ଆମ ରାଜ୍ୟ ଓଡ଼ିଶା ମତ୍ସ୍ୟ ସମ୍ପଦ ଓ ମତ୍ସ୍ୟ ଉତ୍ପାଦନ ଦୃଷ୍ଟିରୁ ଏକ ଅଗ୍ରଣୀ ରାଜ୍ୟ । ରାଜ୍ୟରେ 94% ଲୋକ ମାଛକୁ ଏକ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରନ୍ତି । ଆମ ରାଜ୍ୟର ମୁଣ୍ଡ ପିଛା ମାଛ ଆହରଣ ହାର 16.24% ଅଟେ । ସେହି ଦୃଷ୍ଟିରୁ ମଧୁରଜଳ ମାଛର ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟସରକାରଙ୍କ ଦ୍ୱାରା ଅନେକ କାର୍ଯ୍ୟକ୍ରମ ଚାଲୁଅଛି । ମାଛ ଏକ ଉନ୍ନତ ମାନର ପୁଷ୍ଟି ଯୁକ୍ତ ଖାଦ୍ୟ ଏବଂ ଏଥିରେ ଭିଟାମିନ କ, ଘ, ବି-12 ଏବଂ ଓମେଗା 3, ସ୍ନେହାମ୍ଳ ସହିତ ଲୌହସାର, କ୍ୟାଲସିଅମ୍, ଜିଙ୍କ, ଆୟୋଡ଼ିନ ଓ ସେଲେନିଅମ ଭଳି ସୂକ୍ଷ୍ମସାର ରହିଛି ଯାହା ଆମ ଶରୀରର ଅନେକ ଆବଶ୍ୟକତା ପୂରଣ କରିଥାଏ ।
ମାଛଚାଷ କୁ ଅଧିକ ଲୋକାଭିମୂଖୀ ଓ ବ୍ୟାପକ କରିବା ନିମନ୍ତେ ସରକାର ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ମାଧ୍ୟମରେ ନୂତନ ପଞ୍ଚାୟତ ପୋଖରୀରେ ମାଛ ଚାଷ ସହିତ ନୂତ ଜ୍ଞାନ କୌଶଳ ଯୁକ୍ତ ବାୟୋଫ୍ଲକ ପଦ୍ଥତି, ପଞ୍ଜୁରି ଭିତରେ ମାଛ ଚାଷ ଏବଂ ଅଧିକ ଅମଳକ୍ଷମ ଜଳଙ୍ଗ, ଗିଫ୍ଟ ଟିଲାପିଆ ଭଳି ପ୍ରଜାତିର ଚାଷ ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଏସବୁ ମଧ୍ୟରେ ମାଛ ଚାଷ ନିମନ୍ତେ ବୈଷୟିକ ସହାୟକ ଦ୍ୱାରା ଚାଷୀମାନେ ମାଛୁ ଚାଷରେ ଅଧିକ ସଫଳତା ପାଇ ପାରିବେ ଏବଂ ଯୁବ ଉଦ୍ୟୋଗୀମାନେ ମାଛ ଚାଷକୁ ମୁଖ୍ୟ ଜୀବିକା ରୂପେ ଗ୍ରହଣ କରିପାରିବେ ।
1). ନୂତନ ପୋଖରୀ ଖନନ ଏବଂ ପୁରାତନ ପୋଖରୀରେ ମାଛ ଚାଷ
ମାଛଚାଷ ପାଇ ଆଗ୍ରାହୀ ଉଦ୍ୟୋଗୀ ନିଜସ୍ୱ ପୋଖରୀରେ କିମ୍ବ ନିଜସ୍ୱ ଜମିରେ ନୂତନ ପୋଖରୀ ଖୋଳି ମାଛ ଚାଷ କରିପାରିବେ । ଯେକୌଣସି ଜଳଭାଗକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରି ସେଥିରେ ମଧ୍ୟ ମାଛ ଚାଷ କରିପାରିବେ । ବର୍ଷ ସାରା ଅନୁନ୍ୟ 5-6 ଫୁଟ ପାଣି ରହୁଥିବା ପୋଖରୀ କିମ୍ବା କେବଳ 6-8 ମାସ ପାଣି ରହୁଥିବା ପୋଖରୀକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିବା ଆବଶ୍ୟକ ।
ମାଛ ଚାଷର ପୋଖରୀ ପରିଚାଳନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ପୋକରୀର ଅବସ୍ଥିତି, ଆକାର ଓ ଆକୃତି, ମାଟି ଓ ପାଣିର ଗୁଣାତ୍ମକ ଓ ପ୍ରକାର ଭେଦ, ପାଣିର ଉତ୍ସ ପ୍ରକାରାନ୍ତରେ ପ୍ରଭାବିତ କରୁଥିବା ହେତୁ ସଫଳ, ଲାଭଜନକ ଓ ବିଜ୍ଞାନ ସମ୍ମତ ମାଛ ଚାଷ ନିମନ୍ତେ ପୋଖରୀ ଚୟନ ଓ ପରିଚାଳନା ଅଧିକ ଗୁରୁତ୍ୱପୂର୍ଣ୍ଣ ।
ନୂତନ ପୋଖରୀ ଖଳାଇବା ନିମନ୍ତେ କୃଷି ଭିତ୍ତିକ ତାଶ ନିମନ୍ତେ ଅନୁପଯୁକ୍ତ, ଖାଲୁଆ ସ୍ଥାନରେ ଅଳ୍ପ ଖର୍ଚ୍ଚରେ ପୋଖରୀ ଖୋଳା ଯାଇଥାଏ କିନ୍ତୁ ଏଠାରେ ମାଟିର ଜଳ ଧାରଣ କ୍ଷମତା ଅଧିକ ଥିବା ଆବଶ୍ୟକ । ମାଟିର ଅମ୍ଳତ୍ୱ ମଧ୍ୟ ମାଛ ଉତ୍ପାଦନକୁ ପ୍ରଭାବିତ କରିଥିବା ହେତୁ ମୃତ୍ତିକାମାଟି ପରୀକ୍ଷା କରି, ସ୍ଥାନ ନିରୂପଣ ଓ ପୋଖରୀ ଖୋଳାଇବା ଉଚିତ । ମାଟିର ଅମ୍ଳତ୍ୱ 6.0 ରୁ 7.0 ହେବା ଆବଶ୍ୟକ ।
ପୋଖରୀ ପ୍ରସ୍ତୁତି
ପୋଖରୀ ଖୋଳାଇବା ପରେ ଆୟତନ ବିଷୟରେ ଚାଷୀମାନେ ଜାଣିବା ଉଚିତ୍ ।
ପୋଖରୀର ଆୟତନ 0.50 ଏକର ଏବଂ ଗଭୀର 6 ଫୁଟ୍ ରହିବା ଆବଶ୍ୟକ ।
ନୂତନ ପୋଖରୀ
- ପୋଖରୀ ଚଟାଣକୁ ଭଲଭାବେ ହଳ କରିଦିଅନ୍ତୁ ।
- ପୋଖରୀ ହୁଡ଼ା ଯଥା ସମ୍ଭବ ମଜଭୂତ ଓ 1:5 ମିଟର ଗଡ଼ାଣିଆ ଅନୁପାତରେ ହେବା ଆବଶ୍ୟକ ।
- ମାଟିକୁ ଉତ୍ତମ ରୂପେ ହଳ କରିବା ପରେ ଏଥିରେ ଏକର ପ୍ରତି 40-50 କି.ଗ୍ର. ଚୂନ ପ୍ରୟୋଗ କରନ୍ତୁ । ସେଥିରେ ଅନ୍ୟୁନ 5 ଫୁଟ ସଫାପାଣି ପୁରାନ୍ତୁ ।
- ପାଣିରେ ପି. ଏଚ୍. ପରୀକ୍ଷା କରି ଏକର ପ୍ରତି 40-50 କି.ଗ୍ରା. ଚୂନ ପ୍ରୟୋଗ କରନ୍ତୁ । ପାଣିର ପି.ଏଚ୍.7.5 ରୁ 8.5 ମଧ୍ୟରେ ରହିବା ଆବଶ୍ୟକ ।
- ଚୂନ ପ୍ରୟୋଗର 5-7 ଦିନ ପରେ କଞ୍ଚା ଗୋବର ଏକର ପ୍ରତି 1000 କି.ଗ୍ରା. (70ଝୁଡ଼ି) ପୋଖରୀରେ ଚାରିପାଖରେ ପୋଖରୀ ପାଣିରେ ଭଲଭାବେ ଗୋଳାଇ ପ୍ରୟୋଗ କରିବାକୁ ହେବ ।
ପୁରାତନ ପୋଖରୀ
