ଅମ୍ଳାନ କାର୍ଯ୍ୟକ୍ରମ ଅନ୍ତର୍ଗତ ନିମ୍ନ ଲିଖିତ ବୟସ ବର୍ଗର ଉପଭୋକ୍ତା ମାନଙ୍କର ରକ୍ତହୀନତା ପରୀକ୍ଷା, ଚିକିତ୍ସା ଓ ପରାମର୍ଶ ସେବା ମାଗଣାରେ ଉପଲବ୍ଧ ।
- 6-59 ମାସ ପିଲାମାନଙ୍କର ଅଙ୍ଗନୱାଡ଼ି କେନ୍ଦ୍ରରେ ।
- 5-9 ବର୍ଷର ପିଲାମାନଙ୍କର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ।
- 10-19 ବର୍ଷର ପିଲାମାନଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟରେ ।
- ପ୍ରଜନନକ୍ଷମ ମହିଳା (20-24 ବର୍ଷ), ଗର୍ଭବତୀ ମହିଳା ଓ ପ୍ରସୂତୀ ମହିଳାଙ୍କର ମମତା ଦିବସରେ (ଗ୍ରାମ ଓ ସହରାଞ୍ଚଳ ଉଭୟ)
ରକ୍ତହୀନତା ଯୋଗୁଁ ଶାରିରୀକ, ମାନସିକ ଓ ବୌଦ୍ଧିକ ବିକାଶରେ ବାଧା, ଥକ୍କାପଣ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଓ ଗର୍ଭ ସମୟରେ ବିଭିନ୍ନ ପ୍ରକାର ଜଟିଳତା ଦେଖା ଦେଇଥାଏ ।
ସମସ୍ତ ଉପଭୋକ୍ତାଙ୍କୁ ଅନୁରୋଧ ସେମାନେ ରକ୍ତହୀନତାର ସ୍ଥିତି ଜାଣିବା ପାଇଁ ରକ୍ତ ପରୀକ୍ଷା କରି ନିଜର ସମ୍ପୂର୍ଣ୍ଣ ଚିକିତ୍ସା କରାଇ ନିଅନ୍ତୁ ।
ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା