ବୀଜାମୃତ
ଆବଶ୍ୟକୀୟ ସାମଗ୍ରୀ
- ଗୋବର – 5 କେ.ଜି.
- ଗୋମୂତ୍ର – 5 ଲିଟର
- ଗାଈ କ୍ଷୀର – 1 ଲିଟର
- ଚୂନ – 250 ଗ୍ରାମ୍
- ପାଣି – 100 ଲିଟର
ବ୍ୟବହାର
ଏସବୁକୁ ଗୋଟିଏ ଡ୍ରମରେ ମିଶାଇ ରାତିଟିଏ ରଖିବା । ଏବି ଦ୍ରବଣକୁ ସକାଳ ବେଳା ବିହନ ଉପରେ ସିଞ୍ଚନ କରି ଛାଇରେ ଶୁଖାଇ ବିହନକୁ ବୁଣିବା ।
ଜୀବାମୃତ
ଆବଶ୍ୟକୀୟ ସାମଗ୍ରୀ
- ଗୋବର – 10 କେ.ଜି.
- ଗୋମୂତ୍ର – 10 ଲିଟର
- ଗୁଡ଼- 2 କେ.ଜି
- ଡ଼ାଲିଗୁଣ୍ଡ (ହରଡ଼, ବିରି, ମୁଗ, ଝୁଡ଼ଙ୍ଗ ଆଦି) – 2 କେ.ଜି
- ଜୀବନ୍ତ ମାଟି (ସୁସ୍ଥ ମାଟି) 2 କେ.ଜି
- ପାଣି – 200 ଲିଟର
ପ୍ରସ୍ତୁତି
- 200 ଲିଟର ଡ଼୍ରମରେ ପ୍ରଥମେ 100 ଲିଟମ ପାଣିରେ 10 କେ.ଜି ଗୋବର ଓ 10 ଲିଟର ଗୋମୂତ୍ରକୁ ଗୋଟିଏ କାଠ ସାହାଯ୍ୟରେ ଗୋଳାନ୍ତୁ ।
- ଡ଼୍ରମର ମୁହଁରୁ 3”ଛାଡ଼ି ପାଣିରେ ଡ୍ରମକୁ ପୂର୍ଣ୍ଣ କରନ୍ତୁ ।
- ଏଥିରେ ଗୁଡ଼, ଡ଼ାଲିଗୁଣ୍ଡ ଓ ଜୀବନ୍ତ ମାଟିକୁ ମିଶାଇ ସଢିବା ପାଇଁ 2 ଦିନ ଛାଡ଼ି ଦିଅନ୍ତୁ ।
- ପ୍ରତିଦିନ ଏହି ଦ୍ରବଣକୁ 3ଥର ଘାଣ୍ଟନ୍ତୁ ।
ବ୍ୟବହାର
ମାଟିରେ ସିଞ୍ଚନ କରିବା ବା ସେଚ ଜଳରେ ଛାଡ଼ିବା । 3 ଥର ବ୍ୟବହାର କରିବାକୁ ହୁଏ ।
- ପ୍ରଥମ- ବିହନ ବୁଣିବା ପୂର୍ବରୁ
- ଦ୍ୱିତୀୟ-ବୁଣାର 20 ଦିନ ପରେ ଓ
- ତୃତୀୟ- ବୁଣାର 45 ଦିନ ପରେ ।
ଏହାକୁ 10-20 ଗୁଣ ପାଣି ମିଶାଇ ଫସଲରେ ସିଞ୍ଚନ କଲେ ଫସଲ ବୃଦ୍ଧି ହେବା ସହିତ ଅଧିକ ଫୁଲ ଫୁଟିଥାଏ ଓ ଅମଳ ବଢିଥାଏ ।
ଗୋକୃପା ଅମୃତମ
ଆବଶ୍ୟକୀୟ ସାମଗ୍ରୀ
- ଦହି – 2 ଲିଟର
- ଗୁଡ଼-2 କେ.ଜି
- ଗୋକୃପା ଅମୃତମ କଲଚର- 2 ଲିଟର
- ଆବଶ୍ୟକ ମୁତାବକ ପାଣି
ବ୍ୟବହାର
