ଦେଶୀ କୁକୁଡାଙ୍କ ଅଣ୍ଡା ଦେବା କ୍ଷମତା କମ୍ ଥିବାରୁ ଗବେଷଣା ମାଧ୍ୟମରେ ଘର ବାଡ଼ିରେ ପାଳିବା ପାଇଁ ଉନ୍ନତ ରଙ୍ଗିନ କୁକୁଡ଼ା ପ୍ରରଜାତି ସୃଷ୍ଟି ହୋଇଅଛି । ଏମାନେ ବାଡ଼ି ଅଗଣାରେ ଚରିବୁଲି ଖାଦ୍ୟ ଖାଇଥାନ୍ତି । ଘରକୁ ଫେରିବା ପରେ କିଛି ଅତିରିକ୍ତ ଦାନା ଦିଆଯାଇଥାଏ । କେବଳ ଅଣ୍ଡା କିମ୍ବା କେବଳ ମାଂସ କିମ୍ବା ଉଭୟ ମାଂସ ଓ ଅଣ୍ଡା ପାଇଁ ମିଳୁଥିବା ଉନ୍ନତ ପ୍ରଜାତିର କୁକୁଡ଼ାକୁ ଚାଷୀମାନେ ନିଜ ଘରବାଡ଼ିରେ ପାଳନ କରି ପାରିବେ ।
ଉଭୟ (ମାଂସ ଓ ଅଣ୍ଡା) ପାଇଁ ଉନ୍ନତ କୁକୁଡ଼ା ପ୍ରଜାତି
1). ବନରାଜ
- ଗାଁରେ ନିଜ ବାଡ଼ିରେ ପାଳନ ପାଇଁ ଏହି ରଙ୍ଗିନ୍ କୁକୁଡ଼ା ଉଭୟ ମାଂସ ଓ ଅଣ୍ଡା ପାଇଁ ଉପଯୁକ୍ତ ।
- ଏଗୁଡ଼ିକ ଚରିବୁଲି ନିଜ ପାଇଁ ଖାଦ୍ୟ ସଂଗ୍ରହ କରିଥାନ୍ତି ।
- ବଢିବା ଓ ଉତ୍ପାଦନ ପାଇଁ ଅଳ୍ପ ପରିମାଣର (କୁକୁଡ଼ା ପିଛା 10-20 ଗ୍ରମ୍) ଅତିରିକ୍ତ ଦାନା (ଖୁଦ, କୁଣ୍ଡା, ମାଣ୍ଡିଆ, ଜହ୍ନା, ଚୋକଡ଼) ଦେବାକୁ ପଡ଼େ ।
- ପ୍ରଥମ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚିଆଁ ଗୁଡ଼ିକୁ କୃତ୍ରିମ ଉତ୍ତାପ ଦିଆଯାଇଥାଏ । ବନରାଜା ଅସୁବିଧାଜନକ ଓ ପ୍ରତିକୂଳ ପରିବେଶରେ ମଧ୍ୟ ଠିକ୍ ଭାବରେ ବଢିଥାଏ । କିନ୍ତୁ ଏହି ପ୍ରଜାତିର କୁକୁଡ଼ାକୁ ବନ୍ୟଜନ୍ତୁଙ୍କ ଆକ୍ରମଣରୁ ରକ୍ଷା କରିବାକୁ ପଡ଼ିଥାଏ ।
ବନରାଜ କୁକୁଡ଼ାର ଗୁଣ
- ଅଧିକ ଉତ୍ପାଦନକ୍ଷମ – ବର୍ଷରେ 100 ରୁ 110 ଟି ଅଣ୍ଡା (ମାଟିଆ ରଙ୍ଗ) ଦିଅନ୍ତି ।
- ଦିନିକିଆ ଚିଆଁର ଓଜନ- 34-40 ଗ୍ରାମ
- 6 ସପ୍ତାହରେ ଓଜନ – 700 ରୁ 750 ଗ୍ରାମ ହୋଇଥାଏ ।
- 4 ମାସ ସମୟରେ କୁକୁଡ଼ାର ଓଜନ – 2 କି.ଗ୍ରା.
