ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ଡ଼ିପ୍ ଲିଟର ପଦ୍ଧତିରେ ବ୍ରୟଲର କୁକୁଡ଼ା (2000 କୁକୁଡ଼ା) ଫାର୍ମ ପ୍ରତିଷ୍ଠା ପାଇଁ ସହାୟତା
ଲକ୍ଷ୍ୟ
ବ୍ରୟଲର କୁକୁଡ଼ା ଫାର୍ମ (2000 କୁକୁଡ଼ା) ପ୍ରତିଷ୍ଠା ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ ଅଟେ । ଏହି ଯୋଜନାରେ ମୋଟ ଖର୍ଚ୍ଚ ଅଟକଳର 40 ପ୍ରତିଶତ ସହାୟତା ଆକାରରେ ପ୍ରଦାନ କରାଯାଏ ।
ଉଦ୍ଦେଶ୍ୟ
- ବ୍ରୟଲର କୁକୁଡ଼ା ପାଳନ ମାଧ୍ୟମରେ ଚାଷୀମାନଙ୍କ ଜୀବିକା ଓ ଆୟର ଅଭିବୃଦ୍ଧି
- ଲୋକମାନଙ୍କ ପ୍ରଣୀଜ ପୁଷ୍ଟିସାର ଆବଶ୍ୟକତା ପୂରଣ
- ବ୍ରୟଲର କୁକୁଡ଼ା ଚାଷକୁ କ୍ଷୁଦ୍ରଲାଭଜନକ ବ୍ୟବସାୟରେ ପରିଣତ କରିବା
- ଗ୍ରାମାଞ୍ଚଳ ମହିଳା ଓ ଚାଷୀମାନଙ୍କୁ ରୋଜଗାର ସୁବିଧା ଯୋଗାଇଦେବା
- ଗ୍ରାମୀଣ ଗରିବ ଲୋକମାନଙ୍କ ଆର୍ଥିକ ଉନ୍ନତିରେ ସହାୟତା ଯୋଗାଇଦେବା
ଯୋଜନା ଅଟକଳ ଓ ସହାୟତା
- ବ୍ରୟଲର କୁକୁଡ଼ା ଫାର୍ମ (2000 କୁକୁଡ଼ା) ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ମୋଟ ରାଶି – 7,20,000 ଟଙ୍କା
- ସରକାରୀ ସହାୟତା (ଶତକଡ଼ା 40 ଭାଗ) – 2,88,000 ଟଙ୍କା
- ଚାଷୀଙ୍କ ଅଂଶଧନ (ଶତକଡ଼ା 60 ଭାଗ) – 4,32,000 ଟଙ୍କା
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ (30+2) ଛେଳି ଫାର୍ମ ପ୍ରତିଷ୍ଠା ପାଇଁ ସହାୟତା
ଲକ୍ଷ୍ୟ
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଛେଳି ଫାର୍ମ (30 ଟି ମାଈ ଛେଳି ଓ 2ଟି ବୋଦା) ପ୍ରତିଷ୍ଠା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ ଅଟେ । ଏହି ଯୋଜନାରେ ମୋଟ ଖର୍ଚ୍ଚ ଅଟକଳର 50 ପ୍ରତିଶତ ସହାୟତା ଆକାରରେ ପ୍ରଦାନ କରାଯାଇଥାଏ ।
ଉଦ୍ଦେଶ୍ୟ
- ଛେଳି ପାଳନ ମାଧ୍ୟମରେ ଚାଷୀମାନଙ୍କ ଜୀବିକା ଓ ଆୟର ଅଭିବୃଦ୍ଧି
- ଲୋକମାନଙ୍କ ପ୍ରାଣୀଜ ପୁଷ୍ଟିସାର ଆବଶ୍ୟକତା ପୂରଣ
- ଛେଳି ଚାଷକୁ କ୍ଷୁଦ୍ର ଲାଭଜନକ ବ୍ୟବସାୟରେ ପରିଣତ କରିବା
- ଗ୍ରାମଞ୍ଚଳର ମହିଳା ଓ ଚାଷୀମାନଙ୍କୁ ରୋଜଗାର ସୁବିଧା ଯୋଗାଇ ଦେବା
