ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଓଡିଶାରେ ଜଳକୃଷି ପାଇଁ ଯନ୍ତ୍ରପାତି ଓ ଅନ୍ୟ ସରଞ୍ଜାମ ଗୁଡ଼ିକର ବହୁଳ ବ୍ୟବହାର ନିମନ୍ତେ ସ୍ୱତନ୍ତ୍ର ପ୍ରୋତ୍ସାହନ
ମତ୍ସ୍ୟ ସମ୍ପଦ ବିକାଶ ନିମନ୍ତେ ଆମ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ନୂତନ ଜ୍ଞାନ କୌଶଳ ପ୍ରୟୋଗ ମାଧ୍ୟମରେ ଅଧିକ ମାଛ ଓ ଚିଙ୍ଗୁଡ଼ି ଉତ୍ପାଦନ ଓ ଚାଷୀମାନଙ୍କ ଆୟ ବୃଦ୍ଧି ନିମନ୍ତେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜଳକୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ନିମନ୍ତେ ବିଭିନ୍ନ ଯନ୍ତ୍ରପାତି ଓ ଅନ୍ୟ ଉପକରଣ ଉପଯୋଗର ଅଧିକ ଆବଶ୍ୟକତା ରହିଛି । ଏଥିନିମନ୍ତେଲ ରାଜ୍ୟ କୃଷି ନୀତି-2013 ରେ ମତ୍ସ୍ୟଚାଷୀ ମାନଙ୍କ ପାଇଁ ବିଭିନ୍ନ ଯନ୍ତ୍ରପାତି ଉପରେ ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା କରାଯାଇଅଛି । ବିଜ୍ଞାନସମ୍ମତ ଉନ୍ନତ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ ନିମନ୍ତେ ବାୟୁ ଚାଳନା ପମ୍ପ, ବାୟୁ ସଂଚାଳନ ଯନ୍ତ୍ର, ଜୈବ ସୁରକ୍ଷା ନିମନ୍ତେ ଜାଲ, ମାଛଧରା ଜାଲ, ଟ୍ରଲ ନେଟ୍, ଗିଲ୍ ନେଟ୍ ଭଳି ଅନେକ ଯନ୍ତ୍ରପାତି ଓ ସରଞ୍ଜାମ ଗୁଡ଼ିକର ବହୁଳ ବ୍ୟବହାରକୁ ପ୍ରତ୍ସାହିତ କରାଯାଉଛି । ରାଜ୍ୟ ଯୋଜନାରୁ ଏହି ଯନ୍ତ୍ରପାତି ଓ ସରଞ୍ଜାମ କ୍ରୟ ଉପରେ ସ୍ୱତନ୍ତ୍ର ଆର୍ଥିକ ରିହାତି ବ୍ୟବସ୍ଥା ରହିଛି ।
ବିଭିନ୍ନ ଯନ୍ତ୍ରପାତି ଓ ସରଞ୍ଜାମ ଉପରେ ଚାଷୀମାନଙ୍କୁ ମିଳୁଥିବା ସହାୟତା
କ୍ର.ସଂ. | ବିଭିନ୍ନ ଉତ୍ପାଦନ / ସରଞାମ | ଜଣେ ଚାଷୀଙ୍କ ନିମନ୍ତେ ସର୍ବାଧିକ ୟୁନିଟ୍ | ୟୁନିଟ୍ ମୂଲ୍ୟ
(ଟଙ୍କାରେ) |
ସରକାରୀ ସହାୟତା
ସର୍ବାଧିକ 40 % (ୟୁନିଟ୍ ପ୍ରତି ଟଙ୍କାରେ) |
1 | ବାୟୁଚାଳନା ଯନ୍ତ୍ର (Areator ) | |||
1 ଅଶ୍ୱଶକ୍ତି ବିଶିଷ୍ଟ | 6 | 30,000 | 12,000 | |
2 ଅଶ୍ୱଶକ୍ତି ବିଶିଷ୍ଟ | 6 | 45,000 | 18,000 | |
2 |
ବାୟୁ ସଂଚାଳକ ଯନ୍ତ୍ର ( Air Blower) | |||
5 ଅଶ୍ୱଶକ୍ତି ବିଶିଷ୍ଟ | 1 | 80,000 | 32,000 | |
10 ଅଶ୍ୱଶକ୍ତି ବିଶିଷ୍ଟ | 1 | 1,00,000 | 40,000 | |
3 |
ମାଛଧରା ଜାଲ ସମସ୍ତ ଉପକରଣ ସହିତ | 1 (300 ଫୁଟ୍) | 50,000 | 20,000 |
4 |
ଜୈବ ସୁରକ୍ଷା ଜାଲ ସମୂହ | 1 (ମୋଟାମୋଟି) | 20,000 | 8,000 |
5 |
ଟ୍ରଲନେଟ୍ ବା ଗିଲ ନେଟ୍ | 1(ମୋଟାମୋଟି) | 2,00,000 | 80,000 |
6 |
ଜେନ୍-ସେଟ୍ | 1 | 2,50,000 | 1,00,000 |
7 |
ସୌରଚାଳିତ ଆଧୁନିକ ବ୍ୟବସ୍ଥା | 1 | 2,50,000 | 1,00,000 |
ଅଧିକ ଜାଣନ୍ତୁ
- କାର୍ପ ମାଛ ଚାଷ (Carp Fish Farming) ସମ୍ପର୍କରେ
- କାର୍ପ ମାଛର ଖାଦ୍ୟ
- ପୋଖରୀରେ ଅନାବନା ଘାସ ଦମନ କେମିତି କରିବେ?
