ଜୋଆର / ଜଜୁଅର / ଜହ୍ନା / ଯଅ (Great Millet / Sorghum ) ଏକ ବଡ଼ଦାନା ପୌଷ୍ଟିକ ଶସ୍ୟ ଅଟେ । ଏହାର ବୈଜ୍ଞାନିକ ନାମ Sorghum bicolor ଅଟେ । ଏହାର ଦାନା ଦେଖିବାକୁ ଧଳା ରଙ୍ଗର, ସ୍ବାଦ ମଧୁର ଓ ରୁଚକର ଅଟେ । ଏହାର ଅଟାକୁ ରୁଟି ବା ଜାଉ କରି ଖିଆଯାଏ । ଗଛକୁ ଗୋଖାଦ୍ୟ ଭାବେ ବ୍ୟବହାର କରାଯାଏ ।
ଖାଦ୍ୟଗୁଣ
100 ଗ୍ରାମ ଏହି ଶସ୍ୟରେ ଥିବା ଖାଦ୍ୟଗୁଣ ହେଲା ।
କ୍ର.ସଂ. | ଖାଦ୍ୟସାରର ନାମ | ଏକକ | ଶତକଡ଼ା ପରିମାଣ |
1 | ପୁଷ୍ଟିସାର | ଗ୍ରାମ | 10.4 |
2 | ଶ୍ୱେତସାର | ଗ୍ରାମ | 72.2 |
3 | ସ୍ନେହସାର | ଗ୍ରାମ | 1.9 |
4 | ଖାଦ୍ୟ ଜାତୀୟ ତନ୍ତୁ | ଗ୍ରାମ | 12.0 |
5 | ଖଣିଜ ଲବଣ | ଗ୍ରାମ | 1.6 |
6 | କ୍ୟାଲସିୟମ ବା ଚୂନ | ମି.ଗ୍ରାମ | 25 |
7 | ଫସଫସରସ୍ | ମି.ଗ୍ରାମ | 222 |
ଏହା କଫ, ଶ୍ୱାସ, ସର୍ଦ୍ଦି, ଯକ୍ଷ୍ମା ଆଦି ରୋଗର ଉତ୍ତମ ପଥ୍ୟ ଅଟେ ।
ଜଳବାୟୁ
ଆମ ରାଜ୍ୟର ସବୁ ଜିଲ୍ଲାମାନଙ୍କରେ ଏହା ଚାଷ ହୋଇପାରିବ । କଳାହାଣ୍ଡି, କୋରାପୁଟ, ଗଞ୍ଜାମ, ଫୁଲବାଣୀ, ସୁନ୍ଦରଗଡ଼ ଆଦି ପାର୍ବତ୍ୟାଞ୍ଚଳରେ ଏହି ଚାଷ ବିଶେଷ ଭାବରେ କରାଯାଇଥାଏ । 15-40 ଡିଗ୍ରୀ ସେଲସିୟସ୍ ଉତ୍ତାପରେ ଏହା ଭଲବଢିଥାଏ । ଥଣ୍ଡାଜଳବାୟୁରେ ଏହା ଭଲ ବଢେନାହିଁ । ଏହାର ମରୁଡ଼ି ସହିବାର ଶକ୍ତି ରହଅଛି । ଏହି ଫସଲ ଅଳ୍ପପାଣିରେ ଆବଶ୍ୟକ କରିଥାଏ ।
ମୃତ୍ତିକା
ବର୍ଷାଦିନେ ନିଗିଡ଼ା ମାଟିରେ ଓ ଖରାଦିନେ ଦୋରସା ମଟାଳ ମାଟିରେ ଏହା ଭଲ ହୁଏ । ପାଣି ଜମିରହୁଥିବା ସନ୍ତସନ୍ତିଆ ଜମିରେ ଏହି ଚାଷ କରାଯାଏ ନାହିଁ ।
ମାଟିର ଅମ୍ଳତା
6-7.5 ମଧ୍ୟରେ ଭଲ ବଢିଥାଏ ।
ବିହନ କିସମ
କ୍ର.ସଂ. | କିସମର ନାମ | ଅମଳ ଅବଧି (ଦିନ) | ବିଶେଷ ଗୁଣ |
କମ୍ପୋଜିଟ କିସମ | |||
1 | ସ୍ୱର୍ଣ୍ଣ (CSV-1 ) | 115 | ମଧ୍ୟମ ଉଚ୍ଚ ପତ୍ର ଓସାରିଆ ଗଛର ଉଚ୍ଚତା (120-150 ସେ.ମି.) |
2 | CSV-15 | 110 | ଗଛର ଉଚ୍ଚତା 220-230 ସେ.ମି. |
3 | CSV-27 | 116 | ମଧ୍ୟମ ଉଚ୍ଚ |
4 | CSV-216 | 110 | ମଧ୍ୟମ ଉଚ୍ଚ |