- ଖରା ସମୟରେ (ମେ ମାସ) ପୋଖରୀକୁ ଶୁଖାଇ ଚଟାଣକୁ ଉତ୍ତମ ଭାବେ ଖରା ଖୁଆଇବା ଦ୍ୱାରା ମାଟି ସମ୍ପୂର୍ଣ୍ଣ ଫାଟିଯାଏ ।
- ଯଦି ଶୁଖାଇବା ସୁବିଧାନଥାଏ ତେବେ ପୋଖରୀ ଜଳରେ ଥିବା ଅଦରକାରୀ ଓ ଶିକାରୀ ମାଛ ଉତ୍ତମ ଭାବେ ଜାଲ ପାକାଇ ବାହାର କରାଯିବା ଆବଶ୍ୟକ ।
ଦଳ ନିରାକରଣ
ପୋଖରୀରେ ଦଳ ମାଛ ଚାଷର ଏକ ମୁଖ୍ୟ ସମସ୍ୟା ଅଟେ । ଏହାଦ୍ୱାରା ସୂର୍ଯ୍ୟାଲୋକ ଉପଯୁକ୍ତ ଭାବେ ପଡ଼ିପାରେ ନାହିଁ ।
- ଦ୍ରବିଭୂତ ଅମ୍ଳଜାନର ଅଭାବ ଦେଖାଯାଏ ଓ ମାଛର ପ୍ରାକୃତିକ ଖାଦ୍ୟ ପ୍ଲାଙ୍କଟନ ବା ପ୍ଲବକ ସୃଷ୍ଟି ହେବାରେ ଅସୁବିଧା ହୁଏ ।
- ମାଟି ଓ ପାଣିର ଗୁଣସାର ଦଳ ଗ୍ରହଣ କରି କ୍ଷତି କରିଥାଏ ।
- ମାଛ ଚଳପ୍ରଚଳର ଅସୁବିଧା ହୁଏ ଓ ପରୋକ୍ଷରେ ପୋଖରୀ ଗୁଡ଼ିକୁ ପୋତି ହୋଇ ବ୍ୟବହାର ଉପଯୋଗୀ ହୋଇପାରେ ନାହିଁ ।
- ଦଳଗୁଡ଼ିକ ଲୋକ ଲଗାଇ, ମେସିନ ଦ୍ୱାରା କିମ୍ବା ରସାୟନ ପ୍ରକ୍ରିୟାରେ ନିରାକରଣ କରିହେବ ।
ଶିକାରୀ ମାଛ ନିରାକରଣ
- ପୋଖରୀରେ ଏକର ପ୍ରତି 1000 କି.ଗ୍ରା. ମହୁଲ ପିଡ଼ିଆ ପ୍ରୟୋଗ ଦ୍ୱାରା ମାଛମାନେ ଶ୍ୱାସରୁଦ୍ଧ ହୋଇ ମରିଯାନ୍ତି ଏବଂ ସେହି ମାଛ ଖାଦ୍ୟ ଉପଯୋଗୀ ଅଟେ ।
- ଶିକାରୀ ମାଛ ନିରାକରଣ ପାଇଏ ଏହା ବ୍ୟାତୀତ ଏକର ପ୍ରତି 40 କି.ଗ୍ରା. ୟୁରିଆ ସାର ପ୍ରୟୋଗ କରାଯାଏ ଏବଂ ଏହି ପ୍ରୟୋଗରେ 16-18 ଘଣ୍ଟା ପରେ ବ୍ଲିଚିଂ ପାଉଡ଼ର 70 କି.ଗ୍ରା. ପ୍ରୟୋଗ କରାଯାଏ । ଏହା ଦ୍ୱାରା ମଧ୍ୟ ଶିକାରୀ ମାଛ ମରିଯାଆନ୍ତି ।
- ଏହା ବ୍ୟତିତ କେବଳ ବ୍ଲିଚିଂ 140 କି.ଗ୍ରା. ପ୍ରୟୋଗ ଦ୍ୱାରା ମଧ୍ୟ ଶିକାରୀ ମାଛ ନିରାକରଣ କରାଯାଇ ପାରିବ ।
ଚୂନ ପ୍ରୟୋଗ
ପୋଖରୀରେ କ୍ଷାରତ୍ୱ ଓ ଅମ୍ଳତ୍ୱ (ପି.ଏଚ୍.) ସଠିକ ରଖିବା ପାଇଁ ଚୂନ ପ୍ରୟୋଗ ଆବଶ୍ୟକ । ପି.ଏଚ୍. ମାତ୍ରାକୁ ଦେଖି ଏକର ପ୍ରତି 80-100 କି.ଗ୍ରା. ଚୂନ ପ୍ରୟୋଗ କରାଯାଏ ।
ପାଣିର ପି.ଏଚ୍.କୁ ପି.ଏଚ୍ ପେପର, ଇଉନିଭାର୍ସାଲ ଇଣ୍ଡିକେଟର କିମ୍ବା ପି.ଏଚ୍ ମିଟର ଦ୍ୱାରା ନିରୂପଣ କରାଯାଏ ।
ଚାଷ ଉପଯୋଗୀ ମାଛ
