ଗୋ ମହିଷାଦି ମାନଙ୍କର ବିଭିନ୍ନ ରୋଗ ପାଇଁ ପାରମ୍ପାରିକ ଚିକିତ୍ସା ପଦ୍ଧତି ନିମ୍ନରେ ଦିଆଗଲା । ସେଗୁଡ଼ିକ ହେଲା-
ଥନହରା (ସବୁ ପ୍ରକାର)(ଜଳ ଆଧାରିତ ପ୍ରୟୋଗ)(Water based ethno-veterinary treatment for Mastitis)
ସାମଗ୍ରୀ (ଗୋଟିଏ ଦିନର ପ୍ରୟୋଗ ପାଇଁ)
ଘି କୁଆଁରୀ ପତ୍ର (ସମ୍ପୂର୍ଣ୍ଣ ପତ୍ର) 250 ଗ୍ରାମ, ହଳଦୀ ପାଉଡ଼ର-50 ଗ୍ରାମ, ଚୂନ 15 ଗ୍ରାମ, ଲେମ୍ବୁ-6 ଟା
ପ୍ରସ୍ତୁତ କରିବାର ବିଧି
- ଘି କୁଆଁରୀ ପତ୍ରକୁ ଛୋଟ ଛୋଟ ଭାଗରେ କାଟନ୍ତୁ (କଣ୍ଟା ବାହାର କରିବା ପରେ)
- ସମସ୍ତ ସାମଗ୍ରୀକୁ ହଳଦୀ ପାଉଡ଼ର ଓ ଚୂନ ସହିତ ପେଶି ଏକ ଲାଲ ରଙ୍ଗର ପେଷ୍ଟ ବନାନ୍ତୁ ।
ପ୍ରୟୋଗ କରିବାର ବିଧି-
- ଥନକୁ (ପ୍ରଭାବିତ ତଥା ଅପ୍ରଭାବିତ) ସଫା କରି ସମସ୍ତ ଥନରୁ ସଂପୂର୍ଣ୍ଣ କ୍ଷୀର ବାହାର କରନ୍ତୁ ।
- ଗୋଟିଏ ମୁଠା ମିଶ୍ରଣ ନେଇ ତାକୁ 200 ମିଲି ପାଣି ମିଶାଇ ପତଳା କରନ୍ତୁ ।
- ପତଳା ହୋଇଥିବା ମିଶ୍ରଣକୁ ଦିନକୁ 10 ଥର 5 ଦିନ ପାଇଁ ଲଗାନ୍ତୁ (ଲଗାଇବା ପୂର୍ବରୁ ପ୍ରୟୋଗ କରିବାର ବିଧି ସୋପାନ 1 କୁ ଦୋହରାନ୍ତୁ)
- ଦିନର ଶେଷ ପ୍ରୟୋଗ ତେଲ ଆଧାରିତ ହେବା ଉଚିତ
- ଥରକେ କଟା ହୋଇଥିବା 2 ଟା ଲେମ୍ବୁ (ଅଧା ଭାବରେ କଟା) ଖୁଆନ୍ତୁ । ଏହି ପ୍ରକ୍ରିୟା ଦିନକୁ 3ଥର ଦୋହରାନ୍ତୁ ।
ଥନହରା (ସବୁ ପ୍ରକାର)(ତେଲ ଆଧାରିତ ପ୍ରୟୋଗ) )(Oil based ethno-veterinary treatment for Mastitis)
ସାମଗ୍ରୀ (ଗୋଟିଏ ଦିନ ପ୍ରୟୋଗ ପାଇଁ)
ଘି କୁଆଁରୀ ପତ୍ର (ସମ୍ପୂର୍ଣ୍ଣ ପତ୍ର) 250 ଗ୍ରାମ, ହଳଦୀ ପାଉଡ଼ର-50 ଗ୍ରାମ, ଚୂନ 15 ଗ୍ରାମ, ଲେମ୍ବୁ-6 ଟା, ସୋରିଷ କିମ୍ବା ରାଶି ତେଲ – 600 ମିଲି
ପ୍ରସ୍ତୁତ କରିବାର ବିଧି
- ଘି କୁଆଁରୀର ପତ୍ରକୁ ଛୋଟ ଛୋଟ ଭାଗରେ କାଟନ୍ତୁ (କଣ୍ଟା ବାହାର କରିବା ପରେ)
- ସମସ୍ତ ସାମଗ୍ରୀକୁ ହଳଦୀ ପାଉଡ଼ର ଓ ଚୂନ ସହିତ ପେଶି ଏକ ଲାଲ ରଙ୍ଗର ପେଷ୍ଟ ବନାନ୍ତୁ ।
ପ୍ରୟୋଗ କରିବାର ବିଧି-
- ଥନକୁ (ପ୍ରଭାବିତ ତଥା ଅପ୍ରଭାବିତ) ସଫା କରି ସମସ୍ତ ଥନରୁ ସଂପୂର୍ଣ୍ଣ କ୍ଷୀର ବାହାର କରନ୍ତୁ ଓ ଥନକୁ ପୋଛି ଶୁଖିଲା ରଖନ୍ତୁ ।
- ଗୋଟିଏ ମୁଠା ମିଶ୍ରଣ ନେଇ ତାକୁ 200 ମିଲି ସୋରିଷ କିମ୍ବା ରାଶି ତେଲ ମିଶାଇ ପତଳା କରନ୍ତୁ ।
- ପତଳା ହୋଇଥିବା ମିଶ୍ରଣକୁ ଦିନକୁ 3 ଥର ଲଗାନ୍ତୁ (ଲଗାଇବା ପୂର୍ବରୁ ପ୍ରୟୋଗ କରିବାର ବିଧି ସୋପାନ 1 କୁ ଦୋହରାନ୍ତୁ)
- ଥରକେ କଟା ହୋଇଥିବା 2 ଟା ଲେମ୍ବୁ (ଅଧା ଭାବରେ କଟା) ଖୁଆନ୍ତୁ । ଏହି ପ୍ରକ୍ରିୟା ଦିନକୁ 3ଥର ଦୋହରାନ୍ତୁ ।
ଚିର ରନ୍ଧ୍ର ଦେଇ କ୍ଷୀର ନ ଆସିବା ( Ethno-veterinary treatment for Teat Obstruction)
