ସୁଆଁ/ଗୁଲୁଜି/ଖୋସଲା/ଚାନ୍ଦୁଲି (Little Millet) ଏକ ଛୋଟଦାନ ପୌଷ୍ଟିକ ଶସ୍ୟ ଫସଲ ଅଟେ । ଏହାର ବୈଜ୍ଞାନିକ ନାମ Panicum sumatrense । ଏହା ସ୍ୱାଦରେ ମଧୁର ଅଟେ ।
100 ଗ୍ରାମ ଶସ୍ୟରେ ନିମ୍ନଲିଖିତ ଖାଦ୍ୟଗୁଣ ରହିଥାଏ ।
କ୍ର.ସଂ. | ଖାଦ୍ୟସାରର ନାମ | ଏକକ | ଶତକଡ଼ା ପରିମାଣ |
1 | ପୁଷ୍ଟିସାର | ଗ୍ରାମ | 8.7 |
2 | ଶ୍ୱେତସାର | ଗ୍ରାମ | 75.7 |
3 | ସ୍ନେହସାର | ଗ୍ରାମ | 5.7 |
4 | ଖାଦ୍ୟ ଜାତୀୟ ତନ୍ତୁ | ଗ୍ରାମ | 12.0 |
5 | ଖଣିଜ ଲବଣ | ଗ୍ରାମ | 1.7 |
6 | କ୍ୟାଲସିୟମ ବା ଚୂନ | ମି.ଗ୍ରାମ | 17 |
7 | ଫସଫସରସ୍ | ମି.ଗ୍ରାମ | 220 |
ଏହା ଶରୀରକୁ ଶୀତଳ ରଖେ । ଗ୍ରାଷ୍ମଋତୁରେ ଏହା ଉତ୍ତମ ପଥ୍ୟ ଅଟେ । ଏହା କଫ, ପିତ୍ତ ନଷ୍ଟ କରିଥାଏ ।
ଜଳବାୟୁ
ଏହା ସାଧାରଣତଃ ଉଷ୍ମମଣ୍ଡଳୀୟ ଫସଲ ଅଟେ । 400 ରୁ 500 ମି.ଲି. ବର୍ଷା ପାଉଥିବା ଅଞ୍ଚଳ ଠାରୁ ବାର୍ଷିକ ବୃଷ୍ଟିପାତ 1000-1200 ମି.ଲି. ହେଉଥିବା ଅଞ୍ଚଳରେ ଚାଷ କରାଯାଇପାରେ । ସମୁଦ୍ର ପତ୍ତନ ଠାରୁ ପ୍ରାୟ 2000 ରୁ 2150 ମିଟର ଉଚ୍ଚ ପାର୍ବତ୍ୟାଞ୍ଚଳରେ ମଧ୍ୟ ଚାଷ କରାଯାଇଥାଏ ।
ବିହନ କିସମ
କ୍ର.ସଂ. | କିସମର ନାମ | ଅମଳ ଅବଧି (ଦିନ) |
1 | ତାରିଣୀ | 100-115 |
2 | କୋଲାବ | 75-80 |
3 | ସବର | 75-80 |
4 | TNU-63 | 90 |
5 | ସଉରା | 103 |
6 | DHLM-36-3 | 90 |
7 | BL-6 | 80-90 |
8 | TNU-91 | 90 |
ଲଗାଇବା ସମୟ-ଜୁନ-ଜୁଲାୟ (ପ୍ରଥମ ମୌସୁମୀ ବର୍ଷା ପରେ)
ବିହନ ପରିମାଣ
3 କି.ଗ୍ରା. / ଏକର (ଧାଡ଼ିବୁଣା)
5 କି.ଗ୍ରା. / ଏକର (ଛଟାବୁଣା)
ଲଗାଇବା ଦୂରତା
ଧାଡ଼ିକୁ ଧାଡ଼ି 22.5 ସେ.ମି. ଦୂରରେ 2-3 ସେ.ମି ଗଭୀରରେ ବୁଣିବା ଆବଶ୍ୟକ ।
ଖତସାର
