Chasbas
KVK, Sundargarh-I

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY)

ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ । କୃଷକ ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକରାରଙ୍କର ପ୍ରଗତିଶୀଳ କୃଷି ନୀତି ଜରିଆରେ ନୂଆ ନୂଆ ପଦକ୍ଷେପ ସବୁ ହାତକୁ ନିଆଯାଉଅଛି । ଏହି କ୍ରମରେ କୃଷି ଭଳି ଏକ ପାରମ୍ପାରିକ କ୍ଷେତ୍ରକୁ ଶିଳ୍ପ ବା ଉଦ୍ୟୋଗରେ ପରିଣତ କରିବା ପାଇଁ  ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ପରିକଳ୍ପନା କରିଛି ରାଜ୍ୟ କୃଷି ଓ ଶସକ୍ତି କରଣ ବିଭାଗ  । ରାଜ୍ୟରେ କୃଷି ଉଦ୍ୟୋଗକୁ ପ୍ରତ୍ସାହନ ଦେବାପାଇଁ ଆରମ୍ଭ ହୋଇଥିଲା 2018 ରେ ଏହି ବଳୀଷ୍ଠ କାର୍ଯ୍ୟକ୍ରମ । ରାଜ୍ୟର କୃଷିଭାଇଙ୍କୁ କୃଷି ଉଦ୍ୟୋଗୀରେ ପରିଣତ କରିବା, ସେମାନଙ୍କର ଆୟ ବୃଦ୍ଧି କରିବା ଏବା କୃଷି ଓ ଆନୁଷାଙ୍ଗିକ କ୍ଷେତ୍ରରେ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିବା ହେଉଛି ଏହି ଯୋଜନାରେ ମୁଖ୍ୟ ଉଦ୍ଦେଶ୍ୟ ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY)
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY)
  • ଏହି ଯୋଜନାରେ ଜୈବିକ ସାର, କୃଷି ଯାତ ଦ୍ରବ୍ୟର ପ୍ରକ୍ରିୟାକରଣ, କୃଷି ଯନ୍ତ୍ରପାତି ଓ କୀଟନାଶକ ପ୍ରସ୍ତୁତି, ଆଗ୍ରୋକ୍ଲିନିକ୍ ଓ କୃଷି ସେବା କେନ୍ଦ୍ର ସ୍ଥାପନ ଭଳି 25 ପ୍ରକାର କୃଷି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରତ୍ସାହନ ଦିଆଯାଉଅଛି ।
  • ସେହିପରି ବିଭିନ୍ନ ପ୍ରକାର ଫୁଲ ଓ ଫଳ ଚାଷ, ଫୁଲ ଓ ଫଳଚାଷର ପ୍ରକ୍ରିୟାକରଣ ଭଳି 27 ପ୍ରକାରର ଉଦ୍ୟାନ ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମଧ୍ୟ ପ୍ରତ୍ସାହନ ଦିଆଯାଉଅଛି ।
  • ବାୟୋଫ୍ଲୋକ ପଦ୍ଧତିରେ ମାଛ ଚାଷ, ଆକ୍ୱାସପ୍ ସ୍ଥାପନ ଓ ମଧୁର ଜଳ ମୁକ୍ତାଚାଷ ଭଳି 14 ପ୍ରକାର ମତ୍ସ୍ୟ ଉଦ୍ୟୋଗ ପାଇଁ ପ୍ରତ୍ସାହନ ଦିଆଯାଉଅଛି ।
  • କ୍ଷୀର, ମାଂସ ଓ ଅଣ୍ଡା ଉତ୍ପାଦନ ଭଳି 14 ପ୍ରକାର ପ୍ରାଣୀ ସମ୍ପଦ ଭିତ୍ତିକ ଉଦ୍ୟୋଗ ପାଇଁ ପ୍ରତ୍ସାହନ ଦିଆଯାଉଛି
  • ଏବଂ ଶୀତଳ ଭଣ୍ଡାର, ଗ୍ରାମୀଣ ପଣ୍ୟାଗାର ଭଳି 18 ପ୍ରକାର ବିଭିନ୍ନ ଅନ୍ତର୍ବିଭାଗୀୟ ଉଦ୍ୟୋଗପାଇଁ ପ୍ରତ୍ସାହନ ମିଳୁଛି ।
  • କୃଷି ଉଦ୍ୟୋଗ ପ୍ରତିଷ୍ଠାପାଇଁ ପ୍ରତ୍ସାହନ ରାଶି ଯୋଗାଇ ଦେଇ ଆସୁଅଛନ୍ତି ଓଡ଼ିଶା କୃଷି ପ୍ରତ୍ସାହନ ଓ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼୍ (ଆପିକଲ)(APICOL) ।
  • ଏଥିରେ ସାଧାରବର୍ଗର ପୁରୁଷ ଉଦ୍ୟୋଗୀଙ୍କ ପାଇଁ ନିବେଶ ହୋଇଥିବା ସ୍ଥାୟୀ ପୁଞ୍ଜି ଉପରେ 40 ପ୍ରତିଶତ ସବସଡ଼ି ବା ରିହାତି ଦିଆଯାଉଅଛି ।
  • ସେହିପରି ଅନୁସୂଚିତ ଜାତି ଓ ଜନଜାତି, ମହିଳା ଉଦ୍ୟୋଗୀ, ଭିନ୍ନକ୍ଷମ ବ୍ୟକ୍ତି ଓ କୃଷି ଓ ଆନୁଷାଙ୍ଗିକ ବିଜ୍ଞାନରେ ସ୍ନାତକଧାରୀ ସ୍ଥାୟୀ ପୁଞ୍ଜି ଉପରେ 50 ପ୍ରତିଶତ ରିହାତି ମିଳୁଛି ।
  • ଉଦ୍ୟୋଗ ପ୍ରତିଷ୍ଠା ହେବାକୁ ଥିବା ଜମିମୂଲ୍ୟକୁ ଛାଡ଼ି ନିବେଶ ହୋଇଥିବା ସ୍ଥାୟୀ ପୁଞ୍ଜି ଉପରେ ଏହି ରିହାତି ଦିଆଯାଉଅଛି ଏବଂ ଏହି ରିହାତିର ପରିମାଣ ସର୍ବାଧିକ 50 ଲକ୍ଷ ଟଙ୍କା ।
  • ଏହି ଯୋଜନାରେ କୃଷି ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ଚାଷୀ ଓ ଉଦ୍ୟୋଗୀଙ୍କୁ ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ଓ୍ୱେବସାଇଟ୍ sugam.odisha.gov.in ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ ।
  • ଆବେଦନକାରୀଙ୍କୁ ନିଜର ଜମିପଟା, ଆଧାର କାର୍ଡ଼, ସବ୍ ରେଜିଷ୍ଟ୍ରାର ଅଫିସରେ 15 ବର୍ଷର ଜମି ଲିଜ୍ ଚୁକ୍ତିନାମା, ବ୍ୟାଙ୍କ ଅନୁମତି ପତ୍ର, ଜନ୍ମ ତାରିଖ ପ୍ରମାଣ ପତ୍ର, ପ୍ରକଳ୍ପ ବିବରଣୀ ଏବଂ ଅନୁସୂଚିତ ଜାତି, ଜନଜାତି ତଥା ଅନ୍ୟାନ୍ୟ ବର୍ଗର ଆବେୟଦନକାରୀଙ୍କୁ ଜାତି ସମ୍ବନ୍ଧୀୟ ଆବଶ୍ୟକ ପ୍ରମାଣ ପତ୍ର ଦାଖଲ କରିବାକୁ ହେବ ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା

ଓଡ଼ିଶାର ଆଧୁନିକ କୃଷି କ୍ଷେତ୍ର ପାଇଁ ଏକ ନୂଆ ସମ୍ଭାବନା । କୃଷି ଓ କୃଷି ସଶକ୍ତିକରଣ ବିଭାଗର ଏଭଳି ଅଭିନବ ପ୍ରୟାସ ରାଜ୍ୟର ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ସହ ଗ୍ରାମୀଣ ବିକାଶ କ୍ଷେତ୍ରରେ ଏକ ନୂତନ ଦିଗଦର୍ଶନ ଦେଉଛି


ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ 50 ଲକ୍ଷ ପର୍ଯ୍ୟନ୍ତ ରିହାତି


ଆପିକଲ ଓ ଏହାର ଆଭିମୁଖ୍ୟ

କୃଷିଭିତ୍ତିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଦୃତ ବିକାଶକୁ ଆଖି ଆଗରେ ରଖି ପାରମ୍ପାରିକ କୃଷି ବ୍ୟବସାୟିକ କୃଷିରେ ପରିଣତ କରିବା ଉଦ୍ଦେଶ୍ୟରେ 1996 ମସିହା ଠାରୁ ଆପିକଲ କାର୍ଯ୍ୟକରିଆସୁଅଛି । କୃଷକ ତଥା ଉଦ୍ୟୋଗୀମାନଙ୍କୁ କୃଷି ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବୈଷୟିକ ଜ୍ଞାନ କୌଶଳ, ପ୍ରଶିକ୍ଷଣ, ପ୍ରୋତ୍ସାହନ ଓ ଅନୁକୂଳ ପରିବେଶ ଯୋଗାଇ ଦେବା ଆପିକଲର ମୁଖ୍ୟ ଲକ୍ଷ୍ୟ ।

ଆଭିମୁଖ୍ୟ

  1. ଓଡ଼ିଶାରେ କୃଷି, ଆନୁଷଙ୍ଗିକ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ସହଯୋଗ ଓ ପ୍ରତ୍ସାହନ ଯୋଗାଇଦେବା ।
  2. କୃଷି ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନମନ୍ତେ ନୂଆ ନୂଆ ଯୋଜନା ପ୍ରମୟନ କରି କାର୍ଯ୍ୟକାରୀ କରିବା ।
  3. କୃଷିଜାତ ସାମଗ୍ରୀ ରପ୍ତାନୀ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ।