ସାମଗ୍ରୀ
ତାଜା ତୋଳା ହୋଇଥିବା ନିମ୍ବ ପତ୍ରର ଡ଼େମ୍ଫ 1 ଟା, ହଳଦୀ ଗୁଣ୍ଡ, ଲହୁଣୀ କିମ୍ବା ଘିଅ
ପ୍ରସ୍ତୁତ କରିବାର ବିଧି
- ଚିର ର ଲମ୍ବ ଅନୁସାରେ ନିମ ପତ୍ରର ଡେମ୍ଫକୁ ଉପର ଭାଗରୁ କାଟନ୍ତୁ (ଆଧାରକୁ ଛାଡ଼ି)
- ହଳଦୀ ଗୁଣ୍ଡ ଏବଂ ଲହୁଣୀ କିମ୍ବା ଘିଅର ମିଶ୍ରଣକୁ ଭଲ ଭାବରେ ନିମ୍ବପତ୍ର ଡେମ୍ଫରେ ଲଗାନ୍ତୁ ।
- ଚିର ରନ୍ଧ୍ରୁ ଭଲଭାବରେ ସଫା କରନ୍ତୁ ।
ପ୍ରୟୋଗ କରିବାର ବିଧି
- ପ୍ରଲେପିତ ନିମ୍ବ ପତ୍ର ଡ଼େମ୍ଫର କଟା ଯାଇଥିବା ଉପର ଭାଗକୁ ଘଡ଼ି ଚାଲିବାର ବିପରୀତ ଦିଗ ଅନୁସାରେ ପ୍ରଭାବିତ ଚିର ମଧ୍ୟରେ ଘୂରାଇ ଘୂରାଇ ଭର୍ତ୍ତି କରନ୍ତୁ ।
- କ୍ଷୀର ଦୁହିଁବା ପରେ ପ୍ରତିଥର ତାଜା ପ୍ରଲେପିତ ନିମ୍ବ ପତ୍ର ଡେମ୍ଫ ପୁନଃ ଭର୍ତ୍ତି କରନ୍ତୁ ।
ପହ୍ନାଫୁଲା (Ethno-veterinary treatment for Oedema of Udders)
(ପହ୍ନା ତନ୍ତୁରେ ପାଣି ଜମି ପହ୍ନା ମାଂସପେଶୀ ଫୁଲିବା)
ସାମଗ୍ରୀ (ଥରେ ପ୍ରୟୋଗ ପାଇଁ)
ରାଶି କିମ୍ବା ସୋରିଷ ତେଲ – 200 ମି.ଲି., ହଳଦୀ ଗୁଣ୍ଡ – 1 ମୁଠା, ରସୁଣ- 2 ପାଖୁଡ଼ା
ପ୍ରସ୍ତୁତ କରିବାର ବିଧି
- ତେଲ ଗରମ କରି ସେଥିରେ ହଳଦୀ ଗୁଣ୍ଡ ଏବଂ କଟା ହୋଇଥିବା ରସୁଣ ପକାନ୍ତୁ ।
- ଭଲ ଭାବରେ ମିଶାନ୍ତୁ ଏବଂ ବାସ୍ନା ଆସିବା ପରେ ନିଆଁରୁ ଓହ୍ଲାଇ ଦିଅନ୍ତୁ ।
- ଥଣ୍ଡା ହେବାକୁ ଦିଅନ୍ତୁ ।
ପ୍ରୟୋଗ କରିବାର ବିଧି
- ଫୁଲି ଥିବା ଯାଗାରେ ଏବଂ ପହ୍ନାରେ ବଳ ପ୍ରୟୋଗ କରି ଗୋଲାକାର ଢଙ୍ଗରେ ଲଗାନ୍ତୁ ।
- ଏହା ଦିନକୁ 4ଥର ତିନି ଦିନ ପର୍ଯ୍ୟନ୍ତ ଲଗାନ୍ତୁ ।
ସୂଚନା- ଏହି ମିଶ୍ରଣ ବ୍ୟବହାର କରିବା ପୂର୍ବରୁ ପଶୁକୁ ଥନହରା ହୋଇ ନ ଥିବା ସୁନିଶ୍ଚିତ କରନ୍ତୁ ।
ବାଛୁରୀ ଜନ୍ମ ପରେ ଫୁଲ ନ ପଡ଼ିବା (Ethno-veterinary formulation for Retention of Placenta)
ସାମଗ୍ରୀ
ଧଳା ମୂଳା-1 ଟା, ଭେଣ୍ଡି-1.5 କେ.ଜି, ଗୁଡ଼-ଆବଶ୍ୟକତା ଅନୁସାରେ, ଲୁଣ- ଆବଶ୍ୟକତା ଅନୁସାରେ
ପ୍ରସ୍ତୁତ କରିବାର ବିଧି
ପ୍ରତ୍ୟେକ ଭେଣ୍ଡିକୁ 2 ଖଣ୍ଡ କରି କାଟନ୍ତୁ ।
ପ୍ରୟୋଗ କରିବାର ବିଧି
- ବାଛୁରୀ ଜନ୍ମର 2 ଘଣ୍ଟା ମଧ୍ୟରେ ପଶୁକୁ ଗୋଟିଏ ମୂଳା ଖାଇବାକୁ ଦିଅନ୍ତୁ ।
- ଯଦି ବାଛୁରୀ ଜନ୍ମର 8 ଘଣ୍ଟା ପରେ ମଧ୍ୟ ପଶୁର ଫୁଲ ନ ପଡ଼େ, ତା ହେଲେ 1.5 କିଲୋ ତାଜା କଟା ହୋଇଥିବା ଭେଣ୍ଡି, ଲୁଣ ଏବଂ ଗୁଡ଼ ସାଙ୍ଗରେ ଖାଇବାକୁ ଦିଅନ୍ତୁ ।
- ଯଦି ବାଛୁରୀ ଜନ୍ମର 12 ଘଣ୍ଟା ପରେ ମଧ୍ୟ ଫୁଲ ନପଡ଼େ ତେବେ ପଶୁ ଶରୀର ପାଖ ଫୁଲରେ ଗଣ୍ଠି ପକାଇ, ଗଣ୍ଠିର 2 ଇଞ୍ଚ ତଳକୁ କାଟି ଦିଅନ୍ତୁ । ଗଣ୍ଠି ପଶୁ ଶରୀର ଭିତରକୁ ଚାଲିଯିବ ।