5 | CSV-26 R | 110 | ମଧ୍ୟମ ଉଚ୍ଚ |
6 | CSV-29 R | 120 | ମଧ୍ୟମ ଉଚ୍ଚ |
ସଙ୍କର କିସମ | |||
7 | CSH-1 | 95-100 | ମଧ୍ୟମ ଉଚ୍ଚ ମଞ୍ଜି ଗୁଡିକ ଧଳା |
8 | CSH-2 | 115-120 | ମଧ୍ୟମ ଉଚ୍ଚତା(150-200 ସେ.ମି.) ଧଳା ମଞ୍ଜି |
9 | CSH-9 | 105-115 | ଗଛର ଉଚ୍ଚତା 140-150 ସେ.ମି. |
10 | CSH-17 | 105 | ମରୁଡ଼ି ସହୟମୀ ଓ ପତ୍ରପୋଡ଼ା ରୋଗ ପ୍ରତିରୋଧକ |
11 | ASH-1 | 110 | ମଧ୍ୟମ ଉଚ୍ଚ |
12 | SPH-837 | 110 | ମଧ୍ୟମ ଉଚ୍ଚ |
13 | CSH-25 | 110 | ମଧ୍ୟମ ଉଚ୍ଚ |
14 | CSH-23 | 105 | |
15 | CSH-27 | 104 |
ଲଗାଇବା ସମୟ
ବର୍ଷା ରୁତୁ- ଜୁନ୍ ମାସ ମଧ୍ୟରେ
ଶୀତରୁତୁ- ଅକ୍ଟୋବର ରୁ ନଭେମ୍ବର ତାରିଖ
ଗ୍ରୀଷ୍ମରୁତୁ-ଜାନୁାରୀ ରୁ ଫେବୃଆରୀ ତାରିଖ
ବିହନ ପରିମାଣ
4-5କିଗ୍ରା /ଏକରପ୍ରତି
ବିହନ ବିଶୋଧନ
କ୍ୟାପଟାନ ଗୁଣ୍ଡ / ଥିରାମ 2-3 ଗ୍ରାମ/ କି.ଗ୍ରା. ବିହନ
ଜମି ପ୍ରସ୍ତୁତି
ଜମିକୁ 3-4ଥର ଚାଷ କରି ମାଟିକୁ ଭଲଭାବରେ ଗୁଣ୍ଡ କରନ୍ତୁ । ଶେଷ ଓଡ଼ ଚାଷ ପୂର୍ବରୁ ଏକର ପ୍ରତି 2 ଟନ୍ ସଢା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ । ଉଇ ଲାଗୁଥିଲେ ଜମିରେ ଏକର ପ୍ରତି କି.ଗ୍ରା. କ୍ଲୋରପାଇରିଫସ୍ 15 % ଗୁଣ୍ଡ ପ୍ରୟୋଗ କରନ୍ତୁ ।
ବିହନ ବୁଣା
ଦୂରତା ସେ.ମି. | |
ଧାଡିକୁ ଧାଡ଼ି | 45 |
ଗଛକୁ ଗଛ | 12-15 |
ଗଭୀରତା | 4-5 |
ବର୍ଗମିଟର ପ୍ରତି ଗଛ ସଂଖ୍ୟା | 14 ରୁ 18 ଟି |
ଗୋଜି ଲଙ୍ଗଳରେ ସିଆର ଟାଣି ସିଆର ପଛରେ କିମ୍ବା ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ବିହନ ବୁଣି ମାଟି ଘୋଡ଼ାଇ ଦିଅନ୍ତୁ । ଗୋଟିଏ ଜାଗାରେ 2 ଟି ବିହନ ପୋତି ସପ୍ତାହ ପରେ ଭଲଗଛଟି ରଖି ଅନ୍ୟଟି ଉପାଡ଼ି ଦିଅନ୍ତୁ ।
ସାର ପ୍ରୟୋଗ
ରୁତୁ | ଦୂରତା ସେ.ମି. | |
ବର୍ଷାରୁତୁ | 24-12-12 କି.ଗ୍ରା | ଯବକ୍ଷାରଜାନ(N)-ଫସଫରସ(P)-ପଟାସ (K) |
ଗ୍ରାଷ୍ମ ରୁତୁ (ଜଳସେଚନ ଫସଲ) | 32-16-16 କି.ଗ୍ରା | ଯବକ୍ଷାରଜାନ(N)-ଫସଫରସ(P)-ପଟାସ (K) |
