ମାଣ୍ଡିଆ ଏକ ସ୍ୱଦିଷ୍ଟ ତଥା ପୌଷ୍ଟିକ ତତ୍ତ୍ୱଭରା ଉପାଦେୟ କ୍ଷୁଦ୍ରଶସ୍ୟ । ଏଥିରେ ଭରିରହିଛି ପ୍ରଚୁର ପରିମାଣରେ ପୁଷ୍ଟିସାର,ଶ୍ୱେତସାର, ସ୍ନେହସାର, ଧାତବ ଲବଣ, ପ୍ରାକୃତିକ କ୍ୟାଲସିୟମ, ଲୌହ, ଫସଫରସ ଓ ତନ୍ତୁ । ବର୍ତ୍ତମାନ ମାଣ୍ଡିଆର ଚାହିଦା ଦେଖି ଅଧିକାଂଶ ଲୋକ ମାଣ୍ଡିଆଚାଷ କରି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି । ଅନ୍ୟଫସଲ ପରି ଏଥିରେ ମଧ୍ୟ ବିଭିନ୍ନ ରୋଗପୋକ ଦେଖାଯାଇଥାଏ । ତେଣୁ ରୋଗ ଚିହ୍ନଟ କରି ଫସଲର ସୁରକ୍ଷା କରିପାରିବେ ।
କାଣ୍ଡବିନ୍ଧା ପୋକ ବା ପିଙ୍କ ଷ୍ଟେମ୍ ବୋରର
ମାଣ୍ଡିଆରେ ପାଟଳ କାଣ୍ଡବିନ୍ଧା ପୋକ ବା ପିଙ୍କ ଷ୍ଟେମ୍ ବୋରର ବହୁଳ ଭାବରେ ଲାଗିଥାଏ । ଏହି କାଣ୍ଡବିନ୍ଧା ପୋକର ଶୁକ ଟି ପିଙ୍କ ବା ପାଟଳ ରଙ୍ଗର ହୋଇଥାଏ । ପ୍ରାପ୍ତ ବୟସ୍କ ପୋକଟି ଧୂସର ରଙ୍ଗର ହୋଇଥାଏ ଏବଂ ପତ୍ର ଆଚ୍ଛାଦ ପାଖରେ ଅଣ୍ଡା ଦେଇଥାଏ । ସେହି ଅଣ୍ଡରୁ ଶୁକ ବାହାରି ଗଛର କାଣ୍ଡ ଭିତରେ ପଶିଥାଏ । ତାର ମୂଳ ମଞ୍ଜକୁ କାଇ ସେହି ଗଛକୁ ନଷ୍ଟ କରି ଦେଇଥାଏ । ସେହିପରି ଏହି ପୋକ ଲାଗିଥିଲେ କେଣ୍ଡା ଆସିବା ସମୟରେ କେଣ୍ଡାଟି ଧଳା ହୋଇ ଶୁଖିଯାଟି ଏବଂ କେଣ୍ଡାଟି ଟାଣିଲେ ବାହାରି ଆସେ ।
- ଏହାର ନିରାକରଣ ପାଇଁ କ୍ଲୋରାନଟ୍ରାନିପ୍ରୋଲର ସ୍ପ୍ରେକୁ 15 ଲିଟର ପାଣିରେ 5 ମିଲିଲିଟର ହିସାବରେ ମିଶାଇ ପ୍ରୟୋଗ କରନ୍ତୁ କିମ୍ବା ପ୍ରତି ଲିଟର ପାଣିରେ 2 ମିଲିଲିଟର ଫିପ୍ରୋନିଲ ଗୋଳାଇ ବ୍ୟବହାର କରନ୍ତୁ । ନଚେତ ଫ୍ଲୁବେଣ୍ଡିଆମାଇଡ଼୍ ପ୍ରତି 15 ଲିଟର ପାଣିରେ 5-6 ମିଲିଲିଟର ମିଶାଇ ବ୍ୟବହାର କରନ୍ତୁ । ଏହି କିଆରିରେ ଟ୍ରାଇକୋକାର୍ଡ଼ ବା ପରାଶ୍ରୟୀ କୀଟ କାର୍ଡ଼ ମଧ୍ୟ ବ୍ୟବହାର କରିପାରିବେ ।
- ପ୍ରତି ହେକ୍ଟରକୁ ଆମେ 50,000 ଅଣ୍ଡା ବିଶିଷ୍ଟ କାର୍ଡ଼କୁ ଗଛର 30 ଦିନ ଅବସ୍ଥାରୁ ପ୍ରତି ସପ୍ତାହ ବ୍ୟବଧାନରେ 3 ରୁ 4 ଥର ଏହି କାର୍ଡ଼ ଲଗାଇବା ଦ୍ୱାରା ଏବି ପୋକ ନିୟନ୍ତ୍ରିତ ହୋଇଥାଏ ।
ମହିଷା ରୋଗ –
ଫସଲର ପ୍ରତ୍ୟେକ ଅବସ୍ଥାରେ ମହିଷା ରୋଗ ଦେଖାଯାଏ । କବକ ଯୋଗୁଁ ଏହି ରୋଗ ହେଉଥିବାରୁ ଏହା ଫସଲକୁ ସମ୍ପୂର୍ଣ୍ଣ ଭାବେ ସଂକ୍ରମିତ କରିଥାଏ । ଆକ୍ରାନ୍ତ ପତ୍ରଗୁଡ଼ିକ ତାକୁଡ଼ି ସଦୃଶର, ବାଦାମୀ ରଙ୍ଗରୁ ଧୂସର ରଙ୍ଗ ହୋଇଥାଏ । ଥୋପା ଅଗଡ଼ିଆ ହେବାସହ କେଣ୍ଡାମଧ୍ୟ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଏ । ତେଣୁ ଏହାର ନିୟନ୍ତ୍ରଣ ପାଇଁ ରୋଗସହନଶୀଳ ବା ପ୍ରତିରୋଧ କିସମ ବ୍ୟବହାର କରିବା ଜରୁରୀ । ବିହନ ବିଶୋଧନ କରିବା ସହ ରୋଗ ଆରମ୍ଭରୁ ଏକର ପ୍ରତି ଲିଟର ପାଣିରେ ଜିନେବ୍ 75 % ଡ଼ବ୍ଲ୍ୟୁପି 400 ଗ୍ରାମ ଗୋଳାଇ ପତ୍ର ସିଞ୍ଚନ କରନ୍ତୁ ।
ପତ୍ରପୋଡ଼ା ରୋଗ-
ଏହି ରୋଗ ହେବାଦ୍ୱାରା ପତ୍ରରେ ଈଷତ୍ ବାଦାମୀରୁ ଗାଢବାଦାମୀ ରଙ୍ଗର କ୍ଷୁଦ୍ର ଅଣ୍ଡାକୃତି ଦାଗ ଦେଖାଯାଇଥାଏ । ଏହା ପତ୍ର ଫଳକୁ ବ୍ୟାପିଥାଏ । ପତ୍ରପୋଡ଼ା ରୋଗ ଯୋଗୁଁ ପତ୍ରଗୁଡ଼ିକ ଶୁଖିଯାଇଥାଏ । ଆକ୍ରାନ୍ତ ଶସ୍ୟର ଦାନା ବିବର୍ଣ୍ଣ ହୋଇ ଉତ୍ପାଦନରେ ହ୍ରାସ ଦେଖାଯାଏ । ଏହାର ନିରାକରଣ ପାଇଁ ରୋଗାକ୍ରାନ୍ତ ଗଛରେ କାର୍ବେଣ୍ଡାଜିମ୍ 12% +ମାଙ୍କୋଜେବ 63% ଡ଼ବ୍ଲ୍ୟୁପି ଫିମ୍ପିନାଶକ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ ।
ମୂଳସଢା ରୋଗ-