- କଦାପି ହାତରେ ଟାଣି ଫୁଲ ବାହାର କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ।
- ଚାରି ସପ୍ତାହ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ପଶୁକୁ ଗୋଟିଏ ମୂଳା ଖାଇବାକୁ ଦିଅନ୍ତୁ ।
ବାରମ୍ବାର ଗରମ ଆସିବା )(Ethno-veterinary formulation for Repeat Breeding)
ପ୍ରୟୋଗ କରିବାର ବିଧି
- ଗାଈ ଗରମ ହେବାର ପ୍ରଥମ କିମ୍ବା ଦ୍ୱିତୀୟ ଦିନ ସୁଦ୍ଧା ଉପଚାର ଆରମ୍ଭ କରନ୍ତୁ ।
- ଦିନରେ ଥରେ, ନିମ୍ନଲିଖିତ କ୍ରମ ଅନୁସାରା ଗୁଡ଼ କିମ୍ବା ଲୁଣ ସହିତ ତାଜା ଅବସ୍ଥାରେ ଖୁଆନ୍ତୁ ।
- ଗୋଟିଏ ଧଳା ମୂଳା ପ୍ରତିଦିନ 5 ଦିନ ପର୍ଯ୍ୟନ୍ତ ।
- ଗୋଟିଏ ଘିକୁଆରୀ ପତ୍ର ପ୍ରତିଦିନ 4 ଦିନ ପର୍ଯ୍ୟନ୍ତ ।
- ଚାରି ମୁଠା ସଜନା ପତ୍ର 4 ଦିନ ପର୍ଯ୍ୟନ୍ତ ।
- ଚାରି ମୁଠା ଭେର୍ସୁଙ୍ଗ ପତ୍ର, ହଳଦୀ ସହିତ 4 ଦିନ ପର୍ଯ୍ୟନ୍ତ ।
- ଯଦି ପଶୁ ଗର୍ଭଧାରଣ କରିନଥାଏ ତେବେ ପୁଣି ଥରେ ଚିକିତ୍ସା ଦୋହରାନ୍ତୁ ।
ଗର୍ଭାଶୟ ବା ମଳଦ୍ୱାର ବାହାରକୁ ବାହାରି ଆସିବା )(Ethno-veterinary treatment for Prolapse)
ସାମଗ୍ରୀ
ଘି କୁଆଁରୀ ରସ -ଗୋଟିଏ ପୁରା ପତ୍ର, ହଳଦୀ ଗୁଣ୍ଡ- ଏକ ଚିମୁଟି, ଲାଜକୁଳୀ ପତ୍ର-ଦୁଇ ମୁଠା
ପ୍ରସ୍ତୁତ କରିବାର ବିଧି
- ଗୋଟିଏ ଘି କୁଆଁରୀ ପତ୍ରର ରସ ବାହାର କରନ୍ତୁ ।
- ସେଥିରୁ ଅଠା ଅଂଶ ଦୂର କରିବା ପାଇଁ ବାରମ୍ବାର ଧୋଇ ଦିଅନ୍ତୁ ।
- ସେଥିରେ ପାଣି ମିଶାଇ 1 ଲିଟର କରନ୍ତୁ ।
- ଏଥିରେ ଏକ ଚିମୁଟୀ ହଳଦୀ ମିଶାଇ 500 ମିଲି ହେବା ପର୍ଯ୍ୟନ୍ତ ଗରମ କରନ୍ତୁ ଏବଂ ତାପରେ ଥଣ୍ଡା ହେବାକୁ ଦିଅନ୍ତୁ ।
ପ୍ରୟୋଗ କରିବାର ବିଧି
- ପଶୁ ଶରୀର ବାହାରକୁ ବାହାରି ଆସିଥିବା ଅଂଶକୁ ସଫା କରନ୍ତୁ ।
- ତା ଉପରେ ଥଣ୍ଡା ହୋଇଥିବା ମିଶ୍ରଣ ଛିଞ୍ଚନ୍ତୁ ବା ସ୍ପ୍ରେ କରନ୍ତୁ ।
- ଏହା ଶୁଖିଯିବା ପରେ ଲାଜକୁଳୀ ପତ୍ରର ପେଷ୍ଟ ଲଗାନ୍ତୁ ।
- ଅଙ୍ଗ ଭିତରକୁ ଯିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ ବାରମ୍ବାର କରନ୍ତୁ ।
ଫାଟୁଆ ପାଟି ଘା )(Ethno-veterinary treatment for Oral lesions)
ସାମଗ୍ରୀ (ଥରେ ପ୍ରୟୋଗ ପାଇଁ)
ଜୀରା- 10 ଗ୍ରାମ, ମେଥି-10 ଗ୍ରାମ, ଗୋଲମରିଚ-10 ଗ୍ରାମ, ହଳଦୀଗୁଣ୍ଡ-10 ଗ୍ରାମ, ରସୁଣ-4 ପାଖୁଡ଼ା, ନଡ଼ିଆ-1, ଗୁ଼ଡ଼-120 ଗ୍ରାମ
ପ୍ରସ୍ତୁତ କରିବାର ବିଧି
- ପାଣିରେ ଜୀରା, ମେଥି ଏବଂ ଗୋଲମରିଚ 20-30 ମିନିଟ୍ ପର୍ଯ୍ୟନ୍ତ ଭିଜାନ୍ତୁ ।
- ସମସ୍ତ ସାମଗ୍ରୀକୁ ପେଶନ୍ତୁ ଯେପରି ଭଲଭାବରେ ମିଶିଯିବ ।
- କୋରା ହୋଇଥିବା ନଡ଼ିଆ (1ଟା) ହାତରେ ମିଶାନ୍ତୁ ।