ସମସ୍ତ ଫସଫରସ୍, ପଟାସ ଓ 25 %ଭାଗ ଯବକ୍ଷାରଜାନ ଜାତୀୟ ସାର ପ୍ରୟୋଗ କରନ୍ତୁ । ଗଛ 3 ସପ୍ତାହ ହୋଇଗଲେ 50 % ଯବକ୍ଷାରଜାନ ସାରପ୍ରୟୋଗ କରି ହାଲକା ଭାଗରେ କୋଡ଼ାଖୁସା କରି ଘାସ ଲଟା ବାଛିବା ସଙ୍ଗେ ସଙ୍ଗେ ମୂଳକୁ ହୁଡ଼ା ଟେକି ଦିଅନ୍ତୁ । 6 ରୁ 7 ସପ୍ତାହ ବେଳକୁ ବଳକା 25% ଯବକ୍ଷାରଜାନ ସାରକୁ ପ୍ରୟୋଗ କରନ୍ତୁ ଓ ଖୁସାଖୁସି କରି ଗଛମୂଳକୁ ମାଟି ଟେକି ଦିଅନ୍ତୁ ।
ଅନ୍ତଃଚାଷ
ବୁଣିବାର 2-3 ସପ୍ତାହ ଓ 6-7 ସପ୍ତାହ ବେଳକୁ ଥରେ ଲେଖାଏଁ ଖୁସାଇ ଘାସ ବାଛି ଦିଅନ୍ତୁ । 5 ସେ.ମିରୁ ଅଧିକ ଗଭୀରତା ଓ ଗଛର ଖୁବ୍ ନିକଟରେ ଖୁସାଇବା ଅନୁଚିତ୍ । ମାଟି ଓଦାଥିବା ସମୟରେ ଘାସମରା ଔଷଧ ପକାଇ ଘାସ ନିୟନ୍ତ୍ରଣ କରାଯାଇପାରେ ।
ତୃଣକର ନାମ | ପ୍ରୟୋଗ ମାତ୍ରା | ପ୍ରୟୋଗ ସମୟ |
ପେଣ୍ଡିମେଥାଲିନ 30% ଇ.ସି. | 1 ଲିଟର | ଲଗାଇବାର 3 ଦିନ ମଧ୍ୟରେ |
ଅକ୍ସିଫ୍ଲରୋଫେନ୍ 2.5 % ଇ.ସି. | 800 ମି.ଲି. | ଲଗାଇବାର 3 ଦିନ ମଧ୍ୟରେ |
ଆଟ୍ରାଜିନ 50 % ଇ.ସି. | 800 ମ.ଲି | ଲଗାଇବାର 3 ଦିନ ମଧ୍ୟରେ |
ଜଳସେଚନ- ବର୍ଷାଦିନେ ଏହି ଫସଲ ଜଳସେଚନ ଆବଶ୍ୟକ କରେନାହିଁ । ବଳକା ପାଣି ନିଗାଡ଼ି ଯିବାପାଇଁ ଜମି ନାଳୀ କରିବା ଦରକାର । ଫୁଲ ଉଠାଇବା ଠାରୁ ଦାନା ପାକଳ ହେବା ପର୍ଯ୍ୟନ୍ତ ମାଟିରେ ବତର ରହିବା ଆବଶ୍ୟକ । ଏହି ଫସର 50-55 ସେ.ମି. ଜଳସେଚନ ଦରକାର କରିଥାଏ । ଏହି ଫସଲ 5-6 ଟି ଜଳସେଚନ ଦରକାର କରିଥାଏ ।
ସମନ୍ୱିତ ରୋଗ-ପୋକ ପରିଚାଳନା
ଏହି ଫସଲରେ କାଣ୍ଡ ମାଛି, କାଣ୍ଡବିନ୍ଧା ଓ ଧବଳ ଭୃଙ୍ଗା ପୋକ ଏବଂ ନିମ୍ନମୁଖୀ ପତ୍ର ପୋଡ଼ା, ଆନ୍ଥ୍ରାକ୍ଲୋଜ ଓ କଳଙ୍କ ରୋଗ ଆକ୍ରମଣ କରିଥାଏ । ଏହାର ସମନ୍ୱିତ ପରିଚାଳନା ପଦ୍ଧତି ଅବଲମ୍ବନନ କରିବା ଉଚିତ୍ ।
- ଖରାଟିଆ ଚାଷ କରନ୍ତୁ
- ଜମିର ହିଡ଼କୁ କତିକରି ପରିଷ୍କାର ପରିଚ୍ଛନ୍ନ ଚାଷ କରନ୍ତୁ
- ଉନ୍ନତମାନର ନିରୋଳା ଓ ନିରୋଗା ବିହନ ବ୍ୟବହାର କରନ୍ତୁ
- ସଠିକ ଦୂରତାରେ ଗଛ ଲଗାନ୍ତୁ
- କାଣ୍ଡବିନ୍ଧା ପୋକ ଦ୍ୱାରା ଆକ୍ରାନ୍ତ ଗଛକୁ ଉପାଡ଼ି ଦୂରସ୍ଥାନରେ ପୋତି ଦିଅନ୍ତୁ ।
