ଛତୁ ଚାଷର ମୁଖ୍ୟ ସମସ୍ୟା ହେଲା ଛତୁ ମଞ୍ଜିର ଉପଲବ୍ଧତା । ଏହି ମଞ୍ଜି ନିରୋଗ ଓ ଚାଷଉପଯୋଗୀ ହେବା ସଙ୍ଗେ ସଙ୍ଗେ ଠିକ୍ ସମୟରେ ଉପଲବ୍ଧ ହେଉଥିବା ଆବଶ୍ୟକ । ତେବେ ଛତୁ ମଞ୍ଜି ଉତ୍ପାଦନ କୌଶଳ ତାଲିମ ନେବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟସ୍ଥିତ ଗ୍ରୀଷ୍ମ ମଣ୍ଡଳୀୟ ଛତୁ ଗବେଷଣା ଓ ତାଲିମ କେନ୍ଦ୍ରରେ ତାଲିମ ନେଇ ନିଜ ଘରେ ଛତୁମଞ୍ଜି ଉତ୍ପାଦନ କରି ପରିବେ ।
ଛତୁମଞ୍ଜି ଉତ୍ପାଦନ ଗୃହ ସ୍ଥାପନ ପାଇଁ ଗୃହ
ଛତୁ ମଞ୍ଜି ତିଆରି ପାଇଁ ତିନୋଟି କୋଠରୀ ବିଶିଷ୍ଟ ଘର ଦରକାର ।
ପ୍ରଥମ କଠୋରୀ (ଇନକୁଲେସନ୍ ଚ୍ୟାମ୍ବର)
ଗୋଟିଏ କୋଠରୀ ଭତରେ 7 ଫୁଟ ଲମ୍ବ, 5 ଫୁଟ ଉଚ୍ଚତା ଓ 7 ଫୁଟ ଉଚ୍ଚତାର ଏକ ବାୟୁରୁଦ୍ଧ ଛୋଟ କୋଠରୀ ତିଆରି କରିବାକୁ ପଡ଼ିଥାଏ । ସେଥିରେ ଅଲଟ୍ରାଭାଓଲେଟ୍ ଆଲୁଅ (UV) ଲଗାଯାଇଥାଏ । ଅଧଘଣ୍ଟା ପର୍ଯ୍ୟନ୍ତ ଜଳାଇ ରଖିଲେ ଏହାକୁ ସେହି ଛୋଟ କୋଠରୀଟି ଜୀବାଣୁମୁକ୍ତ ହୋଇଯାଏ । ଏହି କୋଠରୀଟିରେ ଛତୁ ଫିମ୍ପିର ମାଇସେଲିଆମ୍ ବିସ୍ତାର କରାଯାଏ । ଏଣୁ ଏହି କୋଠରୀକୁ ପ୍ରଜନନ ପ୍ରକୋଷ୍ଠ ବା ଇନକୁଲେସନ୍ ଚ୍ୟାମ୍ବର (Inoculation Chamber) କୁହାଯାଏ ।
ଦ୍ୱିତୀୟ କୋଠରୀ (ଇନକ୍ୟୁବେସନ୍ ଚ୍ୟାମ୍ବର)
ଇନକୁଲେସନ୍ ଚ୍ୟାମ୍ବର ସଂଲଗ୍ନ ଅନ୍ୟ ଏକ କୋଠରୀ ଭିତରେ ଲୁହା ବା କାଠ ନିର୍ମିତ ଥାକରେ ମଞ୍ଜି ବୋତଲ ରଖାଯାଇଥାଏ । ବୋତଲ ଭିତରେ ଛତୁ ଫିମ୍ପିର ମାଇସେଲିଅମ୍ ବଢେ । ଏଣୁ ଦ୍ୱିତୀୟ କୋଠରୀକୁ ବର୍ଦ୍ଧନ ପ୍ରକୋଷ୍ଠ ବା ଇନକ୍ୟୁବେସନ୍ ଚ୍ୟାମ୍ବର (Incubation Chamber ) କୁହାଯାଏ ।
ତୃତୀୟ କୋଠରୀ (ମିଡିଆ ରୁମ)
ତୃତୀୟ କୋଠରୀରେ ଅଟୋକ୍ଲେଭ୍ ପ୍ରଭୃତି ଯନ୍ତ୍ରପାତି ରଖାଯାଇଥାଏ । ସେଠାରେ ଗହମ ସିଝାଇବା, ମିଡିଆ ତିଆରି କରିବା ଆଦି କାର୍ଯ୍ୟ କରାଯାଇଥାଏ । ଯେଉଁଥିପାଇଁ ତାକୁ ମିଡ଼ିଆ ରୁମ କୁହାଯାଏ ।
ଆବଶ୍ୟକୀୟ ସରଞ୍ଜାମ
