କେନ୍ଦ୍ର ସରକାରଙ୍କ ତରଫରୁ ଦେଶର କୋଟି କୋଟି ଚାଷୀଙ୍କୁ ମିଳିଛି ଦିପାବଳୀ ଭେଟି । କେନ୍ଦ୍ର କ୍ୟାବିନେଟରେ ଗହମ ସମେତ 6 ଟି ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ.ଏସ୍.ପି) ବଢାଇ ଚାଷୀମାନଙ୍କୁ ପାର୍ବଣ ଉପହାର ପ୍ରଦାନ କରିଛନ୍ତି । ଏହି ଶସ୍ୟ ଗୁଡ଼ିକ ମଧ୍ୟରେ ଗହମ, ବାର୍ଲି, ଚଣା, ମସୁର, ରାଶି, ସୋରିଷ ଓ ସୂର୍ଯ୍ୟମୂଖୀ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟପାର ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟିରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି ।
କ୍ୱିଣ୍ଟାଲ ପିଛା ସର୍ବାଧିକ ବୃଦ୍ଧି ।
ଶସ୍ୟର ନାମ | ସର୍ବାଧିକ ଏମ.ଏସ୍.ପି ବୃଦ୍ଧି | ବୃଦ୍ଧିପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ.ଏସ୍.ପି) |
ଗହମ | 150 | 2275 |
ବାର୍ଲି | 115 | 1850 |
ଚଣା | 105 | 5440 |
ମସୁର | 425 | 6425 |
ରାଶି | 200 | 5650 |
ସୋରିଷ | 200 | 5650 |
ସୂର୍ଯ୍ୟମୂଖୀ | 150 | 5800 |
ଏହି ଦର 2024-25 ବିପଣନ ବର୍ଷ ନିମନ୍ତେ କାର୍ଯ୍ୟକାରୀ ହେବ ।
ସୂଚନାଯୋଗ୍ୟ ଯେ, ସରକାର ନିଜ ଏଜେନ୍ସି ଜରିଆରେ ଚାଷୀଙ୍କ ଠାରୁ ସହାୟାକ ମୂଲ୍ୟରେ ଶସ୍ୟ ସଂଗ୍ରହ କରିଥାନ୍ତି । ଶସ୍ୟ ବିବିଧତାକୁ କେନ୍ଦ୍ର ସରକାର ସହାୟତା ଦେଉଛନ୍ତି । ଖାଦ୍ୟ ସୁରକ୍ଷା ବଢାଇବା ପାଇଁ ତୈଳବୀଜ, ଡ଼ାଲି ଓ ମିଲେଟ୍ ଆଦି ଶସ୍ୟକୁ ଗୁରୁତ୍ୱ ଦିଆଯାଉଅଛି । ଉଦ୍ଦେଶ୍ୟ ହେଉଛି ଚାଷୀ ଆୟ ବଢାଇବା ଏବଂ ଆମଦାନୀ ଉପରୁ ନିର୍ଭରତା କମାଇବା ।