ଆମରାଜ୍ୟରେ ଚାଷ ଉପଯୋଗୀ ରୋହି, ଭାକୁର ଓ ମିରିକାଳି ମାଛର ଚାହିଦା ଅଧିକ । ଏହାକୁ କାର୍ପ ମାଛି କୁହାଯାଏ ।
- ଏହା ବ୍ୟତୀତ ବିଦେଶାଗତ ଦଳଖିଆ ମାଛି (ଗ୍ରାସ କାର୍ପ), ସିଲଭର କାର୍ପ ଏବଂ ବିଲାତି ରୋହି କିମ୍ୱା ଅମୁର କାର୍ପ ମଧ୍ୟ ଚାଷ ଉପଯୋଗୀ ମାଛ ଅଟେ । ସାଧାରଣତଃ ଏହି ପ୍ରଜାରର ମାଛକୁ ଚାଷୀମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି ।
- ସର୍ବଦା ନିର୍ଭର ଯୋଗ୍ୟ ସରକାରୀ ଫାର୍ମ, ମାଛ ଯାଆଁଳ ଉନ୍ନୟନ ନଗମ ଅନ୍ତର୍ଗତ ଫାର୍ମ କିମ୍ବା ରେଜିଷ୍ଟ୍ରିଭୁକ୍ତ ଘରୋଇ ମାଛ ଫାର୍ମରୁ ଯାଆଁଳ ନେବା ଉଚିତ । ଯାଆଁଳ ଗୁଡ଼ିକ ନିରୋଗ, ବିଶୁଦ୍ଧ ଓ ଉନ୍ନତ ଚାଷ ପ୍ରଜାତିର ହେବା ଉଚିତ ।
- ସର୍ବଦା 8.0 ମି.ମି.ରୁ ବଡ଼ ଅଙ୍ଗୁଳି କିମ୍ୱା 50 ରୁ 100 ଗ୍ରାମ ଓଜନ ବିଶିଷ୍ଟ ବର୍ଷିକିଆ ଉନ୍ନତ ଯାଁଆଳ ଛାଡ଼ିଲେ ଅଧିକ ଅମଳ ନିଶ୍ଚିତ ଅଟେ ।
ପୋଖରୀରେ ଖତସାର ପ୍ରୟୋଗ
ଆମ ରାଜ୍ୟରେ ଚାଷୀମାନେ ପୋଖରୀରେ ମାଛ ପାଇଁ ଖାଦ୍ୟର ଆବଶ୍ୟକତା ଏବଂ ପୋଖରୀରେ ଖତସାର ପ୍ରୟୋଗ ଦ୍ୱାରା ଅଧିକ ଅମଳ ମିଳେ ସେଥି ପ୍ରତି ସଚେତନ ହେବା ଉଚିତ ।
- ଖତସାରକୁ ମାଛମାନେ ସିଧାସଳଖ ଖାଦ୍ୟ ରୂପେ ଗ୍ରହଣ କରନ୍ତି ନାହିଁ । ଏହାର ପ୍ରୟୋଗ ଦ୍ୱାରା ପାଣିରେ ସୃଷ୍ଟି ପ୍ଲାଙ୍କଟନ ବା ପ୍ଲବକ (ଉଦ୍ଭିଦ ଜାତୀୟ ପ୍ଲବକ କିମ୍ବା ପ୍ରାଣୀ ଜାତୀୟ ପ୍ଳବକ)କୁ ଖାଦ୍ୟ ହିସାବରେ ଗ୍ରହଣ କରିଥାନ୍ତି ।
- ପୋଖରୀ ଉତ୍ପାଦିକା ଶକ୍ତି, ନିମ୍ନ ସ୍ତରରେ ଥିବା ମୂର୍ତ୍ତିକା ବା ପୋଖରୀର ଉର୍ବରତା ଉପରେ ନିର୍ଭର କରିଥାଏ ।
- ଅନ୍ୟ ଚାଷ ଭଳି ମାଛ ଚାଷ ପୋଖରୀରେ ମଧ୍ୟ ଜିଙ୍କ, ମ୍ୟାଗନେସିୟମ, ମାଙ୍ଗାନିଜ ଭଳି କେତେକ ସୂକ୍ଷ୍ମସାରର ପ୍ରୟୋଗ ଦ୍ୱାରା ଅଧିକ ସୁଫଳ ମିଳିଥାଏ । ଏଥିପାଇଁ ପୋଖରୀରେ ପ୍ରତିମାସରେ ଏକର ପ୍ରତି ଅନ୍ୟୁନ୍ୟ ଏକ କି.ଗ୍ରା. ଯେକୌଣସି କମ୍ପାନୀର ପଣ୍ଡ କଲଚର (ଯେପରିକି ମଲ୍ଟିପ୍ଲେକ୍ସ) ପ୍ରୟୋଗ କରନ୍ତୁ ।
ଅଧିକ ଜାଣନ୍ତୁ
- କାର୍ପ ମାଛର ଖାଦ୍ୟ
- ପୋଖରୀରେ ଅନାବନା ଘାସ ଦମନ କେମିତି କରିବେ?