- ଅଣ୍ଡା ଦେବା ବୟସ-175 – 180 ଦିନ
2). ଗିରିରାଜ
- ବାଡ଼ିରେ କୁକୁଡ଼ା ପାଳନ ପାଇଁ ଏହି ଜାତିର କୁକୁଡ଼ା ଉଭୟ ମାଂସ ଓ ଅଣ୍ଡା ପାଇଁ ଉପଯୁକ୍ତ ।
- ଏହାର ଲମ୍ବା ଥଣ୍ଟ ରହୁଥିବାରୁ ନିଜକୁ ବାହ୍ୟ ଶତ୍ରୁଠାରୁ ରକ୍ଷା କରିପାରିଥାଏ ।
- ଅଳ୍ପ ପୁଷ୍ଟିକର ଖାଦ୍ୟ ଖାଇ ମଧ୍ୟ ଅଣ୍ଡିରା ଗିରିରାଜ 10 ରୁ 12 ସପ୍ତାହ ମଧ୍ୟରେ ତାର ଶରୀର ଓଜନକୁ ସର୍ବାଧିକ ବୃଦ୍ଧି କରିପାରିଥାଏ ।
- ମାଈ ଗିରିରାଜ ବାହାରେ ଚରିବୁଲି ମଧ୍ୟ ବର୍ଷକୁ 150 ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ ଏବଂ ଏଥିପାଇଁ କମ୍ ଖର୍ଚ୍ଚ କରିବାକୁ ପଡ଼ିଥାଏ ।
- ଏହାର ଅନ୍ୟ ଗୁଣାବଳୀ ବନରାଜ କୁକୁଡ଼ା ସହିତ ସମାନ ଅଟେ ।
3). ଛାବ୍ରୋ
- ଏହା ମୁଖ୍ୟତଃ କଳା ଓ ପାଉଁଶିଆ ରଙ୍ଗର (ବ୍ରଏଲର) କୁକୁଡ଼ା ।
- ଏହାର ମୃତ୍ୟୁହାର ଖୁବ୍ କମ୍ ଏବଂ ଗ୍ରାମଞ୍ଚଳ କୁକୁଡ଼ା ବିକାଶ କାର୍ଯ୍ୟକ୍ରମ ଜରିଆରେ ବାଡ଼ିରେ କୁକୁଡ଼ା ପାଳନ ପାଇଁ ଏ କିସମର କୁକୁଡ଼ାକୁ ଖୁବ୍ ପସନ୍ଦ କରାଯାଏ ।
- ଅଣ୍ଡା – 170 – 180
- ଖାଦ୍ୟ ଓ ଉତ୍ପାଦିକା ଗୁଣର ଅନୁପାତ ବା ଏଫ୍.ସି.ଆର୍- 2 ଅର୍ଥାତ୍ 2 କି.ଗ୍ରା ଦାନା ଖାଇଲେ ଦେହର ଓଜନ 1 କି.ଗ୍ରା. ବଢିଥାଏ ।
4). ରେନବୋ ରୁଷ୍ଟର
- ଏହି କୁକୁଡ଼ା ମାନେ ବିଭିନ୍ନ ରଙ୍ଗର ହୋଇଥାନ୍ତି ।
- ଏମାନେ ଦାନା ଖାଇଲେ 2 ମାସରେ 4 କି.ଗ୍ରା. ଦାନା ଖାଇ ହାରାହାରି 1.8 କି.ଗ୍ରା. ଓଜନ ହୋଇଥାନ୍ତି ।
- ମାଈ କୁକୁଡ଼ା ମାନେ ବର୍ଷକୁ 150ରୁ 180 ବାଦାମି ରଙ୍ଗର ଅଣ୍ଡା ଦେଇଥା୍ତି । ଏ
