ଆପଣ ଜାଣନ୍ତିକି, ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ବିଭିନ୍ନ ଜେଲରେ 70 ପ୍ରତିଶତ ବିଚାରାଧୀନ କଏଦୀ ଅଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଗରୀବ ଶ୍ରେଣୀର ହୋଇଥିବାରୁ ଓକିଲ କରି ମାମଲା ଲଢିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି । ତେଣୁ ସେମାନେ ଓକିଲ ନିଯୁକ୍ତି ଦେଇ ନପାରି ନ୍ୟାୟରୁ ବଞ୍ଚିତ ହୁଅନ୍ତି ଏବଂ ଅନେକ ସମୟରେ ଜେଲ୍ ଭିତରେ ଦୀର୍ଘଦିନ ରହି ଯାଇଥାନ୍ତି । ବିଶେଷ କରି ବିଭିନ୍ନ ଜେଲରେ ବିଚାରାଧୀନ କଏଦୀଙ୍କ ମଧ୍ୟରେ ଅଧିକାଂଶ ସେଚେତନ ନ ଥିବାରୁ ଏ ବିଷୟରେ ଜାଣି ପାରୁନାହାନ୍ତି । ସେମାନେ ଯେପରି ମାଗଣା ଆଇନ ସୁବିଧା ପାଇପାରିବେ ସେଥିପାଇଁ ସରକାର ମାଗଣା ନ୍ୟାୟିକ ସେବା ପ୍ରାଧିକରଣ (ଲିଗାଲ ସର୍ଭିସ ଅଥରିଟି) ନାମରେ 1987 ରେ ଏକ ଆକ୍ଟ କରିଛନ୍ତି ।
ମାଗଣା ନ୍ୟାୟିକ ସେବା ପ୍ରାଧିକରଣ (ଲିଗାଲ ସର୍ଭିସ ଅଥରିଟି) କଣ?
ଗରୀବ ଶ୍ରେଣୀର ଲୋକଙ୍କ ଯେପରି ମାଗଣା ଆଇନ ସୁବିଧା ପାଇପାରିବେ ସେଥିପାଇଁ ସରକାର ମାଗଣା ନ୍ୟାୟିକ ସେବା ପ୍ରାଧିକରଣ (ଲିଗାଲ ସର୍ଭିସ ଅଥରୋଟି) ନାମରେ 1987 ରେ ଏକ ଆକ୍ଟ କରିଛନ୍ତି । ସେକ୍ସନ୍ 12 ଅନୁସାରେ ଏହି ସୁବିଧା କେବଳ ମହିଳା, ଅନୁସୂଚିତ ଜାତି ଏବଂ ଜନଜାତି ଏହି ସୁବିଧା କେବଳ ପାଇପାରିବେ । ଏଥିଲାଗି ପ୍ରତି ଜିଲ୍ଲା ଏବଂ କୋର୍ଟରେ ନ୍ୟାୟିକ ପ୍ରାଧିକରଣ ବ୍ୟାବସ୍ଥା ରହିଛି । ଗରିବ ଶ୍ରେଣୀର ମହିଳାମାନେ ଏଠାରୁ ନ୍ୟାୟିକ ସୁବିଧା ପାଇ ପାରୁଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଗତ 4 ବର୍ଷରେ 14,269 ଜଣଙ୍କୁ ମାଗଣା ଆଇନ୍ ସହାୟତା ମିଳିପାରିଛି ।
ବର୍ଷ | ମହିଳା ସଂଖ୍ୟା | ଅନୁସୂଚିତ ଜାତି | ଅନୁସୂଚିତ ଜନ ଜାତି |
2018-19 | 3950 | 958 | 621 |
2019-20 | 2639 | 702 | 592 |
2020-21 | 1589 | 662 | 414 |
2021-22 | 939 | 518 | 522 |
2022-23 (ବର୍ତ୍ତମାନ ସୁଦ୍ଧା) | 450 |
କଏଦୀ କିଭଳି ଏହି ମାଗଣା ଆଇନ୍ ସେବା ପାଇ ପାରିବ ?
- ଆଇନ ସେବା ଯୋଗାଇବା ପାଇଁ ପ୍ରତି ଜିଲ୍ଲା ଏବଂ କୋର୍ଟରେ ସରକାରଙ୍କ ପକ୍ଷରୁ ଓକିଲ ନିଯୁକ୍ତି ହୋଇଛନ୍ତି ।
- ଏହି ଓକିଲମାନେ ବିଭିନ୍ନ ଥାନାକୁ ପରିଦର୍ଶନରେ ଯାଇ ଓକିଲ କରିପାରୁନଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ମାଗଣା ଆଇନ୍ ସେବା ଯୋଗାଇବେ ।
- ଏହା ସହ ଜେଲକୁ ଯାଇ ମଧ୍ୟ ମାଗଣା ଆଇନ୍ ସେବାରେ ନିଯୁକ୍ତ ହୋଇଥିବା ଓକିଲମାନେ କଏଦୀ ଚିହ୍ନଟ କରି ସେମାନଙ୍କୁ ଆଇନ ସେବା ଯୋଗାଇଦେବେ ।
- ଜଣେ କଏଦୀ ମଧ୍ୟ ପରିବାର ସଦସ୍ୟଙ୍କ ଦ୍ୱାରା ଏହି ଓକିମନାଙ୍କ ସହ ଯୋଗାଯୋଗ କରି ମାଗଣା ଆଇନ୍ ସେବା ପାଇପାରିବ ।
- ଜେଲରେ ଥିବା କଏଦୀମାନେ ମଧ୍ୟ ଜେଲ୍ ଅଧ୍ୟକ୍ଷଙ୍କ ଜରିଆରେ ଏହି ମାଗଣା ଆଇନସେବା ପାଇପାରିବାର ସୁବିଧା ରହିଛି ।
ଏହି ସେବା ଯୋଗାଇବା ପାଇଁ ସରକାର ଓକିଲମାନଙ୍କୁ ଲକ୍ଷାଧିକ ଟଙ୍କା ପ୍ରଦାନ କରୁଛନ୍ତି । କିନ୍ତୁ ଗରୀବ ଶ୍ରେଣୀର କଏଦୀମାନ ଏହାର ସୁଫଳ ନେଇ ପାରୁନାହାନ୍ତି । ତେଣୁ ଏହାର ପ୍ରଚାର ପ୍ରସାର ନିହାତି ଆବଶ୍ୟକ ବୋରି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।