ବୈଷୟିକ/ବୃତ୍ତିଗତ ପାଠ୍ୟକ୍ରମ ସମେତ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ କମ୍ପ୍ୟୁଟର ଭଳି ବିଶେଷ ସହାୟକ ବିନା ଏଭଳି ପାଠ୍ୟକ୍ରମ ଜାରି ରଖିବା କଷ୍ଟକର ହୋଇପଡ଼ୁଛି। ଲାପଟପ୍ ର ଉପଲବ୍ଧତା କେବଳ ଏଭଳି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷଣ ଆବଶ୍ୟକତା ପୂରଣ କରିବାରେ ସକ୍ଷମ କରିବ ନାହିଁ, ବରଂ ଦ୍ରୁତ ଗତିରେ ପରିବର୍ତ୍ତିତ ସମାଜର ଆହ୍ୱାନର ମୁକାବିଲା କରିବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବ । ଭିନ୍ନକ୍ଷମ ଆଇନ, ୨୦୧୬, ୧୯୯୫ର ଧାରା-୪୨(୩) ଅଧୀନରେ ଥିବା ଆଦେଶକୁ ପୂରଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ +୨ ପରେ ବୃତ୍ତିଗତ ପାଠ୍ୟକ୍ରମରେ ପଢ଼ିବା ପାଇଁ ଲାପଟପ୍ ର ବ୍ୟବସ୍ଥାକୁ ପ୍ରଚଳିତ ଯୋଜନାରେ ସ୍ୱତନ୍ତ୍ର ଭାବେ ଅନ୍ତର୍ଭୁକ୍ତ କରିଛନ୍ତି।
- ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ଯୋଗାଇବାର ଏହି ନୂଆ ବ୍ୟବସ୍ଥା ପ୍ରଚଳିତ ଯୋଜନା ‘ସ୍ପେଶାଲ ଆପ୍ଲାଏନ୍ସ’ର ଏକ ଅଂଶ।
- ଆବେଦନକାରୀ ଓଡ଼ିଶା ରାଜ୍ୟର ବାସିନ୍ଦା ହୋଇଥିବା ଆବଶ୍ୟକ।
- ଆବେଦନକାରୀଙ୍କ ନିକଟରେ ଭିନ୍ନକ୍ଷମ ସାର୍ଟିଫିକେଟ୍ ରହିବା ଆବଶ୍ୟକ, ଯେଉଁଥିରେ ୪୦% କିମ୍ବା ତା’ଠାରୁ ଅଧିକ ଭିନ୍ନକ୍ଷମ କର୍ତ୍ତୃପକ୍ଷ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଭିନ୍ନକ୍ଷମ ସାର୍ଟିଫିକେଟ୍ ରହିବା ଆବଶ୍ୟକ ।
- ଆବେଦନକାରୀ ନିଶ୍ଚତି ଭାବରେ +୨ ପାଠ୍ୟକ୍ରମ ପରେ ପ୍ରଥମ ବର୍ଷ କିମ୍ବା ତା’ଠାରୁ ଅଧିକ ଅଣ୍ଡର ଗ୍ରାଜୁଏଟ୍ କିମ୍ବା ସ୍ନାତକୋତ୍ତର ପଢ଼ୁଥିବା ବୃତ୍ତିଗତ ପାଠ୍ୟକ୍ରମ ଯଥା-ଏମ୍.ଫିଲ୍, ପିଏଚଡ଼ି, ଆଇନ, ପରିଚାଳନା, ମେଡିସିନ୍ ଏବଂ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମରେ ପଢୁଥିବେ ।
- ଆବେଦନକାରୀଙ୍କୁ ପୂର୍ବରୁ ମାଗଣା ଲାପଟପ୍ ମିଳିନଥିବ।
- ଆବେଦନକାରୀ ନିର୍ଦ୍ଧାରିତ ଫର୍ମାଟରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବେ ଯେଉଁଥିରେ ଭିନ୍ନକ୍ଷମ ପ୍ରମାଣପତ୍ରର ନକଲ ଏବଂ ଯେଉଁ ଅନୁଷ୍ଠାନରେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ସେହି ଅନୁଷ୍ଠାନର ଅଧ୍ୟକ୍ଷ କିମ୍ବା ମୁଖ୍ୟଙ୍କ ସୁପାରିସ ଦାଖଲ କରିବେ ।
- କଲେଜ/ଅନୁଷ୍ଠାନର ଅଧ୍ୟକ୍ଷଙ୍କ ଦ୍ୱାରା ଦିଆଯାଇଥିବା ସାର୍ଟିଫିକେଟ୍ ଆଧାରରେ ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ଆଧାରରେ ଜିଲ୍ଲାପାଳ ଏହି ପ୍ରସ୍ତାବ ସୁପାରିସ କରିବେ। ପ୍ରତିବର୍ଷ ଜୁଲାଇ ୩୧ ତାରିଖ ସୁଦ୍ଧା ଏଭଳି ସମସ୍ତ ପ୍ରସ୍ତାବ ଏସ୍ଏସ୍ଇପିଡି ନିର୍ଦେଶକଙ୍କ ନିକଟକୁ ପଠାଯିବ।
- ଆବେଦନକାରୀଙ୍କ ଯାଞ୍ଚ ପରେ ଏସ୍ଏସ୍ଇପିଡି ନିର୍ଦ୍ଦେଶକ ଆବଶ୍ୟକ ନମ୍ବର ସଂଗ୍ରହ କରିବେ। ପ୍ରତିଷ୍ଠିତ କମ୍ପାନୀର ବ୍ରାଣ୍ଡେଡ୍ ଲାପଟପ୍ । ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ଲ୍ୟାପଟପ୍ ରେ ଜେଓଏସ୍ ସଫ୍ଟୱେୟାର୍ ଲଗାଯିବ।
- ଏସ୍ଏସ୍ଇପିଡି ନିର୍ଦ୍ଦେଶକ ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆୟୋଜିତ ଶିବିରରେ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ପରିଚୟ ପ୍ରଦାନ କରି ଲାପଟପ୍ ବଣ୍ଟନ କରିବେ
ସର୍ବନିମ୍ନ ମାନଦଣ୍ଡ କଣ ?
