ରାଶି ହେଉଛି ସର୍ବପୁରାତନ ସ୍ୱଦେଶୀ ତୈଳବୀଜ ଫସଲ । ରାଶିରେ 50% ତେଲ, 25% ପୁଷ୍ଟିସାର ଏବଂ 15% ଶ୍ୱେତସାର ରହିଅଛି । ଏହି ତେଲ ରାନ୍ଧିବା, ସାଲାଡ ତେଲ ଏବଂ ମାର୍ଗାରିନରେ ବ୍ୟବହୃତ ହୁଏ | ରାଶି ତେଲରେ ସେସାମୋଲ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହି ତେଲର ବ୍ୟବହାର ହୋଇଥିବା ତେଲରେ ଭଜା ହୋଇଥିବା ଖାଦ୍ୟର ଦୀର୍ଘ ସ୍ଥାୟୀ ରହିଥାଏ । ଏହି ତେଲ ସାବୁନ, ରଙ୍ଗ, ସୁଗନ୍ଧି, ଔଷଧ ଏବଂ କୀଟନାଶକ ଉତ୍ପାଦନରେ ବ୍ୟବହାର କରାଯାଇପାରିବ | ରାଶିମଞ୍ଜି ହେଉଛି ଶକ୍ତିର ଗନ୍ତାଘର ଏବଂ ଏଥିରେ ପ୍ରଚୁର ପରିମାଣର ଜୀବସାର-ଇ, ଏ, ବି କମ୍ପ୍ଲେକ୍ସ ଏବଂ ଧାତବଲବଣ ଯଥା- କ୍ୟାଲସିୟମ୍, ଫସଫରସ୍, ଲୁହା, ତମ୍ବା, ମ୍ୟାଗ୍ନେସିୟମ୍, ଜିଙ୍କ୍ ଏବଂ ପୋଟାସିୟମ୍ ରହିଅଛି |
ଜଳବାୟୁ
ଏହି ଫସଲ ପ୍ରାୟ ସମସ୍ତ ଋତୁରେ ଯଥା- ଖରିଫ, ବିଳମ୍ବିତ ଖରିଫ, ରବି ଏବଂ ଗ୍ରୀଷ୍ମ ଦିନରେ ଚାଷ କରାଯାଏ |
ରାଶିଚାଷ ପାଇଁ 25-35° ସେଣ୍ଟିଗ୍ରେଡ଼୍ ତାପମାତ୍ରା ଆବଶ୍ୟକ ହୋଇଥାଏ । ଯଦି ଗରମ ପବନ ସହିତ ତାପମାତ୍ରା 40° ସେଣ୍ଟିଗ୍ରେଡ଼୍ରୁ ଅଧିକ ହୁଏ ତେବେ ତେଲର ମାତ୍ରା କମିଯାଏ | ଯଦି ତାପମାତ୍ରା 45° ସେଣ୍ଟିଗ୍ରେଡ଼୍ ଅଧିକ କିମ୍ବା 15° ସେଣ୍ଟିଗ୍ରେଡ଼୍ କମ୍ ହୁଏ ତେବେ ଅମଳର ହ୍ରାସ ଘଟିଥାଏ |
ରାଶି ଚାଷରେ ଅତ୍ୟଧିକ ଜଳ ଫସଲ ବହୁତ କ୍ଷତି କରିଥାଏ । ପାଣି ଅଧିକ ସମୟଧରି ଜମିରହିଲେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ ।
ମୃତ୍ତିକା
ବିଭିନ୍ନ ପ୍ରକାରର ମୃତ୍ତିକାରେ ରାଶି ଚାଷ କରାଯାଇପାରେ, ଦୋରସା, ନିଗିଡା ଓ ହାଲକା ମାଟିରେ ରାଶି ଚାଷ ଭଲ ହୋଇଥାଏ |
ମାଟିରେ ଅମ୍ଳର ପରିମାପକ ମୂଲ୍ୟ 5.5 ରୁ 8.0 ରାଶି ଚାଷ ପାଇଁ ଉତ୍ତମ |
ଅତି ମଟାଳ, ଲୁଣି ଓ କ୍ଷାରୀୟ ମାଟି ରାଶି ଚାଷ ପାଇଁ ଅନୁପଯୁକ୍ତ ।
ବୁଣିବା ସମୟ-
ବର୍ଷା ଋତୁରେ ଜୁନ୍ ମଧ୍ୟଭାଗରୁ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ
ଶୀତ ଋତୁରେ ସେପ୍ଟେମ୍ବର ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ
ଗ୍ରୀଷ୍ମ ଋତୁରେ ଫେବୃୟାରୀ ଠାରୁ ମାର୍ଚ୍ଚ ପ୍ରଥମ ସପ୍ତାହ
ବିହନ ପରିମାଣ
ହେକ୍ଟରପ୍ରତି 5 କିଲୋଗ୍ରାମ ବିହନ ଆବଶ୍ୟକ । ଯଦି ମଞ୍ଜି ବୁଣା ଯନ୍ତ୍ରରେ ବିହନ ବୁଣାଯାଏ ତେବେ ହେକ୍ଟର ପ୍ରତି 2.5-3 କିଲୋଗ୍ରାମ ବିହନ ଆବଶ୍ୟକ ।
ବିହନ ବିଶୋଧନ
ବିହନ ବାହିତ ରୋଗକୁ ରୋକିବା ପାଇଁ, ଏକ କି.ଗ୍ରା. ବିହନ ପ୍ରତି 2 ଗ୍ରାମ୍ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ୍ ଥିରାମ ଗୋଳାଇ ବିହନ ବିଶୋଧନ କରନ୍ତୁ କିମ୍ବା ଏକ କି.ଗ୍ରା. ବିହନ ପ୍ରତି 5ଗ୍ରାମ ଟ୍ରାଇକୋଡର୍ମା ଭିରିଡେ କୁ ଗୋଳାଇ ବିଶୋଧନ କରନ୍ତୁ ।
ଜମି ପ୍ରସ୍ତୁତି ଓ ଖତ ସାର ପ୍ରୟୋଗ
ଜମିକୁ 2-3 ଓଡ ହଳ କରନ୍ତୁ । ମାଟିକୁ ଭଲଭାବରେ ଗୁଣ୍ଡ କରି ହେକ୍ଚର ପ୍ରତି 5 ଟନ୍ ସଢା ଗୋବରଖତ, 15କି.ଗ୍ରା. ଯବକ୍ଷାରଜାନ, 20 କି.ଗ୍ରା. ଫସଫରସ୍ ଓ 20 କି.ଗ୍ରା. ପଟାସ ସାର ପ୍ରୟୋଗ କରନ୍ତୁ ।
ଘାସ ବାଛିବା ସମୟରେ ପୁଣି ବାକିଥିବା ଯବକ୍ଷାରଜାନ (15 କି.ଗ୍ରା.) ପ୍ରୟୋଗ କରନ୍ତୁ ।
ଗନ୍ଧକ ଅଭାବଥିବା ମୃତ୍ତିକାରେ ବୁଣିବା ସମୟରେ ହେକ୍ଚରପ୍ରତି 15-30 କି.ଗ୍ରା. ଗନ୍ଧକ ପ୍ରୟୋଗ କରନ୍ତୁ ।
ରାଶି ବିହନ ସହିତ ସମାନ ପରିମାଣର ଗୁଣ୍ଡ ମାଟି ବା ବାଲି ମିଶାଇ ଧାଡିକୁ ଧାଡି 30 ସେ.ମି. ଓ ମଞ୍ଜିକୁ ମଞ୍ଜି 10 ସେ.ମି. ବ୍ୟବଧାନରେ ଓ 1 ସେ.ମି. ଗଭୀରରେ ବିହନ ବୁଣାଯାଏ ।
ଘାସ ନିୟନ୍ତ୍ରଣ ଓ ଅନ୍ତଃଚାଷ
ଗଛ 15 ରୁ 20 ଦିନର ହୋଇଗଲେ କୋଡାଖୁସା କରି ଘାସ ବାଛି ଦେବା ଉଚିତ୍ । ପୁନଶ୍ଚ 30-35 ର ଗଛ ହୋଇଗଲେ ଆଉଥରେ ଘାସ ବାଛିବା ଉଚିତ୍ । ଧାଡିରେ ବହଳିଆ ଗଛ ଥିଲେ 10 ସେ.ମି. ବ୍ୟବଧାନରେ ଗୋଟିଏ ସୁସ୍ଥ ଗଛ ରଖି ଅବଶିଷ୍ଟ ଗଛ ଉପାଡି ଦେବା ଉଚିତ୍ । ରାସାୟନିକ ତୃଣନାଶକ ଭାବେ ପେଣ୍ଡିମିଥାଲିନ୍, ଆଲାକ୍ଲୋର, କୁଇଜାଲୋଫପ୍ ଇଥାଇଲ୍ ହେକ୍ଟର ପ୍ରତି ଯଥାକ୍ରମେ 0.75, 1.0, 0.05 କି.ଗ୍ରା କ୍ରିୟାଶୀଳ ଉପାଦାନକୁ 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରାଯାଇପାରିବ ।
ପୋକ ଓ ରୋଗ ପରିଚାଳନା
ପତ୍ରମୋଡା ଓ ଫଳ ବିନ୍ଧା ପୋକ
ଏହାର ଶୁକ ଗଛର କଅଁଳ ପତ୍ରକୁ ବିଣ୍ଡା ତିଆରି କରି ତା ମଧ୍ୟରେ ରହି ସବୁଜ ଅଂଶକୁ କୋରି ଖାଇଯାଏ । ପରେ ଫଳ କଣା କରି ମଞ୍ଜି ଖାଇଯାଇଥାଏ । ଏହାର ନିୟନ୍ତ୍ରଣ ପାଇଁ ଏକର ପ୍ରତି 200 ମି.ଲି. ଇଣ୍ଡୋକ୍ସାକାର୍ବ କିମ୍ବା 400ମି.ଲି. ପ୍ରୋଫେନୋଫସ୍ କିମ୍ବା 80 ଗ୍ରାମ ଇମାଲମେକ୍ଟିନ୍ ବେନଜୋଏଟ୍ କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
ରାଶିର ଗଲ୍ ମାଛି
ରାଶିର ଫୁଲଗୁଡିକୁ ମାଛିର ଶାବକ ଖାଇବା ଦ୍ବାରା ଗଛରେ ଫଳ ନ ଧରି ସେହି ସ୍ଥାନ ଆବୁ ପରି ଦେଖାଯାଏ । ଏଥିପାଇଁ ସଂକ୍ରମିତ ମୁକୁଳଗୁଡିକୁ ବାହାର କରି ନଷ୍ଟ କରିବା ସହିତ ପତ୍ରମୋଡା ଏବଂ ଫଳବିନ୍ଧା ପୋକ ପାଇଁ ଉଦ୍ଦିଷ୍ଟ କୀଟନାଶକ ସିଞ୍ଚନ କରିବା ଉଚିତ୍ ।
ବନ୍ଧ୍ୟ।ରୋଗ /ଫାଇଲୋଡି
