ବାଜରା ଏକ ବଡ଼ ଦାନାଯୁକ୍ତ ପୌଷ୍ଟିକ ଶସ୍ୟ ଅଟେ । ଏହାକୁ ଇଂରାଜୀରେ Pearl Millet/Spiked Millet/ Candle Millet/Cattail Millet କୁହାଯାଇଥାଏ । ଏହାର ବୈଜ୍ଞାନିକ ନାମ Pennisetum glaucum ଏହା ଦେଖିବାକୁ ଅଳ୍ପ ସବୁଜ ମାଟିଆ ଓ ହଳଦିଆ ରଙ୍ଗର ହୋଇଥାଏ । ଆହା ସ୍ୱାଦରେ ମଧୁର ଓ ରୁଚିକର ହୋଇଥାଏ । ଜାଉ କିମ୍ବା ରୂଟି ଆକାରରେ ବ୍ୟବହାର କରାଯାଇଥାଏ । 100 ଗ୍ରାମ ଶସ୍ୟରେ ଥିବା ଖାଦ୍ୟଗୁଣ ଗୁଡ଼ିକ ହେଲା-
କ୍ର.ସଂ. | ଖାଦ୍ୟସାରର ନାମ | ଏକକ | ଶତକଡ଼ା ପରିମାଣ |
1 | ପୁଷ୍ଟିସାର | ଗ୍ରାମ | 11.6 |
2 | ଶ୍ୱେତସାର | ଗ୍ରାମ | 66.5 |
3 | ସ୍ନେହସାର | ଗ୍ରାମ | 5.0 |
4 | ଖାଦ୍ୟ ଜାତୀୟ ତନ୍ତୁ | ଗ୍ରାମ | 16.0 |
5 | ଖଣିଜ ଲବଣ | ଗ୍ରାମ | 2.3 |
6 | କ୍ୟାଲସିୟମ ବା ଚୂନ | ମି.ଗ୍ରାମ | 42 |
7 | ଫସଫସରସ୍ | ମି.ଗ୍ରାମ | 296 |
ଫୁସଫୁସ ଜନିତ ରୋଗ ଯଥା- କାଶ, ଶ୍ୱାସ, ସର୍ଦ୍ଦି ଓ କଫ ରଗର ଉତ୍ତମ ପଥ୍ୟ ଅଟେ । ଆମ ରାଜ୍ୟରେ ଏହା ସୀମିତ ଅଞ୍ଚଳରେ ଚାଷ କରାଯାଇଥାଏ ।
ମୃତ୍ତିକା-
ନିମିଡ଼ା, ଦୋରସା ମାଟି ଏହି ଚାଷ ପାଇଁ ଉପଯୁକ୍ତ ଅଟେ ।
କିସମ-
କ୍ର.ସଂ. | କିସମର ନାମ | ଅମଳ ଅବଧି (ଦିନ) | ବିଶେଷ ଗୁଣ |
କମ୍ପୋଜିଟ କିସମ | |||
1 | WBC-75 | 90 | |
2 | BSB-15 | 95 | |
3 | ନିର୍ମଳ-2475 | 76 | |
ସଙ୍କର କିସମ | |||
7 | MBH-1108 | 85-90 | |
8 | BI-1048 | 85-90 | |
9 | PB-1705 | 79 | |
10 | PB-1780 | 80 | |
11 | GK-1116 | 81 | |
12 | ମହାବିକ1005 | 81 | |
13 | NBH-5767 | 83 | |
14 | ବାୟୋ-8-145 | 87 | |
15 | HHB-229 | 75 | |
16 | HHB-1200 | 80 |
ବୁଣିବା ସମୟ-
ବର୍ଷାଋତୁ-ଜୁନ୍
ଶୀତଋତୁ-ଅକ୍ଟୋବର
ବିହନ ପରିମାଣ-
4 କି.ଗ୍ରା. / ଏକର
ବିହନ ବିଶୋଧନ-
3 ଗ୍ରାମ ଥିରାମ 75 % WP କିମ୍ବା
2 ଗ୍ରାମ କାର୍ବୋଣ୍ଡାଜିମ 50 % WP / କି.ଗ୍ରା. ବିହନ
ବୁଣିବା ବ୍ୟବଧାନ-
ଦୂରତା ସେ.ମି. | |
ଧାଡିକୁ ଧାଡ଼ି | 45 |
ଗଛକୁ ଗଛ | 12-15 |