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ବାୟୋଫ୍ଲକ (ଜୈବପୁଞ୍ଜ) ମାଧ୍ୟମରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ ଯୋଜନା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଜଳକୃଷି ପାଇଁ ଯନ୍ତ୍ରପାତି ଓ ଅନ୍ୟ ସରଞ୍ଜାମ ନିମନ୍ତେ ସ୍ୱତନ୍ତ୍ର ସରକାରୀ ପ୍ରୋତ୍ସାହନ
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ସହାୟତା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଫାର୍ମ ପୋଖରୀରେ ମାଛ ଚାଷ ନିମନ୍ତେ ମତ୍ସ୍ୟଚାଷୀଙ୍କୁ ସହାୟତା
ମାଛଚାଷ ପାଇଁ ଉନ୍ନତ ଯାଁଆଳ
ଆମ ଚାଷୀଭାଇ ଜାଣନ୍ତି ଯେ କାର୍ପ ମାଛ ସ୍ଥିର ଜଳରେ ଅଣ୍ଡା ଦିଅନ୍ତି ନାହିଁ । ତେଣୁ କୃତ୍ରିମ ପ୍ରଯୋଜନ ପ୍ରକ୍ରିୟାରେ ଉନ୍ନ ମାନର ଯାଁଆଳ ପ୍ରସ୍ତୁତ କରାଯାଉଛି । ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ଅଧିନସ୍ଥ ଫାର୍ମ, ଘରୋଇ ଫାର୍ମରେ ମୌସୁମୀ ବାୟୁ ପ୍ରବେଶ ଜନିତ ବର୍ଷାଦିନରେ କାର୍ପ ମାଛମାନଙ୍କର କୃତ୍ରିମ ପ୍ରଜନନ କରାଯାଉଛି । ରାଜ୍ୟରେ ଯାଁଆଳର ଆବଶ୍ୟକତା ପୂରଣ ଏବଂ ଯଥା ସମୟରେ ଚାଷୀମାନଙ୍କୁ ଯାଆଳ ଯୋଗାଣ ଲକ୍ଷ୍ୟରେ ଗତ ବର୍ଷଠାରୁ ମତ୍ସ୍ୟ ବିଭାଗ ଅଧିନସ୍ଥ 4 ଟି ଫାର୍ମରେ ଓ କେତେକ ଘରୋଇ ଫାର୍ମରେ ବର୍ଷାଋତୁ ପୂର୍ବରୁ ଆଗୁଆ ଯାଁଆଳ ଉତ୍ପାଦନ ସଫଳତାର ସହିତ କରାଯାଉଛି ।
ଉନ୍ନତ ଯାଁଆଳ ଚୟନ ବେଳେ ଭାକୁର, ରୋହି ଓ ମିକାଳି ମାଛର ଯାଁଆଳ 30: 50: 20 ଅନୁସାରେ ଛଡ଼ାଯାଇଥାଏ । ପୋଖରୀରେ ଭାକୁର ଉପର ସ୍ତରରେ ଖାଦ୍ୟ, ରୋହି ମଝି ସ୍ତରର ଖାଦ୍ୟ ଏବଂ ମିରିକାଳି ଦ୍ୱାରା ତଳ ସ୍ତରର ଖାଦ୍ୟ ଉପଯୁକ୍ତ ଉପଯୋଗ ହୋଇଥାଏ ।
କାର୍ପମାଛ ସହିତ ବିଦେଶାଗତ ମାଛ ଚାଷ କରାଯାଇଥାଏ ।
