ଼ିଗ୍ରୀ ପରିଚାଳନା କରନ୍ତୁ ।
  • ବେଡ଼ର ସବୁପଟକୁ ଆଲୋକ ଓ ବାୟୁ ଚଳାଚଳ ବ୍ୟବସ୍ଥା କରନ୍ତୁ ।

ଛତୁ ବେଡରେ ଗୋବର ଛତୁ ଦେଖାଯାଉଥିଲେ

କାରଣ-

  • ପୁରୁଣା ଖତରା ନଡ଼ା ବ୍ୟବହାର କରୁଥିଲେ
  • ନଡ଼ାକୁ ଠିକ୍ ଭାବରେ ବିଶୋଧନ କରାଯାଇନଥିଲେ
  • ବତୁରାଇବା କୁଣ୍ଡରେ ପାଣଇ ପରିବର୍ତ୍ତନ ନକରି ପୁନର୍ବାର ବତୁରାଉଥିଲେ ।

ନିରାକରଣ-

  • ଉତ୍ତମ ମାନର ନଡ଼ା ବ୍ୟବହାର କରନ୍ତୁ
  • ନଡ଼ାକୁ ଗରମ ପାଣିରେ  ବା ସୂର୍ଯ୍ୟକିରଣରେ ଶୁଖାଇ ବିଶୋଧନ କରନ୍ତୁ ।
  • ବତୁରାଇବା କୁଣ୍ଡକ ପାଣିକୁ ପ୍ରତିଦିନ ପରିବର୍ତ୍ତନ କରନ୍ତୁ ।

ଛତୁ ବେଡରେ ଫଳ ଗୋଟମା ହେଉଥିଲେ

କାରଣ-

  • ପୁରୁଣା ଖତରା ନଡ଼ା ବ୍ୟବହାର କରୁଥିଲେ
  • ନଡ଼ାର ଅମ୍ଳତା ଠିକ୍ ଭାବରେ ପରିଚାଳନା କରୁନଥିଲେ ।
  • ଘର ଭିତରେ ଅଙ୍ଗାରକାମ୍ଳ ବା ବିଷାକ୍ତ ଗ୍ୟାସର ସାନ୍ଧ୍ରତା ବଢିବା ଦ୍ୱାରା ।

ନିରାକରଣ-

  • ନଡ଼ାର ଅମ୍ଳତା ଲାଲ୍ ଲିଟମସ୍ ପେପର ଦ୍ୱାରା ପରୀକ୍ଷା କରି (6 ରୁ 7) 2 ପ୍ରତିଶତ ଚୂନ ଗୁଣ୍ଡ ପ୍ରୟୋଗ କରିବେ
  • ଗୃହରେ ଉତ୍ତମ ବାୟୁ ଚଳାଚଳ ବ୍ୟବସ୍ଥା କରିବେ ।

ଛତୁ ବେଡ଼ରୁ ଫଳ କମିଲେ

କାରଣ-

  • ନୂଆନଡ଼ା ବ୍ୟବହାର କରୁଥିଲେ ।
  • ପୁରୁଣା ମଞ୍ଜି (1ମାସରୁ ଉର୍ଦ୍ଧ୍ୱ) କୁ ବ୍ୟବହାର କରୁଥିଲେ ।
  • ଖରାପ ପଞ୍ଜି (କଳା ଓ ନୀଳ ଫିମ୍ପି ଥିବା) ବ୍ୟବହାର କରୁଥିଲେ ।
  • ଉପଯୁକ୍ତ ପାଣିପାଗର ଅଭାବ ହେଉଥିଲେ ।

ନିରାକରଣ-

  • 2 ମାସର ଶୁଖିଲା ନଡ଼ା ବ୍ୟବହାର କରନ୍ତୁ ।
  • 15-25 ଦିନର ମଞ୍ଜି ବ୍ୟବହାର କରନ୍ତୁ ।
  • କଳା ଓ ନୀଳ ଫିମ୍ପି ମାଡିନଥିବା ଉତ୍ତମ ମାନର ଛତୁମଞ୍ଜି ବ୍ୟବହାର କରନ୍ତୁ ।
  • ଉପଯୁକ୍ତ ପାଣି ପାଗ ଦେଖି ଚାଷ କରନ୍ତୁ ।

 

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା