
ତେବେ ଆସନ୍ତୁ ଜାଣିବା ପନିପରିବାର ଶ୍ରେଣୀ ବିଭାଗ ।
| ପ୍ରକାର | ପନିପରିବାର ନାମ |
| ବାଇଗଣ ଜାତୀୟ (Solanaceous Vegetable) | ବାଇଗଣ, ବିଲାତିବାଇଗଣ, କ୍ୟାପ୍ସିକମ୍, ଲଙ୍କାମରିଚ, ଆଳୁ |
| କଖାରୁ ଜାତୀୟ (Cucurbitaceous Vegetable) | ବୋଇତି କଖାରୁ, ଲାଉ, କାକୁଡ଼ି, କଲରା, ଜହ୍ନି, ପୋଟଳ, କାଙ୍କଡ଼, ତରଭୂଜ, ପାଣି କଖାରୁ, ଛିଚିନ୍ଦ୍ରା ଇତ୍ୟାଦି |
| କୋବି ଜାତୀୟ (Cole Crops) | ବନ୍ଧାକୋବି, ଫୁଲକୋବି, ଓଲକୋବି, ବ୍ରୋକୋଲି ଇତ୍ୟାଦି |
| ଛୁଇଁ ଜାତୀୟ (Pod Vegetables) | ବିନ୍, ଶିମ୍ବ, ମଟର, ଗୁଆଁର, ବରଗୁଡ଼ି |
| ଚେର ଓ ମୂଳ ଜାତୀୟ (Tuber & Root Vegetables) | ସାରୁ, ଖମ୍ବଆଳୁ, କନ୍ଦମୂଳ, ଓଲୁଅ, ମୂଳା, ବିଟ୍ ଓ ଗାଜର |
| ମସଲା ଜାତୀୟ (Spices) | ଅଦା, ହଳଦୀ, ପିଆଜ, ରସୁଣ |
| ଶାଗ ଜାତୀୟ (Leafy Vegetables) | ଖଡ଼ା, ପାଳଙ୍ଗ, ଲେଉଟିଆ, କୋଶଳା, ପୋଇ, ଧନିଆ ଇତ୍ୟାଦି |
| ଅନ୍ୟାନ୍ୟ (Others) | ଭେଣ୍ଡି |
ପନିପରିବା ଚାଷ ପାଇ ମନେରଖିବା ଜିନିଷ ।
- ସାଧାରଣତଃ ସବୁଜ ପନିପରିବା ଚାଷ ଏକ ଲାଭ ଜନକ ବ୍ୟାବସାୟ । ତେଣୁ ପ୍ରତ୍ୟେକ ଚାଷୀ ନିଜ ନିଜର ଶକ୍ତି ଅନୁସାରେ ବୈଜ୍ଞାନିକ ପ୍ରଣାଳୀରେ ପନିପରିବା ଚାଷ କରି ଲାଭବାନ ହୁଅନ୍ତୁ ।
- ସବୁସମୟରେ ଉନ୍ନତ କିସମ ବିହନ ସଠିକ୍ ସ୍ଥାନରୁ କିଣି ପନିପରିବା ଚାଷ କରନ୍ତୁ ।
- ପନିପରିବା ଚାଷ ସମୟରେ ସର୍ବଦା ବିହନ ବିଶୋଧନ କରି ଚାଷ କରନ୍ତୁ ।
- ପନିପରିବା ନର୍ସରୀ ସ୍ଥାନକୁ ଭଲଭାବରେ ଚାଷ କରି, ବିଶୋଧନ କରି, ଧାଡ଼ି ଧା଼ଡ଼ି କରି ମଞ୍ଜି ବୁଣିଲେ, ଭଲ ଚାରା ଉତ୍ପାଦନ ହୋଇଥାଏ ।
- ସର୍ବଦା ମାଟି ପରୀକ୍ଷା କରି, ପନିପରିବା ଚାଷରେ ଖତ ଓ ସାର ପ୍ରୟୋଗ କରନ୍ତୁ । ମାଟି ପରୀକ୍ଷାର ସୁବିଧା ନଥିଲେ, ପନିପରିବା ଫସଲ ଅନୁସାରେ ଅନୁମୋଦି ହାରରେ ଖତସାର ବ୍ୟବହାର କରନ୍ତୁ ।
- ସାଧାରଣତଃ ପନିପରିବା ଚାଷରେ ଅଳ୍ପ ପରିମାଣରେ, ମାତ୍ର ଅଧିକ ଥର ଜଳସେଚନ ଦ୍ୱାରା ଅଧିକ ଅମଳ ମିଳିଥାଏ ।
- ସମୟ ଅନୁସାରେ ପନିପରିବା ଫସଲରେ ରୋଗପୋକ ଦେଖାଦେଲେ ସଙ୍ଗେ ସଙ୍ଗେ ଦମନ ପାଇଁ ବ୍ୟବସ୍ଥା କରନ୍ତୁ ।
- ପ୍ରାୟ ସମସ୍ତ ପ୍ରକାର ପନିପରିବା ଚାଷରେ ଅଣୁସାର ଓ ହରମୋନର ଆବଶ୍ୟକତା ଥାଏ । ତେଣୁ ସବୁବେଳେ ଫସପଲ ଏହା ପ୍ରୟୋଗ କଲେ ଅଧିକ ଅମଳ ମିଳିଥାଏ ।
- ପନିପରିବା କିସମ ଅନୁସାରେ ଠିକ୍ ସମୟରେ ଅମଳ କରନ୍ତୁ ।
- ପନିପରିବା ଫସଲ ବିକ୍ରି କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ।
ପନିପରିବା ଚାଷରୁ ଅଧିକ ଲାଭ କେମିତି ପାଇବେ ?
