ବିଲସୁଆ /ଜାଡ଼ି ( Barnyard Millet) ଏକ ଛୋଟ ଦାନ ପୌଷ୍ଟିକ ଶସ୍ୟ ଅଟେ । ଏହାର ବୈଜ୍ଞାନିକ ନାମ ହେଲା – Echinochloa frumentacea । ଏହାର ଦାନା ଗୋଖାଦ୍ୟ ପାଇଁ ଭାରତ ବର୍ଷରେ 4000 ବର୍ଷ ପୂର୍ବରୁ ଚାଷହୋଇ ଆସୁଅଛି ।
ଏହାର 100 ଗ୍ରାମ ଶସ୍ୟରେ ନିମ୍ନଲିଖିତ ଖାଦ୍ୟ ଗୁଣ ରହିଅଛି ।
କ୍ର.ସଂ. | ଖାଦ୍ୟସାରର ନାମ | ଏକକ | ଶତକଡ଼ା ପରିମାଣ |
1 | ପୁଷ୍ଟିସାର | ଗ୍ରାମ | 11.6 |
2 | ଶ୍ୱେତସାର | ଗ୍ରାମ | 74.3 |
3 | ସ୍ନେହସାର | ଗ୍ରାମ | 5.8 |
4 | ଖାଦ୍ୟ ଜାତୀୟ ତନ୍ତୁ | ଗ୍ରାମ | 13.5 |
5 | ଖଣିଜ ଲବଣ | ଗ୍ରାମ | 4.7 |
6 | କ୍ୟାଲସିୟମ ବା ଚୂନ | ମି.ଗ୍ରାମ | 14 |
7 | ଫସଫସରସ୍ | ମି.ଗ୍ରାମ | 121 |
ଜଳବାୟୁ
ଏହାର ମରୁଡ଼ି ସହଣୀ ଶକ୍ତି ରହିଅଛି । ଏହା ପୁଣି ପାଣି ସହ୍ୟ କରିପାରେ । 400-500 ମି.ମି. ବର୍ଷା ହେଉଥିବା ଅଞ୍ଚଳରେ ଚାଷ କରାଯାଇପାରେ । ଜଳ ନିଷ୍କାସନର ସୁବିଧା ଥିଲେ 1200-1400 ମି.ମି. ବର୍ଷା ହେଉଥିବା ଅଞ୍ଚଳରେ ଚାଷ କରାଯାଇପାରେ ।
ବିହନ କିସମ
VL-172, VL-181, VL-29, PRS-1, RAU-11
ବିହନ ପରିମାଣ
3-4 କିଗ୍ରା/ଏକର (ଧାଡିବୁଣା)
5 କି.ଗ୍ରା /ଏକର (ଛଟାବୁଣା)
ଖତ
ଏକର ପ୍ରତି 2 ଟନ୍ କମ୍ପୋଷ୍ଟ ଖତ
ସାର
8-8-0 କି.ଗ୍ରା /ଏକର ଯଥାକ୍ରମେ ଯବକ୍ଷାରଜାନ(N),ଫସଫରସ(P), ପଟାସ (K) । ସମସ୍ତ ସାର ମୂଳସାର ଭାବେ ବିହନ ବୁଣା ପୂର୍ବରୁ ପ୍ରୟୋଗ କରନ୍ତୁ । ବିହନକୁ PSB ଓ ଆଜୋସ୍ପିରିଲମ୍ ଜୀବାଣୁ ସାରରେ ଉପଚାର କରି ବୁଣିଲେ ବିଶେଷ ଲାଭ ହୁଏ ।
ଲଗାଇବା ଦୂରତା-ଧାଡ଼ିରେ ବୁଣିଲେ ଧାଡିକୁ ଧାଡ଼ି 25 ସେ.ମି ଓ ଗଛକୁ ଗଛ 10 ସେ.ମି. ଦୂରତାରେ ଲଗାନ୍ତୁ । ବର୍ଗମିଟର ପ୍ରତି ଗଛ ସଂଖ୍ୟା 40
ଅନ୍ତଃଚାଷ
ଧାଡ଼ିରେ ବୁଣା ଫସଲରେ 2 ଥର ହାତରେ ଘାସବାଛି ଘସ ନିୟନ୍ତ୍ରଣ କରନ୍ତୁ ।
ବିହନ ବିଶୋଧନ
2 ଗ୍ରାମ କାର୍ବୋଣ୍ଡାଜିମ /କି.ଗ୍ରା ବିହନ
ପୋକରୋଗ
ବିହନ ବିଶୋଧନ କରି ସହଳ ବିହନ ବୁଣିଲେ ପୋକ (କାଣ୍ଡମାଛି) ଓ ରୋଗ (ସ୍ମଟ ରୋଗ)ରୁ ନିୟନ୍ତ୍ରଣ କରାଯାଇପାରେ ।
ଅମଳ
2 ରୁ 3 କ୍ୱିଣ୍ଟାଲ ଏକର /MSP ଅଘୋଷିତ
-
ମିଲେଟ ସମ୍ପର୍କରେ ଅଧିକ ଜାଣନ୍ତୁ ।
- ମାଣ୍ଡିଆଚାଷ (Ragi Cultivation )
- ଜୋଆର / ଜୁଅର / ଜହ୍ନା / ଯଅ (Great Millet / Sorghum )
- ବାଜରା Pearl Millet/Spiked Millet/ Candle Millet/Cattail Millet
- ସୁଆଁ/ଗୁଲୁଜି/ଖୋସଲା/ଚାନ୍ଦୁଲି (Little Millet)
- କୋଦ (Kodo Millet)
- କାଙ୍ଗୁ /କାଙ୍ଗାର୍ମ (Foxtail Millet/Italian Millet/German Millet )
- ଚିନା / ପ୍ରୋଷୋ (Common Millet / Proso Millet )
- ବିଲସୁଆ /ଜାଡ଼ି ( Barnyard Millet)
- ମାଣ୍ଡିଆର ରୋଗ-ପୋକ ପରିଚାଳନା
- ବାର୍ନୟାର୍ଡ ମିଲେଟ୍ ର ୬ଟି ସ୍ୱାସ୍ଥ୍ୟ ଉପକାରିତା
- ମାଣ୍ଡିଆର ରୋଗପୋକ ପରିଚାଳନା
ଜାଣନ୍ତୁ କିଛି କୃଷି ସୂଚନା
Source: RRTTSS, Sundargarh, Kirei