- ଏକର ପ୍ରତି 80 କି.ଗ୍ରା. ନିମ୍ବ ପିଡ଼ିଆ ଶେଷଓଡ଼ ଛା, ପୂର୍ବରୁ ବ୍ୟବହାର କନ୍ତୁ ।
- ପ୍ରତି କି.ଗ୍ରା. ବିହନର 4 ଗ୍ରାମ ଟ୍ରାଇକୋଡର୍ମା ଭିରିଡ଼ି କଲଚର ମିଶାଇ ବିହନ ବିଶୋଧନ କରନ୍ତୁ ।
- ଏକର ପ୍ରତି 30000 ଟ୍ରାଇକୋଗ୍ରାମା ଚିଲୋନିସ୍ ଅଣ୍ଡା ପରାଶ୍ରୟକୀଟ ପ୍ରତି ସପ୍ତାହରେ ଥରେ ଲଗାତର 3 ଥର ଛାଡ଼ନ୍ତୁ ।
- କାଣ୍ଡମାଛି ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ 2 ମି,ଲି ୱାମ୍ବାଡ଼ା ସାଇହାଲୋଥିନ୍ କରନ୍ତୁ । 5 % ଇ.ସି. ମିଶାଇ ପତ୍ର ସିଞ୍ଚନକରନ୍ତୁ । କାଣ୍ଡବିନ୍ଧା ପୋକ ଓ ଧବଳ ଭୃଙ୍ଗ ନିୟୋନ୍ତ୍ରଣ ପାଇଁ 4 କି.ଗ୍ରା ଫିପ୍ରୋନିଲ 4% ଜି. ପ୍ରୟୋଗ କରନ୍ତୁ ।
- ଉପରୋକ୍ତ 3ଟି ରୋଗର ନିୟୋନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ ମାନକଜେବ 50 % WP କିମ୍ବା 2.5 ଗ୍ରାମ ଥାୟୋଫେନେଟ୍ ମିଥାଇଲ୍ 70 % WP ମିଶାଇ ପତ୍ର ସିଞ୍ଚନ କରନ୍ତୁ ।
ଅମଳ
10-12 କ୍ୱିଣ୍ଟାଲ ମଞ୍ଜି /ଏକର ପ୍ରତି
ଆୟ
30,000/ଏକର MSP(2022-23 Kharif) Rs.2990/- Qt
ବ୍ୟୟ
ପ୍ରାୟ 15,000 ରୁ 20,000/-
ମିଲେଟ ସମ୍ପର୍କରେ ଅଧିକ ଜାଣନ୍ତୁ ।
- ମାଣ୍ଡିଆଚାଷ (Ragi Cultivation )
- ଜୋଆର / ଜୁଅର / ଜହ୍ନା / ଯଅ (Great Millet / Sorghum )
- ବାଜରା Pearl Millet/Spiked Millet/ Candle Millet/Cattail Millet
- ସୁଆଁ/ଗୁଲୁଜି/ଖୋସଲା/ଚାନ୍ଦୁଲି (Little Millet)
- କୋଦ (Kodo Millet)
- କାଙ୍ଗୁ /କାଙ୍ଗାର୍ମ (Foxtail Millet/Italian Millet/German Millet )
- ଚିନା / ପ୍ରୋଷୋ (Common Millet / Proso Millet )
- ବିଲସୁଆ /ଜାଡ଼ି ( Barnyard Millet)
- ମାଣ୍ଡିଆର ରୋଗ-ପୋକ ପରିଚାଳନା
- ବାର୍ନୟାର୍ଡ ମିଲେଟ୍ ର ୬ଟି ସ୍ୱାସ୍ଥ୍ୟ ଉପକାରିତା
- ମାଣ୍ଡିଆର ରୋଗପୋକ ପରିଚାଳନା
ଜାଣନ୍ତୁ କିଛି କୃଷି ସୂଚନା
Source: KVK, Sundargarh-1 & RRTTSS, Sundargarh, Kirei