କୋଦ (Kodo Millet) ଛୋଟଦାନା ଯୁକ୍ତ ପୌଷ୍ଟି ଶସ୍ୟ ଅଟେ । ପ୍ରାୟ 3000 ବର୍ଷ ପୂର୍ବେ ଏହି ଚାଷ ଭାରତରେ କରାହୋଇ ଆସୁଅଛି । ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଏହା ଚାଷ ହୋଇଥାଏ ।
100 ଗ୍ରାମ ଶସ୍ୟରେ ଥିବା ଖାଦ୍ୟଗୁଣ ଗୁଡ଼ିକ ହେଲା-
କ୍ର.ସଂ. | ଖାଦ୍ୟସାରର ନାମ | ଏକକ | ଶତକଡ଼ା ପରିମାଣ |
1 | ପୁଷ୍ଟିସାର | ଗ୍ରାମ | 8.3 |
2 | ଶ୍ୱେତସାର | ଗ୍ରାମ | 65.9 |
3 | ସ୍ନେହସାର | ଗ୍ରାମ | 1.4 |
4 | ଖାଦ୍ୟ ଜାତୀୟ ତନ୍ତୁ | ଗ୍ରାମ | 15.0 |
5 | ଖଣିଜ ଲବଣ | ଗ୍ରାମ | 2.6 |
6 | କ୍ୟାଲସିୟମ ବା ଚୂନ | ମି.ଗ୍ରାମ | 27 |
7 | ଫସଫସରସ୍ | ମି.ଗ୍ରାମ | 188 |
ଏହାର ଦାନା ମଧୁମେହ ରୋଗୀଙ୍କ ପାଇଁ ଉତ୍ତମ ଖାଦ୍ୟ ଅଟେ ।
ଜଳବାୟୁ-
ଏହା ସାଧାରଣତଃ ଉଷ୍ମମଣ୍ଡଳୀୟ ଫସଲ ଅଟେ । ଏହା ମରୁଡ଼ି ସହିପାରେ । ଯେଉଁ ଅଞ୍ଚଳରେ ନିୟମିତ ବର୍ଷା ହୁଏନାହିଁ, ସେହି ସ୍ଥାନରେ ଏହି ଫସଲ ସହଜରେ ଚାଷ କରାଯାଇପାରେ । 400-500 ମି.ମି. ବର୍ଷା ଏହି ଫସଲ ପାଇଁ ଆବଶ୍ୟକ ପଡ଼ିଥାଏ । ସନ୍ତସନ୍ତିଆ ପାଣି ଜମିରହୁଥିବା ଜମିରେ ଏହା ଚାଷ ହୋଇପାରେ ନାହିଁ ।
ବିହନ କିସମ-
କ୍ର.ସଂ. | କିସମର ନାମ | ଅମଳ ଅବଧି (ଦିନ) |
1 | ଫୁଲବାଣୀ ଲୋକାଲ | 100-105 |
2 | VL-129 | 80-85 |
3 | VL-184 | 80-85 |
4 | ICK-7112 | 100-115 |
5 | GPUK-3 | 100-1005 |
6 | TNU-86 | 110 |
7 | RK-390-25 | 110 |
8 | RKB-155 | 115 |
9 | JK-13 | 110 |
10 | JK-48 | 115 |
ଲଗାଇବା ସମୟ-ଜୁନ ମଧ୍ୟଭାଗରୁ ଜୁଲାଇ ମଧ୍ୟ ଭାଗ ମୌସୁମୀ ବର୍ଷା ଆରମ୍ଭ ସମୟରେ ବିହନ ବୁଣିବା ଆବଶ୍ୟକ ଅଟେ ।
ବିହନ ପରିମାଣ-
4 କି.ଗ୍ରା. / ଏକର -ଧାଡ଼ିବୁଣା
6 କି.ଗ୍ରା. / ଏକର -ଛଟାବୁଣା
ବିହନ ଉପଚାର-
କି.ଗ୍ରା. ପ୍ରତି 20 ଗ୍ରାମ ଏଜୋଟାବ୍ୟାକ୍ଟର ଓ ଫସଫୋବ୍ୟାକ୍ଚପ ଉପଚାର କରି ବୁଣିଲେ ଭଲ ହୋଇଥାଏ ।
ଜମି ପ୍ରସ୍ତୁତି ଓ ବିହନ ବୁଣା- ଏହାର ମଞ୍ଜି କ୍ଷୁଦ୍ର ହୋଇଥିବାରୁ ପ୍ରଥମ ମୌସୁମୀ ବର୍ଷା ପାଇବା ପରେ ଗଭୀରିଆ ଗୁଣ୍ଡଚାଷ କରନ୍ତୁ । ମାଟିର ଜଳଧାରଣ ଶକ୍ତି ବଢାଇବା ପାଇଁ ଏକର ପ୍ରତି ପ୍ରାୟ 8 କ୍ୱିଣ୍ଟାଲ ସଢା ଗୋବର ଖତ ବା କମ୍ପୋଷ୍ଟ ଖତ ପ୍ରୟୋଗ କରନ୍ତୁ । ଗଡ଼ାଣୀର ବିପରୀତ ଦିଗରେ ଧାଡ଼ିକୁ ଧାଡ଼ି 22.5 ସେ.ମି. ଓ ଗଛକୁ ଗଛ 10 ସେ.ମି. ବ୍ୟବଧାନରେ ଲଗାଇ ମାଟି ଘୋଡ଼ାଇ ଦିଅନ୍ତୁ । ବର୍ଗମିଟର ପ୍ରତି ଗଛ ସଂଖ୍ୟା 44 ରୁ 45 ଟି ।