- ମାନେ କଡ଼କି ହୁଅନ୍ତି ନାହିଁକି ଅଣ୍ଡାରୁ ଛୁଆ ଫୁଟାଇ ପାରନ୍ତି ନାହିଁ ।
ମାଂସ ଉଦ୍ଦେଶ୍ୟରେ ଉନ୍ନତ କୁକୁଡ଼ା ପ୍ରଜାତି
1). କ୍ରଏଲର
- ଏହା ଏକ ରଙ୍ଗୀନ ମାଂସାଳ (ବ୍ରଏଲର) କୁକୁଡ଼ା ।
- ଏହାର ଅଣ୍ଡା ଧୂଷର ରଙ୍ଗର ।
- ଏ କିସମ କୁକୁଡାର ମୃତ୍ୟୁହାର କମ୍ ଏବଂ ବାଡ଼ିରେ କୁକୁଡ଼ା ପାଳନ ପାଇଁ ଏହା ଉପଯୁକ୍ତ ।
- ଶରୀର ଓଜନ 7 ସପ୍ତାହରେ – 1.1 – 1.5 କି.ଗ୍ରା.
2). ରେଡ଼ କର୍ଣ୍ଣିସ
- ଏହି କୁକୁଡାଙ୍କର ରଙ୍ଗ ଫିକା ନାଲି ହୋଇଥାଏ ।
- ଗଞ୍ଜା ମାନଙ୍କ ରଙ୍ଗ ଗାଢ ନାଲି ହୋଇଥାଏ ।
- ଏହି ପ୍ରଜାତିର କୁକୁଡ଼ା ମାନେ ଆକାରରେ ବଡ଼ ଓ ଓଜନିଆ ହୋଇଥାନ୍ତି ।
- ଗଞ୍ଜା ମାନେ 3-4 କି.ଗ୍ରା. ଓ ମାଈ କୁକୁଡ଼ା 2-3 କି.ଗ୍ରା. ଓଜନ ହୋଇଥାନ୍ତି ।
- ମାଈ କୁକୁଡ଼ା ମାନେ ବର୍ଷକୁ 150 ଟି ଅଣ୍ଡା ଦେଇଥାନ୍ତି ।
3). ସାସୋ
- ଏହା ଏକ ରଙ୍ଗୀନ ମାଂସାଳ (ବ୍ରୟେଲର) କୁକୁଡ଼ା ।
- ଏମାନଙ୍କ ପର ବିଭିନ୍ନ ରହ୍ଗର ହୋଇଥାଏ ।
- ଦାନା ଖାଇଲେ ଏମାନେ ଖୁବ୍ ଶୀଘ୍ର ବଢିଥାନ୍ତି ।
- 2 ମାସରେ 4.5 କି.ଗ୍ରା. ଦାନା ଖାଇ ହାରାହାରି 2.2 କି.ଗ୍ରା. ଓଜନ ହୋଇଥାନ୍ତି ।
- ମାଈ କୁକୁଡ଼ା ମାନେ ବର୍ଷକୁ 150 ଟି ଅଣ୍ଡା ଦେଇଥାନ୍ତି ।
ଅଣ୍ଡା ଉଦ୍ଦେଶ୍ୟରେ ଉନ୍ନତ କୁକୁଡ଼ା ପ୍ରଜାତି
କଳିଙ୍ଗ ବ୍ରାଉନ
- ଏହି କୁକୁଡ଼ା ଅଣ୍ଡା ପାଇବା ପାଇଁ ରଖାଯାଏ ।
- ଏହାର ରଙ୍ଗ ଧଳା । ଏମାନଙ୍କ ପିଠି ଓ ଡ଼େଣାରେ ନାଲି ପର ଥାଏ ।
- ଏଗୁଡ଼ିକ ଚରିବୁଲି ନିଜପାଇଁ ଖାଦ୍ୟ ସଂଗ୍ରହ କରିଥାନ୍ତି ।