- ପ୍ରତିଥର ଲଗାଇବା ପୂର୍ବରୁ ତାଜା ପ୍ରସ୍ତୁତ କରନ୍ତୁ ।
ପ୍ରୟୋଗ କରିବାର ବିଧି
- ପାଟି ଭିତରେ, ଜିଭରେ ଏବଂ ତାଳୁକାରେ ଲଗାନ୍ତୁ ।
- ପ୍ରତିଦିନ 3 ଥର 3 ରୁ 5 ଦିନ ପର୍ଯ୍ୟନ୍ତ ଲଗାନ୍ତୁ ।
ଫାଟୁଆ ଖୁରା ଘା )(Ethno-veterinary treatment for FMD- Foot lesions) and wound
ସାମଗ୍ରୀ
ଇନ୍ଦ୍ର ମାରିଚ ପତ୍ର – 1 ମୁଠା, ରସୁଣ – 10 ପାଖୁଡ଼ା, ନିମ୍ବ ପତ୍ର- 1 ମୁଠା, ନଡ଼ିଆ କିମ୍ବା ରାଶି ତେଲ – 250 ମି.ଲି, ହଳଦୀ ଗୁଣ୍ଡ- 20 ଗ୍ରାମ, ମେହେନ୍ଦି (ମୋହରା) ପତ୍ର – 1 ମୁଠା, ତୁଳସୀ ପତ୍ର – 1 ମୁଠା
ପ୍ରସ୍ତୁତ କରିବାର ବିଧି
- ସମସ୍ତ ସାମଗ୍ରୀକୁ ଭଲଭାବରେ ପେଶି ମିଶାନ୍ତୁ
- 500 ମି.ଲି. ନଡ଼ିଆ କିମ୍ବା ରାଶି ତେଲ ମିଶାଇ ଗରମ କରନ୍ତୁ ତାପରେ ଥଣ୍ଡା କରନ୍ତୁ ।
ପ୍ରୟୋଗ କରିବାର ବିଧି
- ଘା ସଫା କରି ଏହି ମିଶ୍ରଣ ଲଗାନ୍ତୁ କିମ୍ବା ସଫା କନାରେ ଭିଜାଇ ବ୍ୟାଣ୍ଡେଜ ବାନ୍ଧନ୍ତୁ ।
- ଯଦି ଘା ରେ ପୋକ ପଡ଼ି ଯାଇଥାନ୍ତି ତେବେ ପ୍ରଥମ ଦିନ ନଡ଼ିଆ ତେଲ କର୍ପୁର ମିଶ୍ରଣ ଲଗାନ୍ତୁ କିମ୍ବା ଆତ ପତ୍ର ବାଟି କରି ଲଗାନ୍ତୁ ।
ଜ୍ୱର (Ethno-veterinary treatment for Fever)
ସାମଗ୍ରୀ (ଏକ ଦିନର ପ୍ରୟୋଗ ପାଇଁ)
ରସୁଣ – 2 ପାଖୁଡ଼ା, ଧନିଆ-10 ଗ୍ରାମ, ଜୀରା-10 ଗ୍ରାମ, ତୁଳସୀ ପତ୍ର- 1 ମୁଠା, ଶୁଖିଲା ତେଜ ପତ୍ର -10 ଗ୍ରାମ, ଗୋଲମରିଚ-10 ଗ୍ରାମ, ପାନ ପତ୍ର – 5 ଟା, ଛୋଟ ପିଆଜ/ପିଆଜ – 2 ଟା, ହଳଦୀ ଗୁଣ୍ଡ- 10 ଗ୍ରାମ, ଚିରେଇତା ପତ୍ର ର ଗୁଣ୍ଡ – 20 ଗ୍ରାମ, ଦୟଣା ପତ୍ର – 1 ମୁଠା, ନିମ୍ବ ପତ୍ର – 1 ମୁଠା, ଗୁଡ଼-100 ଗ୍ରାମ
ପ୍ରସ୍ତୁତ କରିବାର ବିଧି
- ଜୀରା, ଗୋଲ ମରିଚ ଏବଂ ଧନିଆକୁ ପାଣିରେ 15 ମିନିଟ ପର୍ଯ୍ୟନ୍ତ ଭିଜାନ୍ତୁ
- ସମସ୍ତ ସାମଗ୍ରୀକୁ ପେଶି ମିଶାନ୍ତୁ
ପ୍ରୟୋଗ କରିବାର ବିଧି
- ମିଶ୍ରଣକୁ ଛୋଟ ଛୋଟ ଭାଗରେ ବିଭକ୍ତ କରି ସକାଳ ଏବଂ ସନ୍ଧ୍ୟରେ ଖୁଆନ୍ତୁ ।
ଝାଡ଼ା (Ethno-veterinary treatment for Diarrhoea)
ସାମଗ୍ରୀ (ଏକ ଦିନ ପ୍ରୟୋଗ ପାଇଁ)
ମେଥି-10 ଗ୍ରାମ, ପିଆଜ-1ଟା, ରସୁଣ-1 ପାଖୁଡ଼ା, ଜୀରା-10 ଗ୍ରାମ, ହଳଦୀ-10 ଗ୍ରାମ, ଭେର୍ସୁଙ୍ଗ ପତ୍ର-1 ମୁଠା, ପୋସ୍ତ-5 ଗ୍ରାମ, ଗୋଲମରିଚ-10 ଗ୍ରାମ, ଗୁଡ଼-100 ଗ୍ରାମ, ହେଙ୍ଗୁ-5 ଗ୍ରାମ
ପ୍ରସ୍ତୁତ କରିବାର ବିଧି
- ଜୀରା, ହେଙ୍ଗୁ, ପୋସ୍ତ ଏବଂ ମେଥିକୁ ଶୁଖାଇ ଭାଜନ୍ତୁ ।
- ତାକୁ ଥଣ୍ଡା କରି ପେଶି ଦିଅନ୍ତୁ ।
- ଏଥିରେ ଅନ୍ୟ ସାମଗ୍ରୀ ମିଶାଇ ପେଶି କରି ପେଷ୍ଟ ବନାନ୍ତୁ ।
ପ୍ରୟୋଗ କରିବାର ବିଧି