ଛତୁ ମଞ୍ଜି ତିଆରି କରିବା ପାଇଁ ତିନି କୋଠରୀ ବିଶିଷ୍ଟ ଘର ବ୍ୟତୀତ ନିମ୍ନଲିଖିତ ଯନ୍ତ୍ରପାତି, ରାସାୟନିକ ପଦାର୍ଥ ତଥା ସରଞ୍ଜାମ ଦରକାର ।
କ୍ରମିକ ନମ୍ବର | ପଦାର୍ଥର ନାମ | ପରିମାଣ | କାର୍ଯ୍ୟ |
1 | ଅଟୋକ୍ଲେଭ (Auto clave) | 1 ବା 2 ଟା | ବୋତଲକୁ ଏକ ନିର୍ଦ୍ଧିଷ୍ଟ ଉତ୍ତାପରେ ଏହି ଯନ୍ତ୍ର ସାହାଯ୍ୟରେ ସିଝାଇ ବିଶୋଧିତ କରାଯାଏ । |
2 | ରେଫ୍ରିଜେରେଟର (Refrigerator) | 1 | ଧିଙ୍ଗିରି ଛତୁର ଫିମ୍ପି, କଲଚର ଓ ମାଧ୍ୟମଯୁକ୍ତ କଲଚର ଟିଉବ୍ ଏବଂ ତୋଳା ଯାଇଥିବା ତାଜା ଛତୁ ସଂରକ୍ଷିତ କରି ରଖାଯାଏ । |
3 | ଇନୋକୁଲେସନ୍ ତାର (Inoculation Needle) | 2 | ଏହା ସାହାଯ୍ୟରେ ମାଇଲେସିଅମ୍ ବଢିଥିବା କଲଚର ଟିଉବରୁ ମାଇସେଲିଅମ୍ ଅନ୍ୟ ଟିଉବ୍ ବା ଗହମ ଥିବା ବୋତଲକୁ ସ୍ଥାନାନ୍ତରିତ କରାଯାଏ । |
4 | ସ୍ପିରିଟ୍ ଲ୍ୟାମ୍ପ (Spirit Lamp) | 1 | ଏହା ଜଳାଇ ଏହାର ନିଆଁ ଉପରେ ମାଇସେଲିଅମ୍ ସ୍ଥାନାନ୍ତରିତ କରାଯାଏ । |
5 | ପ୍ଲାଷ୍ଟିକ ଲ୍ୟାମ୍ପ(Plastic basket) | 3 | ଏଥିରେ କଲଚର ଟିଉବ୍ ରଖାଯାଇଥାଏ । |
6 | କାଚନଳୀ (Culture Tube) | 100 | କାଚନଳୀରେ ପିଡ଼ିଏ ମାଧ୍ୟମ ରଖାଯାଇ ଛତୁ ଫିମ୍ପିର ମାଇସେଲିଅମ୍ ବୃଦ୍ଧି କରାଯାଇଥାଏ । |
7 | କାଚ ବୋତଲ ବା ପଲିପ୍ରପିଲିନ୍ ବ୍ୟାଗ୍ | ଛତୁ ମାଇସେଲିଅମ୍ ବା ଛତୁ ମଞ୍ଜି ଏହା ଭିତରେ ବଢାଯାଇଥାଏ । | |
8 | ତୁଳା (ପାଣି ଭିଜୁ ନଥିବା) (Non-absorbent Cotton ) | 20 ବଣ୍ଡଲ | କାଚନଳୀ ଏବଂ କାଚବୋତଲ ବା ପଲିପ୍ରୋପାଲିନ୍ ଥଳି ମୁହଁରେ ଠିପି ଭାବରେ ଲଗାଯାଇଥାଏ । |
9 | ଡ଼େକସଟ୍ରୋଜ୍ (Dextrose) | 500 ଗ୍ରାମ | ପିଡ଼ିଏ ମାଧ୍ୟମର ଏକ ଉପାଦାନ |
10 | ଅଗର ଅଗର | 500 ଗ୍ରାମ | ପିଡ଼ିଏ ମାଧ୍ୟମର ଅନ୍ୟତମ ଉପାଦାନ । ଏହା ମାଧ୍ୟମକୁ କଠିନ କରିବାରେ ସାହାଯ୍ୟ କରେ । |