- ବଢିବା ଓ ଉତ୍ପାଦନ ପାଇଁ ଅଳ୍ପ ପରିମାଣର (କୁକୁଡ଼ା ପିଛା 10-20 ଗ୍ରାମ) ଅତିରିକ୍ତ ଦାନା (ଖୁଦ, କୁଣ୍ଡା, ମାଣ୍ଡିଆ, ଜହ୍ନା, ଚୋକଡ଼) ଦେବାକୁ ପଡ଼େ ।
- ଅଣ୍ଡାର ଖୋଳପା ଟାଣ ହେବା ପାଇଁ ଶାମୁକା ଗୁଣ୍ଡ, ଚୁନ ପାଉଡ଼ର 2-5 ଗ୍ରାମ ଦିଆଯାଏ ।
- କଠିନ ପରିସ୍ଥିତିରେ ମଧ୍ୟ ବଞ୍ଚି ପାରନ୍ତି ।
- ବାହ୍ୟ ଜନ୍ତୁଙ୍କ ଠାରୁ ନିଜକୁ ରକ୍ଷା କରିବାର କ୍ଷମତା ଅଛି ।
- 6 ସପ୍ତାହରେ ଓଜନ – 700 ରୁ 750 ଗ୍ରାମ ହୋଇଥାଏ ।
- 4ମାସ ସମୟରେ କୁକୁଡ଼ାର ଓଜନ – 1 କି.ଗ୍ରା.
- ଅଣ୍ଡା ଦେବା ବୟସ – 5 ମାସରୁ । ବର୍ଷରେ 250 – 260 ଟି ଅଣ୍ଡା (ମାଟିଆ ରଙ୍ଗ) ଦିଆନ୍ତି ।
ଆର୍. ଆଇ.ଆର.
- ଏହାର ରଙ୍ଗ ନାଲି । କୁକୁଡ଼ା ଅଣ୍ଡା ପାଇବା ପାଇଁ ରଖାଯାଏ ।
- ଏଗୁଡ଼ିକ ଚରିବୁଲି ନିଜ ପାଇଁ ଖାଦ୍ୟ ସଂଗ୍ରହ କରିଥାନ୍ତି ।
- ବର୍ଷ ପିଛା ଅଣ୍ଡା ଉତ୍ପାଦନ – 230-240ଟି
- 12 ଟି ଅଣ୍ଡା ପାଇଁ ଖାଦ୍ୟ ଖର୍ଚ୍ଚ – 2.47 କି.ଗ୍ରା.
- ଅଣ୍ଡା ଦେବା ବୟସ – 150 ରୁ 160 ଦିନ
ବ୍ରାଉନ୍ ଲେୟାର
- ଏହି କୁକୁଡ଼ା ମାନଙ୍କ ରଙ୍ଗ ବାଦାମୀ ବା ଗାଢ ବାଦାମୀ ହୋଇଥାଏ ।
- ଏମାନେ ଅଧିକ ଅଣ୍ଡା ଦିଅନ୍ତି ଓ କମ୍ ଓଜନର ହୋଇଥାନ୍ତି ।
- ଗଞ୍ଜା ମାନେ 1.5 – 2 କି.ଗ୍ରା. ଓ ମାଈ କୁକୁଡ଼ା 1.2-1.5 କି.ଗ୍ରା. ଓଜନ ହୋଇଥାନ୍ତି ।
- ମାଈ କୁକୁଡ଼ା ମାନେ ବର୍ଷକୁ 250-270 ଟି ଅଣ୍ଡା ଦେଇଥାନ୍ତି ।
- ମାତ୍ର ଏମାନେ କଡ଼କି ହୁଅନ୍ତି ନାହିଁ କି ଅଣ୍ଡାରୁ ଛୁଆ ଫୁଟାଇ ପାରନ୍ତି ନାହିଁ ।
