ବର୍ତ୍ତମାନ ସୁଦ୍ଧା ବି.ଏସ୍.କେ.ୱାଇ କାର୍ଡ଼ ଅନ୍ତର୍ଭୂକ୍ତ ପରିବାର ମାନଙ୍କ ପାଇଁ ମିଳୁଥିବା ସୁବିଧା ।
- ବର୍ତ୍ତମାନ ସୁଦ୍ଧା ବିଜୁ ସ୍ୱସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) ଓ ରେସନ୍ କାର୍ଡ଼ ଅନ୍ତର୍ଭୂକ୍ତ ପରିବାରମାନଙ୍କ ନିମନ୍ତେ କାର୍ଡ ପାଇବା ପାଇଁ ଥିବା ଯୋଗ୍ୟତା ଏବଂ ମିଳୁଥିବା ଚିକିତ୍ସା ସହାୟତା ଆଦି ସର୍ତ୍ତରେ କୌଣସି ପରିବର୍ତ୍ତନ ହେବନାହିଁ । ସେମାନେ ବି.ଏସ୍.କେ.ୱାଇ ନବୀନ କାର୍ଡ଼ ନିମନ୍ତେ ଆବେଦନ କରିବା ଆବଶ୍ୟକ ନାହିଁ ।
- ଜାତୀୟ ଖାଦ୍ୟ ନିରାପତ୍ତା ବା ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ନୂଆ ଭାବେ ଅନ୍ତର୍ଭୂକ୍ତ ହେଉଥିବା ହିତାଧିକାରୀମାନେ ବର୍ତ୍ତମାନ ଚାଲୁରହିଥିବା ବି.ଏସ୍.କେ.ୱାଇରେ ସ୍ୱତଃ ଅନ୍ତର୍ଭୂକ୍ତ ହେବେ ।
- ବି.ଏସ୍.କେ.ୱାଇ ହିତାଧିକାରୀମାନେ ପୂର୍ବପରି ଘରୋଇ ହସ୍ପିଟାଲ ମାନଙ୍କରେ ସବୁ ପ୍ରକାର ରୋଗର ଦେୟମୁକ୍ତ ଚିକିତ୍ସା ପାଇପାରିବେ ।
ବି.ଏସ୍.କେ.ୱାଇ ନବୀନ କାର୍ଡ଼ର ପ୍ରାବଧାନ
- ବର୍ତ୍ତମାନ ବି.ଏସ୍.କେ.ୱାଇ ଅନ୍ତର୍ଭୂକ୍ତ ହୋଇନଥିବା ସବୁ ଗ୍ରାମୀଣ ପରିବାର (ନିୟମିତ ସରକାରୀ କର୍ମଚାରୀ, ପେନସନଧାରୀ ଏବଂ ଆୟକରଦାତାଙ୍କ ବ୍ୟତୀତ) ବି.ଏସ୍.କେ.ୱାଇ ନବୀନ କାର୍ଡ଼ ପାଇଁ ଯୋଗ୍ୟ ବିବେଚିତ ହେବେ ।
- ବି.ଏସ୍.କେ.ୱାଇ ନବୀନ କାର୍ଡ଼ ହିତାଧିକାରୀ ତାଲିକାଭୂକ୍ତ ଘରୋଇ ହସ୍ପିଟାଲ ମାନଙ୍କରେ ନିର୍ଦ୍ଧାରିତ ଗୁରୁତର (କ୍ରିଟିକାଲ)ରୋଗ ଗୁଡ଼ିକ ଦେୟମୁକ୍ତ ଚିକିତ୍ସା ପାଇବେ । ହୃଦରୋଗ, କିଡ଼ନୀ ରୋଗ, ଲିଭର ରୋଗ, ବ୍ରେନ ଷ୍ଟ୍ରୋକ, ଗମ୍ଭୀର ମସ୍ତିଷ୍କ କ୍ଷତ, ବ୍ରେନ୍ ଟ୍ୟୁମର୍, ପୋଡ଼ାଜଳା ଆହତ, ସ୍ନାୟୁ ମାଂଶପେଶୀ ଏବଂ କ୍ୟାନସର ରୋଗ ଆଦିକୁ ଗୁରୁତର (କ୍ରିଟିକାଲ) ରୋଗ ଅନ୍ତର୍ଭୂକ୍ତ କରାଯାଇଛି । ବି.