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ବାୟୋଫ୍ଲକ (ଜୈବପୁଞ୍ଜ) ମାଧ୍ୟମରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ ଯୋଜନା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଜଳକୃଷି ପାଇଁ ଯନ୍ତ୍ରପାତି ଓ ଅନ୍ୟ ସରଞ୍ଜାମ ନିମନ୍ତେ ସ୍ୱତନ୍ତ୍ର ସରକାରୀ ପ୍ରୋତ୍ସାହନ
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ସହାୟତା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଫାର୍ମ ପୋଖରୀରେ ମାଛ ଚାଷ ନିମନ୍ତେ ମତ୍ସ୍ୟଚାଷୀଙ୍କୁ ସହାୟତା
ଏହି ସହାୟତା ପାଇବା ପାଇଁ ଆବଶ୍ୟକତା
- ମତ୍ସ୍ୟ ଓ ଚିଙ୍ଗୁଡ଼ି ଉତ୍ପାଦନ ସହିତ ସଂପୃକ୍ତ ଯେକୌଣସି ସାଧାରଣ ମତ୍ସ୍ୟଚାଷୀ / ରେଜିଷ୍ଟ୍ରୀଭୂକ୍ତ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି/ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏହି ସୁବିଧା ପାଇପାରିବେ ।
- ଏଥି ନିମନ୍ତେ ନିର୍ଦ୍ଧାରିତ ଫର୍ମରେ ବ୍ୟକ୍ତିଗତ ଭାବେ ଅନଲାଇନ (ଗୋ-ସୁଗମ ପୋର୍ଟାଲ) କିମ୍ୱା ଅଫଲାଇନରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ଆବେଦନ କରିପାରିବେ ।
- ସମ୍ପୃକ୍ତ ବ୍ଲକରେ ଅବସ୍ଥାପିତ ସହକାରୀ ମତ୍ସ୍ୟ ଅଧିକାରୀ ନିର୍ଦ୍ଧାରିତ ନଥିପତ୍ର, ଫାର୍ମର ଅବସ୍ଥିତି ଇତ୍ୟାଦି ତନଖି କରି ରିପୋର୍ଟ ସହ ହିତାଧିକାରୀଙ୍କ ଫାର୍ମର ଭୌଗଳିକ ସ୍ଥିତି ସମ୍ୱଳିତ ଫଟୋଗ୍ରାଫ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ନିକଟକୁ ପଠାଇବେ ।
- ମତ୍ସ୍ୟ ନିର୍ଦ୍ଦେଶାଳୟ ଦ୍ୱାରା ସ୍ଥିରୀକୃତ ଯନ୍ତ୍ରପାତି ଯୋଗାଣକାରୀଙ୍କ ଠାରୁ ହିତାଧିକାରୀ ସ୍ୱଇଚ୍ଛାରେ ଉପଯୁକ୍ତ ଯନ୍ତ୍ରପିତି ଓ ସରଞ୍ଜାମ କିଣି ବ୍ୟବହାର ପାଇଁ ଲଗାଇବା ପରେ ଜିଲ୍ଲାସ୍ତରୀୟ ତଦାରଖ କମିଟିଙ୍କ ଅନୁମୋଦନ କ୍ରମେ ରିହାତି ପ୍ରଦାନ କରାଯିବ ।
- ପ୍ରତି ଯନ୍ତ୍ରପାତି ସରଞ୍ଜାମ ନିମନ୍ତେ ପ୍ରକଳ୍ପ ମୂଲ୍ୟର 40 ପ୍ରତିଶତ ରିହାତି କିମ୍ୱା ସର୍ବାଧିକ ରିହାତି ସୀମା ମଧ୍ୟରେ ଅର୍ଥରାଶି ହିତାଧିକାରୀଙ୍କ ବ୍ୟଙ୍କ ଜମାଖାତାକୁ ଡ଼ିବିଟି ମାଧ୍ୟମରେ ହସ୍ତାନ୍ତର କରାଯିବାର ବ୍ୟବସ୍ଥା ରହିଛି ।
ଅଧିକ ବିବରଣୀ ଓ ସହାୟତା ନିମନ୍ତେ ବ୍ଲକରେ ଅବସ୍ଥାପିତ ସହକାରୀ ମତ୍ସ୍ୟ ଅଧିକାରୀ କିମ୍ବା ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହିତ ଯୋଗଯୋଗ କରନ୍ତୁ ।