ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY) ମାଧ୍ୟମରେ ବାୟୋଫ୍ଲକ (ଜୈବପୁଞ୍ଜ) ମାଧ୍ୟମରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ
ଅଧିକ ପ୍ରାକୃତିକ ଜମି ଓ ଜଳ ସମ୍ପଦ ଉପଯୋଗ ନକରି ସୀମିତ ସ୍ଥାନରେ ସଘନ ମାଛ ଓ ଚିଙ୍ଗୁଡ଼ି ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବାୟୋଫ୍ଲକ ଏକ ନୂତନ ଜ୍ଞାନ କୌଶଳ ପଦ୍ଧିତି ଅଟେ । ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି, ରୋଜଗାର ସୃଷ୍ଟି ତଥା ଯୁବ ଉଦ୍ୟୋଗୀମାନଙ୍କୁ ମାଛ ଚାଷ ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ଯୋଜନା ବ୍ୟୟରେ ଆରମ୍ଭ କରିଛନ୍ତି ବାୟୋଫ୍ଲକ (ଜୈବପୁଷ୍ଟ) ମାଧ୍ୟମରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ ଯୋଜନା । ଏହି ପଦ୍ଧତିରେ ସିମେଣ୍ଟକୁଣ୍ଡରେ ପ୍ରୋ-ବାୟୋଟିକ ପ୍ରୟୋଗ ଦ୍ୱାରା ଅବ୍ୟବହୃତ ଖାଦ୍ୟ ଓ ବର୍ଜ୍ୟବସ୍ତୁକୁ ପରିବର୍ତ୍ତିତ କରାଯାଇ ମାଛର ଖାଦ୍ୟ ରୂପେ ଉପଯୋଗ କରାଯାଏ । ସ୍ୱଳ୍ପଜଳ ବିନିମୟ ଓ ନିରବଚ୍ଛିନ୍ନ ବାୟୁ ସଂଚାଳନ କରାଯାଉଥିବା ଯୋଗୁଁ ବାୟୋଫ୍ଲକ ପଦ୍ଧତିରେ ଅଧିକ ମାଛ ବା ଚିଙ୍ଗୁଡ଼ି ଉତ୍ପାଦନ ସମ୍ଭବ ହୁଏ । ଏହା ଏକ ପରିବେଶ ଅନୁକୂଳ ଚାଷ ପଦ୍ଧତି ଯାହାକି ଉଭୟ ସହରାଞ୍ଚଳ ଓ ଗ୍ରାମଞ୍ଚଳରେ ସୀମିତ ସ୍ଥାନରେ ଚାଷ କରାଯାଇ ପାରୁଛି । 4000 ବର୍ଗମିଟର ପରିମିତ ପୋଖରୀରେ ଯେତିକି ମାଛ ଉତ୍ପାଦନ ସମ୍ବବ, ସେତିକି ମାଛ ମାତ୍ର 100 ରୁ 150 ବର୍ଗମିଚର ଜମିରେ 4ଟି ବାୟୋଫ୍ଲକ କୁଣ୍ଡରୁ ଉତ୍ପାଦନ ହୋଇପାରିବ ।
ସହାୟତା ପରିମାଣ
ବାୟୋଫ୍ଲକ ଯୋଜନାରେ ମିଳୁଥିବା ସହାୟତା (ପ୍ରତ୍ୟେକ କୁଣ୍ଡର ଆକାର 4 ମିଟର ବ୍ୟାସ ଓ 1.3 ମିଟର ଗଭୀର=15000 ଲିଟର)
କ୍ର.ସଂ. | ମଡ଼େଲ | ୟୁନିଟ୍ ମୂଲ୍ୟ (ଲକ୍ଷ ଟଙ୍କାରେ) |
ରିହାତି (ଟଙ୍କାରେ) |
|
ସାଧାରଣ ବର୍ଗ (40%) |
ଏସ୍.ସି, ଏସ.ଟି, ମହିଳା, ଦିବ୍ୟାଙ୍ଗ,ଟ୍ରାନସଜେଣ୍ଡର (60%) |
|||
1 | 2ଟି କୁଣ୍ଡ 30 ଘନ ମିଟର | 2.00 | 80,000 | 1,20,000 |
2 | 4 ଟି କୁଣ୍ଡ 60 ଘନ ମିଟର | 4.00 | 1,60,000 | 2,40,000 |
3 | 2 ଟି କୁଣ୍ଡ 90 ଘନ ମିଟର | 6.00 | 2,40,000 | 3,60,000 |
ଅଧିକ ଜାଣନ୍ତୁ
- କାର୍ପ ମାଛ ଚାଷ (Carp Fish Farming) ସମ୍ପର୍କରେ
- କାର୍ପ ମାଛର ଖାଦ୍ୟ
- ପୋଖରୀରେ ଅନାବନା ଘାସ ଦମନ କେମିତି କରିବେ?