ପୋଖରୀରେ ଏକକ ଭାବେ ଅଧିକ ଅମଳକ୍ଷମ ଗିଫ୍ଟ ଟିଲାପିଆ, ଜଳଙ୍ଗ ଅମୂରକାର୍ପ କିମ୍ୱା ମଧୁର ଜଳ ଚିଙ୍ଗୁଡ଼ି ମଧ୍ୟ ଚାଷ କରାଯାଇପାରିବ ।
ଯାଁଆଳ ଚୟନ
- ଚାଷୀ ଭାଇମାନେ ସର୍ବଦା 80 ମି.ମି. ରୁ ବଡ଼ ଆଙ୍ଗୁଳିକା ଯାଁଆଳ ଛାଡ଼ିବା ଉଚିତ ।
- ସର୍ବଦା ନିଜସ୍ୱ ପୋଖରୀ ଖୋଳାଇ ସେଥିରେ ଉନ୍ନତି ଯାଆଁଳ ଚାଷ କରି ନିଜ ଚାଷ ନିମନ୍ତେ ସୁରକ୍ଷିତ ରଖିବା ଉଚିତ୍
- ପୋଖରୀରେ ମୁଣ୍ଡ ଯାଆଁଳ ବା ବର୍ଷିକିଆ ଯାଆଁଳ ଛାଡ଼ି ଉପଯୁକ୍ତ ଖାଦ୍ୟ ଦେଲେ ଅଧିକ ଉତ୍ପାଦନ ହୋଇଥାଏ ।
- ଉନ୍ନତମାନର ଅଙ୍ଗୁଳିକା ହେକ୍ଟର ପ୍ରତି ଅନୁନ୍ୟ 5000 ସଂଖ୍ୟାରେ ଛାଡ଼ିବା ଉଚିତ ।
ମାଛ ଚାଷରେ ଖାଦ୍ୟ ପ୍ରୟୋଗ
ଆମ ରାଜ୍ୟରେ ଚାଷୀମାନେ ମାଛ ଚାଷରେ ଖାଦ୍ୟ ପ୍ରୟୋଗ ପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ ତେଣୁ ଉତ୍ପାଦନ ଆଶାନୁରୂପ ପାଆନ୍ତି ନାହିଁ ।
- ମାଛ ପୋଖରୀରେ ପ୍ରକୃତିକ ଖାଦ୍ୟ ପ୍ଲାଙ୍କଟନ ସୃଷ୍ଟି ଅତି ଆବଶ୍ୟକ ।
- ଏହା ବ୍ୟତୀତ ବଜାରରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ପ୍ରୋଟିନଯୁକ୍ତ ପେଲେଟ (ଦାନା) ଖାଦ୍ୟ ମିଳୁଅଛି । ଏଥିରେ 25-32% ପ୍ରୋଟିନ ଓ ଅନ୍ୟ ଆବଶ୍ୟକ ପଦାର୍ଥ ସନ୍ତୁଳିତ ଭାବେ ଥାଏ ତେଣୁ ମାଛର ଶରୀର ବୃଦ୍ଧି ହୋଇଥାଏ ।
- ଏହା ବ୍ୟତୀତ ପୋଖରୀରେ ବାଦାମ ପିଡ଼ିଆ (କିମ୍ବା ସୋରିଷ, ସୂର୍ଯ୍ୟମୁଖୀ ପିଡ଼ିଆ) ଓ କାଣ୍ଡିଆ କୁଣ୍ଡା ସମ ପରିମାଣରେ 1: 1 ଅନୁପାତରେ ମିଶାଇ ଦିଆଯାଏ ।
- ପ୍ରାଥମିକ ଅବସ୍ଥାରେ ଯାଁଆଳ ଛାଡ଼ିବାପରେ ମାଛର ଶରୀର ଓଜନର 5% ଓ ମାଛର ଶରୀର ବୃଦ୍ଧି ସହିତ ମାଛର ଶରୀର ଓଜନର 3% ଓ କ୍ରମେ ଏହାକୁ ହ୍ରାସ କରି 2% ଖାଦ୍ୟ ପ୍ରୟୋଗ ଆବଶ୍ୟକ ।
- ମାଛ ଖାଦ୍ୟ ନଷ୍ଟ ନହେବା ପାଇଁ ବ୍ୟଗ ବା ପତଳା ଅଖାରେ ବାନ୍ଧି ତା ଦେହରେ ଛିଦ୍ର କରି ପୋଖରୀରେ ସମାନ ଦୂରତ୍ୱରେ ପାଣିରେ ଉପର ସ୍ତରରେ ଝୁଲାଇ ପରିବେଷଣ କରନ୍ତୁ ।
