ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟର ଚାଷୀ ଭାଇ ଭଉଣୀମାନଙ୍କ ନିମନ୍ତେ ଉଦ୍ୟାନ କୃଷିରେ ବିଭି୍ନ୍ନ ଯୋଜନାମାନ ପ୍ରଣୟୋନ କରିଛନ୍ତି । ସେ ସବୁ ନିମ୍ନରେ ଦିଆଗଲା ।
1). ଜାତୀୟ ଉଦ୍ୟାନ କୃଷି ମିଶନ ଯୋଜନା
ନୂତନ ଫଳ ବଗିଚା ପ୍ରତିଷ୍ଠା ପାଇଁ ହେକ୍ଟର ପ୍ରତି ଆର୍ଥିକ ଅନୁଦାନ (ଟଙ୍କାରେ)
- ଆମ୍ବ (ସାଧାରଣ ) : 12,650 (3 ବର୍ଷରେ)
- ଆମ୍ବ (ସଘନ ) : 16,400 (3 ବର୍ଷରେ)
- କଦଳୀ (ଟିସୁ କଲଚର ) : 40,985(2 କସ୍ତିରେ)
- ଅମୃତଭଣ୍ଡା : 30,000 (3ବର୍ଷରେ)
- ଡ଼ାଳିମ୍ବ : 24,000 (3 ବର୍ଷରେ)
- ଡ୍ରାଗନ ଫ୍ରୁଟ : 50,000 (2 କିସ୍ତିରେ )
2). ଫଳଚାରା ନର୍ସରୀ ଉନ୍ନତିକରଣ ପାଇଁ ଆର୍ଥିକ ଅନୁଦାନ
(ସରକାରୀ ପ୍ରତିଷ୍ଠାନ) 4 ହେକ୍ଟର ପ୍ରତି 5 ଲକ୍ଷ ଟଙ୍କାର ମୋଟ ଅନୁଦାନ
3) ମସଲା ଚାଷ ପାଇଁ ସାହାଯ୍ୟ
ଅଦା ଓ ହଳଦୀ ୟୁନିଟ୍ (ହେକ୍ଟର) ପ୍ରତି 12,000 ମୂଲ୍ୟରେ ବିହନ ଯୋଗାଣ ବହୁ ଦିନିଆ ମସଲା ଚାଷ (ହେକ୍ଟର) ପ୍ରତି 20,000 ଟଙ୍କା ସହାୟତା ।
4) ସମନ୍ୱିତ ରୋଗ ପୋକ ନିୟନ୍ତ୍ରଣ / ସମନ୍ୱିତ ଖାଦ୍ୟସାର ପରିଚାଳନା
ହେକ୍ଟର ପ୍ରତି 1200 ଟଙ୍କାର ଆର୍ଥିକ ସହାୟତା (ଜଣ ପ୍ରତି ସର୍ବାଧିକ 4.0 ହେକ୍ଟର)
5) ପୁରୁଣା ବଗିଚା ପୁନରୁଦ୍ଧାର : (ଜଣ ପ୍ରତି ସର୍ବାଧିକ 20 ହେକ୍ଟର)
ହେକ୍ଟର ପ୍ରତି ସର୍ବାଧିକ 20,000 ଟଙ୍କାର ଆର୍ଥିକ ସହାୟତା ।
6). ଶିକ୍ଷା ମୂଳକ ଗସ୍ତ ଓ ପ୍ରଶିକ୍ଷଣ ଚାଷି ପ୍ରତି ଦୈନିକ ଖର୍ଚ୍ଚ ପାଇଁ ସାହାଯ୍ୟ
- ରାଜ୍ୟ ମଧ୍ୟରେ ପ୍ରଶିକ୍ଷଣ : 1000 ଟଙ୍କା
- ରାଜ୍ୟ ବାହାରେ ପ୍ରଶିକ୍ଷଣ : 5000 ଟଙ୍କା
- ରାଜ୍ୟ ବାହାରେ 5 ଦିନିଆ ଭ୍ରମଣ : 5000 ଟଙ୍କା
7) ଉଦ୍ୟାନ କୃଷି ଯନ୍ତ୍ରପାତିର କ୍ରୟ ଉପରେ ଅନୁଦାନ
ଯନ୍ତ୍ରପାତିର ନାମ | କ୍ରୟ ମୂଲ୍ୟ ଉପରେ ସର୍ବାଧିକ ରିହାତି | |
ସାଧାରଣ ବର୍ଗ | ଅନୁସୂଚିତ ଜାତି, ଜନଜାତି, ଛୋଟ ଚାଷୀ, ମହିଳା ଚାଷୀ | |
ଶକ୍ତି ଚାଳିତ ମେସିନ (ଟ୍ରାକ୍ଟର) | ଟ. 75,000/- | ଟ. 1,00,000/- |
ଶକ୍ତି ଚାଳିତ ମେସିନ ( ପାୱାର ଟିଲର) | ଟ. 40,000/- | ଟ. 50,000/- |
ଗାତ ଖୋଳା | ଟ. 12,000/- | |
ପୱାର ସ୍ପ୍ରେୟର | ଟ. 8,000/- | ଟ. 10,000/- |
ଟ୍ରାକ୍ଟର (ମାଉଣ୍ଟେଡ଼) | ଟ. 50,000/- | ଟ. 63,000/- |
ଉଦ୍ୟାନ କୃଷି ଯନ୍ତ୍ରପାତି | ଟ. 1,00,000/- | ଟ. 1,25,000/- |
8) ସୁରକ୍ଷିତ ଚାଷ ପାଇଁ ସର୍ବାଧିକ 50 ଶତକଡ଼ା ଅନୁଦାନର ଧାର୍ଯ୍ୟ ମୂଲ୍ୟରେ
ଆକାର | ଧାର୍ଯ୍ୟ ଅଟକଳ | |
ସବୁଜ ଗୃହ (ଜି.ଆଇ)
ସର୍ବାଧିକ 4000 ବର୍ଗ |
ମି.500 ବର୍ଗ. ମି.
