Skip to content
ଉଦୀୟମାନ ଯୁବକଯୁବତୀଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ସରକାରଙ୍କ ନୂଆ ଯୋଜନା ସ୍ୱୟମ୍
www.swayam.odisha.gov.in
ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ 1 ଲକ୍ଷ ଟଙ୍କାର ଋଣ
ଯୋଜନା
- ନୂଆ କିମ୍ବା ଚାଲୁ ରହିଥିବା ବ୍ୟବସାୟ ବଢାଇବା ପାଇଁ ବିନା ସୁଧରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ।
- ଋଣର ସୁଧଭାର ବହନ କରିବେ ସରକାର ।
- ବ୍ୟବସାୟ ପାଇଁ ଆବଶ୍ୟକ ଟଙ୍କାର ମାତ୍ର 5 % ମୂଳ ଜମା ଆକାରରେ ଦାଖଲ କରିବାକୁ ପଡ଼ିବ ।
- ଋଣ ନିମନ୍ତେ କୌଣସି ବନ୍ଧକ ରଖିବାକୁ ପଡ଼ିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡ଼ିବ ନାହିଁ ।
- ଋଣ ପରିଶୋଧ କରିବାର 4 ବର୍ଷ ସମୟ ସୀମା ମଧ୍ୟରେ ବ୍ୟାଙ୍କର ପ୍ରଚଳିତ ନିୟମାନୁଯାୟୀ 3 ରୁ 6 ମାସ ପର୍ଯ୍ୟନ୍ତ ଋଣ ପରିଶୋଧ ଅବଧି ରିହାତି ।
ଯୋଗ୍ୟତା
- 18 ରୁ 35 ବର୍ଷ ବୟସ ପର୍ଯ୍ୟନ୍ତ ଆଗ୍ରହୀ ଯୁବକ ଯୁବତୀ ଆବେଦନ କରି ପାରିବେ ।
- ଅନୁସୂଚିତ ଜାତି / ଜନଜାତି / ଭିନ୍ନକ୍ଷମ / କିନ୍ନର ଋଣଗ୍ରହୀତାଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା 40 ବର୍ଷ ।
- ‘କାଳିଆ’, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଅନ୍ତର୍ଭୂକ୍ତ ହୋଇଥିବା ପରିବାର କିମ୍ବା ଗ୍ରାମଞ୍ଚଳରେ 2 ଲକ୍ଷ ଟଙ୍କା ଏବଂ ସହରାଞ୍ଚଳରେ 3 ଲକ୍ଷ ଟଙ୍କାରୁ କମ୍ ବାର୍ଷିକ ଆୟଥିବା ପରିବାର ।
- ‘ଉଦ୍ୟମ’ ଯୋଜନାରେ ପଞ୍ଜିକୃତ କିମ୍ବା ସହାୟକ ନମ୍ବରଧାରୀ ଯୁବକଯୁବତୀ ।
ଆବଶ୍ୟକ କାଗଜ ପତ୍ର
- ଆବେଦନକାରୀଙ୍କ ପାସପୋର୍ଟ ସାଇଜ ଫଟୋ ।
- ବୟସ ପ୍ରମାଣପତ୍ର (ଆଧାର କାର୍ଡ଼ / ଭୋଟର ଆଇ.ଡ଼ି /ପ୍ୟାନ କାର୍ଡ଼ / ଦଶମ ବୋର୍ଡ଼ ସାର୍ଟିଫିକେଟ୍ / ଜନ୍ମ ପ୍ରମାଣ ପତ୍ର) ।
- ବାସସ୍ଥାନ ପ୍ରମାଣପତ୍ର (ଆଧାର କାର୍ଡ଼ / ତହସିଲଦାରଙ୍କ ଦ୍ୱାରା ଦିଆଯାଇଥିବା ବାସସ୍ଥାନ ପ୍ରମାଣପତ୍ର /ଭୋଟର ଆଇ.ଡ଼ି / ଡ୍ରାଇଭିଂ ଲାଇସେନ୍ସ / ବିଦ୍ୟୁତ ବିଲ୍ / ରାସନ କାର୍ଡ଼) ।
- UDYAM ରେଜିଷ୍ଟ୍ରେସନ୍ / ଆସେଷ୍ଟେଡ଼୍ ସାର୍ଟିଫିକେଟ୍ ।
- ଜାତି / ଭିନ୍ନକ୍ଷମ ପ୍ରମାଣ ପତ୍ର ।
- ସହରାଞ୍ଚଳ କିନ୍ନରଙ୍କ ଦ୍ୱାରା ଘୋଷଣା ପତ୍ର ।
ଆବେଦନ ପ୍ରକ୍ରିୟା
- ଆବେଦନକାରୀ odisha.gov.in ୱେବସାଇଟ୍ ଅଥବା “ମୋ ସେବା କେନ୍ଦ୍ର” ସହାୟତାରେ ଆବେଦନ କରିପାରିବେ ।
- ସହରାଞ୍ଚଳ ଆବେଦନକାରୀ ନିଜ ଋଣ ଦରଖାସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ / ମହାନଗର ନିଗମ କାର୍ଯ୍ୟାଳୟରେ ମଧ୍ୟ ଦାଖଲ କରିପାରିବେ ।
- ଆବେଦନକାରୀ ଯେଉଁ ବ୍ୟାଙ୍କରୁ ଋଣ ନେବାକୁ ଇଚ୍ଛୁକ, ତାହା ଆବେଦନ ସମୟରେ ଦର୍ଶାଇବେ ।
- ଆସନ୍ତା ତା 23.02.2024 ରିଖରୁ ଆବେଦନ ଗ୍ରହଣ କରାଯିବ ।
← କଳାକାର ବୁଣାକାର ଓ କାରିଗରଙ୍କ ସହାୟତା ରାଶି ବୃଦ୍ଧି ← ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା 17ତମ କିସ୍ତିର ହସ୍ତାନ୍ତର ।