ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ସୁବିଧା ନିମନ୍ତେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଯୋଜନା ।
- ଏହି ଯୋଜନା 1 ଫେବୃୟାରୀ 2016 ରୁ ଆରମ୍ଭ ହୋଇଅଛି ।
- ଏହି ଯୋଜନା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଇଣ୍ଡିଆନ ରେଲୱେ କ୍ୟାଟେରିଂ ଏବଂ ଟୁରିଜିମ୍ କର୍ପୋରେସନ (IRCTC) ସହଯୋଗିତାରେ କାର୍ଯ୍ୟକାରୀ ହେଉଅଛି ।
- ଏହି ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ବିଭାଗର ୱେବସାଇଟ୍ (dot.odisha.gov.in ) ରେ ଉପଲବ୍ଧ ଅଛି ।
- ଯୋଗ୍ୟ ବିବେଚିତ ବରିଷ୍ଠ ନାଗରିକ ସେମାନଙ୍କ ସମଗ୍ର ଜୀବନ କାଳ ମଧ୍ୟରେ ଗୋଟିଏଥର ପାଇଁ ଏହି ଯୋଜନାରେ ଯାତ୍ରା କରିବାର ସୁଯୋଗ ପାଇ ପାରିବେ ।
ଯୋଗ୍ୟତା
- ଇଚ୍ଛୁକ ତୀର୍ଥଯାତ୍ରୀମାନେ 60 ବର୍ଷରୁ ଅଧିକା ଏବଂ 75 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ
- ସେମାନେ ଓଡ଼ିଶାର ନାଗରିକ ହୋଇଥିବା ଆବଶ୍ୟକ
- ଆର୍ଥିକ ଦୁର୍ବଳ ଶ୍ରେଣୀ /ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିବା ବରିଷ୍ଠ ନାଗରିକ ମାନଙ୍କୁ ଗସ୍ତଖର୍ଚ୍ଚ ସମ୍ପୂର୍ଣ୍ଣ ରିହାତି ବ୍ୟବସ୍ଥା କରାଯାଇଅଛି ।
- 70 ରୁ 75 ବର୍ଷ ବୟସର ବରିଷ୍ଠ ନାଗରିକ ମାନେ ସେମାନଙ୍କ ସହାୟତା ପାଇଁ 18ରୁ ଉର୍ଦ୍ଧ୍ୱ ଜଣେ ସହାୟକକୁ ନେଇ ପାରିବେ । ସହାୟକ ବାବଦରେ ସମ୍ପୃକ୍ତ ବରିଷ୍ଠ ନାଗରିକଙ୍କୁ ସହାୟକଙ୍କ ଗସ୍ତଖର୍ଚ୍ଚର 50 ଭାଗ ଅର୍ଥ ବ୍ୟାଙ୍କ ଡ଼୍ରାଫ୍ଟ ଆକାରରେ ପର୍ଯ୍ୟଟନ ନିର୍ଦ୍ଦେଶକ ନାମରେ ଦରଖାସ୍ତ ସହ ଦାଖଲ କରିବାକୁ ହେବ ।
- ଆୟକର ଦେଉଥିବା ବରିଷ୍ଠ ନାଗରିକ ମାନେ ଏହି ଯୋଜନାର ପରିସରଭୂକ୍ତ ହେବେ ନାହିଁ ।
- ଇଚ୍ଛୁକ ତୀର୍ଥଯାତ୍ରୀମାନେ ଦୂରଯାତ୍ରାପାଇଁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ହୋଇଥିବେ ।
- ଯେକୌଣସି ସଂକ୍ରାମକ ରୋଗ ଯଥା-ଯକ୍ଷ୍ମା, କୁଷ୍ଠ, ଶ୍ୱାସ ଜନିତ ରୋଗ ଓ ହୃଦରୋଗରେ ଆକ୍ରାନ୍ତ ହୋଇନଥିବେ ।
ଆବେଦନ ପାଇଁ ଆବଶ୍ୟକ କାଗଜପତ୍ର