ଗଭୀରତା | 5 |
ବର୍ଗମିଟର ପ୍ରତି ଗଛ ସଂଖ୍ୟା | 14 ରୁ 18 ଟି |
ଗଛ ଦୁଇ ସପ୍ତାହ ହେଲେ ଗଛକୁ ଗଛ 12-15 ସେ.ମି. ବ୍ୟବଧାନ ରଖି ବଳକା ଗଛ ଉପଡ଼ି ଦିଅନ୍ତୁ ।
ଜମି ପ୍ରସ୍ତୁତି-
ମାଟିକୁ ଭଲଭାବରେ ଚାଷକରି ଗୁଣ୍ଡ କରନ୍ତୁ । ଶେଷ ଓଡ଼ ଚାଷ ପୂର୍ବରୁ ଏକର ପ୍ରତି 2 ଟନ୍ କମ୍ପୋଷ୍ଟ ଖତ ମାଟିରେ ମିଶାଇ ଦିଅନ୍ତୁ । ଉଇ ଲାଗୁଥିଲେ ଏକର ପ୍ରତି 10 କି.ଗ୍ରା. କ୍ଲୋରପାଇରିଫସ୍ 1.5 % ଗୁଣ୍ଡମାଟିରେ ପ୍ରୟୋଗ କରି ଭଲଭାବରେ ମିଶାଇ ଦିଅନ୍ତୁ ।
ବୁଣା ପ୍ରଣାଳୀ-
ଗୋଜି ଲଙ୍ଗଳରେ ସିଆରରେ ଆବଶ୍ୟକ ପରିମାଣର ସାର, ଖତ ଦେଇ ସଠିକ ଦୂରତା ରେ ବିହନ ଲଗାଇ ସଙ୍ଗେ ସଙ୍ଗେ ମାଟି ଘଡ଼ାଇ ଦିଅନ୍ତୁ ।
ସାର ପ୍ରୟୋଗ
24-12-12 କି.ଗ୍ରା. ଯଥାକ୍ରମେ ଯବକ୍ଷାରଜାନ(N)-ଫସଫରସ(P)-ପଟାସ (K)
ମୂଳସାର-6-12-12 କି.ଗ୍ରା. ବୁଣିବା ପୂର୍ବରୁ
ଲଗାଇବାର 15-20 ଦିନରେ 12-0-0 ଏବଂ ଲଗାଇବାର 35-40 ଦିନରେ 6-0-0 ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ ।
ଅନ୍ତଃଚାଷ-
ବୁଣିବାର 3 ସପ୍ତାହ ବେଳକୁ କୋଡ଼ାଖୁସା କରି ଗଛମୂଳକୁ ମାଟି ଟେକନ୍ତୁ । 5 ସେ.ମିରୁ ଅଧିକ ଗଭୀରରେ ଖୁସାନ୍ତୁ ନାହିଁ ।
ଜଳସେଚନ- ବର୍ଷାଦିନେ ଏହି ଫସଲ ଜଳସେଚନ ଆବଶ୍ୟକ କରେନାହିଁ । ଦେବା ସମୟରେ, ମାଆ କେଣ୍ଡା ବାହାରିବା ସମୟରେ ଓ ଦାନା ପୂରଣ ସମୟରେ ପାଣିର ଅଭାବ ହେଲେ ହାଲୁକା ଜଳସେଚନ ଦେବାକୁ ହେବ । ଏହି ଫସଲ ପ୍ରାୟ 50-55 ସେ.ମି. ଜଳସେଚନ ଦରକାର କରିଥାଏ । ଜମିର ବତର ଦେଖି 15ରୁ 20 ଦିନ ବ୍ୟବଧାନରେ 5-6 ଟି ଜଳସେଚନ ଦରକାର କରିଥାଏ ।
ସମନ୍ୱିତ ରୋଗ-ପୋକ ପରିଚାଳନା
ଏହି ଫସଲରେ କାଣ୍ଡ ମାଛି, କାଣ୍ଡବିନ୍ଧା ଓ ଧବଳ ଭୃଙ୍ଗା ପୋକ ଏବଂ ନିମ୍ନମୁଖୀ ପତ୍ର ପୋଡ଼ା, ଆନ୍ଥ୍ରାକ୍ଲୋଜ ଓ କଳଙ୍କ ରୋଗ ଆକ୍ରମଣ କରିଥାଏ । ଏହାର ସମନ୍ୱିତ ପରିଚାଳନା ପଦ୍ଧତି ଅବଲମ୍ବନନ କରିବା ଉଚିତ୍ ।
- ଖରାଟିଆ ଚାଷ କରନ୍ତୁ
- ଜମିର ହିଡ଼କୁ କତିକରି ପରିଷ୍କାର ପରିଚ୍ଛନ୍ନ ଚାଷ କରନ୍ତୁ
- ଉନ୍ନତମାନର ନିରୋଳା ଓ ନିରୋଗା ବିହନ ବ୍ୟବହାର କରନ୍ତୁ