ଏସ୍.କେ.ୱାଇ ନବୀନ କାର୍ଡ଼ଧାରୀ ବ୍ୟକ୍ତିମାନେ ଓଡ଼ିଶା ଏବଂ ଓଡ଼ିଶା ବାହାର ଅନ୍ତର୍ଭୂକ୍ତ ହସ୍ପିଟାଲରେ ଏହିସବୁ ରୋଗର ଦେୟମୁକ୍ତ ଚିକିତ୍ସା ପାଇବେ ।
- ବି.ଏସ୍.କେ.ୱାଇ ନବୀନ କାର୍ଡ଼ରେ ପ୍ରତି ପରିବାର ବାର୍ଷିକ 5 ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟମାନଙ୍କ ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ପ୍ରାବଧାନ କରାଯାଇଛି ।
- ବି.ଏସ୍.କେ.ୱାଇ ନବୀନ କାର୍ଡ଼ ମାଧ୍ୟମରେ ଏହି ସୁବିଧା 2024 ମସିହା ମେ ମାସ 1 ତାରିଖଠାରୁ ପ୍ରାପ୍ତ ହେବ ।
ବି.ଏସ୍.କେ.ୱାଇ ନବୀନ କାର୍ଡ଼ରେ ପଞ୍ଜିକରଣ ପାଇଁ ଯୋଗ୍ୟତା ଓ ପ୍ରକ୍ରିୟା
ଏହି କାର୍ଡ ନିମନ୍ତେ ପଞ୍ଜୀକରଣ ପାଇଁ ଏକ ପରିବାରର ସମସ୍ତ ସଦସ୍ୟ ନିମ୍ନ ସର୍ତ୍ତାବଳୀ ପୂରଣ କରୁଥିବା ଆବଶ୍ୟକ
- ସେମାନେ ସମସ୍ତେ ଗ୍ରାମଞ୍ଚଳରେ ବସବାସ କରୁଥିବେ ।
- କୌଣସି ସଦସ୍ୟ 2022-23 ଆର୍ଥିକ ବର୍ଷରେ ଆୟକର ଦାତା ହୋଇନଥିବେ ।
- କୌଣସି ସଦସ୍ୟ ନିୟମିତ ସରକାରୀ କର୍ମଚାରୀ କିମ୍ବା ପେନସନ୍ ଭୋଗୀ ହୋଇନଥିବେ ।
- କୌଣସି ସଦସ୍ୟ ବର୍ତ୍ତମାନ ଚାଲୁଥିବା ବି.ଏସ୍.କେ.ୱାଇ କାର୍ଡ଼ / ରେସନ୍ କାର୍ଡ ଅନ୍ତର୍ଭୁକ୍ତ ହୋଇନଥିବେ ।
ପଞ୍ଜୀକରଣ ପାଇଁ ଆବଶ୍ୟକୀୟ କାଗଜ ପତ୍ର
- ପରିବାର ମୁଖ୍ୟଙ୍କ ନାମରେ ପଞ୍ଜୀକରଣ ହେବା ଆବଶ୍ୟକ ।
- ଗୋଟିଏ ପରିବାର 18 ବର୍ଷରୁ ଉର୍ଦ୍ଧ୍ୱ ଯେକୌଣସି ସଦସ୍ୟ ବି.ଏସ୍.କେ.ୱାଇ ନବୀନ କାର୍ଡ଼ ନିମନ୍ତେ ପରିବାର ପକ୍ଷରୁ ଆବେଦନ କରିପାରିବେ ।