- ଆବେଦନକାରୀ ଓଡ଼ିଶା ରାଜ୍ୟର ବାସିନ୍ଦା ହୋଇଥିବା ଆବଶ୍ୟକ।
- ଆବେଦନକାରୀଙ୍କ ନିକଟରେ ଭିନ୍ନକ୍ଷମ ସାର୍ଟିଫିକେଟ୍ ରହିବା ଆବଶ୍ୟକ, ଯେଉଁଥିରେ ୪୦% କିମ୍ବା ତା’ଠାରୁ ଅଧିକ ଭିନ୍ନକ୍ଷମ କର୍ତ୍ତୃପକ୍ଷ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବ ।
- ଆବେଦନକାରୀ ନିଶ୍ଚତି ଭାବରେ +୨ ପାଠ୍ୟକ୍ରମ ପରେ ପ୍ରଥମ ବର୍ଷ କିମ୍ବା ତା’ଠାରୁ ଅଧିକ ଅଣ୍ଡର ଗ୍ରାଜୁଏଟ୍ କିମ୍ବା ସ୍ନାତକୋତ୍ତର ପଢ଼ୁଥିବା ବୃତ୍ତିଗତ ପାଠ୍ୟକ୍ରମ ଯଥା-ଏମ୍.ଫିଲ୍, ପିଏଚଡ଼ି, ଆଇନ, ପରିଚାଳନା, ମେଡିସିନ୍ ଏବଂ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମରେ ପଢୁଥିବେ ।
- ଆବେଦନକାରୀଙ୍କୁ ପୂର୍ବରୁ ମାଗଣା ଲାପଟପ୍ ମିଳିନଥିବ।
FAQs
କାହାକୁ ଆବେଦନ କରିବେ ?
ଆବେଦନକାରୀ ନିର୍ଦ୍ଧାରିତ ଫର୍ମାଟରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବେ । ଯେଉଁଥିରେ ଭିନ୍ନକ୍ଷମ ପ୍ରମାଣପତ୍ରର ନକଲ ଏବଂ ଯେଉଁ ଅନୁଷ୍ଠାନରେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ସେହି ଅନୁଷ୍ଠାନର ଅଧ୍ୟକ୍ଷ କିମ୍ବା ମୁଖ୍ୟଙ୍କ ସୁପାରିସ ଦାଖଲ କରିବେ ।
ଏହି ଯୋଜନାଟି କେଉଁ ବିଭାଗ ଅନ୍ତର୍ଗତ ?
ଏହି ଯୋଜନାଟି ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅନ୍ତର୍ଗତ ।
ଆବେଦନର ଶେଷ ତାରିଖ ?
ପ୍ରତିବର୍ଷ ଜୁଲାଇ ୩୧ ତାରିଖ ସୁଦ୍ଧା ଏଭଳି ସମସ୍ତ ପ୍ରସ୍ତାବ ଏସ୍ଏସ୍ଇପିଡି ନିର୍ଦେଶକଙ୍କ ନିକଟକୁ ପଠାଯିବ। ତେଣୁ ଏହାର ଯଥେଷ୍ଟ ପୂର୍ବରୁ ଆବେଦନ କରିବାକୁ ପଜଡିବ ।
ବା ଗାଇଡ଼ଲାଇନ୍ ଲିଙ୍କରେ କ୍ଲିକ୍ କରନ୍ତୁ ।