ପୋଖରୀରେ ଖାଦ୍ୟ ସାର ପ୍ରୟୋଗ (ପ୍ରାଥମିକ ଓ ମାସି କିସ୍ତିରେ)
ଏକର ପ୍ରତି | ||
ଜୈବିକ ଓ ରାସାୟନିକ ସାର | ପୋଖରୀ ପ୍ରସ୍ତୁତି ସମୟରେ ପ୍ରୟୋଗ | ପ୍ରତି ମାସରେ ଖାଦ୍ୟସାର ପ୍ରୟୋଗ |
ଚୂନ | 80-100 କି.ଗ୍ରା. (ଅକସାଇଡ ଚୂନ) | 20-30 କି.ଗ୍ରା. (କାର୍ବୋନେଟ୍ ଚୂନ) |
କଞ୍ଚା ଗୋବର | 70-100 ଝୁଡ଼ି | 20 ଝୁଡ଼ି |
ରାସାୟନିକ ସାର | ||
ସିଙ୍ଗଲ ସୁପର ଫସଫେଟ | 12 କି.ଗ୍ରା. | 12 କି.ଗ୍ରା. |
ୟୁରିଆ | 8 କି.ଗ୍ରା. | 8 କି.ଗ୍ରା. |
ପଣ୍ଡ କଲଚର | 3 କି.ଗ୍ରା. | 500ଗ୍ରା. |
ଅଣୁସାର /ସୂକ୍ଷ୍ମସାର
- ଏହା ବ୍ୟତୀତ ପୋଖରୀରେ ପଚ/ଘୋଳ (Fermented)ପ୍ରୟୋଗ ଦ୍ୱାରା ମଧ୍ୟ ଅଧିକ ସୁଫଳ ମିଳିଥାଏ ।
- ଗୋଟିଏ 200 ଲିଟର ଡ୍ରମ ବା କୁଣ୍ଡରେ ଅଧା ସଫା ପାଣିରେ ବାଦାମ ପିଡ଼ିଆ 5 କି.ଗ୍ରା., କାଣ୍ଡିଆକୁଣ୍ଡା 5 କିଗ୍ରା, ପାଣିଗୁଡ଼ 2 କି.ଗ୍ରା., ପ୍ରୋବାୟୋଟିକ – 200 ଗ୍ରାମ, Yeast-500 ଗ୍ରାମ ରଖି ତାକୁ ଉତ୍ତମ ଭାବେ ଘାଣ୍ଟି 3 ଦିନ ପରେ ପୋଖରୀର ଚାରିପାଖରୁ ପ୍ରୟୋଗ କଲେ ଭଲଭାବେ ପ୍ଲାଙ୍କଟନ ସୃଷ୍ଟି ହୋଇଥାଏ ।
- ଚାଷୀମାନେ ଯଦି ନିଜସ୍ୱ ଚାଷ ପୋଖରୀରେ 50-100 ଗ୍ରାମ ବିଶିଷ୍ଟ କାର୍ପ ମାଛ ଯାଁଆଳ ପ୍ରସ୍ତୁ କରିପାରିବେ ତେବେ ପୋଖରୀ ଉପଯୁକ୍ତ ଭାବେ ପ୍ରସ୍ତୁତ କରି ସେହି ଯାଁଆଳ ହେକ୍ଟର ପ୍ରତି ଅନ୍ୟୁନ 5000 ସଂଖ୍ୟାରେ ଛଡ଼ି ଉପଯୁକ୍ତ ଭାବେ ପୂରକ ଖାଦ୍ୟ ପ୍ରୋୟଗ କରିବାକୁ ହେବ । ଏହା ଦ୍ୱାରା ପ୍ରତି 6 ମାସ ଚାଷ ଅବଧିରେ ମାଛ ଧରି ପୂନର୍ବାର ସେହି ବଡ଼ ଯାଆଁଳ ଛାଡ଼ି ପ୍ରତି 6 ମାସ ଅବଧିରେ ମାଛ ଧରି ବର୍ଷସାରା ଅନେକ ଥର ଚାଷ କରିପାରିବେ । ଏଥିପାଇଁ ନିକଟରେ ଉନ୍ନତ ବଡ଼ ଯାଁଅଳ ଓ ନିୟମିତ ଖାଦ୍ୟ ପ୍ରୟୋଗ ସହିତ ପରିଚାଳନା ଦିଗ ପ୍ରତି ଧ୍ୟାନ ଦେବାକୁ ହେବ ।