ଇଚ୍ଛୁକ ବରିଷ୍ଠ ନାଗରିକ ନିର୍ଦ୍ଧାରିତ ଫର୍ମରେ ଫୋଟଗ୍ରାଫ୍, ସ୍ଥାୟୀ ଠିକଣା ପ୍ରମାଣ ପତ୍ର, ଆଧାର କାର୍ଡ଼, ବୟସ ପ୍ରମାଣ ପତ୍ରର ନକଲ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀ ସଂକ୍ରାନ୍ତୀୟ ପ୍ରମାଣ ପତ୍ର ସହ ନିଜ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବା ଜିଲ୍ଲାପାଳ କାର୍ଯ୍ୟାଳୟରେ ଦାଖଲ କରିବେ ।
ଆବେଦନ ପ୍ରଣାଳୀ
- ଏହି ଆବେଦନ ଫର୍ମ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଜିଲ୍ଲାପାଳ, ବ୍ଲକ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ପର୍ଯ୍ୟଟନ ବିଭାଗ ୱେବସାଇଟ୍ odisha.gov.in ରେ ଉପଲବ୍ଧ ।
- ଆବେଦନକାରୀ ଆବେଦନ ଫର୍ମକୁ ସମ୍ପୂର୍ଣ୍ଣ ପୂରଣ କରି ଆବଶ୍ୟକୀୟ ପ୍ରମାଣପତ୍ର ସହିତ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 10 ନଭେମ୍ବର 2023 5.30 ମିନିଟ୍ ସୁଦ୍ଧା ବ୍ୟକ୍ତିଗତ ଭାବେ କିମ୍ବା ଡ଼ାକଯୋଗେ ଦାଖଲ କରିବେ ।
- ଚଳିତ ବର୍ଷ ଆବେଦନକାରୀ 1 ନଭେମ୍ବର 2023 ସକାଳ 10 ଘଟିକା ଠାରୁ 10 ନଭେମ୍ବର 2023 ସନ୍ଧ୍ୟା 5.30 ପର୍ଯ୍ୟନ୍ତ ଅନଲାଇନ୍ ଲିଙ୍କ୍ odisha.gov.in ମାଧ୍ୟମରେ ମଧ୍ୟ ଆବେଦନ କରି ପାରିବେ ।
ଚୟନ ପ୍ରଣାଳୀ
ଆବେଦନକାରୀଙ୍କ ସଂଖ୍ୟା ଅଧିକ ହେଲେ ଜିଲ୍ଲାପାଳଙ୍କ ଦ୍ୱାରା ଲଟେରୀ ମାଧ୍ୟମରେ ତୀର୍ଥଯାତ୍ରୀଙ୍କୁ ଚୟନ କରାଯାଇ ବଛାଯାଇଥିବା ଯାତ୍ରୀଙ୍କୁ ଡ଼ାକମାଧ୍ୟମରେ ଜଣାଇ ଦିଆଯିବ ।
ଚଳିତ ଆର୍ଥିକ ବର୍ଷରେ 9ଟି ଟ୍ରେନ୍ ବିଭିନ୍ନ ତୀର୍ଥସ୍ଥାନକୁ ଭ୍ରମଣରେ ଯିବ ।
କ୍ର.ସଂ. | ପ୍ରାରମ୍ଭ ଷ୍ଟେସନ | ଜିଲ୍ଲା | ଯାତ୍ରା ବିବରଣୀ | ଯାତ୍ରା ଅବଧି | ଜଣପିଚ୍ଛା ଯାତ୍ରା ଖର୍ଚ୍ଚ | ଯାତ୍ରାର ତାରିଖ |
1 | ଭୂବନେଶ୍ୱର | କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ | ହରିଦ୍ୱାର-ଋିଷିକେଶ | 6ଦିନ | 16800 | 23.11.23 ରୁ 28.11.23 |
ତିରୁପତି-ଭେଲ୍ଲର | 6ଦିନ | 16800 | 8.2.24 ରୁ 13.02.2024 | |||
2 | ସମ୍ବଲପୁର | ସମ୍ବଲପୁ, ଅନୁଗୁଳ, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ଝାରସୁଗଡ଼ା, ସୁବର୍ଣ୍ଣପୁର, ଦେବଗଡ଼ | କୋଲକାତା-କାମାକ୍ଷା | 6ଦିନ | 16800 | 6.12.23 ରୁ 11.12.23 |