ଏସବୁକୁ ଗୋଟିଏ 200 ଲିଟର ଡ଼୍ରମରେ ମିଶାଇ ରଖିବା । ଏହାକୁ ଏକ ଏକର ଚାଷ ଜମି ପାଇଁ ବ୍ୟବହାର କରିପାରିବା ।
ବ୍ରହ୍ମାସ୍ତ୍ର
ପ୍ରସ୍ତୁତି
- 3 କେ.ଜି ନିମ୍ବ ପତ୍ରକୁ 10 ଲିଟର ଗୋମୂତ୍ରରେ ପେଷନ୍ତୁ ବା ବାଟନ୍ତୁ ।
- ସେହିଭଳି 2 କେ.ଜି. ଆତପତ୍ର, 2 କେ.ଜି ଅମୃତଭଣ୍ଡା ପତ୍ର, 2 କେ.ଜି ଡାଳିମ୍ବ ପତ୍ର ଏବଂ 2 କେ.ଜି ପିଜୁଳି ପତ୍ରକୁ ପାଣିରେ ପେଷନ୍ତୁ ।
- ଉଭୟକୁ ମିଶାଇ ସମାନ ସମୟ ଅନ୍ତରରେ 5 ଥର ସିଝାନ୍ତୁ , ଯେପରି ଶେଷରେ ମାତ୍ର ଅଧା ରହିବ ।
- 24 ଘଣ୍ଟା ପାଇଁ ବାହାରେ ରଖି ତାକୁ ଚିପୁଡ଼ି ରସ ବାହାର କରନ୍ତୁ ।
- ଏହା କାଚପାତ୍ରରେ 6 ମାସ ସାଇତି ରଖିହେବ ।
ବ୍ୟବହାର
ଏଥିରୁ 2-2.5 ଲିଟର ନେଇ 100 ଲିଟର ପାଣିରେ ମିଶାଇ ଏକ ଏକର ଫସଲରେ ସିଞ୍ଚନ କରାଯିବ ।
ନିମାସ୍ତ୍ର
ଆବଶ୍ୟକୀୟ ସାମଗ୍ରୀ
- ଦେଶୀ ଗାଈ ଗୋବର – 2 କେ.ଜି
- ଦେଶୀ ଗାଈ ମୂତ୍ର – 5 ଲିଟର
- ନିମ୍ବପତ୍ର – 5 କେ.ଜି
- ଆବଶ୍ୟକ ମୁତାବକ ପାଣି
ପ୍ରସ୍ତୁତି ପ୍ରଣାଳୀ
- 5 କେ.ଜି ନିମ୍ବପତ୍ରକୁ ପାଣିରେ ପେଷନ୍ତୁ ।
- ଏଥିସହ 5 ଲିଟର ଗୋମୂତ୍ର ଓ 2 କି.ଗ୍ରା ଗୋବର ମିଶାନ୍ତୁ ।
- ଏହାକୁ 24 ଘଣ୍ଟା ସଢିବାକୁ ଛାଡ଼ିଦିଅନ୍ତୁ ।
- ଏହାକୁ ଚିପୁଡ଼ି ରସ ବାହାର କରନ୍ତୁ ଓ 100 ଲିଟର ପାଣିରେ ମିଶାନ୍ତୁ ।
- ଏହା ଏକ ଏକର ଫସଲରେ ସିଞ୍ଚନ ପାଇଁ ଯଥେଷ୍ଟ ।
ବ୍ୟବହାର
ଏହି ଦ୍ରବଣକୁ ଏକ ଏକର ଫସଲରେ ଶୋଷକ କୀଟ ଓ ମିଲିବଗ୍ ଆଦିର ଦମନ ପାଇଁ ବ୍ୟବହାର କରିପାରିବେ ।
ଅଗ୍ନେୟାସ୍ତ୍ର
ଆବଶ୍ୟକୀୟ ସାମଗ୍ରୀ
- ପ୍ଲାଷ୍ଟିକ ଡ଼୍ରମ – 50 ଲିଟର କ୍ଷମତା
- ଗୋମୂତ୍ର – 10 ଲିଟର
- ଧୂଆଁପତ୍ର – 1 କି.ଗ୍ରା.
- ନିମ୍ବ ପତ୍ର – 5 କି.ଗ୍ରା.