ଶେଷ ଓଡ଼ ଚାଷ ପୂର୍ବରୁ ଯଥେଷ୍ଟ ପରିମାଣରେ ସୋଢାଗୋବର ଖତ ବା କମ୍ପୋଷ୍ଟ ଖତ ପ୍ରୟୋଗ କରନ୍ତୁ । ଏକର ପ୍ରତି 10-4-4 କି.ଗ୍ରା. ଯଥାକ୍ରମେ ଯବକ୍ଷାରଜାନ, ଫସଫରସ ଓ ପୋଟାସ ସାର ଆବଶ୍ୟକ ହୋଇଥାଏ । ଗଡ଼ାଣୀର ବିପରୀତ ଦିଗରେ ସିଆରକରି ସାର, ଖତ ପରେ ବିହନ ପକାଇ ମାଟି ଘୋଡ଼ାଇ ଦିଅନ୍ତୁ । ସମସ୍ତ ଫସଫରକ, ପଟାସ ଓ ¼ ଅଂଶ ଯବକ୍ଷାରଜାନ ବିହନ ବୁଣିବା ପୂର୍ବରୁ ଏବଂ ବାକି ¾ ଅଂଶ ଯବକ୍ଷାରଜାନ ସାର ବିହନ ବୁଣିବାର 21 ଦିନରେ କୋଡ଼ାଖୁସା କରି ପ୍ରୟୋଗ କରନ୍ତୁ ।
ଅନ୍ତଃଚାଷ
ଧାଡ଼ିରେ ବୁଣାଯାଇଥିବା ଫସଲକୁ ଥରେ ହାତରେ ଏବଂ ଛଟାବୁଣା ଫସଲରେ 15 ଦିନ ଅନ୍ତରରେ 2ଥର ଘାସ ବାଛି ଦିଅନ୍ତୁ ।
ମିଶ୍ରିତ ଫସଲ
ସୁଆଁ ସହିତ ବିରି 2:1 କିମ୍ବା ହରଡ଼ 2:1 ଅନୁପାତରେ ଧାଡ଼ିରେ ଚାଷ କରାଯାଇ ପାରିବ ।
ପୋକ ଓ ରୋଗ
ଏହି ଫସଲରେ ସାଧାରଣତଃ ପୋକ ରୋଗ ଆକ୍ରମଣ କରନ୍ତି ନାହିଁ । କେତେକ ଅଞ୍ଚଳରେ କାଣ୍ଡମାଛି ଆକ୍ରମଣ କଲେ ପ୍ରତି ଲିଟର ପାଣିରେ 5 ମି.ଲି. 1500 ppm ଆକାଡ଼ିରାକ୍ଟିନ ଥିବା ନିମ୍ବ ଔଷଧ ପତ୍ରସିଞ୍ଚନ କରନ୍ତୁ ।
ଅମଳ
4 ରୁ 5 କ୍ୟୁଣ୍ଟାଲ/ ଏକର MSP= ଅଘୋଷିତ
ମିଲେଟ ସମ୍ପର୍କରେ ଅଧିକ ଜାଣନ୍ତୁ ।
-
- ମାଣ୍ଡିଆଚାଷ (Ragi Cultivation )
- ଜୋଆର / ଜୁଅର / ଜହ୍ନା / ଯଅ (Great Millet / Sorghum )
- ବାଜରା Pearl Millet/Spiked Millet/ Candle Millet/Cattail Millet
- ସୁଆଁ/ଗୁଲୁଜି/ଖୋସଲା/ଚାନ୍ଦୁଲି (Little Millet)
- କୋଦ (Kodo Millet)
- କାଙ୍ଗୁ /କାଙ୍ଗାର୍ମ (Foxtail Millet/Italian Millet/German Millet )
- ଚିନା / ପ୍ରୋଷୋ (Common Millet / Proso Millet )
- ବିଲସୁଆ /ଜାଡ଼ି ( Barnyard Millet)
- ମାଣ୍ଡିଆର ରୋଗ-ପୋକ ପରିଚାଳନା
- ବାର୍ନୟାର୍ଡ ମିଲେଟ୍ ର ୬ଟି ସ୍ୱାସ୍ଥ୍ୟ ଉପକାରିତା
- ମାଣ୍ଡିଆର ରୋଗପୋକ ପରିଚାଳନା
ଜାଣନ୍ତୁ କିଛି କୃଷି ସୂଚନା
Source: RRTTSS, Sundargarh, Kirei