ରୋଗାକ୍ରାନ୍ତ ଗଛର ଅଗ ପତ୍ରଗୁଡିକ ଛୋଟ ଛୋଟ ହୋଇ ଗୁଚ୍ଛ ହୋଇଯାଏ । ଆକ୍ରାନ୍ତ ଗଛଗୁଡିକ ହାତରେ ଓପାଡି ବାହାର କରି ଦିଅନ୍ତୁ । ଏ ରୋଗର ବାହକ ପତ୍ରଡିଆଁ ପୋକକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି 66 ମି.ଲି. ଇମିଡାକ୍ଲୋପ୍ରିଡ୍ 17.8% ଏସ୍ ଏଲ୍. କିମ୍ବା ଏସିଟାମିପ୍ରିଡ୍ 20 % ଏସ୍ ପି. କୁ 200 ଲିଟର ପାଣିରେ ମିଶାଇ ସଞ୍ଚନ କରନ୍ତୁ ।
ପତ୍ରଚିତା ରୋଗ
ଛୋଟ ଛୋଟ ବାଦାମୀ ରଙ୍ଗର ଚିହ୍ନ ପତ୍ରର ଉଭଯ ପାର୍ଶ୍ବରେ ଦେଖାଯାଇ ଧୀରେ ଧୀରେ ପତ୍ର ପୋଡାଳିଆ ଦେଖାଯାଇ ଝଡି ପଡେ । ଏହାର ନିୟନ୍ତ୍ରଣ ପାଇଁ ଏକର ପ୍ରତି 500 ଗ୍ରା. କପର ଅକ୍ସିକ୍ଲୋରାଇଡ୍ ବା 750 ଗ୍ରାମ୍ ମାନକୋଜେବକୁ 200 ଲିଟର ପାଣି ବା ଡାଇଫେନୋକୋନାଜୋଲ 1 ମି.ଲି. / ଲିଟର ପାଣିରେ ମିଶାଇ ସିଞ୍ଚନ କରାଯାଏ । ଉମା, କନକ ଓ କଳିକା ଇତ୍ୟାଦି କିସମ ଗୁଡିକ ଏ ରୋଗ ପାଇଁ ସହନଶୀଳ କିସମ ।
ପରିଚାଳନା
ଗଭୀରଗୁଣ୍ଡ ଚାଷ କରିବା ଦ୍ବାରା ମାଟିରେ ରହୁଥିବା କ୍ଷତିକାରକ ପୋକ ଓ ସୂତ୍ରଜୀବ ମାନଙ୍କ ସଂଖ୍ୟା ହ୍ରାସପାଏ ।
ରୋଗପୋକ ସହଣୀ / ପ୍ରତିରୋଧୀ କିମସ ଯଥା-ଟିକେଜି-21, 22, ବି-67, କାହ୍ନା, ବିନାୟକ, ଗୁଜୁରାଟ ଟିଲ୍-2, ହରିୟାନା ଟିଲ୍-1, ଟିଏସ୍ ଏସ୍-6, ରମା ଆଦି ଚାଷ କରନ୍ତୁ ।
ରାଶି ମଧ୍ୟରେ ଅନ୍ତଃଫସଲ ଭାବେ ଆଫ୍ରିକାନ ଗେଣ୍ଡ୍ ଚାଷ କରନ୍ତୁ । ବାଡଫସଲ ଭାବେ ରାଶିର ଚାରିପାଖରେ ଚାରିଧାଡି ମକା କିମ୍ବା ବାଜରା ଚାଷ କରନ୍ତୁ ।
ହେକ୍ଟର ପ୍ରତି 10-12 ଟି ହଳଦିଆ ଅଠାଳିଆ ଯନ୍ତା ଓ 2ଟି ଆଲୋକ ଯନ୍ତା ବ୍ୟବହାର କରନ୍ତୁ ।
ରାସାୟନିକ ପରିଚାଳନା