11 | ଚୂନ | 5 କିଲୋଗ୍ରାମ୍ | ଗହମରେ ମିଶାଯାଇଥାଏ । ଏହା ଗହମର କ୍ଷାରି ଅଂଶ ବଢାଏ, ଫଳରେ ମାଇସେଲିଅମ୍ ଭଲ ବଢେ । |
12 | ଆଳୁ | ଆବଶ୍ୟକତା ଅନୁଯାୟୀ | ମାଧ୍ୟମ ତିଆରିରେ ଲାଗେ । |
13 | ହିଟର | 1 ଟା | ମାଧ୍ୟମ ତିଆରି କରିବା, ଗହମ ସିଝାଇବା କାର୍ଯ୍ୟରେ ବ୍ୟବହାର କରାଯାଏ । |
14 | ଡ଼େକଚି (ବଡ଼)
ଡ଼େକଚି (ସାନ)
|
1 ଟା
1 ଟା |
ଗହମ ସିଝାଇବାରେ ବ୍ୟବହାର ହୁଏ ।
ମାଧ୍ୟମ ତିଆରି କରିବାରେ ବ୍ୟବହୃତ ହୋଇଥାଏ । |
15 | ଫରମାଲିନ୍ | ଅଧଲିଟର | ଇନୋକୁଲେସନ୍ ପ୍ରକୋଷ୍ଠକୁ ବିଶୋଧନ କରିବା ପାଇଁ ବ୍ୟବହାର କରାଯାଏ । |
16 | ରେକ୍ଟିଫାଏଡ଼୍ ସ୍ପିରିଟ୍ | ଅଧଲିଟର | ସ୍ପିରିଟ୍ ଲ୍ୟାମ୍ପ ଜଳାଇବାରେ ବ୍ୟବହାର କରାଯାଏ । ହାତ, ଟେବୁଲ୍ ଇନୋକୁଲେସନ୍ ତାର ଆଦି ବିଶୋଧନ ପାଇଁ ବ୍ୟବହାର କରାଯାଏ । |
17 | ବଟର ପେପର (Butter Paper) | 1 ଦିସ୍ତା | କଲଚର ଟିଉବ୍, ସ୍ପନ ବୋତଲରେ ଲାଗିଥିବା ତୁଳାଠିପି ସହ ମୁହଁକୁ ଏହି କାଗଜ ଜରିଆରେ ଘୋଡ଼ାଇ ଦିଆଯାଏ । |
18 | ରବର ବ୍ୟାଣ୍ଡ | 500 ଗ୍ରାମ | ବଟର ପେପର ଘୋଡ଼ାଇ ଏହା ସାହାଯ୍ୟରେ ବାନ୍ଧି ଦିଆଯାଏ । |
19 | ଗ୍ଲାସ୍ ମାର୍କିଙ୍ଗ ପେନସିଲ୍ | 1 ଟା | କଲଚର ଟିଉବ୍ ଓ ବୋତଲ ଦେହରେ ଲେଖା ଯାଇଥାଏ । |
20 | ଟେବୁଲ
ଷ୍ଟୁଲ ଥାକ |
2 ଟା
4 ଟା 2 ଟା |
ମଞ୍ଜି ୟୁନିଟରେ କାମ କରିବା ପାଇଁ ବ୍ୟବହାର କରାଯାଏ ।
ମଞ୍ଜି ରଖିବା ବାଇଁ ଉପଯୋଗ କରାଯାଏ । |
21 | ଓଜନ ଯନ୍ତ୍ର | 1 ଟା | ବିଭିନ୍ନ କଠିନ ରାସାୟନିକ ପଦାର୍ଥ ତଥା ଛତୁ ଓଜନ କରିବା ପାଇଁ ବ୍ୟବହାର କରାଯାଏ । |
22 | କାଚନଳୀ ମପାଯନ୍ତ୍ର (Measuring Cylinder ) | 1 ଟା | ପାଣି ମାପିବା ପାଇଁ ବ୍ୟବହାର କରାଯାଏ । |
23 | ଅଲଟ୍ରାଭାଓଲେଟ୍ ଲାଇଟ୍ ( UV Light) | 1 ଟା | ପ୍ରଜନନ ପ୍ରକୋଷ୍ଠକୁ ବିଶୋଧନ କରେ । |
ଛତୁଚାଷ ସମନ୍ଧରେ ଅଧିକ ତଥ୍ୟ ଜାଣନ୍ତୁ