- କଞ୍ଚାଲଙ୍କା- 500 ଗ୍ରାମ
- ରସୁଣ – 500 ଗ୍ରାମ
- ବାଡ଼ି-1ଟି
- ଛଣା କପଡ଼ା – 1ଟି
ପ୍ରସ୍ତୁତି ପ୍ରଣାଳୀ
- ଏକ ପ୍ଲାଷ୍ଟିକ ଡ଼୍ରମ ନିଅନ୍ତୁ । ସେଥିରେ 10 ଲିଟର ଗୋମୂତ୍ର ଢାଳନ୍ତୁ ।
- 1 କି.ଗ୍ରା. ଧୂଆଁପତ୍ରକୁ ଛେଚି ଏହାର ମଣ୍ଡକୁ ମିଶାନ୍ତୁ ।
- ଏହାପରେ ସେଥିରେ 500 ଗ୍ରାମ କଞ୍ଚାଲଙ୍କା ଓ 500 ଗ୍ରାମ ରସୁଣକୁ ବାଟି ପକାଇ ଭଲଭାବରେ ଏକ ବାଡ଼ି ସାହାଯ୍ୟରେ ଗୋଳାନ୍ତୁ ।
- କିଛି ସମୟପରେ ସେହି ମିଶ୍ରଣରେ 5 କି.ଗ୍ରା ନିମ୍ବ ପତ୍ରକୁ ଛେଚି ଏହା ମଣ୍ଡକୁ ପକାଇ ଭଲଭାବରେ ଗୋଳାନ୍ତୁ ।
- ଏହି ମିଶ୍ରଣକୁ 30 ମିନିଟ୍ ଲେଖାଏଁ ପ୍ରତି 1 ଘଣ୍ଟା ବ୍ୟବଧାନରେ ଫୁଟାନ୍ତୁ ।
- ମିଶ୍ରଣଟି ଥଣ୍ଡା ହେଲାପରେ ଗୋଟିଏ ପତଳା କପଡ଼ାରେ ଛାଣି 24 ଘଣ୍ଟା ରଖନ୍ତୁ ଏବଂ ଡ୍ରମର ମୁହଁକୁ ଭଲଭାବରେ ବନ୍ଦ କରିଦିଅନ୍ତୁ ।
ପ୍ରୟୋଗ ପ୍ରାଣାଳୀ
- 1 ଲିଟର ଅଗ୍ନେୟାସ୍ତ୍ରରେ 50 ଲିଟର ପାଣି ମିଶାଇ ସନ୍ଧ୍ୟା ସମୟରେ ପତ୍ର ସିଞ୍ଚନ କରନ୍ତୁ ।
- ପ୍ରତି 15 ଦିନରେ ଥରେ ପ୍ରୟୋଗ କରନ୍ତୁ ।
- ଏହି ଅଗ୍ନେୟାସ୍ତ୍ର ଫସଲରେ ଲାଗୁଥିବା କାଣ୍ଡବିନ୍ଧା ପୋକ, ଫଳ ବିନ୍ଧା, ଛୁଇଁ ବିନ୍ଧା, ପତ୍ରମୋଡ଼ା ଇତ୍ୟାଦି ପୋକ ମାନଙ୍କୁ ଦମନ କରିଥାଏଲ।
- ଏହି ମିଶ୍ରଣକୁ ମଧ୍ୟ ପନିପରିବା, ଫଳ ଗଛ, ଫୁଲଗଛରେ ମଧ୍ୟ ପ୍ରୟୋଗ କରି ପାରିବେ ।
- ଏହି ମିଶ୍ରଣ ପ୍ରସ୍ତୁତ ହେବା ଦିନରୁ 6 ମାସ ପର୍ଯ୍ୟନ୍ତ ରଖି ବ୍ୟବହାର କରି ପାରିବେ ।
ମାଟି ହାଣ୍ଡି ଖତ
ଆବଶ୍ୟକୀୟ ସାମଗ୍ରୀ
- ବଡ଼ ମାଠିଆ – ଅନୁମାନିକ (5-7 ଲିଟର କ୍ଷମତା) – 1ଟା
- ଦୁଇ ଦିନର ଗୋବର – 1 କି.ଗ୍ରା.
- ଗୋମୂତ୍ର – 5 ଲିଟର
- ଗୁଡ଼ – 50 ଗ୍ରାମ
- କରଞ୍ଜ ପତ୍ର – 1 କି.ଗ୍ରା.
- ନିମ୍ବପତ୍ର – 1 କି.ଗ୍ରା.
- ଅରଖ ପତ୍ର – 1 କି.ଗ୍ରା.
