Skip to content
ଭର୍ମି କମ୍ପୋଷ୍ଟ ପ୍ରସ୍ତୁତି ପାଇଁ ସବୁପ୍ରକାର ଜୈବିକ ଦହନଶୀଳ ବର୍ଯ୍ୟବସ୍ତୁକୁ ବ୍ୟବହାର କରାଯାଇପାରିବ । ସାଧାରଣ ଭାବରେ କମ୍ପୋଷ୍ଟ ପାଇଁ ବ୍ୟବହାର କରାଯାଉଥିବା ଜୈବିକ ପଦାର୍ଥ ଗୁଡ଼ିକ ହେଲା –

- ପଶୁ ମଳ ଯଥା- ଗୋବର, ମେଣ୍ଢାମଳ, ଛେଳି ମଳ, କୁକୁଡ଼ାମଳ ଇତ୍ୟାଦି ।
- କୃଷି ଜାତ ବର୍ଯ୍ୟବସ୍ତୁ ଯଥା- ଅମଳ ପରେ ରହିଯାଉଥିବା ବିଭିନ୍ନ ଫସଲର ଅବଶିଷ୍ଟାଂଶ ଯଥା-ଧାନ, ଗହମ ନଡ଼ା, ଆଖୁଛେଦା, ଫଳଗଛର ଝଡ଼ା ପତ୍ର, ପନିପରିବା ଗଛର ପତ୍ର, କାଣ୍ଡ, ମୁଗ, ବିରି ବୋତି, କଦଳୀ ଗଛର ଅବଶିଷ୍ଟାଂଶ, ଚିନାବାଦାମ, ମକା, ସୋରିଷ, ରାଶି, ସୂର୍ଯ୍ୟମୁଖୀ ଆଦି ଫସଲର ଅବଶିଷ୍ଟାଂଶ ।
- ଜଙ୍ଗଲ ଜାତ ବର୍ଯ୍ୟବସ୍ତୁ – ଗଛର ଛେଲି, କରତକଳ ଗୁଣ୍ଡ, ଗଛର ପଚା, ସଢା ପତ୍ର ଇତ୍ୟାଦି ।
- ବିଭିନ୍ନ ଘାସ, ପାଣିଦଳ, ବିଲାତି ଦଳ
- ଅଳିଆ କାଗଜ
- ରୋଷେଇ ଘର ମଇଳା, ପନିପରିବା ଚୋପା
- ଗୋବର ଗ୍ୟାସ ମଣ୍ଡ
- ଶିଳ୍ପ ଜାତ ଜୈବ ବର୍ଯ୍ୟବସ୍ତୁ ଯଥା- ଖାଦ୍ୟ ପ୍ରକ୍ରିୟା କରଣ କାରଖାନାର ଅଳିଆ, ଚିନିକଳ ମଇଳା, ନଡିଆ କତା ଗୁଣ୍ଡ ଇତ୍ୟାଦି ।
- ସହର ଓ ହାଟରୁ ବାହାରୁଥିବା ଅଦରକାରୀ ଜୈବ ବସ୍ତୁ ।
ଜୈବ ବର୍ଯ୍ୟବସ୍ତୁରୁ ସହଜରେ ଏବଂ ଶୀଘ୍ର ଭର୍ମିକମ୍ପୋଷ୍ଟ ପ୍ରସ୍ତୁତି କରିବାପାଇଁ କେତେଗୁଡ଼ିଏ ପଦକ୍ଷେପ ।
- ବର୍ଯ୍ୟବସ୍ତୁ ମଧ୍ୟରୁ ଅଜୈବିକ ତଥା ବିଘଟନ ହେଉନଥିବା ପଦାର୍ଥ ଯଥା-ପ୍ଲାଷ୍ଟିକ, ପଥର, କାଚ, ସେରାମିକ, ପଲିଥିନ୍ ଏବଂ ଧତବ ପଦାର୍ଥ ଇତ୍ୟାଦିକୁ ଅଲଗା କରି ବାହାରକରି ଦିଅନ୍ତୁ ।
- ଯେଉଁ ବର୍ଯ୍ୟବସ୍ତୁ ଗୁଡ଼ିକ ରାସାୟନିକ ପଦାର୍ଥ ଦ୍ୱାରା ସଂକ୍ରମିତ ହୋଇଥିବା ସେଗୁଡ଼ିକ ବାହାର କରିଦିଅନ୍ତୁ ।
- ରୋଷେଇ ଘର ଅଳିଆରେ ଯଦି ମସଲା ଜାତୀୟ ପଦାର୍ଥ ଥାଏ, ତାକୁ ବାହାର କରିଦିଅନ୍ତୁ ।
- ଜୈବିକ ପଦାର୍ଥ ସବୁକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରିଦିଅନ୍ତୁ । ବିଲାତି ଦଳ ବ୍ୟବହାର କରୁଥିଲେ ଚେରକୁ କାଟି ବାହାର କରିଦିଅନ୍ତୁ ।
ଜାଣନ୍ତୁ –

← ଭର୍ମି କମ୍ପୋଷ୍ଟ ପ୍ରସ୍ତୁତିର ଆବଶ୍ୟକତା ଓ ଉପକାରିତା ← ଭର୍ମିକମ୍ପୋଷ୍ଟ ପ୍ରସ୍ତୁତି