କ୍ୟାରି ଦେବେନ୍ଦ୍ର
- ଏହି କୁକୁଡ଼ା ଉଭୟ ଅଣ୍ଡା ଏବଂ ମାଂସ ପାଇଁ ପାଳନ କରାଯାଏ ।
- ଏହା ମିଶ୍ରିତ ରଙ୍ଗର ହୋଇଥାଏ ।
- ଏମାନଙ୍କ ଅଣ୍ଡା ଦେବା ବୟସ ପାଞ୍ଚ ମାସରୁ ଆରମ୍ଭ ହୋଇଥାଏ ଓ ବାର୍ଷିକ ଅଣ୍ଡାଦାନ କ୍ଷମତା 190 ରୁ 200 ।
- ବିକ୍ରି ବୟସର ଓଜନ ପ୍ରାୟ 2 କି.ଗ୍ରା. ।
ଓଡିଶାରେ ଦେଖାଯାଉଥିବା ଦେଶୀ ପ୍ରଜାତି
ଭେଜାଗୁଡ଼ା
- ଭେଜାଗୁଡ଼ା ପ୍ରଜାତିର କୁକୁଡ଼ା କୋରାପୁଟ ଜିଲ୍ଲାର ଜୟପୁର, କୁନ୍ଦ୍ରା, ବୈପାରିକୁଡ଼ା, କୋଟପାଡ଼, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ବହୁଳ ମାତ୍ରାରେ ପାଳନ କରିଥାନ୍ତି ।
- ଏମାନଙ୍କ ଆଗାର ସାଧାରଣ ଦେଶୀ କୁକୁଡ଼ାଙ୍କଠାରୁ ବଡ଼ ଓ ଅଧିକ ଓଜନିଆ ।
- ପ୍ରାପ୍ତ ବୟସ୍କ ମାଈ କୁକୁଡ଼ା 5 ମାସ ବୟସରେ 1.3 କି.ଗ୍ରା. ଏବଂ ଗଞ୍ଜା କୁକୁଡ଼ା 5 ମାସ ବୟସରେ 2.0 କି.ଗ୍ରା. ହୋଇଥାଏ ।
- ବିଭିନ୍ନ ରଙ୍ଗର ଚିତ୍ରାବିଚିତ୍ରା ଯତା କଳା, ନାଲି ମିଶା, ଗାଢ ନାଲି, କଳା ଓ ସିଲଟ ରହ୍ଗ ହୋଇଥାଏ ।
- ସାଧାରଣତଃ ମଧାର ଚୂଳ (କେତେକ ଜାଗାରେ ଏକ ଚୂଲ) ଦେଖିବାକୁ ମିଳେ ।
- ଚମଡ଼ାର ରଙ୍ଗ ଧଳା, ନଳୀ ଗୋଡ଼ ଲମ୍ବା ଓ ମଜବୁତ ।
- ଗୋଡ଼ ଏବଂ ପାଦର ଆଙ୍ଗୁଠି ଗୁଡ଼ିକରେ ପର ନଥାଏ ।
କଳାହାଣ୍ଡି
- ଏହି ପ୍ରଜାତିର କୁକୁଡ଼ା, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼, କୋକଶଲା, ଅମ୍ବାପାଣି ଓ ଭବାନୀପାଟଣା, ରାୟଗଡ଼ାର କାଶିପୁର ଓ ନବରଙ୍ଗପୁର ଅଞ୍ଚଳରେ ଦେଖିବାକୁ ମିଳନ୍ତି ।