- ମିଶ୍ରଣକୁ ଛୋଟ ଛୋଟ ଗୁଳାରେ ବିଭକ୍ତ କରନ୍ତୁ ।
- ପ୍ରସ୍ତୁତ ଗୁଳା ଗୁଡ଼ିକୁ ଦିନରେ ଥରେ ଖୁଆନ୍ତୁ । ଏହି ପ୍ରକ୍ରିୟା 1 ରୁ 3 ଦିନ ପର୍ଯ୍ୟନ୍ତ କିମ୍ବା ଝାଡ଼ା ଠିକ ହେବା ପର୍ଯ୍ୟନ୍ତ ଦୋହରାନ୍ତୁ ।
ପେଟ ଫୁଲା ଏବଂ ବଦ ହଜମି )(Ethno-veterinary formulation to ease Indigestion and Bloat)
ସାମଗ୍ରୀ (ଏକ ଦିନର ପ୍ରୟୋଗ ପାଇଁ)
ପିଆଜ-100 ଗ୍ରାମ, ରସୁଣ-100 ପାଖୁଡ଼ା, ଶୁଖିଲା ଲଙ୍କା-2 ଟା, ଜୀରା-10 ଗ୍ରାମ, ହଳଦୀ-10 ଗ୍ରାମ, ଗୁଡ଼-100 ଗ୍ରମ, ଗୋଲ ମରିଚ-10 ଗ୍ରାମ, ପାନ ପତ୍ର-10 ଟା, ଅଦା-100 ଗ୍ରାମ
ପ୍ରସ୍ତୁତ କରିବାର ବିଧି
- ଗୋଲମରିଚ, ଜୀରା ପାଣିରେ ଅଧଘଣ୍ଟା ଭିଜାନ୍ତୁ ।
- ଅନ୍ୟ ସାମଗ୍ରୀ ସହିତ ମିଶାଇ ପେଶି ମିଶ୍ରଣ ବନାନ୍ତୁ ।
ପ୍ରୟୋଗ କରିବାର ବିଧି
- ମିଶ୍ରଣକୁ ଛୋଟ ଛୋଟ ଗୁଳାରେ ବିଭକ୍ତ କରନ୍ତୁ ।
- ଛୋଟ ଛୋଟ ଭାଗ କରି ଲୁଣ ମିଶାଇ ଦିନକୁ 3-4 ଥର 3 ଦିନ ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତୁ ।
କୃମି )(Ethno-veterinary treatment for Deworming)
ସାମଗ୍ରୀ (ଏକ ଦିନର ପ୍ରୟୋଗ ପାଇଁ)
ପିଆଜ-1ଟା, ରସୁଣ-5 ପାଖୁଡ଼ା, ସୋରିଷ – 10 ଗ୍ରାମ, ନିମ୍ବ ପତ୍ର-1ମୁଠା, ଜୀରା-10 ଗ୍ରାମ, କଲରା-50 ଗ୍ରାମ, ହଳଦୀ-5 ଗ୍ରାମ, ଗୋଲ ମରିଚ-5 ଗ୍ରାମ, କଦଳୀ ମଞ୍ଜା-100 ଗ୍ରାମ, ଗୟସ ପତ୍ର-1ମୁଠା, ଗୁଡ଼-100 ଗ୍ରାମ
ପ୍ରସ୍ତୁତ କରିବାର ବିଧି
- ପାଣିରେ ଗୋଲମରିଚ, ଜୀରା ଏବଂ ସୋରିଷ 30 ମିନିଟ ପର୍ଯ୍ୟନ୍ତ ଭିଜାନ୍ତୁ ।
- ଏହାକୁ ଅନ୍ୟ ସାମଗ୍ରୀ ସହିତ ପେଶି ପେଷ୍ଟ ବନାନ୍ତୁ ।
ପ୍ରୟୋଗ କରିବାର ବିଧି
- ମିଶ୍ରଣକୁ ଛୋଟ ଛୋଟ ଗୁଳାରେ ବିଭକ୍ତ କରନ୍ତୁ ।
- ଛୋଟ ଛୋଟ ଭାଗରେ ଲୁଣ ମିଶାଇ ଦିନକୁ ଥରେ, 3 ଦିନ ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତୁ ।
ଟିଙ୍କ /ବାହ୍ୟ ପରଜୀବୀ(Ethno-veterinary formulation for Ticks, Ectoparasites)
ସାମଗ୍ରୀ
ରସୁଣ -10 ପାଖୁଡ଼ା, ନିମ୍ବ ପତ୍ର – 1ମୁଠା, ନିମ୍ବ ଫଳ-1 ମୁଠା, ବଚ କାଣ୍ଡ-10 ଗ୍ରାମ, ହଳଦୀ ଗୁଣ୍ଡ-20 ଗ୍ରାମ, ନାଗ ଅଈରୀ ପତ୍ର- 1 ମୁଠା, ତୁଳସୀ ପତ୍ର – 1 ମୁଠା
ପ୍ରସ୍ତୁତ କରିବାର ବିଧି
- ସମସ୍ତ ସାମଗ୍ରୀକୁ ପେଶି ମିଶ୍ରଣ କରନ୍ତୁ ।
- ଏକ ଲିଟର ସଫା ପାଣି ମିଶାନ୍ତୁ ।
- ଏକ ସଫା କନାରେ ଉପରୋକ୍ତ ମିଶ୍ରଣକୁ ଛାଣନ୍ତୁ ।
- ଛାଣିବା ପରେ ଗୋଟିଏ ସ୍ପ୍ରେ ବୋତଲକୁ ସ୍ଥାନାନ୍ତରଣ କରନ୍ତୁ ।
ପ୍ରୟୋଗ କରିବାର ବିଧି
- ପଶୁର ସମଗ୍ର ଶରୀରରେ ସ୍ପ୍ରେ କରନ୍ତୁ ।
- ଗୁହାଳରେ ଥିବା ଛିଦ୍ର ଏବଂ ଫାଟରେ ମଧ୍ୟ ସ୍ପ୍ରେ କରନ୍ତୁ ।