- ଗ୍ରାମୀଣ ଗରିବ ଲୋକମାନଙ୍କ ଆର୍ଥିକ ଉନ୍ନତିରେ ସହାୟତା ଯୋଗାଇଦେବା
ଯୋଜନା ଅଟକଳ ଓ ସହାୟତା
- ଛେଳି ଫାର୍ମ (30+2) ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ମୋଟ ରାଶି – 2,30,000 ଟଙ୍କା
- ସରକାରୀ ସହାୟତା (ଶତକଡ଼ା 50 ଭାଗ)- 1,15,000 ଟଙ୍କା
- ଚାଷୀର ଅଂଶଧନ (ଶତକଡ଼ା 50 ଭାଗ)- 1,15,000 ଟଙ୍କା
ଡ଼ିପ୍ ଲିଟର ପଦ୍ଧତିରେ ବ୍ରୟଲର କୁକୁଡ଼ା (500 କୁକୁଡ଼ା) ଫାର୍ମ ପ୍ରତିଷ୍ଠା ପାଇଁ ଚାଷୀଙ୍କୁ ସହାୟତା
ଲକ୍ଷ୍ୟ
ବ୍ରୟଲର କୁକୁଡ଼ା ଫାର୍ମ (500 କୁକୁଡ଼ା) ପ୍ରତିଷ୍ଠା ନିମନ୍ତେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ ଅଟେ । ଏହି ଯୋଜନାରେ ମୋଟ ଖର୍ଚ୍ଚ ଅଟକଳର 40 ପ୍ରତିଶତ, ସହାୟତା ଆକାରରେ ଚାଷୀଙ୍କୁ ପ୍ରଦାନ କରାଯାଇଥାଏ ।
ଉଦ୍ଦେଶ୍ୟ
- ବ୍ରୟଲର କୁକୁଡ଼ା ପାଳନ ମାଧ୍ୟମରେ ଚାଷୀମାନଙ୍କ ଜୀବିକା ଓ ଆୟର ଅଭିବୃଦ୍ଧି
- ଲୋକମାନଙ୍କ ପ୍ରଣୀଜ ପୁଷ୍ଟିସାର ଆବଶ୍ୟକତା ପୂରଣ
- ବ୍ରୟଲର କୁକୁଡ଼ା ଚାଷକୁ କ୍ଷୁଦ୍ରଲାଭଜନକ ବ୍ୟବସାୟରେ ପରିଣତ କରିବା
- ଗ୍ରାମାଞ୍ଚଳ ମହିଳା ଓ ପଛୁଆ ଚାଷୀମାନଙ୍କୁ ରୋଜଗାର ସୁବିଧା ଯୋଗାଇଦେବା
- ଗ୍ରାମୀଣ ଗରିବ ଲୋକମାନଙ୍କ ଆର୍ଥିକ ଉନ୍ନତିରେ ସହାୟତା ଯୋଗାଇଦେବା
ଯୋଜନା ଅଟକଳ ଓ ସହାୟତା
- ବ୍ରୟଲର କୁକୁଡ଼ା ଫାର୍ମ (500 କୁକୁଡ଼ା) ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ମୋଟ ରାଶି – 1,80,000 ଟଙ୍କା
- ସରକାରୀ ସହାୟତା (ଶତକଡ଼ା 40 ଭାଗ) – 72,000 ଟଙ୍କା
- ଚାଷୀର ଅଂଶଧନ (ଶତକଡ଼ା 60 ଭାଗ) – 1,08,000 ଟଙ୍କା
ପିଞ୍ଜରା / ଡ଼ିପ୍ ଲିଟର ମାଧ୍ୟମରେ ଅଣ୍ଡାଦିଆ କୁକୁଡ଼ା (1000 କୁକୁଡ଼ା) ଫାର୍ମ ପ୍ରତିଷ୍ଠା ପାଇଁ ଚାଷୀଙ୍କୁ ସହାୟତା
ଅଣ୍ଡାଦିଆ କୁକୁଡ଼ା (1000 କୁକଡ଼ା) ଫାର୍ମ ପ୍ରତିଷ୍ଠା ନିମନ୍ତେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ ଅଟେ । ଏହି ଯୋଜନାରେ ମୋଟ ଖର୍ଚ୍ଚ ଅଟକଳର 40 ପ୍ରତିଶତ, ସହାୟତା ଆକାରରେ ଚାଷୀଙ୍କୁ ପ୍ରଦାନ କରାଯାଇଥାଏ ।
ଉଦ୍ଦେଶ୍ୟ
