କାଙ୍ଗୁ /କାଙ୍ଗାର୍ମ (Foxtail Millet/Italian Millet/German Millet ) ଏକ ଛୋଟଦାନ ପୌଷ୍ଟିକ ଶସ୍ୟ ଅଟେ । ଏହାର ବୈଜ୍ଞାନିକ ନାମ ହେଲା – Setaria italica । ଏହା ଦାନା ଓ ନଡ଼ା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷ ହେଉଥିଲା । ଏହାର ଦାନନାକୁ ଛଡ଼ାଇ ଜାଉ କରି ରାନ୍ଧି ସେବନ କରାଯାଏ । ପିତ୍ତ ଓ କଫ ରୋଗରେ ଉତ୍ତମ ପଥ୍ୟ ଅଟେ । 100 ଗ୍ରାମ ଶସ୍ୟରେ ନିମ୍ନଲିଖିତ ଖାଦ୍ୟଗୁଣ ରହିଥାଏ ।
କ୍ର.ସଂ. | ଖାଦ୍ୟସାରର ନାମ | ଏକକ | ଶତକଡ଼ା ପରିମାଣ |
1 | ପୁଷ୍ଟିସାର | ଗ୍ରାମ | 12.3 |
2 | ଶ୍ୱେତସାର | ଗ୍ରାମ | 60.9 |
3 | ସ୍ନେହସାର | ଗ୍ରାମ | 4.3 |
4 | ଖାଦ୍ୟ ଜାତୀୟ ତନ୍ତୁ | ଗ୍ରାମ | 14.0 |
5 | ଖଣିଜ ଲବଣ | ଗ୍ରାମ | 3.3 |
6 | କ୍ୟାଲସିୟମ ବା ଚୂନ | ମି.ଗ୍ରାମ | 31 |
7 | ଫସଫସରସ୍ | ମି.ଗ୍ରାମ | 290 |
ଜଳବାୟୁ- ଏହା ଉଷ୍ମ ମଣ୍ଡଳୀୟ ଜଳବାୟୁ ଦରକାର କରିଥାଏ । ଏହାର ଚେର ଅଗଭୀର ହୋଇଥାଏ । କମ୍ ଅବଧି ପାଇଁ ମରୁଡ଼ି ସହ୍ୟ କରିପାରେ । ଏହା ସମୁଦ୍ର ପତ୍ତନ ଠାରୁ 2000 ମିଟର ଉଚ୍ଚତା ପର୍ଯ୍ୟନ୍ତ ଚାଷ କରାଯାଇପାରେ ।
ବିହନ କିସମ
କ୍ର.ସଂ. | କିସମର ନାମ | ଅମଳ ଅବଧି (ଦିନ) |
1 | TNU-196 | 90-100 |
2 | SIA-2876 | 70-75 |
3 | SIA-3088 | 70-75 |
4 | SIA-3085 | 70-75 |
5 | SIA-3156 | 70-75 |
6 | ନରସିଂହାୟ | 70-75 |
7 | କ୍ରିଷ୍ଠଦେବରାୟ | 70-75 |
8 | ଶ୍ରୀଲକ୍ଷ୍ମୀ | 70-75 |
9 | K-2 | 70-75 |
10 | PS-4 | 70-75 |
ଲଗାଇବା ସମୟ-
ବର୍ଷା ଋତୁ- ଜୁନ୍-ଜୁଲାଇ
ରବିଋତୁ-ଫେବୃୟାରୀ-ମାର୍ଚ୍ଚ
ବିହନ ପରିମାଣ
4 କି.ଗ୍ରା. / ଏକର -ଧାଡ଼ିବୁଣା
6 କି.ଗ୍ରା. / ଏକର -ଛଟାବୁଣା
ଲଗାଇବାର ଦୂରତା
ଧାଡ଼ିକୁ ଧାଡ଼ି (ସେ.ମି.) | ଗଛକୁ ଗଛ(ସେ.ମି.) | ବର୍ଗମିଟର ପ୍ରତି ଗଛ ସଂଖ୍ୟ(ସେ.ମି.) |
25-30 | 8-10 | 33 ରୁ 50 ଟି |
