ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ଯୋଜନା “ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ସହାୟତା”
ଆମ ରାଜ୍ୟ ଓଡ଼ିଶାରେ 59343 ହେକ୍ଟର ପରିମିତ ପ୍ରାୟ 64000 ଗ୍ରାମ ପଞ୍ଚାୟତ ପୋଖରୀ ଅଛି । ଏଥିରୁ ଅଧିକାଂଶ ପୋଖରୀ ଅବ୍ୟବହୃତ ହୋଇ ରହିଛି । 2018 ମସିହାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଏକ ନୀତି ନିର୍ଦ୍ଧାରଣ କରାଯାଇ ପଞ୍ଚାୟତ ପୋଖରୀ ଗୁଡ଼ିକୁ ମାଛଚାଷ ନିମନ୍ତେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଦୀର୍ଘମିଆଦି (3 ରୁ 5 ବର୍ଷ) ସୂତ୍ରରେ ଲିଜ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହାପରେ 2018-19 ରୁ ମିଶନ ଶକ୍ତି, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଓ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମିଳିତ ଉଦ୍ୟମରେ “ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ସହାୟତା” ନାମରେ ଏକ ରାଜ୍ୟ ଯୋଜନା କାର୍ଯ୍ୟକାରୀ ହୋଇ ବିପୁଳ ସଫଳତା ପାଇଛି ।
ଯୋଜନାର ଲକ୍ଷ୍ୟ
ଗ୍ରାମପଞ୍ଚାୟତ ପୋଖରୀରେ ମାଛଚାଷ ଦ୍ୱାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ପାଇଁ ଏହା ଏକ ଆର୍ଥିକ ସ୍ୱାବଲମ୍ବୀ ସୁଯୋଗ ସୃଷ୍ଟି କରିବ । ରାଜ୍ୟରେ ମତ୍ସ୍ୟ ଉତ୍ପାଦନର ବୃଦ୍ଧି ହେବା ସହ ଗ୍ରାମାଞ୍ଚଳରେ ଅପପୁଷ୍ଟି ଦୂରୀକରଣ ଓ ସାଧାରଣରେ ମାଛ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବ ।
ଯୋଜନାର କାର୍ଯ୍ୟକାରିତା
ଏହି କାର୍ଯ୍ୟକ୍ରମ ବିପୁଳ ସଫଳତା ପରେ ଅତିରିକ୍ତ 4500 ହେକ୍ଟର ଗ୍ରା.ପ. ପୋଖରୀରେ ମାଛଚାଷ ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀମାନଙ୍କୁ 2023-24 ମଧ୍ୟରେ ଚିହ୍ନଟ କରାଯାଇ ଏହି ଯୋଜନାରେ ସାମିଲ କରାଯିବ । ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ମାଛଚାଷ ନିମନ୍ତେ ନିୟମିତ ବୈଷୟିକ ପରିମର୍ଶ ପ୍ରଦାନର ବ୍ୟବସ୍ଥା କରାଯାଉଛି । ମାଛଚାଷ ପାଇଁ ଆବଶ୍ୟକ ଉନ୍ନତ ଯାଆଁଳ, ମାଛ ଖାଦ୍ୟ, ସାର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ବାବଦରେ ହେକ୍ଟର ପ୍ରତି ପ୍ରକଳ୍ପ ମୂଲ୍ୟ ଟ.4,00,000 /-ଉପରେ 60 ପ୍ରତିଶତ ଅର୍ଥାତ ହେକ୍ଟର ପ୍ରତି ସର୍ବାଧିକ 2,40,000/- ଟଙ୍କା ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି ।