- ବାଡ଼ି-1 ଟି
- ଛଣା କପଡ଼ା – 1ଟି
ପ୍ରସ୍ତୁତି ପ୍ରଣାଳୀ
- ନିମ୍ବ, ଅରଖ ଓ କରଞ୍ଜ ପତ୍ରକୁ ଟିକିଚିକି କରି ବାଟନ୍ତୁ ଏବଂ ମାଠିଆ ଭିତରେ ପକାନ୍ତୁ ।
- ଏହାପରେ ଆବଶ୍ୟକୀୟ ଗୋବର, ଗୁମୂତ୍ର ଏବଂ ଗୁଡ଼କୁ ମାଠିଆରେ ପକାଇ ଏକ ବାଡ଼ି ଦ୍ୱାରା ଭଲଭାବରେ ଘାଣ୍ଟନ୍ତୁ ।
- ପରେ ମାଠିଆର ମୁହଁକୁ ଭଲ ଭାବରେ ଘଡ଼ାଇ ଦିଅନ୍ତୁ ।
- ଏହି ମିଶ୍ରଣକୁ 10 ଦିନ ଏକ ନିରାପଦ ଓ ଛାଇ ସ୍ଥାନରେ ରଖନ୍ତୁ ।
- ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ଏକ ବାଡ଼ି ସାହାଯ୍ୟରେ ଘାଣ୍ଟି ମାଠିଆ ମୁହଁକୁ ଘୋଡ଼ାଇ ଦିଅନ୍ତୁ ।
- 10 ଦିନ ପରେ ଅନ୍ୟ ଏକ ପାତ୍ରକୁ ଏକ ଛଣା କପଡ଼ା ସାହାଯ୍ୟରେ ତରଳ ହାଣ୍ଡିତକୁ ଛାଣନ୍ତୁ ।
- ଏହି ତରଳ ପଦାର୍ଥକୁ 6 ମାସ ପର୍ଯ୍ୟନ୍ତ ରଖି ବ୍ୟବହାର କରି ପାରିବେ ।
- ମାଠିରୁ ତରଳ ପଦାର୍ଥ ନିଷ୍କାସନ ପରେ ପୁନର୍ବାର ଏଥିରେ 5 ଲିଟର ଗୋମୂତ୍ର ମିଶାଇ ଭଲ ଭାବରେ ଘାଣ୍ଟି ପୁଣି 10 ଦିନ ପାଇଁ ଘୋଡ଼ାଇ ଦିଅନ୍ତୁ ।
- ଏହିପରି ତରଳ ହାଣ୍ଡିଖତ ନିଷ୍କାସନ କରି ଓ ଗୋମୂତ୍ରକୁ ପୂନର୍ବାର ମିଶାଇ ଏହାକୁ ତିନଥର ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ ।
- ତିନିଥର ବ୍ୟବହାର ପରେ ମାଠିଆରେ ଥିବା ଖତକୁ ଜମିରେ ପକାଇ ଦିଅନ୍ତୁ ।
ପ୍ରୟୋଗ ପ୍ରଣାଳୀ
- ମାଣ୍ଡିଆ ରୋଇବାର 20-30 ଦିନ ପରେ 1 ଲିଟର ହାଣ୍ଡିଖତରେ 40 ଲିଟର ପାଣି ମିଶାଇ ପ୍ରତିଷେଧକ ରୂପେ ବ୍ୟବହାର କରନ୍ତୁ ।
- ଫସଲରେ ରୋଗ ଓ ପୋକ ଲାଗିଲେ 1 ଲିଟର ହାଣ୍ଡିଖତରେ 20 ଲିଟର ପାଣି ମିଶାଇ ନିରାକରଣ ପାଇଁ ପ୍ରୟୋଗ କରନ୍ତୁ । ଏହା ପତ୍ରକଟା ପୋକ, ନଳିପୋକ, ଲେଡ଼ାପୋକ, ପତ୍ରମୋଡ଼ା ପୋକ ମାନଙ୍କୁ ଦମନ କରେ ।
- 1 ଲିଟର ପାଣିରେ 20 ମି.ଲି. ହାଣ୍ଡିଖତ ମିଶାଇ ଯେ କୌଣସି ବିହନକୁ 15 ରୁ 2 ମିନିଟି ପର୍ଯ୍ୟନ୍ତ ବତୁରାଇ ବୁଣିପାରିବା ।
- ଏହା ଫସଲକୁ କବକ ଓ ଜୀବାଣୁ ଜନିତ ରୋଗରୁ ରକ୍ଷା କରିଥାଏ ।