- ଏମାନଙ୍କର ଆକାର ଛୋଟ ଏବଂ ବୟସ୍କ ପେଣ୍ଠିର ଓଜନ 700-800 ଗ୍ରାମ ଓ ଗଞ୍ଜାର ଓଜନ ପ୍ରାୟ ଏକ କି.ଗ୍ରା. ହୋଇଥାଏ ।
- ଏମାନେ ଏକ ଚୂଳିଆ, କର୍ଣ୍ଣପାଲି ଧଳା, କଳା ଧଳା ଲାଲ ପ୍ରଭୃତି ରଙ୍ଗ ବେରଙ୍ଗ ପର, ନଳୀଗୋଡ଼ ଛୋଟ, ଚର୍ମ ରଙ୍ଗ ହଳଦିଆଂଶିକ କଳା ବର୍ଣ୍ଣଯୁକ୍ତ ।
- ସାଧାରଣତଃ ନାଲି ଦେହ, ପେଟ ଏବଂ ପୁଛ କଳା ।
- ଗୋଟିଏ ମୁଥରେ ଏମାନେ 12-18 ଟି ପର୍ଯ୍ୟନ୍ତ ଅଣ୍ଡା ଦିଅନ୍ତି ।
- ଏହିପରି ବର୍ଷକୁ 4 ଥରରେ ଅଣ୍ଡା ଦିଅନ୍ତି ।
- ଅଣ୍ଡାର ଆକାର ଓ ଓଜନ ଖୁବ୍ ଛୋଟ, ପ୍ରାୟ 25 ଗ୍ରାମ ଓ ମାଂସ ସୁସ୍ୱାଦୁ ।
ହାଂସଲି
- ଏହି କୁକୁଡ଼ା କିସମ ମୟୁରଭଞ୍ଜରେ ମିଳେ ।
- ଏହା ଏକ ଉତ୍କୃଷ୍ଟ ଧରଣର କୁକୁଡ଼ା ।
- ଏହା ନାଲିଆ, କଳା, ହଳଦିଆ କଲା ମିଶା ଏବଂ ଥରେ ଥରେ ଧଳା ପର ମଧ୍ୟ ଦେଖାଯାଏ ।
- ଏହାର ଚୂଳ ମଟର ବା ପି-କୁମ୍ବ କୁହାଯାଏ ।
- ଏହାର ଥଣ୍ଟ ଉପରୁ ଅର୍ଦ୍ଧଗୋଲାକାର ଏବଂ ଗୋଡ଼ ଗୁଡ଼ିକ ଶକ୍ତ ଓ ମଜଭୁତ ଅଟେ ।
- ହାଂସଲି ଚିଆଁ ଶୀଘ୍ର ବଢନ୍ତି ଏବଂ କିଛି ଚିଆଁ ଅବସ୍ଥାରେ କମ୍ ପର ଦେଖିବାକୁ ମିଳେ ।
- ଏହା 10-15 ଟି ଅଣ୍ଡା ଗୋଟିଏ ମୁଥରେ ଦିଏ ।
- ଏଥିରେ ଅଣ୍ଡିରା ଛୁଆ 5 ମାସ ବୟସରେ 2.5 କି.ଗ୍ରା. ବିଶିଷ୍ଟ ହୋଇଥାନ୍ତି ।
- ମୟୁରଭଞ୍ଜ ଜିଲ୍ଲାରେ ଆଦିବାସୀ ମାନେ ହାଂସଲି ଗଞ୍ଜା କୁକୁଡ଼ାକୁ ଲଢେଇରେ ଲଗେଇଥାନ୍ତି । ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ମାନେ ଏହି କୁକୁଡ଼ା ପ୍ରଜାତି ସୃଷ୍ଟି କରିଛନ୍ତି ।
ଉନ୍ନତ ରଙ୍ଗିନ କୁକୁଡ଼ା ଛୁଆ କେଉଁଠୁ ପାଇବେ ?