ସାର ପ୍ରୟୋଗ-
16-8-8 ଯଥାକ୍ରମେ ଯବକ୍ଷାରଜାନ(N),ଫସଫରସ(P), ପଟାସ (K)
ମୂଳସାର (ଲଗାଇବା ପୂର୍ବରୁ) 8-8-8 ଯଥାକ୍ରମେ ଯବକ୍ଷାରଜାନ(N),ଫସଫରସ(P), ପଟାସ (K)
ଲଗାଇବାର 35-40 ଦିରେ 8-0-0 ଯଥାକ୍ରମେ ଯବକ୍ଷାରଜାନ(N),ଫସଫରସ(P), ପଟାସ (K)
ଘାସ ନିୟୋନ୍ତ୍ରଣ-
ବିହନ ଲଗାଇବାର 20 ଦିନରେ ଓ 35 ଦିନପେ ହାତରେ ଘାସ ବାଛି ଜମିକୁ ପରିଷ୍କାର କରନ୍ତୁ ।
ଅନ୍ତଃଫସଲ-
ଏହାକୁ ଏକକ ଫସଲ କିମ୍ବା ମିଶ୍ରିତ ଫସଲ ଭାବେ ଏହା ଚାଷ କରାଯାଇପାରେ ।
କୋଦ- ହରଡ଼ 2: 1
କୋଦ- ମୁଗ 2: 1
କୋଦ- ସୋୟାବିନ 2: 1 ଅନୁପାତରେ ଲଗାଯାଇପାରେ ।
ପୋକ ନିୟନ୍ତ୍ରଣ-
କାଣ୍ଡମାଛି ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ 5 ମି.ଲି. 1500 ppmଅଜାଡ଼ିରାକ୍ଟିନ ଥିବା ଔଷଧ ମିଶାଇ ପତ୍ର ସିଞ୍ଚନ କରନ୍ତୁ ।
ରୋଗ ପରିଚାଳନା- ସ୍ମଟ୍ ରୋଗର ନିୟୋନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ 50 %WP କିମ୍ବା 1.5 ଗ୍ରାମ କାର୍ବେଣ୍ଡାଜିମ 123% ମାଙ୍କୋଜେବ 63% WP ମିଶାଇ ପତ୍ର ସିଞ୍ଚନ କରନ୍ତୁ ।
ଅମଳ-
3.5 ରୁ 4 କ୍ୱିଣ୍ଟାଲ / ଏକର MSP ଅଘୋଷିତ ।
ମିଲେଟ ସମ୍ପର୍କରେ ଅଧିକ ଜାଣନ୍ତୁ ।
-
- ମାଣ୍ଡିଆଚାଷ (Ragi Cultivation )
- ଜୋଆର / ଜୁଅର / ଜହ୍ନା / ଯଅ (Great Millet / Sorghum )
- ବାଜରା Pearl Millet/Spiked Millet/ Candle Millet/Cattail Millet
- ସୁଆଁ/ଗୁଲୁଜି/ଖୋସଲା/ଚାନ୍ଦୁଲି (Little Millet)
- କୋଦ (Kodo Millet)
- କାଙ୍ଗୁ /କାଙ୍ଗାର୍ମ (Foxtail Millet/Italian Millet/German Millet )
- ଚିନା / ପ୍ରୋଷୋ (Common Millet / Proso Millet )
- ବିଲସୁଆ /ଜାଡ଼ି ( Barnyard Millet)
- ମାଣ୍ଡିଆର ରୋଗ-ପୋକ ପରିଚାଳନା
- ବାର୍ନୟାର୍ଡ ମିଲେଟ୍ ର ୬ଟି ସ୍ୱାସ୍ଥ୍ୟ ଉପକାରିତା
- ମାଣ୍ଡିଆର ରୋଗପୋକ ପରିଚାଳନା
ଜାଣନ୍ତୁ କିଛି କୃଷି ସୂଚନା
Source: RRTTSS, Sundargarh, Kirei