- ଏହି ମିଶ୍ରଣକୁ କପଡ଼ାରେ ଭଜାଇ ପଶୁ ଶରୀରରେ ଲଗାଇ ପାରିବେ ।
- ଭଲ ଅବସ୍ଥା ଆସିବା ପର୍ଯ୍ୟନ୍ତ ସପ୍ତାହରେ ଥରେ ଲଗାନ୍ତୁ ।
- ଏହି ଉପଚାର ଦିନର ଗରମ (ଖରା) ସମୟରେ ହିଁ କରନ୍ତୁ ।
ଚିରରେ ଘା / ଭାତୁଡ଼ି ହେବା / ଚିର ଫାଟିବା (Ethno-veterinary medication for Pox Wart Cracks on Teat)
ସାମଗ୍ରୀ
ରସୁଣ- 5 ପାଖୁଡ଼଼ା, ହଳଦୀ-10 ଗ୍ରାମ, ଜୀରା-15 ଗ୍ରାମ, ଦୟଣା ପତ୍ର-1ମୁଠା, ନିମ୍ବ ପତ୍ର-1 ମୁଠା, ଲହୁଣୀ କିମ୍ବା ଘିଅ-50 ଗ୍ରାମ
ପ୍ରସ୍ତୁତ କରିବାର ବିଧି
- ଜୀରାକୁ ପାଣିରେ 15 ମିନିଟ ପାଇଁ ବତୁରାନ୍ତୁ ।
- ସମସ୍ତ ସାମଗ୍ରୀକୁ ପେଶି ଭଲ ଭାବରେ ମିଶାନ୍ତୁ ।
- ଶେଷରେ ଲହୁଣୀ ଭଲ ଭାବରେ ମିଶାନ୍ତୁ ।
ପ୍ରୟୋଗ କରିବାର ବିଧି
- ଏହି ମିଶ୍ରଣକୁ ପ୍ରଭାବିତ ଯାଗାରେ ଭଲ ହେବା ପର୍ଯ୍ୟନ୍ତ ବାରମ୍ବାର ଲଗାନ୍ତୁ ।
- ଚର୍ମ ସଫା କରି ଶୁଖାଇ ଏହି ମିଶ୍ରଣକୁ ଲଗାନ୍ତୁ ।
ଆଲର୍ଜୀ / ବିଷ କ୍ରିୟା / ବିଷାକ୍ତ ଦଂଶନ / କାମୁଡ଼ା (Ethno-veterinary treatment for Allergy/Poisoning/Venomous sting/Bite)
ସାମଗ୍ରୀ (ଥରେ ପ୍ରୟୋଗ ପାଇଁ)
(ତିନି ରାଜା- ତାମିଲ ସିଦ୍ଧ ବୈଦ୍ୟ ପରମ୍ପରା ଅନୁସାରେ)
ପାନ ପତ୍ର-10 ଟା, ଗୋଲ ମରିଚ-10 ଗ୍ରାମ, ଲୁଣ-10 ଗ୍ରାମ
ପ୍ରସ୍ତୁତ କରିବାର ବିଧି
- ସମସ୍ତ ସାମଗ୍ରୀକୁ ମିଶାଇ ପେଶି ପେଷ୍ଟ ବନାନ୍ତୁ
- ଗୁଡ଼ ସହିତ ମିଶାନ୍ତୁ ।
ପ୍ରୟୋଗ କରିବାର ବିଧି
- ପ୍ରସ୍ତୁତ କରିଥିବା ମିଶ୍ରଣକୁ ଛୋଟ ଛୋଟ ଭାଗ କରି ଶୁଖାନ୍ତୁ
- ପ୍ରତିଦିନ 3 ଥର ପ୍ରୟୋଗ କରନ୍ତୁ, ପ୍ରୟୋଗ 2 ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ।
ଟିପ୍ପଣୀ-
2-3 ବୁନ୍ଦା (ବିନା ଗୁଡ଼ ମିଶ୍ରିତ) ଆଖିରେ ପ୍ରତି 1 ଘଣ୍ଟାରେ ପକାନ୍ତୁ, ଏହି ବିକଳ୍ପ କେବଳ ସାଂଘାତିକ ଅବସ୍ଥାରେ ଥିବା ପଶୁ ପାଇଁ ଯିଏ ଖାଇବା ପାଇଁ ଅସମର୍ଥ ।
ଗଣ୍ଠି ଫୁଲା (Ethno-veterinary treatment for Hygroma) (Swelling of joints)
ସାମଗ୍ରୀ
ଘି କୁଆଁରୀର ପତ୍ର-100 ଗ୍ରାମ, ଚୂନ-10 ଗ୍ରାମ, ହାଡ଼ ଭଙ୍ଗା କାଣ୍ଡ-100 ଗ୍ରାମ, ହଳଦୀ ଗୁଣ୍ଡ-15 ଗ୍ରାମ, ରସୁଣ- ଟି ପାଖୁଡ଼ା
ପ୍ରସ୍ତୁତ କରିବାର ବିଧି
- ସମସ୍ତ ସାମଗ୍ରୀକୁ ଭଲ ଭାବରେ ପେଶି ପେଷ୍ଟ ବନାନ୍ତୁ ।
- 1 ଲିଟର ରାଶି ତେଲରେ ମିଶ୍ରଣକୁ ଗରମ କରନ୍ତୁ ଏହା ପରେ ଥଣ୍ଡା ହେବାକୁ ଦିଅନ୍ତୁ ।
ପ୍ରୟୋଗ କରିବାର ବିଧି
- ଦିନକୁ 4 ରୁ 5 ଥର ପ୍ରଭାବିତ ଯାଗାରେ ଲଗାନ୍ତୁ ।
- ଗରମ ପାଣିରେ ଦିନକୁ ଦୁଇଥର ସେକ ଦିଅନ୍ତୁ ।