ଜମି ପ୍ରସ୍ତୁତି-
ଏହାର ବିହନ ଛୋଟ ଥିବାରୁ ମାଟି ଗୁଣ୍ଡ ଚାଷ ଆବଶ୍ୟକ କରିଥାଏ । ଶେ, ଓଡ଼ ଚାଷ ପୂର୍ବରୁ ଏକର ପ୍ରତି 2 ଟନ୍ ସଢାଗୋବର ଖତ / କମ୍ପୋଷ୍ଟ ଖତ ପ୍ରୟୋଗ କରନ୍ତୁ ।
ସାର-
12-6-6 କିଗ୍ରା. / ଏକର ଯଥାକ୍ରମେ ଯବକ୍ଷାରଜାନ(N),ଫସଫରସ(P), ପଟାସ (K) ଆବଶ୍ୟକ
ସମସ୍ତ ସାର ମୂଳସାର ଭାବେ ପ୍ରୟୋଗ କରନ୍ତୁ ।
ଅନ୍ତଃଚାଷ-
ଧାଡ଼ିବୁଣା ଫସଲରେ ଥରେ ଏବଂ ଛଟାବୁଣା ଫସଲରେ 2 ଥର ହାତରେ ଘାସ ବାଛି ଦିଅନ୍ତୁ ।
ମିଶ୍ରିତ ଫସଲ-
କାଙ୍ଗୁ + ଚିନାବାଦାମ 2 : 1 କିମ୍ବା
କାଙ୍ଗୁ + ହରଡ଼ 2 : 1 ଅନୁପାତରେ ଲଗାଯାଇ ପାରେ ।
ଫସଲ ପର୍ଯ୍ୟାୟ-
ସହନ ଲଗାଇଲେ କାଙ୍ଗୁ ପରେ ସେହୀ ଜମିରେ ମୁଗ କିମ୍ବା ସୋରିଷ ବୁଣାଯାଇପାରେ ।
ସମନ୍ୱିତ ପୋକ ରୋଗ ପରିଚାଳନା-
ପୋକ-
ପତ୍ରଖିଆ ଭୃଙ୍ଗ ଓ କେଣ୍ଡା କଟା ପୋକର ନିୟନ୍ତ୍ରଣ ପାଇଁ ଏକର ପ୍ରତି 10 କି.ଗ୍ରା. ମାଲାଥିଅନ 5 %ଗୁଣ୍ଡ ପ୍ରୟୋଗ କରନ୍ତୁ
ରୋଗ-
ମହିଷା ରୋଗ ଓ କଳଙ୍କି ରୋଗ ନିରାକରଣ 63% WP ମିଶାଇ ପତ୍ର ସିଞ୍ଚନ କରନ୍ତୁ ।
ଅମଳ-
4 କ୍ୱିଣ୍ଟାଲ / ଏକର MSP ଅଘୋଷିତ ।
ମିଲେଟ ସମ୍ପର୍କରେ ଅଧିକ ଜାଣନ୍ତୁ ।
-
- ମାଣ୍ଡିଆଚାଷ (Ragi Cultivation )
- ଜୋଆର / ଜୁଅର / ଜହ୍ନା / ଯଅ (Great Millet / Sorghum )
- ବାଜରା Pearl Millet/Spiked Millet/ Candle Millet/Cattail Millet
- ସୁଆଁ/ଗୁଲୁଜି/ଖୋସଲା/ଚାନ୍ଦୁଲି (Little Millet)
- କୋଦ (Kodo Millet)
- କାଙ୍ଗୁ /କାଙ୍ଗାର୍ମ (Foxtail Millet/Italian Millet/German Millet )
- ଚିନା / ପ୍ରୋଷୋ (Common Millet / Proso Millet )
- ବିଲସୁଆ /ଜାଡ଼ି ( Barnyard Millet)
- ମାଣ୍ଡିଆର ରୋଗ-ପୋକ ପରିଚାଳନା
- ବାର୍ନୟାର୍ଡ ମିଲେଟ୍ ର ୬ଟି ସ୍ୱାସ୍ଥ୍ୟ ଉପକାରିତା
- ମାଣ୍ଡିଆର ରୋଗପୋକ ପରିଚାଳନା
ଜାଣନ୍ତୁ କିଛି କୃଷି ସୂଚନା
Source: RRTTSS, Sundargarh, Kirei