ବିଗତ ଦୁଇ ବର୍ଷରେ ପଞ୍ଚାୟତ ପୋଖରୀରେ ମାଛଚାଷ କରୁଥିବା ଆଗ୍ରହୀ WSHG ଙ୍କୁ 2ୟ ବର୍ଷ ପାଇଁ ପ୍ରକଳ୍ପମୂଲ୍ୟ 4 ଲକ୍ଷ ଉପରେ 50 ପ୍ରତିଶତ ଓ 3ୟ ବର୍ଷ ପାଇଁ 40 ପ୍ରତିଶତ ରିହାତି ପ୍ରଦାନର ବ୍ୟବସ୍ଥା ।
ମାଛ ଚାଷ ପାଇଁ ମିଳୁଥିବା ସହାୟତା (1 ହେକ୍ଟର ପରିମିତ ପୋଖରୀ ପାଇଁ)
କ୍ର.ସଂ. | ପ୍ରକଳ୍ପର ନାମ | ପରିମାଣ
(ସଂଖ୍ୟା /କେଜିରେ) |
ମୋଟ ମୂଲ୍ୟ
(ଟଙ୍କାରେ) |
ସରକାରୀ ରିହାତି
60% |
1 |
ପୋଖରୀ ହୁଡ଼ା ମରାମତି, ଦଳ ନିରାକରଣ ଓ ଅନ୍ୟାନ୍ୟ | ମୋଟାମୋଟି | 10,000 | 6,000 |
2 |
ନମୁନା ସଂଗ୍ରହ ଓ ପରୀକ୍ଷଣ କିଟ୍ | ମୋଟାମୋଟି | 5,000 | 1,200 |
3 |
ଚୂନ ପ୍ରୟୋଗ | 900 କେଜି @ Rs.12/କେ.ଜି | 10,800 | 6,480 |
4 |
ଜଳ ପରିଚାଳନା ପଦ୍ଧତି ପାଇଁ ଇନପୁଟ (ପ୍ରୋବାୟୋଟିକ/ପ୍ଲାବକ ବୃଦ୍ଧି ଉତ୍ପାଦ/କଞ୍ଚା ଗୋବର /ଜୈବିକ ସାର ଇତ୍ୟାଦି | ମୋଟାମୋଟି | 11,100 | 6,660 |
5 |
ମାଛ ଯାଆଁଳ | 5000 ଗୋଟି @ Rs.12/ଫିଙ୍ଗରଲିଙ୍ଗ | 60,000 | 36,000 |
6 |
ମାଛ ଖାଦ୍ୟ | 7500 (କେ.ଜି) @ Rs.36/କେ.ଜି | 2,70,000 | 1,62,000 |
7 |
ମାଛ ଅମଳ ପାଇଁ ହେକ୍ଟର ପିଛା ଖର୍ଚ୍ଚ | ମୋଟାମୋଟି | 15,000 | 9,000 |
8 |
ଔଷଧ / ମଲଟି ଭିଟାମିନ /ମିନେରାଲ/ଅକ୍ସି ଟ୍ୟାବ୍ ଇତ୍ୟାଦି | ମୋଟାମୋଟି | 10,000 | 6,000 |
9 |
ଅନ୍ୟାନ୍ୟ ଖର୍ଚ୍ଚ | ମୋଟାମୋଟି | 11,100 | 6,660 |
ମୋଟ |
4,00,000 | 2,40,000 |
ଅଧିକ ଜାଣନ୍ତୁ
- କାର୍ପ ମାଛ ଚାଷ (Carp Fish Farming) ସମ୍ପର୍କରେ
- କାର୍ପ ମାଛର ଖାଦ୍ୟ
- ପୋଖରୀରେ ଅନାବନା ଘାସ ଦମନ କେମିତି କରିବେ?
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ବାୟୋଫ୍ଲକ (ଜୈବପୁଞ୍ଜ) ମାଧ୍ୟମରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ ଯୋଜନା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଜଳକୃଷି ପାଇଁ ଯନ୍ତ୍ରପାତି ଓ ଅନ୍ୟ ସରଞ୍ଜାମ ନିମନ୍ତେ ସ୍ୱତନ୍ତ୍ର ସରକାରୀ ପ୍ରୋତ୍ସାହନ
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ସହାୟତା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଫାର୍ମ ପୋଖରୀରେ ମାଛ ଚାଷ ନିମନ୍ତେ ମତ୍ସ୍ୟଚାଷୀଙ୍କୁ ସହାୟତା
ଅଧିକ ବିବରଣୀ ଓ ସହାୟତା ନିମନ୍ତେ ବ୍ଲକରେ ଅବସ୍ଥାପିତ ସହକାରୀ ମତ୍ସ୍ୟ ଅଧିକାରୀ କିମ୍ବା ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହିତ ଯୋଗଯୋଗ କରନ୍ତୁ ।