ଜୀବାଣୁ ଜନିତ ପତ୍ରପୋଡା ରୋଗ- ଏହି ରୋଗର ଦମନପାଇଁ ପାଇଁ ପ୍ରତି 10 ଲିଟର ପାଣିରେ 1 ଗ୍ରାମ୍ ଷ୍ଟ୍ରେପ୍ଟୋସାଇକ୍ଲିନ୍ ଓ 25 ଗ୍ରାମ୍ କପର ଅକ୍ସିକ୍ଲୋରାଇଡ୍ ପତ୍ର ସିଞ୍ଚନ କରନ୍ତୁ ।
ପାଉଁଶିଆ ରୋଗ- ଏହି ରୋଗର ଦମନ ପାଇଁ ପ୍ରତି ଲିଟର ପାଣିରେ 5 ଗ୍ରମ୍ ସଲଫର 80% ଡବ୍ଲୁ.ପି. ସେଚିତ ଗୁଣ୍ଡ ମିଶାଇ ପତ୍ରସିଞ୍ଚନ କରନ୍ତୁ ।
ଝାଉଁଳାରୋଗ, ଅଙ୍ଗାର ପଚା ରୋଗ ଓ ପତ୍ରଦାଗ ରୋଗ – ଏହି ପୋକ ଗୁଡିକର ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ 2.5 ଗ୍ରାମ୍ ମେଟାଲାକ୍ସିଲ୍ 8 % + ମାଙ୍କୋଜେବ୍ 64 % ଡବ୍ଲ୍ୟୁ.ପି. ମିଶାଇ ପତ୍ର ସିଞ୍ଚନ କରନ୍ତୁ ।
ଅମଳ
ଗଛର ପତ୍ର ଗୁଡିକ ହଳଦିଆ ପଡି ଝଡିବା ଆରମ୍ଭ ହେଲେ ଅମଳ କରନ୍ତୁ । ସାଧାରଣତଃ ଅମଳ ସମୟରେ ତଳ ଫଳଗୁଡିକ ଇଷତ୍ ହଳଦିଆ ରଙ୍ଗର ହୋଇଥାଏ । ଫଳ ପାକଳ ହୋଇଗଲେ ତୁରନ୍ତ ଅମଳ କରନ୍ତୁ । ଏକର ପ୍ରତି ବର୍ଷାଋତୁରେ ପ୍ରାୟ 3 କ୍ୱିଣ୍ଟାଲ ଓ ଗ୍ରୀଷ୍ମ ଋତୁରେ 4 କ୍ୱିଣ୍ଟାଲ ଅମଳ ମିଳିଥାଏ ।
FAQs
- ରାଶିର ବୈଜ୍ଞାନିକ ନାମ କଣ?
- ରାଶିର ବୈଜ୍ଞାନିକ ନାମ ହେଉଛି ସେସାମ ଇଣ୍ଡିକମ୍ (Sesamum indicum)
- ରାଶିତେଲରେ ପ୍ରସ୍ତୁତ ଖାଦ୍ୟ କାହିକି ଦୀର୍ଘସ୍ଥାୟୀ ରହିଥାଏ ?
- ରାଶି ତେଲରେ ସେସାମୋଲ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହି ତେଲର ବ୍ୟବହାର ହୋଇଥିବା ତେଲରେ ଭଜା ହୋଇଥିବା ଖାଦ୍ୟର ଦୀର୍ଘ ସ୍ଥାୟୀ ରହିଥାଏ
- ଖାଦ୍ୟ ବ୍ୟତୀତ ଏହି ତେଲ ଆଉ କେଉଁଥିରେ ବ୍ୟବହୃତ ହୁଏ ?
- ଏହି ତେଲ ସାବୁନ, ରଙ୍ଗ, ସୁଗନ୍ଧି, ଔଷଧ ଏବଂ କୀଟନାଶକ ଉତ୍ପାଦନରେ ବ୍ୟବହାର କରାଯାଇପାରିବ |
- ରାଶିମଞ୍ଜିରେ କଣ କଣ ଖାଦ୍ୟସାର ବା ଉପାଦାନ ରହିଛି ?