ମାଛ ଚାଷୀ ଧ୍ୟାନ ଦିଅନ୍ତୁ ।
- ଆମ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ନୂତନ ପୋଖରୀ ଖନନ ଓ ମାଛ ଚାଷ ନିମନ୍ତେ ଆବଶ୍ୟକ ଇନପୁଟ (ଯାଁଆଳ ମାଛ ଖାଦ୍ୟ, ସାର, ଔଷଧ ଇତ୍ୟାଦି) ନିମନ୍ତେ ରିହାତି ବ୍ୟବସ୍ଥା ରହିଛି ।
- ମୋ ପୋଖରୀ ଯୋଜନା କାର୍ଯ୍ୟକ୍ରମରେ ନୂତନ ଉଦ୍ୟାନ କୃଷି କିମ୍ବା ପଶୁ ସମ୍ପଦ ସମନ୍ଧିୟ ଚାଷ ଦ୍ୱାରା ଅତିରିକ୍ତ ଆୟ କରାଯାଇ ପାରିବ ।
- ମାଛ ଚାଷରେ ଉନ୍ନତ ଯାଆଁଳ, ଖାଦ୍ୟ ପ୍ରୟୋଗ ଓ ଉନ୍ନତ ପରିଚାଳନା ଦ୍ୱାରା ଅଧିକ ଉତ୍ପାଦନ ସମ୍ଭବ ଅଟେ ।
- କାର୍ପ ମାଛ ସହିତ ମଧ୍ୟମ ଓ ଛୋଟ କାର୍ପ ଓ ବାର୍ବ ଜାତୀୟ ଯାଁଆଳ ଛାଡ଼ି ଉପଯୁକ୍ତ ଖାଦ୍ୟ ପ୍ରୟୋଗ କଲେ ପ୍ରଥମ 5-6 ମାସ ଅବଧିରେ ଛା, କରି ଓ ବିକ୍ରୟୋ ଦ୍ୱାରା ଅତିରିକ୍ତ ଆୟ କରାଯାଇ ପାରିବ ।
- ପୋଖରୀରେ କାର୍ପ ମାଛ ସହିତ ନିକଟରେ କୌଣସି ସ୍ଥାନରୁ ଅଧିକ ପୁଷ୍ଟିଯୁକ୍ତ ମହୁରାଳି ମାଛ ଏକର ପ୍ରତି 10 କି.ଗ୍ରା. ଆଣି ଛିଡ଼ିବା ଦ୍ୱାରା ସେହି ମହୁରାଳି ମାଛ ବର୍ଷରେ 2 ଥର ଅଣ୍ଡା ଦେଇ ବଂଶବୃଦ୍ଧି କରିଥାଏ । ଏହି ମାଛକୁ ନିୟମିତ ବ୍ୟବଧାନରେ ଧରି ଖାଦ୍ୟ ରୁପେ ବ୍ୟବହାର କିମ୍ବା ବିକ୍ରୟ କରି ଅତିରିକ୍ତ ଆୟ କରାଯାଇ ପାରିବ ।
ମାଛଚାଷରେ ରୋଗ
- ମାଛଚାଷରେ ରୋଗ ଦେଖାଗଲେ କାର୍ବୋନେଟ ଚୂନ ପରିମାଣକୁ ବଢାଇ 50-60 କି.ଗ୍ରା. ଏକର ପ୍ରତି ପ୍ରୟୋଗ କରନ୍ତୁ ।
- ସେହିପରି ଶୀତଦିନେ ପୋଖରୀରେ ଏକର ପ୍ରତି 500 ମିଲିଲିଟର “ସିଫାକ୍ସ” କୁ ପାଣିରେ ମିଶାଇ ପୋଖରୀରେ ପ୍ରୟୋଗ ଦ୍ୱାରା ସୁଫଳ ମିଳିଥାଏ ।
- କୌଣସି ରୋଗ ଦେଖାଗରେ ତୁରନ୍ତ ମତ୍ସ୍ୟ ଅଧିକାରୀ କିମ୍ବା ବିଶେଷଜ୍ଞଙ୍କ ପରାମର୍ଶ ନେଇ ପଦକ୍ଷେପ ନେବା ଉଚିତ୍ ।
ତଥ୍ୟ ସଂଗୃହିତ- ମତ୍ସ୍ୟ ନିର୍ଦ୍ଦେଶାଳୟ, ଓଡ଼ିଶା, କଟକଙ୍କ ଠାରୁ ସଂଗୃହୀତ