- ଦରଖାସ୍ତକାରୀଙ୍କ ସକ୍ରିୟ ମୋବାଇଲ୍ ନମ୍ବର ସଂଯୁକ୍ତ ବିଧିସିଦ୍ଧ ଆଧାର କାର୍ଡ ଥିବା ଆବଶ୍ୟକ ।
- ଦରଖାସ୍ତକାରୀଙ୍କ ପାଇଁ ଆଧାର ଭିତ୍ତିକ ଇ-କେ.ୱାଇ.ସି ବାଧ୍ୟତାମୂଳକ ।
- 18 ବର୍ଷରୁ ଉର୍ଦ୍ଧ୍ୱ ସବୁ ସଦସ୍ୟମାନଙ୍କର ଭୋଟ ପରିଚୟ ପତ୍ର ଥିବା ଆବଶ୍ୟକ ।
- ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ନିମନ୍ତେ ପରିବାର ମୁଖ୍ୟଙ୍କ ବିଧିସିଦ୍ଧ ସକ୍ରିୟ ମୋବାଇନମ୍ବର ଥିବା ଆବଶ୍ୟକ ।
- ଦରଖାସ୍ତକାରୀ ଏବଂ ପରିବାର ମୁଖ୍ୟଙ୍କର ସଦ୍ୟତମ ଫଟୋ ।
- 5 ବର୍ଷରୁ କମ୍ ପିଲାଙ୍କ ସମେତ ସବୁ ସଦସ୍ୟମାନଙ୍କର ଆଧାର କାର୍ଡ ।
- ଯଦି 5 ବର୍ଷରୁ କମ୍ କୌଣସି ପିଲାଙ୍କର ଆଧାର ନମ୍ବର ନଥାଏ ତବେ ତା 30.06.2024 ରିଖ ସୁଦ୍ଧା ସମ୍ପୃକ୍ତ ପିଲାଙ୍କର ଆଧାର ନମ୍ବର ଦାଖଲ ନିମନ୍ତେ ପ୍ରତିଜ୍ଞା ପତ୍ର (ଅଣ୍ଡରଟେକିଂ) ଦିଆଯିବା ଆବଶ୍ୟକ ।
ବି.ଏସ୍.କେ.ୱାଇ ନବୀନ କାର୍ଡ଼ ପାଇଁ କେମିତି ଆବେଦନ କରିବେ
ନବୀର କାର୍ଡ ପାଇଁ ଉପରୋକ୍ତ ସର୍ତ୍ତାବଳୀ ପୂରଣ କରୁଥିବା ଯୋଗ୍ୟ ପରିବାର 2ଟି ଉପାୟରେ ଆବେଦନ କରିପାରିବେ ।
-
ସ୍ୱ-ପଞୀକରଣ
ଦରଖାସ୍ତକାରୀ www.bskynabin.odisha.gov.in ସାଇଟକୁ ଯାଇ ନିଜେ ପଞ୍ଜୀକରଣ କରିପାରିବେ । ଆବଶ୍ୟକହେଲେ ଦରଖାସ୍ତକାରୀ ସହାୟତା କେନ୍ଦ୍ର (ହେଲ୍ପ-ଡେକ୍ସ)ର ବୈଷୟିକ ସହାୟତା ନେଇପାରିବେ ।
-
ମୋ ସେବାକେନ୍ଦ୍ରରେ ପଞ୍ଜୀକରଣ
ଦରଖାସ୍ତକାରୀ ମଧ୍ୟ ନିକଟବର୍ତ୍ତୀ ମୋ ସେବାକେନ୍ଦ୍ରରେ ବିନା ଦେୟରେ ପଞ୍ଜୀକରଣ କରିପାରିବେ । ସମସ୍ତ ଦରଖାସ୍ତ କେବଳ ଅନଲାଇନ୍ ମାଧ୍ୟମରେ ଦାଖଲ ହେବ । କୌଣସି ଅଫଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଦରଖାସ୍ତ ଗ୍ରହଣ କରାଯିବ ନାହିଁ ।
କେବେ ଆବେଦନ କରିବେ ?
