ଚିନା / ପ୍ରୋଷୋ (Common Millet / Proso Millet ) ଏକ ଛୋଟ ପୌଷ୍ଟି ଶସ୍ୟ ଅଟେ ଏହାର ବୈଜ୍ଞାନିକ ନାମ Panicum meliaceum ଚିନା ମାଞ୍ଚୁରିଥାନରେ ପ୍ରଥମେ ଚାଷ କରାଯାଇଥିଲା । ସେଠାରୁ 3000 ବର୍ଷ ପୂର୍ବେ ୟୁରୋପକୁ ଏବଂ ସେଠାରୁ ଭାରତକୁ ଆସିଥିଲା । 100 ଗ୍ରାମ ଚିନା ଶସ୍ୟରେ ନିମ୍ନଲିଖିତ ଖାଦ୍ୟଗୁଣ ରହିଥାଏ ।
କ୍ର.ସଂ. | ଖାଦ୍ୟସାରର ନାମ | ଏକକ | ଶତକଡ଼ା ପରିମାଣ |
1 | ପୁଷ୍ଟିସାର | ଗ୍ରାମ | 12.5 |
2 | ଶ୍ୱେତସାର | ଗ୍ରାମ | 70.4 |
3 | ସ୍ନେହସାର | ଗ୍ରାମ | 1.1 |
4 | ଖାଦ୍ୟ ଜାତୀୟ ତନ୍ତୁ | ଗ୍ରାମ | 14.2 |
5 | ଖଣିଜ ଲବଣ | ଗ୍ରାମ | 1.9 |
6 | କ୍ୟାଲସିୟମ ବା ଚୂନ | ମି.ଗ୍ରାମ | 14 |
7 | ଫସଫସରସ୍ | ମି.ଗ୍ରାମ | 206 |
ଜଳବାୟୁ-
ଏହା ଉଭୟ ଶୁଷ୍କାଞ୍ଚଳ ଓ ଆଦ୍ରାଞ୍ଚଳ ଚାଷପାଇଁ ଉପଯୁକ୍ତ । ଏହି ଫସଲ 400-500 ମି.ଲି. ବୃଷ୍ଟି ଆବଶ୍ୟକ କରିଥାଏ ।
କିସମ-
କ୍ର.ସଂ. | କିସମର ନାମ | ଅମଳ ଅବଧି (ଦିନ) |
1 | PEO-3 | 60-65 |
2 | K-1 | 60-65 |
3 | Co4 | 60-65 |
4 | ଫୁଲବାଣୀ ଲୋକାଲ | 60-65 |
5 | GPUP-21 | 60-65 |
6 | GPUP-8 | 60-65 |
7 | TNU-151 | 60-65 |
8 | TNU-164 | 60-65 |
ଲଗାଇବା ସମୟ-
ମୌସୁମୀ ବର୍ଷାର ପ୍ରରମ୍ଭ ଠାରୁ ଜୁଲାୟ ମାସ ପର୍ଯ୍ୟନ୍ତ ।
ବିହନ ପରିମାଣ-
4କି.ଗ୍ରା. / ଏକର
ଲଗାଇବା ଦୂରତା
ଧାଡ଼ିକୁ ଧାଡ଼ି ଦୂରତା- 25 ସେ.ମି
ଗଛକୁ ଗୁଛ ଦୂରତା-10 ସେ.ମି.
ବ.ମି. ପ୍ରତି ଗଛ ସଂଖ୍ୟ-33
ଅନ୍ତଃଚାଷ-
ଧାଡ଼ିରେ ଲଗାଯାଇଥିବା ଫସଲକୁ ଗୋଜି ଲଙ୍ଗଳ ଚଲାଇ ଓ ଛଟାବୁଣା ଫସଲକୁ 2 ଥର ହାତରେ ଘାସ ବାଛି ଘାସ ନିୟୋନ୍ତ୍ରଣ କରନ୍ତୁ ।
ମିଶ୍ରିତ ଫସଲ-
ଚିନା ଓ ମୁଗ 2 :1 ଅନୁପାତରେ ଧାଡ଼ିରେ ବୁଣାଯାଇପାରେ
ପୋକରୋଗ ପରିଚାଳନା- ଚିନା ଫସଲରେ କାଣ୍ଡମାଛି ଏକ ମୁଖ୍ୟ ପୋକ । ସହଳ ବୁଣା ଦ୍ୱାରା ଏହି ପୋକ ନିୟନ୍ତ୍ରଣ ହୋଇଥାଏ । ଏହାର ନିରାକରଣ ପାଇଁ ପ୍ରତି ଲିଟର ପାଣିରେ 5 ମି.ଲି. 1500 PPM ଅଜାଡ଼ିରାକ୍ଟିନ୍ ଥିବା ନିମ୍ବ ଔଷଧ ମିଶାଇ ପତ୍ର ସିଞ୍ଚନ କରନ୍ତୁ । ରୋଗ ପ୍ରାୟ ଆକ୍ରମଣ କରି ନଥାଏ ।
ଅମଳ-
2 ରୁ 2.5 କ୍ୱିଣ୍ଟାଲ /ଏକର MSP ଅଘୋଷିତ
-
ମିଲେଟ ସମ୍ପର୍କରେ ଅଧିକ ଜାଣନ୍ତୁ ।
- ମାଣ୍ଡିଆଚାଷ (Ragi Cultivation )
- ଜୋଆର / ଜୁଅର / ଜହ୍ନା / ଯଅ (Great Millet / Sorghum )
- ବାଜରା Pearl Millet/Spiked Millet/ Candle Millet/Cattail Millet
- ସୁଆଁ/ଗୁଲୁଜି/ଖୋସଲା/ଚାନ୍ଦୁଲି (Little Millet)
- କୋଦ (Kodo Millet)
- କାଙ୍ଗୁ /କାଙ୍ଗାର୍ମ (Foxtail Millet/Italian Millet/German Millet )
- ଚିନା / ପ୍ରୋଷୋ (Common Millet / Proso Millet )
- ବିଲସୁଆ /ଜାଡ଼ି ( Barnyard Millet)
- ମାଣ୍ଡିଆର ରୋଗ-ପୋକ ପରିଚାଳନା
- ବାର୍ନୟାର୍ଡ ମିଲେଟ୍ ର ୬ଟି ସ୍ୱାସ୍ଥ୍ୟ ଉପକାରିତା
- ମାଣ୍ଡିଆର ରୋଗପୋକ ପରିଚାଳନା
ଜାଣନ୍ତୁ କିଛି କୃଷି ସୂଚନା
Source: RRTTSS, Sundargarh, Kirei