- ପିଞ୍ଜରା / ଡ଼ିପ୍ ଲିଟର ମାଧ୍ୟମରେ ଅଣ୍ଡାଦିଆ କୁକୁଡ଼ା ପାଳନ ଦ୍ୱାରା ଚାଷୀମାନଙ୍କ ଜୀବିକା ଓ ଆୟର ଅଭିବୃଦ୍ଧି
- ଲୋକମାନଙ୍କ ପ୍ରଣୀଜ ପୁଷ୍ଟିସାର ଆବଶ୍ୟକତା ପୂରଣ
- ଅଣ୍ଡାଦିଆ କୁକୁଡ଼ା ପାଳନକୁ ଲାଭଜନକ ବ୍ୟବସାୟରେ ପରିଣତ କରିବା
- ଗ୍ରାମାଞ୍ଚଳ ମହିଳା ଓ ପଛୁଆ ଚାଷୀମାନଙ୍କୁ ରୋଜଗାର ସୁବିଧା ଯୋଗାଇଦେବା
- ଗ୍ରାମୀଣ ଗରିବ ଲୋକମାନଙ୍କ ଆର୍ଥିକ ଉନ୍ନତିରେ ସହାୟତା ଯୋଗାଇଦେବା
ଯୋଜନା ଅଟକଳ ଓ ସହାୟତା
- ଅଣ୍ଡାଦିଆ କୁକୁଡ଼ା ଫାର୍ମ (1000 କୁକୁଡ଼ା) ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ମୋଟ ରାଶି – 7,59,100 ଟଙ୍କା
- ସରକାରୀ ସହାୟତା (ଶତକଡ଼ା 40 ଭାଗ) – 3,03,640 ଟଙ୍କା
- ଚାଷୀର ଅଂଶଧନ (ଶତକଡ଼ା 60 ଭାଗ) – 4,55,460 ଟଙ୍କା
କୁକୁଡ଼ା ଚିଆଁ ପାଳନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଚାଷୀଙ୍କୁ ସହାୟତା
ଲକ୍ଷ୍ୟ
କୁକୁଡ଼ା ଚିଆଁ ପାଳନ କେନ୍ଦ୍ର (1000 କ୍ଷମତା ବିଶିଷ୍ଟ) ପ୍ରତିଷ୍ଠା ନିମନ୍ତେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ ଅଟେ । ଏହି ଯୋଜନାରେ ମୋଟ ଅଟକଳର 40 ପ୍ରତିଶତ, ସହାୟତା ଆକାରରେ ଚାଷୀଙ୍କୁ ପ୍ରଦାନ କରାଯାଇଥାଏ ।
ଉଦ୍ଦେଶ୍ୟ
- କୁକୁଡ଼ା ଚିଆଁ ପାଳନ କେନ୍ଦ୍ର ପ୍ରତିଷ୍ଠା ମାଧ୍ୟମରେ ଚାଷୀମାନଙ୍କ ଜୀବିକା ଓ ଆୟର ଅଭିବୃଦ୍ଧି
- ଗ୍ରାମାଞ୍ଚଳ ମହିଳା ଓ ପଛୁଆ ଚାଷୀମାନଙ୍କୁ ରୋଜଗାର ସୁବିଧା ଯୋଗାଇଦେବା
- ଗ୍ରାମୀଣ ଗରିବ ଲୋକମାନଙ୍କ ଆର୍ଥିକ ଉନ୍ନତିରେ ସହାୟତା ଯୋଗାଇଦେବା
ଯୋଜନା ଅଟକଳ ଓ ସହାୟତା
- କୁକୁଡ଼ା ଚିଆଁ ପାଳନ କେନ୍ଦ୍ର(1000 କ୍ଷମତା ବିଶିଷ୍ଟ) ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ମୋଟ ରାଶି – 2,54,000 ଟଙ୍କା
- ସରକାରୀ ସହାୟତା (ଶତକଡ଼ା 40 ଭାଗ) – 1,01,600 ଟଙ୍କା
- ଚାଷୀଙ୍କ ଅଂଶଧନ (ଶତକଡ଼ା 60 ଭାଗ) – 1,52,400 ଟଙ୍କା
ଘର ଅଗଣାରେ କୁକୁଡ଼ା ପାଳନ ପାଇଁ ଚାଷୀଙ୍କୁ ସହାୟତା
ଲକ୍ଷ୍ୟ