ଏହି ରୋଗ ଦ୍ୱାରା ଫିମ୍ପି ଗଛର ମୂଳ ଭାଗକୁ ଓ ପରେ ପତ୍ରାଚ୍ଛଦ ଓ ସଂଲଗ୍ନ କାଣ୍ଡକୁ ଆକ୍ରମଣ କରିଥାଏ । ଆକ୍ରାନ୍ତ ଅଂଶରେ ଛୋଟ ଛୋଟ ଗୋଲାକାର କବକ ପିଣ୍ଡୁଳା ସୃଷ୍ଟି ହୋଇଥାଏ । ଅଧିକ ଆକ୍ରାନ୍ତ ହୋଇ ଗଛ ହଳଦିଆ ପଡ଼ି ଶୁଖିଯାଇଥାଏ । ଏହାର ପରିଚାଳନା ପାଇଁ ଗଭୀର ଖରାଟିଆ ଚାଷ କରିବା ସହ ଜଳନିଷ୍କାସନ ବ୍ୟବସ୍ଥା କରନ୍ତୁ । ରାସାୟନିକ ଉପାୟରେ ଏକ ଲିଟର ପାଣିରେ କାର୍ବେଣ୍ଡାଜିମ୍ 50% ଡ଼ବ୍ଲ୍ୟୁପି 1.5 ଗ୍ରାମ ସିଞ୍ଚନ ଜରୁରି । କାର୍ବେଣ୍ଡାଜିମ୍ 12% +ମାଙ୍କୋଜେବ 63% ଡ଼ବ୍ଲ୍ୟୁପି 2ଗ୍ରାମ ଏକ ଲିଟର ପାଣିରେ ମିଶାଇ ଫସଲର ମୂଳଭାଗକୁ ଭିଜାଇ ପାରିବେ ।
ସାଆରା ରୋଗ-
ଏହି ରୋଗର ପରିଚାଳନା ପାଇଁ ଅଣ୍ଡା ପରାଶ୍ରୟୀ ଟ୍ରାଇକୋଗାମା ପ୍ରଜାତି ବ୍ୟବହାର କରନ୍ତୁ । ଏକର ପ୍ରତି 200 ଲିଟର ପାଣିରେ କ୍ଲୋରୋପାଇରିଫସ୍ 50% +ସାଇପରମେଥ୍ରିନ 5% ଇସି 400 ମିଲି କିମ୍ବା ପ୍ରୋଫେନଫସ୍ 50% ଇସି 400 ମିଲି ମିଶାଇ ପତ୍ର ସିଞ୍ଚନ କରନ୍ତୁ ।
ମିଲେଟ ସମ୍ପର୍କରେ ଅଧିକ ଜାଣନ୍ତୁ ।
-
- ମାଣ୍ଡିଆଚାଷ (Ragi Cultivation )
- ଜୋଆର / ଜୁଅର / ଜହ୍ନା / ଯଅ (Great Millet / Sorghum )
- ବାଜରା Pearl Millet/Spiked Millet/ Candle Millet/Cattail Millet
- ସୁଆଁ/ଗୁଲୁଜି/ଖୋସଲା/ଚାନ୍ଦୁଲି (Little Millet)
- କୋଦ (Kodo Millet)
- କାଙ୍ଗୁ /କାଙ୍ଗାର୍ମ (Foxtail Millet/Italian Millet/German Millet )
- ଚିନା / ପ୍ରୋଷୋ (Common Millet / Proso Millet )
- ବିଲସୁଆ /ଜାଡ଼ି ( Barnyard Millet)
- ମାଣ୍ଡିଆର ରୋଗ-ପୋକ ପରିଚାଳନା
- ବାର୍ନୟାର୍ଡ ମିଲେଟ୍ ର ୬ଟି ସ୍ୱାସ୍ଥ୍ୟ ଉପକାରିତା
- ମାଣ୍ଡିଆର ରୋଗପୋକ ପରିଚାଳନା