ଆମ ରାଜ୍ୟରେ 4 ଗୋଟି କୁକୁଡ଼ା ପ୍ରଜନନ କେନ୍ଦ୍ର ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି । ସରକାରୀ କୁକୁଡ଼ା ଫାର୍ମ ଓ ଚିଆଁ ପ୍ରଜନନ କେନ୍ଦ୍ରରେ ଭଲ ଚିଆଁ ସୁଲଭ ଦରରେ ମିଳିଥାଏ । ତାରାର ବିବରଣୀ ନିମ୍ନରେ ଦିଆଗଲା ।
କ୍ର.ସଂ. | ଜିଲ୍ଲା | ଚିଆଁ ମିଳିବା ସ୍ଥାନ |
1 | ଅନୁଗୁଳ | ଆଠମଲ୍ଲିକ, କଣିହା, ପାଲଲହଡ଼ା, ଅନୁଗୁଳ |
2 | ବାଲେଶ୍ୱର | ରେମୁଣା, ନିଳଗିରି |
3 | ଭଦ୍ରକ | ବାହୁଦରଡ଼ା |
4 | ବଲାଙ୍ଗିର | ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ଼ |
5 | ବଉଦ | ବଉଦ |
6 | ବରଗଡ଼ | କୁଚିପାଲି, ବରଗଡ଼ |
7 | କଟକ | ଆଠଗଡ଼, ବାଙ୍କି |
8 | ଦେଓଗଡ଼ | ଦେଓଗଡ଼ |
9 | ଢେଙ୍କାନାଳ | ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର |
10 | ଗଜପତି | ପାରାଳାଖେମୁଣ୍ଡି |
11 | ଗଞ୍ଜାମ | ଭଞ୍ଜନଗର, ଛତ୍ରପୁର |
12 | ଜଗତସିଂହପୁର | ଜଗତସିଂହପୁର |
13 | ଯାଜପୁର | ବିଞ୍ଝାପୁର |
14 | ଝାରସୁଗୁଡ଼ା | ଅରଡ଼ା |
15 | କଳାହାଣ୍ଡି | ଜୁନାଗଡ଼, ଭବାନିପାଟଣା |
16 | କନ୍ଧମାଳ | ଫୁଲବାଣୀ, ବାଲିଗୁଡ଼ା |
17 | କେନ୍ଦୁଝର | ହରିଚନ୍ଦନପୁର, ଚମ୍ପୁଆ, ସାଇଁକୁଳ |
18 | କେନ୍ଦ୍ରାପଡ଼ା | କେନ୍ଦ୍ରାପଡ଼ା |
19 | ଖୋର୍ଦ୍ଧା | ଖୋର୍ଦ୍ଧା, ସଘନ କୁକ୍କୁଟ ଉନ୍ନୟନ କେନ୍ଦ୍ର, ଲକ୍ଷ୍ମୀସାଗର, ଭୁବନେଶ୍ୱର |
20 | କୋରାପୁଟ | କୋରାପୁଟ, ସିମିଳିଗୁଡ଼ା |
21 | କନ୍ଧମାଳ | କନ୍ଧମାଳ, ବାଲିଗୁଡ଼ା |
22 | ମାଲକାନାଗିରି | ମାଥିଲି |
23 | ମୟୁରଭଞ୍ଜ | ବାରିପଦା, କରଞ୍ଜିଆ, ଉଦଳା, ବହଳଦା |
24 | ନବରଙ୍ଗପୁର | ନବରଙ୍ଗପୁର |
25 | ନୟାଗଡ଼ | ନୟାଗଡ଼ |
26 | ନୂଆପଡ଼ା | ନୂଆପଡ଼ା |
27 | ପୁରୀ | ପିପିଲି |
28 | ରାୟଗଡ଼ା | ରାୟଗଡ଼ା, ଗୁଣୁପୁର |
29 | ସମ୍ବଲପୁର | ଚିପିଲିମା, କୁଚିଣ୍ଡା |
30 | ସୁବର୍ଣ୍ଣପୁର | ସୁବର୍ଣ୍ଣପୁର, ବିରମହାରାଜପୁର |
31 | ସୁନ୍ଦରଗଡ଼ | ପାାନପୋଷ, ବଣେଇ |
ସୌଜନ୍ୟ- ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ, କଟକ