- ପନିପରିବାଚାଷରୁ ଅଧିକ ଲାଭ ପାଇବାକୁ ହେଲେ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବା ଉଚିତ୍ ।
- ଭଲ ବିହନ ଆବଶ୍ୟକ ।
- ଆବଶ୍ୟକ ପରିମାଣରେ ଖତସାର ପ୍ରୟୋଗ ।
- ଠିକ୍ ସମୟରେ ରୋଗ ପୋକ ଓ ପ୍ରତିରୋଧ ବ୍ୟବସ୍ଥା କରିବାକୁ ପଡ଼ିବ ।
- ବଜାର ଚାହିଦା ଅନୁସାରେ ଚାଷ କରିବାକୁ ପଡ଼ିବି ।
- ଅଦିନିଆଁ ପରିବା ଚାଷ ବା ସଅଳ ଚାଷ କଲେ ସାଧାରଣତଃ ଅଧିକ ଲାଭ ହୋଇଥାଏ ଯେମିତି ବର୍ଷାଦିନେ କୋବି, ମୂଳା ଆଦି ପରିବାର ଚାହିଦା ଅଧିକ ଥାଏ ।
- ଉଚ୍ଚମୂଲ୍ୟଯୁକ୍ତ ପନିପରିବା ଯଥା ଗାଜର, କ୍ୟାପସିକମ୍ ଆଦି ଚାଷ କଲେ ଅଧିକ ଲାଭ ହୋଇଥାଏ ।
- ଆଜିକାଲି କେବଳ ପନିପରିବା ମଞ୍ଜି ଉତ୍ପାଦନ କରି ଅନେକ ଚାଷୀ ବେଶ ଲାଭବାନ ହୋଇ ପାରୁଛନ୍ତି ।
- ଅନେକ ସମୟରେ ଦୁଇ ତିନୋଟି ପନିପରିବା ମଧ୍ୟ ଏକ ସମୟରେ ଏକା ଜମିରେ ଚାଷ କରାଯାଇ ପାରିବ ।
- ପନିପରିବା ଚାଷ କରିବାକୁ ହେଲେ ଜମିର ଉର୍ବରତା ରକ୍ଷା କରବା ପାଇଁ ସବୁପ୍ରକାରର ଉଦ୍ୟମ ହେବା ଉଚିତ୍ ।
- ଏବଂ ଶେଷରେ ପନିପରିବାକୁ ଉଚିତ ଦରରେ ବିକ୍ରି କରିପାରିଲେ ଅଧିକ ଲାଭ ହୋଇପାରିବ ।
ଏକ ଉଦାହରଣ
ଜଣେ ଚାଷୀ ମଝାଳିଆ ବା ଢିପ ଜମିରୁ ଏକ ଏକର ଜମି ନିମନ୍ତେ ବର୍ଷସାରା ଜଳସେଚନ କରି ପନିପରିବା ଚାଷ କରିପାରିବ । ତେବେ ସେ ବର୍ଷକ ମଧ୍ୟରେ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବ ।
- ମନେକରନ୍ତୁ ବର୍ଷାଦିନେ ଅଧ ଏକର ଜମିରେ ସଙ୍କର ଜାତୀୟ ବାଇଗଣ ଓ ଅଧ ଏକର ଜମିରେ ଭେଣ୍ଡି ଚାଷ କଲେ ତହିଁରୁ 80,000 ଟଙ୍କା ମିଳି ପାରିବ ।
- ସେହିପରି ଶୀତଦିନେ ଅଧ ଏକର ଜମିରେ କୋବି ଓ ଅଧ ଏକର ଜମିରେ ବିଲାତି ବାଇଗଣ ଚାଷରୁ ଅନ୍ତତଃ 80,000 ରୁ 1,00,000 ଟଙ୍କା ରୋଜଗାର କରି ପାରିବ ।
- ଖରାଦିନେ ଅଧ ଏକର ଜମିରେ ବରଗୁଡ଼ି ଓ ଅଧ ଏକର ଜମିରେ ବୋଇତି କଖାରୁ, ଜହ୍ନି, କାକୁଡ଼ି ଇତ୍ୟାଦି କଲେ ପ୍ରାୟ 80,000 ଟଙ୍କା ପାଇପାରିବ ।