ଘର ଅଗଣାରେ କୁକୁଡ଼ା ପାଳନ ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା, ତଫସିଲଭୂକ୍ତ ଜାତି ଓ ଜନଜାତି, ଚାଷୀ, ତୃତୀୟ ଲିଙ୍ଗ ଓ ଭିନ୍ନକ୍ଷମମାନଙ୍କୁ ସହାୟତା ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ ଅଟେ । ଏହି ଯୋଜନାରେ ଶତପ୍ରତିଶତ ସହାୟତା ପ୍ରଦାନ କରାଯାଏ ।
ଉଦ୍ଦେଶ୍ୟ
- ଘର ଅଗଣାରେ କୁକୁଡ଼ା ପାଳନ ମାଧ୍ୟମରେ ଜୀବିକା ଓ ଆୟର ଅଭିବୃଦ୍ଧି
- ଲୋକମାନଙ୍କ ପ୍ରାଣୀଜ ପୁଷ୍ଟିସାର ଆବଶ୍ୟକତାର ପୂରଣ
- ଗ୍ରାମାଞ୍ଚଳ ମହିଳା ମାନଙ୍କୁ ରୋଜଗାର ସୁବିଧା ଯୋଗାଇଦେବା
- ଗ୍ରାମୀଣ ଗରିବ ଲୋକମାନଙ୍କ ଆର୍ଥିକ ଉନ୍ନତିରେ ସହାୟତା ଯୋଗାଇଦେବା
ଯୋଜନା ଅଟକଳ ଓ ସହାୟତା
- ଘର ଅଗଣାରେ କୁକୁଡ଼ା (50ଟି କୁକୁଡ଼ା) ପାଳନ ନିମନ୍ତେ ଆବଶ୍ୟକ ମୋଟ ରାଶି – 3,750 ଟଙ୍କା
- ସରକାରୀ ସହାୟତା (ଶତକଡ଼ା 100 ଭାଗ) – 3,750 ଟଙ୍କା
ଡ଼ିପ୍ ଲିଟର ପଦ୍ଧତିରେ ବତକ ଫାର୍ମ (1000 ବତକ) ପ୍ରତିଷ୍ଠା ପାଇଁ ଚାଷୀମାନଙ୍କୁ ଆର୍ଥିକ ସହାୟତା
ଲକ୍ଷ୍ୟ
ଆର୍ଥିକ ସହାୟତା ପ୍ରଦାନ କରି ଚାଷୀମାନଙ୍କ ମଧ୍ୟରେ ବ୍ୟବସାୟିକ ଭିତ୍ତିରେ ବତକ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ଯୋଜନାର ଲକ୍ଷ୍ୟ ଅଟେ । ଏହି ଯୋଜନରେ ମୋଟ ଖର୍ଚ୍ଚ ଅଟକଳର 40 ପ୍ରତିଶତ ସହାୟତା ଆକାରରେ ଚାଷୀଙ୍କୁ ପ୍ରଦାନ କରାଯାଇଥାଏ ।
ଉଦ୍ଦେଶ୍ୟ
- ବତକ ଚାଷ ମାଧ୍ୟମରେ ଜୀବିକା ଓ ଆୟର ଅଭିବୃଦ୍ଧି
- ଲୋକମାନଙ୍କ ପ୍ରାଣୀଜ ପୁଷ୍ଟିସାର ଆବଶ୍ୟକତାର ପୂରଣ
- ବତକ ଚାଷକୁ କ୍ଷୁଦ୍ରଲାଭଜନକ ବ୍ୟବସାୟରେ ପରିଣତ କରିବା
ଯୋଜନା ଅଟକଳ ଓ ସହାୟତା
- ବ୍ୟବସାୟିକ ବତକ ଫାର୍ମ (1000 ଟି ବତକ) ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ମୋଟ ରାଶି – 3,75,000 ଟଙ୍କା
- ସରକାରୀ ସହାୟତା (ଶତକଡ଼ା 40 ଭାଗ) – 1,50,000 ଟଙ୍କା
- ଚାଷୀର ଅଂଶଧନ (ଶତକଡ଼ା 60 ଭାଗ) – 2,25,000 ଟଙ୍କା
ଘର ଅଗଣାରେ ବତକ ପାଳନ ପାଇଁ ଚାଷୀଙ୍କୁ ସହାୟତା
ଲକ୍ଷ୍ୟ
