ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା (PMFBY) (2024 ଖରିଫ ଋତୁ)
ରାଜ୍ୟର ସମସ୍ତ କୃଷକ ଭାଇ ଓ ଭଉଣୀ ମାନଙ୍କ ନିମନ୍ତେ ସୂଚିତ କରାଯାଉଅଛି ଯେ, ଚଳିତ ଖରିଫ୍ ଋତୁରେ ଚାଷ କରିଥିବା ଫସଲ ବୀମା ପଞ୍ଜିକରଣ ଯଥାଶୀଘ୍ର କରାଇ ନିଅନ୍ତୁ ।
- ବିଜ୍ଞାପିତ ଅଞ୍ଚଳରେ ଚାଷ ହୋଇଥିବା 8 ଗୋଟି ଫସଲ ଯଥା- ଧାନ, ମକା, ଚିନାବାଦାମ, ମାଣ୍ଡିଆ, କପା, ହରଡ଼, ଅଦା ଓ ହଳଦୀ ପାଇଁ ବୀମା କରାଯାଇ ପାରିବ ।
- ପ୍ରାକୃତିକ ଦୂର୍ବିପାକ ଦ୍ୱାରା ଫସଲ ଅମଳରେ କ୍ଷତି ହେଲେ ଏହି ଯୋଜନାରେ ଚାଷୀଭାଇ ଓ ଭଉଣୀମାନେ କ୍ଷତି ପୂରଣ ପାଇପାରିବେ ।
- ଋଣୀ ଓ ଅଣଋଣୀ ସମସ୍ତେ ଏହି ଯୋଜନା ଅଧିନରେ ନିଜ ଫସଲର ବୀମା ପଞ୍ଜିକରଣ କରିପାରିବେ ।
- ଭାଗଚାଷୀ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଜମି ମାଲିକଙ୍କ ଠାରୁ ସହମତି ଆଣି ନିଜ ଫସଲର ପଞ୍ଜିକରଣ କରିପାରିବେ ।
- ଋଣୀ ଚାଷୀମାନେ ଋଣ ନେଇଥିବା ଅନୁଷ୍ଠାନ ଯଥା – ପ୍ରାଥମିକ କୃଷି ସମବାୟ ସମିତି (PACS), ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS ) ଓ ବ୍ୟାଙ୍କ ଶାଖାରେ ସହମତି ଦେଇ ଏହି ପଞ୍ଜିକରଣ କରାଇ ପାରିବେ ।
- ଅଣଋଣୀ ଚାଷୀମାନେ ଜନସେବା କେନ୍ଦ୍ର (CSC ), ସମବାୟ ବ୍ୟାଙ୍କ ଶାଖା ତଥା ଅନ୍ୟାନ୍ୟ ବ୍ୟଙ୍କ ଶାଖାରେ ଆବଶ୍ୟକୀୟ କାଗଜ ପତ୍ର ଦେଇ ଏହି ପଞ୍ଜିକରଣ କରିପାରିବେ ।
- ଏହି ପଞ୍ଜିକରଣ ପାଇଁ ଆଧାର କାର୍ଡ଼ (Adhar Card) ବାଧ୍ୟତାମୂଳ ଅଟେ ।
- ଜଣେ ଚାଷୀ ପାଇଁ ସର୍ବାଧିକ 5 ଏକର ପର୍ଯ୍ୟନ୍ତ ଚାଷ ଜମିର ପଞ୍ଜିକରଣ ବିନା କୌଣସି ଦେୟରେ କରାଯିବ । ବ୍ୟାଙ୍କ ଆକାଉଣ୍ଟ Validation ପାଇଁ ଆବେଦନ ପତ୍ର ପିଚ୍ଛା କେବଳ 1 ଟଙ୍କା ଦେବାକୁ ପଡ଼ିବ ।
- ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି (PACS/LAMPCS ) ବ୍ୟାଙ୍କ ଶାଖା କିମ୍ବା ARCS, DRCS, CDAO ଅଫିରେ ଯୋଗାଯୋଗ କରନ୍ତୁ ।
ପଞ୍ଜିକରଣ କରିବାର ଶେଷ ତାରିଖ 10 ଅଗଷ୍ଟ ଯାଏଁ ବୃଦ୍ଧି କରିଦିଆଯାଇଛି । ଶେଷ ତାରିଖ ପୂର୍ବରୁ ନିଜ ଫସଲର ପଞ୍ଜିକରଣ କରାଇଦେବାକୁ ଅନୁରୋଧ ।
ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା (PMFBY) ରେ ପଞ୍ଜିକରଣ ନିମନ୍ତେ ଲିଙ୍କ
Pradhan Mantri Fasal Bima Yojana – Crop Insurance | PMFBY – Crop Insurance