ଆବେଦନ ପାଇଁ www.bskynabin.odisha.gov.in ପୋର୍ଟାଲ ତା 6.1.2024 ରିଖଦିନ ଖୋଲିବ ଏବଂ ତା 16.1.2024 ରିଖଦିନ ବନ୍ଦ ହେବ । ଏହି ସମୟ ମଧ୍ୟରେ ଅନଲାଇନ ମାଧ୍ୟମରେ ଦରଖାସ୍ତ ଦାଖଲ ହେବା ଆବଶ୍ୟକ ।
ସମୟପଯୋଗୀ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଲକ୍ଷ୍ୟରେ ସରକାରୀ ଓ ବେସରକାରୀ ହସ୍ପିଟାଲମାନଙ୍କରେ ଉପଲବ୍ଧ ସୁବିଧାର ସର୍ବାଧିକ ଉପଯୋଗ ସହ ପର୍ଯ୍ୟାୟକ୍ରମେ ବି.ଏସ୍.କେ.ୱାଇ ପରିସରକୁ ସମ୍ପ୍ରସାରିତ କରାଯାଉଛି । ଓଡିଶାର ଜନସାଧାରଣଙ୍କ ପାଇଁ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ । ଏଥିନିମନ୍ତେ ପରବର୍ତ୍ତୀ ସମ୍ପ୍ରସାରଣ ପର୍ଯ୍ୟାୟରେ ସହରାଞ୍ଚଳରେ ବାସ କରୁଥିବା ପରିବାର, ସରକାରୀ କର୍ମଚାରୀ, ପେନସନ ଭୋଗୀ ଏବଂ ଅନ୍ୟାନ୍ୟ ସହାୟତା-ଯୋଗ୍ୟ ବର୍ଗମାନଙ୍କୁ ସାମିଲ କରାଯିବ । ପ୍ରସ୍ତାବ ଉପରେ ନୀତିଗତ ନିଷ୍ପତ୍ତି ନିଆଯାଇଛି ।
ଅପଡେଟ୍ 04.02.2024
ବିଏସକେୱଆଇ ନବୀନ କାର୍ଡ଼ ମାର୍ଚ୍ଚ 6, 2024 ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବାକୁ ଯାଉଛନ୍ତି ।
- ଏହି ଯୋଜନାରେ ରାଜ୍ୟର 90 ପ୍ରତିଶତ ଲୋକ (ଅର୍ଥାତ୍ 1 କୋଟି 10 ଲକ୍ଷରୁ ଅଧିକ) ସାମିଲ୍ ହେବାକୁ ଯାଉଛନ୍ତି ।
- ସମ୍ବଲପୁର ଓ ଖୋର୍ଦ୍ଧାରେ ଶୁଭାରମ୍ଭ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ।
- ବିଏସକେୱାଇର ଏହି ତୃତୀୟ ପର୍ଯ୍ୟାୟରେ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କ ବ୍ୟତୀତ ଗ୍ରାମଞ୍ଚଳରେ ବିଜୁ ସ୍ୱାସ୍ଥ୍ୟା କଲ୍ୟାଣ ଯୋଜନାରୁ ବଞ୍ଚିତ ସବୁ ପରିବାର ଏହି ନବୀନ କାର୍ଡ଼ ଯୋଜନାରେ ଅନ୍ତର୍ଭୂକ୍ତ ହେବେ ।
ଅପଡେଟ୍ 16.01.2024
ବିଏସକେୱଆଇ ନବୀନ କାର୍ଡ଼ ଆବେଦନ କରିବାର ଅବଧି ଜାନୁୟାରୀ 26 ତାରିଖକୁ ବୃଦ୍ଧି କରାଯାଇଛି
- ଜନସାଧାରଣଙ୍କ ଠାରୁ ହସ୍ତଗତ ମତାମତ ଆଧାରରେ ଏବଂ ନବୀନ କାର୍ଡ ପ୍ରତି ଗ୍ରାମଞ୍ଚଳର ଲୋକଙ୍କ ବ୍ୟାପକ ଆଗ୍ରହକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟା ଓ ପରିବାର କଲ୍ୟାଣ ବିଭାଗ, ରାଜ୍ୟ ସରକାର ବିଏସକେୱଆଇ ନବୀନ କାର୍ଡ଼ ଆବେଦନ କରିବାର ଅବଧି ବୃଦ୍ଧି କରିଛନ୍ତି । ଏଥିପାଇଁ ଆବେଦନ କରିବାର ଅବଧିକୁ ଜାନୁୟାରୀ ମାସ 26 ତାରିଖକୁ ବୃଦ୍ଧି କରିଛନ୍ତି ।