ଘର ଅଗଣାରେ ବତକ ପାଳନ ନିମନ୍ତେ ତଫସିଲଭୂକ୍ତ ଜାତି, ଜନଜାତି, ମହିଳା, ତୃତୀୟ ଲିଙ୍ଗ, ଭିନ୍ନକ୍ଷମ ଓ ଗରିବ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ ଅଟେ । ଏହି ଯୋଜନାରେ ଚାଷୀଙ୍କୁ ଶତପ୍ରତିଶତ ସହାୟତା ପ୍ରଦାନ କରାଯାଇଥାଏ । ଏହି ଯୋଜନାଟି ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ବିଭାଗ ତରଫରୁ ଚାଲୁଥିବା ଫାର୍ମ ପଣ୍ଡ ପ୍ଲସ କାର୍ଯ୍ୟକ୍ରମ ସହଭାଗିତାରେ କାର୍ଯ୍ୟକାରୀ କରାଯାଉଛି ।
ଉଦ୍ଦେଶ୍ୟ
- ଘର ଅଗଣାରେ ବତକ ପାଳନ ମାଧ୍ୟମରେ ଜୀବିକା ଓ ଆୟର ଅଭିବୃଦ୍ଧି
- ଲୋକମାନଙ୍କ ପ୍ରାଣୀଜ ପୁଷ୍ଟିସାର ଆବଶ୍ୟକତାର ପୂରଣ
- ଗ୍ରାମାଞ୍ଚଳ ମହିଳାମାନଙ୍କୁ ରୋଜଗାର ସୁବିଧା ଯୋଗାଇଦେବା
- ଗ୍ରାମୀଣ ଗରିବ ଲୋକମାନଙ୍କ ଆର୍ଥିକ ଉନ୍ନତିରେ ସହାୟତା ଯୋଗାଇଦେବା
ଯୋଜନା ଅଟକଳ ଓ ସହାୟତା
- ଘର ଅଗଣାରେ ବତକ (50 ଟି ବତକ) ପାଳନ ନିମନ୍ତେ ଆବଶ୍ୟକ ମୋଟ ରାଶି –4,000 ଟଙ୍କା
- ସରକାରୀ ସହାୟତା (ଶତକଡ଼ା 100 ଭାଗ) – 4,000 ଟଙ୍କା
ମୁରା ମଇଁଷି ପାଳନ ପାଇଁ ଆର୍ଥିକ ସହାୟତା
ଯୋଜନାର ମୋଟ ଅଟକଳ ମୂଲ୍ୟ – 1,97,000 ଟଙ୍କା
ସରକାରଙ୍କ ଅନୁଦାନ ରାଶି
ଅନୁସୂଚିତ ଜାତି ଓ ଜନଜାତି /ମହିଳା / ଦିବ୍ୟାଙ୍ଗ /ତୃତୀୟ ଲିଙ୍ଗୀ ବର୍ଗର ହିତାଧିକାରୀଙ୍କ ନିମନ୍ତେ (ମୋଟ ଅଟକଳ ମୂଲ୍ୟର) 60 % ଓ ସାଧାରଣ ବର୍ଗର ହିତାଧିକାରୀଙ୍କ ନିମନ୍ତେ 50 % ଆର୍ଥିକ ସହାୟତା ଯୋଗାଇ ଦିଆଯାଉଅଛି ।
ହିତାଧିକାରୀଙ୍କ ବର୍ଗ |
ଅନୁଦାର ରାଶିର ପରିମାଣ |
|
ଗୁହାଳ ସହିତ |
ବିନା ଗୁହାଳ |
|
ଅନୁସୂଚିତ ଜାତି ଓ ଜନଜାତି /ମହିଳା / ଦିବ୍ୟାଙ୍ଗ /ତୃତୀୟ ଲିଙ୍ଗୀ |
1,18,000 ଟଙ୍କା |
89,400 ଟଙ୍କା |
ସାଧାରଣ |
98,500 ଟଙ୍କା |
74,500 ଟଙ୍କା |
ଏହି ଯୋଜନାରେ 1+1 ଗୋଟି ମୁରା ମଇଁଷି ପାଳ ନିମନ୍ତେ ଆଗ୍ରହୀ ହିତାଧିକାରୀ ଗୋ-ସୁଗମ ପୋର୍ଟାଲ ମାଧ୍ୟମରେ ଆବେଦନ କରନ୍ତୁ ।
ସବିଶେଷ ବିବରଣୀ ନିମନ୍ତେ ନିକଟସ୍ଥ ପ୍ରାଣିଧନ ନିରୀକ୍ଷକ / ଗୋଷ୍ଠୀ ପ୍ରାଣି ଚିକିତ୍ସା ଅଧିକାରୀ / ଉପଖଣ୍ଡ ପ୍ରାଣିଚିକିତ୍ସା ଅଧିକାରୀ / ଅତିରିକ୍ତ ଜିଲ୍ଲା ପ୍ରାଣି ଚିକିତ୍ସା ଅଧିକାରୀ/ ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ ।