500-1008 ବର୍ଗ ମି. 1008-2080 ବର୍ଗ. ମି. 2080 ବର୍ଗ.ମି.ରୁ ଅଧିକ |
ଟ. 1060.00
ଟ.935.00 ଟ.980.00 ଟ.844.00 |
ସବୁଜ ଗୃହ (ବାଉଁଶ)
ସର୍ବାଧିକ 200 ବର୍ଗ ମି. |
200 ବର୍ଗ.ମି. | ଟ.450.00 |
ଛାୟା ଗୃହ (ଜି.ଆଇ.) | ସର୍ବାଧିକ 4000 ବର୍ଗ.ମି. | ଟ.710.00 |
ଛାୟା ଗୃହ (ବାଉଁଶ) | 200 ବର୍ଗ. ମି. | ଟ.360.00 |
ପ୍ଲାଷ୍ଟିକ ଟନେଲ | ସର୍ବାଧିକ 1000 ବର୍ଗ.ମି. | ଟ.60.00 |
ୱାକ-ଇନ-ଟନେଲ | ସର୍ବାଧିକ 4000 ବର୍ଗ.ମି. | ଟ.600.00 |
ପ୍ଲାଷ୍ଟିକ ଛାଦିକରଣ | ସର୍ବାଧିକ 2 ହେକ୍ଟର | ଟ.32,000 ହେକ୍ଟର ପ୍ରତି |
9) ଅମଳ ପରବର୍ତ୍ତୀ ଯତ୍ନ ପାଇଁ ସହାୟତା (ପ୍ରକଳ୍ପ ଭିତ୍ତିକ)
ପ୍ରକଳ୍ପ | ଧାର୍ଯ୍ୟ ୟୁନିଟ୍ ପ୍ରତି ଖର୍ଚ୍ଚ ଅଟକଳ ଟଙ୍କାରେ | ରିହାତି ପରିମାଣ (%) |
ପ୍ୟାକିଂ ଗୃହ | 4 ଲକ୍ଷ | 50 % |
ଶୀତଳିକରଣ ଗୃହ
(30 ମେଟ୍ରିକ ଟନ) |
15 ଲକ୍ଷ | 50 % |
ପ୍ରାକ୍ ଶୀତଳିକରଣ ଗୃହ | 25 ଲକ୍ଷ (ସର୍ବାଧିକ) | 50 % |
ସମନ୍ୱିତ ପ୍ୟାକିଂ ଗୃହ | 50 ଲକ୍ଷ (ସର୍ବାଧିକ) | 50 % |
ଭ୍ରାମ୍ୟମାଣ ପ୍ରାଥମିକ ଶୀତଳିକରଣ ପ୍ରକଳ୍ପ (6 ଟନ) | 25 ଲକ୍ଷ | 50 % |
ସର୍ବାଧିକ 5000 ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଶୀତଳିଭଣ୍ଡାର ନିର୍ମାଣ /ପ୍ରଶସ୍ତିକରଣ /ଉନ୍ନତିକରଣ | 4 କୋଟି ବା ଟନ ପ୍ରତି 8000 ଟଙ୍କା | 50 % |
10. ମାହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା
ଆମ୍ୱ, କାଜୁ, ଲେମ୍ବୁ, ଡ଼ାଳିମ୍ବ, ପିଜୁଳି ଇତ୍ୟାଦି ବିଭିନ୍ନ ଫଳ ବଗିଚା ପ୍ରତିଷ୍ଠା ଏବଂ ଅଧିକ ବର୍ଷ ରୋଜଗାରକ୍ଷମ କରିପାରୁଥିବା ଉଦ୍ୟାନ ଭିତ୍ତିକ ଚାଷ କରିବା ସହିତ ଦୁଇ ବର୍ଷର ରକ୍ଷଣା ବେକ୍ଷଣ ପାଇଁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରାଯାଇଥାଏ ।
11. ଓଡ଼ିଶା ମିନେରାଲ ବିଅରଂ ଏରିଆ ଡ଼େଭ୍ଲୋପମେଣ୍ଟ କର୍ପୋରେଶନ (OMBADC)
ଖଣି ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଉଦ୍ୟାନ କୃଷି କାର୍ଯ୍ୟ କରିବା ପାଇଁ ଚାଷୀ ମାନଙ୍କୁ ସହାୟତା ।