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ବାୟୋଫ୍ଲକ (ଜୈବପୁଞ୍ଜ) ମାଧ୍ୟମରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ ଯୋଜନା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଜଳକୃଷି ପାଇଁ ଯନ୍ତ୍ରପାତି ଓ ଅନ୍ୟ ସରଞ୍ଜାମ ନିମନ୍ତେ ସ୍ୱତନ୍ତ୍ର ସରକାରୀ ପ୍ରୋତ୍ସାହନ
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ସହାୟତା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଫାର୍ମ ପୋଖରୀରେ ମାଛ ଚାଷ ନିମନ୍ତେ ମତ୍ସ୍ୟଚାଷୀଙ୍କୁ ସହାୟତା
ଏହି ସହାୟତା ପାଇଁ ନିୟମାବଳୀ
- ଜଣେ ହିତାଧିକାରୀ ସର୍ବନିମ୍ନ 2ଟି କୁଣ୍ଡ ଓ ସର୍ବାଧିକ 6 କୁଣ୍ଡ ନିମନ୍ତେ ସହାୟାତା ପାଇପାରିବେ ।
- ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାରେ ଯଦି ହିତାଧିକାରୀ ପୂର୍ବରୁ 6 ଟି ବାୟୋଫ୍ଲକ କୁଣ୍ଡରୁ କମ୍ କୁଣ୍ଡରେ ବାୟୋଫ୍ଲକ ଚାଷ ନିମନ୍ତେ ସହାୟତା ପାଇଥିବେ, ତେବେ ଏହି ଯୋଜନାରେ ସାମିଲ ହୋଇ ମୋଟ 6ଟି କୁଣ୍ଡ ପର୍ଯ୍ୟନ୍ତ ସହାୟତା ପାଇପାରିବେ ।
- ଆଗ୍ରହୀ ହିତାଧିକାରୀ ଏଥିପାଇଁ ନିର୍ଦ୍ଧାରିତ ଫର୍ମରେ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ଆବେଦନର ଉଭୟ ଅନଲାଇନ (ଗୋ-ସୁଗମ ପୋର୍ଟାଲ) ରେ କିମ୍ବା ଅଫଲାଇନରେ କରିପାରିବେ ।
- ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ବାୟୋଫ୍ଲକ କୁଣ୍ଡ ସ୍ଥାପନ କରି ମାଛ ଚାଷ ନିମନ୍ତେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଅନୁମତି ପ୍ରଦାନ କରିବେ ।
- ପ୍ରତ୍ୟେକ ହିତାଧିକାରୀ ବାୟୋଫ୍ଲକ ତାଲିମ ନେବା ପାଇଁ ନିଜ ସହିତ ଦୁଇଜଣଙ୍କ ନାମ ସୁପାରିଶ କରିବେ । ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ ।
- ପ୍ରକଳ୍ପ ସମ୍ପୂର୍ଣ୍ଣ ପରେ ଓ ଜିଲ୍ଲାସ୍ତରୀୟ ତଦାରଖ କମିଟି ଅନୁଧ୍ୟାନ କରିବା ପରେ ହିତାଧିକାରୀଙ୍କ ରିହାତି ଅର୍ଥ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ (DBT) ମାଧ୍ୟମରେ ହସ୍ତାନ୍ତର କରାଯିବ ।
ଅଧିକ ବିବରଣୀ ଓ ସହାୟତା ନିମନ୍ତେ ବ୍ଲକରେ ଅବସ୍ଥାପିତ ସହକାରୀ ମତ୍ସ୍ୟ ଅଧିକାରୀ କିମ୍ବା ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହିତ ଯୋଗଯୋଗ କରନ୍ତୁ ।