- ରାଶିମଞ୍ଜି ହେଉଛି ଶକ୍ତିର ଗନ୍ତାଘର ଏବଂ ଏଥିରେ ପ୍ରଚୁର ପରିମାଣର ଜୀବସାର-ଇ, ଏ, ବି କମ୍ପ୍ଲେକ୍ସ ଏବଂ ଧାତବଲବଣ ଯଥା- କ୍ୟାଲସିୟମ୍, ଫସଫରସ୍, ଲୁହା, ତମ୍ବା, ମ୍ୟାଗ୍ନେସିୟମ୍, ଜିଙ୍କ୍ ଏବଂ ପୋଟାସିୟମ୍ ରହିଅଛି |
- ରାଶି ଚାଷପାଇଁ କେତେ ତାପମାତ୍ରା ଆବଶ୍ୟକ ?
- ରାଶିଚାଷ ପାଇଁ 25-35° ସେଣ୍ଟିଗ୍ରେଡ଼୍ ତାପମାତ୍ରା ଆବଶ୍ୟକ ହୋଇଥାଏ
- ରାଶି ଚାଷ କେଉଁ ରୁତୁରେ ଚାଷ କରାଯାଇ ପାରିବ ?
- ଏହି ଫସଲ ପ୍ରାୟ ସମସ୍ତ ଋତୁରେ ଯଥା- ଖରିଫ, ବିଳମ୍ବିତ ଖରିଫ, ରବି ଏବଂ ଗ୍ରୀଷ୍ମ ଦିନରେ ଚାଷ କରାଯାଏ | ରାଶି ବିହନ ବୁଣିବା ସମୟ ବର୍ଷା ଋତୁରେ ଜୁନ୍ ମଧ୍ୟଭାଗରୁ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ,ଶୀତ ଋତୁରେ ସେପ୍ଟେମ୍ବର ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଏବଂ
- ଗ୍ରୀଷ୍ମ ଋତୁରେ ଫେବୃୟାରୀ ଠାରୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ହୋଇଥାଏ ।
- ରାଶି ଚାଷ ପାଇଁ କେତେ ବିହନ ଦରକାର ?
- ହେକ୍ଟରପ୍ରତି 5 କିଲୋଗ୍ରାମ ବିହନ ଆବଶ୍ୟକ । ଯଦି ମଞ୍ଜି ବୁଣା ଯନ୍ତ୍ରରେ ବିହନ ବୁଣାଯାଏ ତେବେ ହେକ୍ଟର ପ୍ରତି 2.5-3 କିଲୋଗ୍ରାମ ବିହନ ଆବଶ୍ୟକ ।
- ରୋଗପୋକ ସହଣୀ କିସମ ଗୁଡିକର ନାମ କଣ ?
- ରୋଗପୋକ ସହଣୀ / ପ୍ରତିରୋଧୀ କିମସ ଯଥା-ଟିକେଜି-21, 22, ବି-67, କାହ୍ନା, ବିନାୟକ, ଗୁଜୁରାଟ ଟିଲ୍-2, ହରିୟାନା ଟିଲ୍-1, ଟିଏସ୍ ଏସ୍-6, ରମା ଆଦି ଚାଷ କରନ୍ତୁ ।
- ରାଶିଚାଷରେ ଅମଳ କେତେ ହୋଇଥାଏ ?
- ଏକର ପ୍ରତି ବର୍ଷାଋତୁରେ ପ୍ରାୟ 3 କ୍ୱିଣ୍ଟାଲ ଓ ଗ୍ରୀଷ୍ମ ଋତୁରେ 4 କ୍ୱିଣ୍ଟାଲ ଅମଳ ମିଳିଥାଏ ।
ଜାଣନ୍ତୁ ମାଣ୍ଡିଆ ଚାଷ ସମ୍ପର୍କରେ …
ଜାଣନ୍ତୁ କିଛି କୃଷି ସୂଚନା
Source: KVK, Sundargarh-I