- ସଠିକ ଦୂରତାରେ ଗଛ ଲଗାନ୍ତୁ
- କାଣ୍ଡବିନ୍ଧା ପୋକ ଦ୍ୱାରା ଆକ୍ରାନ୍ତ ଗଛକୁ ଉପାଡ଼ି ଦୂରସ୍ଥାନରେ ପୋତି ଦିଅନ୍ତୁ ।
- ଏକର ପ୍ରତି 80 କି.ଗ୍ରା. ନିମ୍ବ ପିଡ଼ିଆ ଶେଷଓଡ଼ ଛା, ପୂର୍ବରୁ ବ୍ୟବହାର କନ୍ତୁ ।
- ପ୍ରତି କି.ଗ୍ରା. ବିହନର 4 ଗ୍ରାମ ଟ୍ରାଇକୋଡର୍ମା ଭିରିଡ଼ି କଲଚର ମିଶାଇ ବିହନ ବିଶୋଧନ କରନ୍ତୁ ।
- ଏକର ପ୍ରତି 30000 ଟ୍ରାଇକୋଗ୍ରାମା ଚିଲୋନିସ୍ ଅଣ୍ଡା ପରାଶ୍ରୟକୀଟ ପ୍ରତି ସପ୍ତାହରେ ଥରେ ଲଗାତର 3 ଥର ଛାଡ଼ନ୍ତୁ ।
- କାଣ୍ଡମାଛି ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ 2 ମି,ଲି ୱାମ୍ବାଡ଼ା ସାଇହାଲୋଥିନ୍ କରନ୍ତୁ । 5 % ଇ.ସି. ମିଶାଇ ପତ୍ର ସିଞ୍ଚନକରନ୍ତୁ । କାଣ୍ଡବିନ୍ଧା ପୋକ ଓ ଧବଳ ଭୃଙ୍ଗ ନିୟୋନ୍ତ୍ରଣ ପାଇଁ 4 କି.ଗ୍ରା ଫିପ୍ରୋନିଲ 4% ଜି. ପ୍ରୟୋଗ କରନ୍ତୁ ।
- ଉପରୋକ୍ତ 3ଟି ରୋଗର ନିୟୋନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ ମାନକଜେବ 50 % WP କିମ୍ବା 2.5 ଗ୍ରାମ ଥାୟୋଫେନେଟ୍ ମିଥାଇଲ୍ 70 % WP ମିଶାଇ ପତ୍ର ସିଞ୍ଚନ କରନ୍ତୁ ।
ଅମଳ-
8-10 କ୍ୱିଣ୍ଟାଲ ମଞ୍ଜି /ଏକର ପ୍ରତି MSP(2022-23 Kharif) Rs.2350/- Qt
ଆୟ-
19,000/ଏକର
ବ୍ୟୟ-
ପ୍ରାୟ 15,000/-
ମିଲେଟ ସମ୍ପର୍କରେ ଅଧିକ ଜାଣନ୍ତୁ ।
-
- ମାଣ୍ଡିଆଚାଷ (Ragi Cultivation )
- ଜୋଆର / ଜୁଅର / ଜହ୍ନା / ଯଅ (Great Millet / Sorghum )
- ବାଜରା Pearl Millet/Spiked Millet/ Candle Millet/Cattail Millet
- ସୁଆଁ/ଗୁଲୁଜି/ଖୋସଲା/ଚାନ୍ଦୁଲି (Little Millet)
- କୋଦ (Kodo Millet)
- କାଙ୍ଗୁ /କାଙ୍ଗାର୍ମ (Foxtail Millet/Italian Millet/German Millet )
- ଚିନା / ପ୍ରୋଷୋ (Common Millet / Proso Millet )
- ବିଲସୁଆ /ଜାଡ଼ି ( Barnyard Millet)
- ମାଣ୍ଡିଆର ରୋଗ-ପୋକ ପରିଚାଳନା
- ବାର୍ନୟାର୍ଡ ମିଲେଟ୍ ର ୬ଟି ସ୍ୱାସ୍ଥ୍ୟ ଉପକାରିତା
- ମାଣ୍ଡିଆର ରୋଗପୋକ ପରିଚାଳନା
ଜାଣନ୍ତୁ କିଛି କୃଷି ସୂଚନା
Source: RRTTSS, Sundargarh, Kirei