Skip to content
- ତଳି ଘେରା 2-3 ସେ.ମି. ପାଣି ବାନ୍ଧି ରଖନ୍ତୁ । ତଳି 3-4 ସପ୍ତାହର ବା 4-5 ପତ୍ର ବିଶିଷ୍ଟ ହୋଇଥିଲେ ଅନୁମୋଦିତ ମୂଳସାର ଦେଇ ଧାନରୁଆ କରନ୍ତୁ ।
- ଧାନ ରୋଇବା ରୂର୍ବରୁ ଧନିଚା, ଛଣି ଆଦି ସବୁଜ ସାରକୁ ଜମିରେ ହଳ କରି ମାଟିରେ ମିଶାଇ ଦିଅନ୍ତୁ । ମିଶାଇବା ବେଳେ ହେକ୍ଟର ପ୍ରତି 20 କି.ଗ୍ରା. ୟୁରିଆ ସାର ପ୍ରୟୋଗ କରନ୍ତୁ । ଏହାଦ୍ୱାରା ସବୁଜ ସାର ଶୀଘ୍ର ପଚିଯିବ ।
- ଶ୍ରୀ ପ୍ରଣାଳୀରେ ଧାନ ଚାଷ କରୁଥିଲେ 8-12 ଦିନର ତଳି 25×25 ସେ.ମି. ବ୍ୟବଧାନରେ ରୁଅନ୍ତୁ ।
- ମାଣ୍ଡିଆ ତଳି 3-4 ସପ୍ତାହ ହୋଇଥିଲେ ବୁଦାପ୍ରତି 2-3 ଟି ଗଛ ଧାଡ଼ିକୁ ଧାଡ଼ି 15-20 ସେ.ମି. ଓ ବୁଦାପ୍ରତି 10 ସେ.ମି. ବ୍ୟବଧାନରେ ରୁଅନ୍ତୁ ।
- ମୁଗ, ବିରି ବୁଣା କାମ ଶେଷ କରନ୍ତୁ ।
- ଚିନାବାଦାମ ଫସଲ 3-4 ସପ୍ତାହ ହୋଇଯାଇଥିଲେ କୋଡ଼ାଖୁସା କରି ଘାସ ବାଛି ଦିଅନ୍ତୁ ।
- କପା ଗଛ 21 ଦିନର ହୋଇଗଲେ କୋଡ଼ାଖୁସା କରି ଘାସ ବାଛି ଦିଅନ୍ତୁ ।
- ଝୋଟ ଅମଳ କରନ୍ତୁ ଏବଂ ତାକୁ ସଢାଇବା ପାଇଁ ପାଣିଭିତରେ ରଖନ୍ତୁ ।
- ଆଖୁ ଜମିରୁ ଜଳ ନିଷ୍କାସନ କରନ୍ତୁ ।
- ତଳି ପଡ଼ିଥିବା ପନିପରିବାକୁ ଅନୁମୋଦିତ ଦୂରତ୍ୱରେ ରୋପଣ କରନ୍ତୁ ।
- 31 ଜୁଲାଇ ମଧ୍ୟରେ ଫସଲ ବୀମା କରନ୍ତୁ ।
← କେତେକ କୃଷି ଯନ୍ତ୍ରପାତି ← ପାଳଛତୁ ଚାଷ
Mou banamali dehuri