ବ୍ୟବସାୟିକ ଭିତ୍ତିରେ ଘୁଷୁରି ଫାର୍ମ (10 ଟି ମାଈ + ଗୋଟିଏ ଅଣ୍ଡିରା) ପ୍ରତିଷ୍ଠା ପାଇଁ ଚାଷୀଙ୍କୁ ଆର୍ଥିକ ସହାୟତା
ଲକ୍ଷ୍ୟ
ଘୁଷୁରି ପାଳନ ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରି ଚାଷୀମାନଙ୍କ ଆର୍ଥିକ ଉନ୍ନତି କରିବା ଏହି ଯୋଜନାର ଲକ୍ଷ୍ୟ ଅଟେ ।
ଉଦ୍ଦେଶ୍ୟ
- ଘୁଷୁରି ପ୍ରଜନନ ଫାର୍ମ (10 ଟି ମାଈ + ଗୋଟିଏ ଅଣ୍ଡିରା) ପ୍ରତିଷ୍ଠା ନିମନ୍ତେ ବ୍ୟକ୍ତିଗତ ସହାୟତା ପ୍ରଦାନ
- ଲୋକମାନଙ୍କ ପ୍ରାଣୀଜ ପୁଷ୍ଟିସାର ଆବଶ୍ୟକତାର ପୂରଣ
- ଘୁଷୁରି ଚାଷକୁ କ୍ଷୁଦ୍ରଲାଭଜନକ ବ୍ୟବସାୟରେ ପରିଣତ କରିବା
- ଗ୍ରାମୀଣ ଗରିବ ଲୋକମାନଙ୍କ ଆର୍ଥିକ ଉନ୍ନତିରେ ସହାୟତା ଯୋଗାଇ ଦେବା ।
ଯୋଜନା ଅଟକଳ ଓ ସହାୟତା
- ଘୁଷୁରି ପ୍ରଜନନ ଫାର୍ମ (10 ଟି ମାଈ + ଗୋଟିଏ ଅଣ୍ଡିରା) ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ମୋଟ ରାଶି – 4,00,000 ଟଙ୍କା
- ସରକାରୀ ସହାୟତା (ଶତକଡ଼ା 40 ଭାଗ) – 1,60,000 ଟଙ୍କା
- ଚାଷୀର ଅଂଶଧନ (ଶତକଡ଼ା 60 ଭାଗ) – 2,40,000 ଟଙ୍କା
ଅନ୍ୟାନ୍ୟ ଯୋଜନା ବିଷୟରେ ଜାଣିବା ନିମନ୍ତେ ତଳେ ଦିଆଯାଇଥିବା ଲିଙ୍କକୁ ଯାଆନ୍ତୁ
- କୃଷି ଯନ୍ତ୍ରପାତି କ୍ରୟ ପାଇଁ ସରକାରୀ ରିହାତି
- ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ସମ୍ପର୍କରେ ଜାଣିବା ପାଇଁ କ୍ଲିକ୍ କରନ୍ତୁ ।
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ବାୟୋଫ୍ଲକ (ଜୈବପୁଞ୍ଜ) ମାଧ୍ୟମରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ ଯୋଜନା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଜଳକୃଷି ପାଇଁ ଯନ୍ତ୍ରପାତି ଓ ଅନ୍ୟ ସରଞ୍ଜାମ ନିମନ୍ତେ ସ୍ୱତନ୍ତ୍ର ସରକାରୀ ପ୍ରୋତ୍ସାହନ
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ସହାୟତା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଫାର୍ମ ପୋଖରୀରେ ମାଛ ଚାଷ ନିମନ୍ତେ ମତ୍ସ୍ୟଚାଷୀଙ୍କୁ ସହାୟତା
- ଉଦ୍ୟାନ କୃଷି ଭିତ୍ତିକ କାର୍ଯ୍ୟକ୍ରମ