ଆଜମିର-ପୁସ୍କର | 6ଦିନ | 16800 | 19.02.24 ରୁ 24.02.24 | |||
3 | ରାୟଗଡ଼ା | କୋରାପୁଟ, ରାୟଗଡ଼ା, ନବରଙ୍ଗପରୁ, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା | ଶିରିଡ଼ି-ନାସିକ | 6ଦିନ | 16800 | 19.12.23 ରୁ 24.1223 |
ଗୟା-ବାରଣାସୀ | 6ଦିନ | 16800 | 28.01.24 ରୁ 2.2.2024 | |||
4 | ବାଲେଶ୍ୱର | ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୁରଊଞ୍ଜ ଓ କେନ୍ଦୁଝର | ଉଜୟିନୀ-ଅମକାରେଶ୍ୱର | 6ଦିନ | 16800 | 5.1.24 ରୁ 10.1.2024 |
ଆଗ୍ରା-ମଧୁରା | 6ଦିନ | 16800 | 2.3.24 ରୁ 7.3.24 | |||
5 | ବ୍ରହ୍ମପୁର | ଗଞ୍ଜାମ, ଗଜପତି, ନୟାଗଡ଼, କନ୍ଧମାଳ ଓ ବୌଦ୍ଧ | ବାରଣାସୀ-ପ୍ରୟାଗରାଜ | 6ଦିନ | 16800 | 16.1.24 ରୁ 22.1.24 |
ବିଶେଷ ଦ୍ରଷ୍ଟବ୍ୟ-
- ଆବେଦନକାରୀ ନାଗରିକମାନେ କେବଳ ନିଜ ଜିଲ୍ଲା ପିଇଁ ଉଦ୍ଦିଷ୍ଟ ତୀର୍ଥସ୍ଥାନକୁ ଯାତ୍ରା କରିପାରିବେ ।
- ଚୟନ ହୋଇଥିବା ପ୍ରାର୍ଥୀମାନେ ନିଜ ବାସସ୍ଥାନରୁ ଷ୍ଟେସନ ଓ ତୀର୍ଥଯାତ୍ରା ପରେ ନିଜ ବାସସ୍ଥାନ ପର୍ଯ୍ୟନ୍ତ ଫେରିବା ବାବଦ ଗସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।
- ଯାତ୍ରୀମାନେ କେବଳ 2ୟ ଶୟନ ଶ୍ରେଣୀରେ ଯାତ୍ରା କରିପାରିବେ ।
- ସରକାରଙ୍କ ତରଫରୁ ଯାତ୍ରୀମାନଙ୍କ ଏକ ସ୍ୱତନ୍ତ୍ର ଟ୍ରାଭେଲ କିଟ୍(ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ) ଏବଂ ପରିଚୟ ପତ୍ର ଯୋଗାଇ ଦିଆଯିବ ।
- ଟ୍ରେନ୍ ଯାତ୍ରା ସମୟରେ ତୀର୍ଥଯାତ୍ରୀମାନଙ୍କୁ ସକାଳ ଏବଂ ସନ୍ଧ୍ୟାରେ ଜଳଖିଆ, ନିରାମିଷ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନର ବ୍ୟବସ୍ଥା ସହିତ ରେଳ ଷ୍ଟେସନରୁ ତୀର୍ଥସ୍ଥାନ ପର୍ଯ୍ୟନ୍ତ ନେବା ଆଣିବା ପାଇଁ ପରିବହନ ବ୍ୟବସ୍ଥା ରାଜ୍ୟସରକାରଙ୍କ ତରଫରୁ କରାଯିବ ।
ସମ୍ପୂର୍ଣ୍ଣ ବିବରଣୀ ବିଭାଗର ୱେବସାଇଟ୍ (dot.odisha.gov.in ) ରେ ଯୋଗାଯୋଗ କରନ୍ତୁ