- ମିଳିଥିବା ସୂଚନା ଅନୁସାରେ ତା 16.01.2024 ସୁଦ୍ଧା ବିଭିନ୍ନ ଜିଲ୍ଲାରୁ ମୋଟ 3,46,294ଟି ପରିବାର ପକ୍ଷରୁ ଅନଲାଇନ୍ ରେ ଆବେଦନ କରିଥିଲେ ଏବଂ ଏହି ଆବେଦନରେ ସମୁଦାୟ 9.70 ଲକ୍ଷରୁ ଅଧିକ ସଦସ୍ୟଙ୍କ ନାମ ରହିଛି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 48,500 ଆବେଦନ କରିଥିଲେ ।
- ଆବେଦନ କରିବାର ଶେଷ ତାରିଖ 16 ତାରିଖ ଥିବାରୁ ଜନସେବା କେନ୍ଦ୍ରରେ ଭିଡ଼ ଜମାଇଥିଲେ । ଆବେଦନ ଶେଷରେ ପଞ୍ଜିକୃତ ହିତାଧିକାରୀଙ୍କ ବୈଧତା ଯାଞ୍ଚ କରାଯିବ ଏବଂ ଏହାପରେ ସେମାନଙ୍କୁ ବିଏସୱାଇ ନବୀନ କାର୍ଡ ଦିଆଯିବାର ଯୋଜନା ରହିଛି । ଚଳିତ ବର୍ଷ ମେ 1 ତାରିଖରୁ ହିତାଧିକାରୀଙ୍କୁ କ୍ୟାସଲେସ୍ ସ୍ୱାସ୍ଥ୍ୟସେବା ମିଳିବ ।
ଅପଡେଟ୍ 29.01.2024
ବିଏସକେୱଆଇ ନବୀନ କାର୍ଡ଼ ଆବେଦନ କରିବାର ଅବଧି ଫେବୃଆରୀ 8 ତାରିଖକୁ ବୃଦ୍ଧି କରାଯାଇଛି
- ପ୍ରତି ପଞ୍ଚାୟତରେ ବିଏସକେୱାଇରୁ ବାଦ ପଡ଼ିଥିବା ଲୋକଙ୍କୁ ନବୀନ କାର୍ଡ଼ରେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଉଛି ।
- ସେଥିପାଇଁ ରାଜ୍ୟ ସରକାର ପୁଣିଥରେ ବିଏସକେୱାଇ ନବୀନ କାର୍ଡ ନିମନ୍ତେ ଆବେଦନ ବୃଦ୍ଧି କରିଛନ୍ତି ।
- ଏହି କାର୍ଡ଼ର ଆବେଦନ ପାଇଁ ଫେବୃଆରୀ 8 ତାରିଖ ଯାଏ ଆବେଦନ କରାଯାଇ ପାରିବ ।
- ଯେପରି ଗ୍ରାମଞ୍ଚଳର ଜଣେ ବି ହିତାଧିକାରୀ ଏହି କାର୍ଡ଼ର ସୁବିଧା ପାଇବାରୁ ବଞ୍ଚିତ ନ ରୁହନ୍ତି, ସେଥିପାଇଁ ପଞ୍ଜିକରଣ ଅବଧି ବୃଦ୍ଧି କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଲିନି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି ।
- ଏଥି ସହ ଗ୍ରାମ ଓ ପଞ୍ଚାୟତ ସ୍ତରରେ ବିଏସକେୱାଇ ନବୀନ କାର୍ଡ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଶ୍ରୀମତୀ ପଣ୍ଡିତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ହେଲ୍ପ-ଡେକ୍ସ ସହାୟତା
ଦରଖାସ୍ତ ପଞ୍ଜୀକରଣ ପ୍ରକ୍ରିୟା ସମ୍ବନ୍ଧିତ କୌଣସି ସହାୟତା, ଆପତ୍ତି ଓ ଅଭିଯୋଗ ଆଦି ନିମନ୍ତେ ଦରଖାସ୍ତକାରୀ ବି.ଏସ୍.କେ.ୱାଇ କାର୍ଡ ସହାୟତା ନମ୍ବର 155369କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିପାରିବେ ।
ଅଧିକ ଜାଣନ୍ତୁ
- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
- ନବୀନ କାର୍ଡର ଶୁଭାରମ୍ଭ: ରାଜ୍ୟର 90% ଲୋକ ହେବେ ଉପକୃତ ।
- ସରକାରୀ ୱେବସାଇଟର ଲିଙ୍କ୍
- ଓଡିଆ ମାନୁଆଲ
- ପଞ୍ଜୀକରଣ ୱେବସାଇଟ୍ ଲିଙ୍କ୍ www.bskynabin.odisha.gov.in