କାଶ (Ethno-veterinary treatment for Cough)
ସାମଗ୍ରୀ (ଗୋଟିଏ ଦିନର ପ୍ରୟୋଗ ପାଇଁ)
ବାସଙ୍ଗ ପତ୍ର-1 ଟା, ତୁଳସୀ ପତ୍ର-1 ମୁଠା, ରସୁଣ- 5 ପାଖୁଡ଼ା, ହଳଦୀ-10 ଗ୍ରାମ, ଗୋଲ ମରିଚ-10 ଗ୍ରାମ
ପ୍ରସ୍ତୁତ କରିବାର ବିଧି
- ଗୋଲ ମରିଚକୁ 10-15 ମିନିଟ ପାଣିରେ ବତୁରାଇ ଅଲଗା ପେଶନ୍ତୁ ।
- ଅନ୍ୟ ସମସ୍ତ ସାମଗ୍ରୀକୁ ଏକାଠି କରି ଗୁଡ଼ ମିଶାଇ ପେଶି ମିଶ୍ରଣ ବନାନ୍ତୁ ।
ପ୍ରୟୋଗ କରିବାର ବିଧି
- କାଶ ଭଲ ହେବା ପର୍ଯ୍ୟନ୍ତ ଦିନକୁ 2-3 ଥର ଖୁଆନ୍ତୁ ।
ଛିଡ଼ା ହେବା ପାଇଁ ଅସମର୍ଥ ପଶୁ (Ethno-veterinary treatment for Downer ) (Not able to get up)
ସାମଗ୍ରୀ (ଥରେ ପ୍ରୟୋଗ ପାଇଁ)
ଦେଶୀ କୁକୁଡ଼ା ଅଣ୍ଡା- 2 ଟା, ସଜନା ପତ୍ର-4 ମୁଠା, ହାଡ଼ ଭଙ୍ଗା କାଣ୍ଡକୁ ଅଲଗା ପେଶନ୍ତୁ ଓ ଆବଶ୍ୟକତା ଅନୁସାରେ ଗୁଡ଼ ସହିତ ମିଶାନ୍ତୁ ।
ପ୍ରସ୍ତୁତ କରିବାର ବିଧି
- ତାଜା କଞ୍ଚା ଅଣ୍ଡା
- ସଜନା ପତ୍ର ଓ ହାଡ଼ ଭଙ୍ଗା କାଣ୍ଡକୁ ଅଲଗା ପେଶନ୍ତୁ ଓ ଆବଶ୍ୟକତା ଅନୁସାରେ ଗୁଡ଼ ସହିତ ମିଶାନ୍ତୁ ।
ପ୍ରୟୋଗ କରିବାର ବିଧି
- ଥରକେ 2 ଟି ଅଣ୍ଡା (ଖୋଳ ସହିତ) ହାଲକା ଭାବରେ ଖଳ ଫଟାଇ ବା ଖୋଳରେ ଛୋଟ କଣା କରି ଦିନକୁ ତିନି ଥର ଖୁଆନ୍ତୁ ।
- ସଜନା ପତ୍ର ଓ ହାଡ଼ ଭଙ୍ଗା କାଣ୍ଡ (ଥରକେ 4 ମୁଠା)କୁ ପ୍ରତି 2 ଘଣ୍ଟାରେ ଏକାନ୍ତର ଭାବରେ ଖୁଆନ୍ତୁ ।
- ପଶୁକୁ ଚତୁର୍ଥ ଦିନ ପର୍ଯ୍ୟନ୍ତ ଉଠାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ ।
କୀଟନାଶକ ବିଷାକ୍ତତା /ହାଇଡ୍ରୋଜେନ ସାୟାନାଇଡ଼ ବିଷକ୍ତତା/ କବକ ଜନିତ ବିଷାକ୍ତତା (Ethno-veterinary formulation for Toxicity) (Pesticide/HCN/Mycotoxin)
ସାମଗ୍ରୀ
ତିନି ରାଜା ( ଥରେ ପ୍ରୟୋଗ ପାଇଁ)
ପାନ ପତ୍ର-10 ଟା, ଗୋଲ ମରିଚ-10 ଗ୍ରାମ, ଲୁଣ-10 ଗ୍ରାମ
ଅନ୍ୟ ସାମଗ୍ରୀ (ଗୋଟିଏ ଦିନର ପ୍ରୟୋଗ ପାଇଁ)
ତେନ୍ତୁଳି- 1 କି.ଗ୍ରା., ପାଣି- 1 ଲିଟର, ସଜନା ପତ୍ରର ରସ- 1 କି.ଗ୍ରା. ପତ୍ର ରୁ
ପ୍ରସ୍ତୁତ କରିବାର ବିଧି
ତିନି ରାଜା ପ୍ରସ୍ତୁତ କରିବାର ବିଧି
- ପାନ ପତ୍ର, ଗୋଲ ମରିଚ ଓ ଲୁଣକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
- ଆବଶ୍ୟକତା ଅନୁସାରେ ଗୁଡ଼ ସହିତ ମିଶାନ୍ତୁ ।
ଅନ୍ୟ ମିଶ୍ରଣ
- ତେନ୍ତୁଳିକୁ 15 ମିନିଟ ପାଇଁ ପାଣିରେ ଭିଜାନ୍ତୁ ।
- ଭିଜା ଯାଇଥିବା ତେନ୍ତୁଳି ଶସରୁ ରସ ବାହାର କରନ୍ତୁ ।
- ପାଣି, ସଜନା ପତ୍ରର ରସ ଓ ଗୁଡ଼ ମିଶାନ୍ତୁ ।
- ଭଲ ଭାବରେ ମିଶାନ୍ତୁ ।
ପ୍ରୟୋଗ କରିବାର ବିଧି
- ତିନି ରାଜାର ପ୍ରଥମ ଭାଗ ଖୁଆନ୍ତୁ ।
- 200 ମିଲି ତେନ୍ତୁଳି, ସଜନା, ଗୁଡ଼ର ମିଶ୍ରଣ ପ୍ରତି 2 ଘଣ୍ଟାରେ ଥରେ ପିଆନ୍ତୁ ।
- ମଧ୍ୟବର୍ତ୍ତୀ ସମୟରେ ତିନି ରାଜା ମିଶ୍ରଣର ଛୋଟ ଭାଗ ଖୁଆନ୍ତୁ ।
କ୍ଷୀରରେ ରକ୍ତ ଆସିବା (Ethno-veterinary formulation for Blood in Milk)
ସାମଗ୍ରୀ (ଗୋଟିଏ ଦିନର ପ୍ରୟୋଗ ପାଇଁ)
ଭେର୍ସୁଙ୍ଗ ପତ୍ର-2 ମୁଠା, ସଜନା ପତ୍ର- 2 ମୁଠା, ଗୁଡ଼-100 ଗ୍ରମ୍, ଲେମ୍ବୁ-6ଟା
ପ୍ରସ୍ତୁତ କରିବାର ବିଧି
ଭେର୍ସୁଙ୍ଗା ପତ୍ର ଓ ସଜନା ପତ୍ରକୁ ଗୁଡ଼ ସହିତ ପେଶି ପେଷ୍ଟ ବନାନ୍ତୁ ଲେମ୍ବୁକୁ ଦୁଇଫାଳ କରି କାଟନ୍ତୁ ।
ପ୍ରୟୋଗ କରିବାର ବିଧି
- ଦିନକୁ ଦୁଇଥର ଖୁଆନ୍ତୁ ଅବସ୍ଥା ଭଲ ହେବା ପର୍ଯ୍ୟନ୍ତ ।
- ଥରକେ କଟା ହୋଇଥିବା 2 ଟା ଲେମ୍ବୁ (ଅଧା ଭାବରେ କଟା) ଖୁଆନ୍ତୁ ।
- ଏହି ପ୍ରକ୍ରିୟା ଦିନକୁ 3 ଥର 3 ଦିନ ପର୍ଯ୍ୟନ୍ତ ଦୋହରାନ୍ତୁ ।
ଟିପ୍ପଣୀ- ଏହା ସହିତ ଥନହରା ପାରମ୍ପରିକ ଚିକିତ୍ସା ପଦ୍ଧତି କରନ୍ତୁ ।
ଗାଈ ଗରମ ନ ଆସିବା (Ethno-veterinary formulation for Anoestrus)
ପ୍ରସ୍ତୁତ କରିବାର ବିଧି
ତାଜା ରୂପରେ ପଶୁକୁ ଦିନକୁ ଦୁଇଥର ଗୁଡ଼ ଓ ଲୁଣ ସହିତ ଖୁଆନ୍ତୁ ।
- ଗୋଟିଏ ଧଳା ମୂଳା ଦିନକୁ ଦୁଇଥର ପ୍ରଥମ 5 ଦିନ ପର୍ଯ୍ୟନ୍ତ ।
- ଗୋଟିଏ ଘି କୁଆଁରୀ ପତ୍ର ଦିନକୁ ଦୁଇଥର ପରବର୍ତ୍ତୀ 4 ଦିନ ପର୍ଯ୍ୟନ୍ତ ।
- ଚାରି ମୁଠା ସଜନା ପତ୍ର ଦିନକୁ ଦୁଇଥର ପରବର୍ତ୍ତୀ 4 ଦିନ ପର୍ଯ୍ୟନ୍ତ ।
- ଚାରି ମୁଠା ହାଡ଼ ଭଙ୍ଗା କାଣ୍ଡ ଦିନକୁ ଦୁଇଥର ପରବର୍ତ୍ତୀ 4 ଦିନ ପର୍ଯ୍ୟନ୍ତ ।
- ଚାରି ମୁଠା ଭେର୍ସୁଙ୍ଗୁ ପତ୍ର, ହଳଦୀ ସହିତ ଦିନକୁ ଦୁଇଥର ପରବର୍ତ୍ତୀ 4 ଦିନ ପର୍ଯ୍ୟନ୍ତ ।
ଟିପ୍ପଣୀ- ଏହି ଚିକିତ୍ସା ଆରମ୍ଭର 15 ଦିନ ପୂର୍ବରୁ କୃମି ଔଷଧ ଦିଅନ୍ତୁ ।
ବିଶେଷ ସୂଚନା-
ତଥ୍ୟ ପ୍ରଫେସର ଏନ. ପୁନ୍ନିଆମୁର୍ଥୀ ଙ୍କ ଦ୍ୱାରା ଦିଆଯାଇଥିବା ବୈଷୟିକ ତଥ୍ୟକୁ ନେଇ ପ୍ରସ୍ତୁତ କରାଯାଇଅଛି । ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ anand@nddb.coop
ଏଠାରେ ଉଲ୍ଲେଖ କରାଯାଇଥିବା ଉଦ୍ଭିଦ, ମସଲା ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ସାଧାରଣତଃ ସୁରକ୍ଷତି ଭାବରେ ବିବେଚନା କରାଯାଇଥାଏ ଏବଂ ଏଗୁଡ଼ିକ କେବଳ ପରାମର୍ଶଦାୟକ ଅଟେ । ଉପଯୁକ୍ତ ରୋଗ ନିରାକରଣ ଏବଂ ପରିଚାଳନା ପାଇଁ ନିକଟସ୍ଥ ପ୍ରାଣୀ ଚିକିତ୍ସଙ୍କ ସହିତ ପରାମର୍ଶ କରାଯାଇପାରେ ।
ସବିଶେଷ ତଥ୍ୟ ପାଇଁ ଯୋଗାଯୋଗ କରନ୍ତୁ – ରାଷ୍ଟ୍ରୀୟ ଡ଼ାଏରୀ ବିକାଶ ବୋର୍ଡ଼, ଆନନ୍ଦ, ୱେବସାଇଟ-www.nddb.coop
Ethno-Veterinary Preparations | Farmers’ Corner (nddb.coop)