ଏହି ତିନୋଟିଯାକ ଋତୁରେ ଚାଷ ଖର୍ଚ୍ଚ ଯାଇ ଅନ୍ତତଃ ପକ୍ଷେ 1,00,000 ଟଙ୍କା ଲାଭ ଉଠାଇ ପାରିବ । ସହର ନିକଟବର୍ତ୍ତୀ ଅଞ୍ଚଳ ହୋଇଥିଲେ ପନିପରିବା ବିକ୍ରି ନିମନ୍ତେ ସହଜ ହୋଇଥାଏ ।
ସାର ସମନ୍ଧରେ ସମ୍ୟକ୍ ଧାରଣା
|
ସାରର ନାମ |
ଶତକଡ଼ା ହିସାବରେ ଭାଗ | ||
|
ଯବକ୍ଷାର |
ଫସଫରସ୍ |
ପଟାସ୍ |
|
|
ୟୁରିଆ |
46 |
– |
– |
|
ସିଙ୍ଗଲ ସୁପର ଫସଫେଟ୍ |
– | 16 |
– |
|
ମ୍ୟୁରେଟ୍ ଅଫ୍ ପଟାସ |
– |
– |
60 |
|
କ୍ୟାଲସିୟମ ଆମୋନିଅମ ନାଇଟ୍ରେଟ୍ |
25 | – |
– |
|
ଆମୋନିୟମ୍ ସଲଫେଟ୍ |
20 | – |
– |
|
ଗ୍ରୋମୋର (28-28-0) |
28 | 28 |
– |
|
ଏନ୍.ପି.କେ (10-26-26) |
10 | 26 |
26 |
|
ଏନ୍.ପି.କେ (14-35-14) |
14 | 35 |
14 |
| ଶ୍ୟାମଳା | 15 | 15 |
15 |
| ଡ଼ି.ଏ.ପି | 18 | 46 |
– |
- ଏହା ବ୍ୟତୀତ ବଜାରରେ ଅନ୍ୟାନ୍ୟ ସାର ମିଳୁଛି । ଜମିରେ ସାର ପକାଇବା ପୂର୍ବରୁ ଖାଦ୍ୟସାରକୁ ହିସାବ କରି ନିଅନ୍ତୁ ।
- ଏକ କିଲୋଗ୍ରାମ ଯବକ୍ଷାରଜାନ ଆବଶ୍ୟକ ଥିଲେ 2.200 କିଲୋଗ୍ରାମ ୟୁରିଆ କିମ୍ବା 4 କିଲୋଗ୍ରାମ କାଲସିୟମ୍ ଆମୋନିୟମ ନାଇଟ୍ରେଟ୍ କିମ୍ବା 5 କିଲୋଗ୍ରାମ ଆମୋନିୟମ୍ ସଲଫେଟ୍ ପ୍ରୟୋଗ କରନ୍ତୁ ।
- ସେହିପରି ଏକ କିଲୋଗ୍ରାମ ଫସଫରସ୍ ପାଇଁ 6.250 କିଲୋଗ୍ରାମ ସିଙ୍ଗଲ ସୁପର ଫସଫେଟ୍ ବ୍ୟବହାର କରନ୍ତୁ ।
- ଏକ କିଲାଗ୍ରାମ ପଟାସ୍ ପାଇଁ 1.600 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ବ୍ୟବହାର କରନ୍ତୁ ।
- ସାରର ଆବଶ୍ୟକତାକୁ ଚାହିଁ ଯୌଗିକ ସାର ପରିମାଣ ହିସାବ କରନ୍ତୁ ।
ବିବରଣୀ- ଦୂରଶିକ୍ଷା କାର୍ଯ୍ୟକ୍ରମ, ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି, ଭୁବନେଶ୍ୱର