12. ମିଶନ ଶକ୍ତି
ସ୍ୱୟଂ ସହାତକ ଗୋଷ୍ଠି ଗଠନ କରି ଉଦ୍ୟାନ କୃଷି କାର୍ଯ୍ୟ କରୁଥିବା ମହିଳା ମାନଙ୍କୁ ଶଙ୍କର କିସମ ପନିପରିବା ଚାଷ ତଥା ଛତୁ ଚାଷ ପାଇଁ ତାଲିମ ପ୍ରଦାନ
13. ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା
ଉଦ୍ୟାନ କୃଷି ଭିତ୍ତିକ ଶିଳ୍ପ ଓ ବ୍ୟବସାୟର ଉନ୍ନତି ପାଇଁ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଆଦିରେ ସରକାରୀ ସହାୟତା ।
14. ପ୍ରଧାନ ମନ୍ତ୍ରୀ କୃଷି ସିଂଚାଇ ଯୋଜନା
ଅଣୁ ଜଳସେଚନ ପ୍ରଣାଳୀ ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ବ୍ୟବସ୍ଥା କରାଯାଇଅଛି । ସିଞ୍ଚନ ଓ ବୁନ୍ଦା ଜଳ ସେଚନ ପ୍ରଣାଳୀର ସ୍ଥାପନ ପାଇଁ ଅନୁମୋଦିତ ବ୍ୟୟ ଅଟକଳର ସାଧାରଣ ବର୍ଗ ପାଇଁ 70 ଶତକଡ଼ା ଏବଂ ଆଦିବାସୀ ପାଇଣ 80 ଶତକଡ଼ା ଅନୁଦାନ (ସର୍ବାଧିକ 2 ହେକ୍ଟର ପରିମିତ ଜମି ନିମନ୍ତେ) ପ୍ରଦାନ କରାଯାଇଥାଏ ।
15. ପରାଗ ସଙ୍ଗମ ଜନିତ ଉତ୍ପାଦନ ବୃଦ୍ଧି ନିମନ୍ତେ ମହୁମାଛି ପାଳନ ପାଇଁ ସହାୟତା
- ରାଣୀ ମାଛି ସହ ମହୁ ମାଛି ଦଳ : ଦଳ ପ୍ରତି 800 ଟଙ୍କା
- ମହୁମାଛି ବାକ୍ସ (4 ଫ୍ରେମ ବିଶିଷ୍ଚ) : ବାକ୍ସ ପ୍ରତି 800 ଟଙ୍କା
16. କାଳିଆ
ଟ. 25000 /- ଆର୍ଥିକ ସହାୟତା ଦେଇ କ-ଷି ତଥା କୃଷି ଭିତ୍ତିକ କାର୍ଯ୍ୟ ପାଇଁ ଉତ୍ପାଦି କରି କୃଷି ତଥା କୃଷକ ସମୃଦ୍ଧ କରିବା ।
17. ବଳରାମ
ଭୂମିହିନ କୃଷକ ମାନଙ୍କୁ କୃଷି କାର୍ଯ୍ୟ କରିବା ପାଇଁ ବ୍ୟାଙ୍କ ଜରିଆରେ କମ୍ ସୁଧରେ କାର୍ଯ୍ୟ ଋଣ ଯୋଗାଇବା ।
18. AIF
କୌଣସି କୃଷି ଅନ୍ତଃ ନିର୍ମାଣ ସମ୍ବନ୍ଧୀୟ ଋଣରେ 3% ସୁଧରେ ରିହାତି
19. ରାଜ୍ୟ ଯୋଜନା
- ଶଙ୍କର କିସମ ପନିପରିବା ଚାଷ
- ଦ୍ୱାର ଦେଶରେ ପୋଷଣ
- ଆଳୁ, ପିଆଜ ଇତ୍ୟାଦି ଚାଷ
ଉଦ୍ୟାନକୃଷି କାର୍ଯ୍ୟକ୍ରମ ସମ୍ୱନ୍ଧୀୟ ଅଧିକ ବିବରଣୀ ପାଇଁ ସ୍ଥାନୀୟ ଉଦ୍ୟାନକୃଷି କର୍ମଚାରୀଙ୍କ ସହିତ ଯୋଗଯୋଗ କରନ୍ତୁ ।
ତଥ୍ୟ- ଉଦ୍ୟାନ କୃଷି ବିଭାଗ, ସୁନ୍ଦରଗଡ଼ଙ୍କଠାରୁ ସଂଗୃହୀତ