କୃଷି ଭିତ୍ତିକ ଉଦ୍ୟୋଗ ସ୍ଥାପନ ନିମନ୍ତେ ଉପଲବ୍ଧ ରିହାତି ପ୍ରଦାନ ପାଇଁ ଏହା ଏକ ସରଳ, ସ୍ୱଚ୍ଛ, ସମୟୋପଯୋଗୀ ତଥା ସମ୍ପୂର୍ଣ୍ଣ ଅନଲାଇନ ପ୍ରକ୍ରିୟା (www.gugam.odisha.gov.in) (କୃଷି ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆପିକଲର ୱେବସାଇଟ www.apicol.nic.in ମାଧ୍ୟମରେ ପଞ୍ଜିକରଣ) ।

ଆବଶ୍ୟକୀୟ କାଗଜାତ

ଆଧାର କାର୍ଡ଼, ଜମି ପଟ୍ଟା । ସବରେଜିଷ୍ଟ୍ରାରଙ୍କ ନିକଟରେ ସର୍ବନିମ୍ନ 15 ବର୍ଷର ଚୁକ୍ତିନାମା, ଫଟୋ, ଦରଖାସ୍ତକାରୀଙ୍କ ସ୍ୱାକ୍ଷର, ଜନ୍ମ ତାରିଖ ପ୍ରମାଣପତ୍ର, ପ୍ରକଳ୍ପ ବିବରଣୀ ଅନୁସୂଚିତ ଜାତି ଓ ଜନଜାତି ତଥା ଅନ୍ୟନ୍ୟ ବର୍ଗର ଆବେଦନକାରୀଙ୍କ ନିମନ୍ତେ ପ୍ରମାଣପତ୍ର ।

ଆର୍ଥିକ ସହାୟତା

ସାଧାରଣ ବର୍ଗର ପୁରୁଷ ଉଦ୍ୟୋଗୀ ମାନଙ୍କ ନିମନ୍ତେ ଜମି ମୂଲ୍ୟକୁ ଛାଡ଼ି ସ୍ଥାୟୀ ପୁଞ୍ଜିର ଶତକଡ଼ା 40 ଭାଗ, ଅମୁସୂଚିତ ଜାତି / ଜନଜାତି/ ମହିଳା ଉଦ୍ୟୋଗୀ / ଭିନ୍ନକ୍ଷମ ବ୍ୟକ୍ତି ତଥା କୃଷି ଓ ଆନୁଷଙ୍ଗିକ ବିଷୟରେ ସ୍ନାତକମାନଙ୍କ ପାଇଁ ଶତକଡ଼ା 50 ଭାଗ ତଥା ସର୍ବୋଚ୍ଚ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଥାୟୀ ପୁଞ୍ଜି ରିହାତି ।

ସ୍ଥାୟୀ ପୁଞ୍ଜି ନିବେଶ ରିହାତି ଯୋଗ୍ୟ କୃଷି ଉଦ୍ୟୋଗ ତାଲିକା

କୃଷି ଭିତ୍ତିକ

  1. କୃଷି ସେବା କେନ୍ଦ୍ର – ଟ୍ରାକ୍ଟର ପାଇଁ ସର୍ବାଧିକ ଟ.90,000/- ରିହାତି ।
  2. କୃଷି କ୍ଲିନିକ ଓ କୃଷି ବ୍ୟବସାୟ କେନ୍ଦ୍ର ।
  3. ମୃତ୍ତିକା ପରୀକ୍ଷାଗାର ।
  4. ଜୈବିକ ଖତ ଉତ୍ପାଦନ ଓ ବିପଣନ ।
  5. ଅର୍ଗାନିକ ଖତ ଉତ୍ପାଦନ ଓ ବିପଣନ (ସ୍ଥାୟୀ ନିର୍ମାଣ)
  6. ଆଖୁଛେଦା ଭିତ୍ତିକ ଶିଳ୍ପ
  7. ଝୋଟ ଭିତ୍ତିକ ଶିଳ୍ପ
  8. ସୋୟାବିନ ଭିତ୍ତିକ ଖାଦ୍ୟ ଉତ୍ପାଦନ
  9. ଡ଼ାଲି ପ୍ରକ୍ରିୟାକରଣ ଓ ଡ଼ାଲିଜାତ ଦ୍ରବ୍ୟଭିତ୍ତିକ ଶିଳ୍ପ
  10. ଚିନାବାଦାମ ପ୍ରକ୍ରିୟାକରଣ / ବିପଣନ
  11. ମକା ପ୍ରକ୍ରିୟାକରଣ ଶିଳ୍ପ
  12. କ୍ଷୁଦ୍ର ଶସ୍ୟ, ମାଣ୍ଡିଆ ଓ ଅନ୍ୟାନ୍ୟ ଶସ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପ
  13. ଯାନ୍ତ୍ରିକ ଉପାୟରେ ଗୁଡ଼ ପ୍ରସ୍ତୁତିକରଣ ଶିଳ୍ପ
  14. ବିହନ ପ୍ରକ୍ରିୟାକରଣ ଶିଳ୍ପ
  15. ଜୈବ ନିଷ୍କାସନ କାରଖାନା / ତୈଳବୀଜ ପ୍ରକ୍ରିୟାକରଣ
  16. ଫସଲ ଅବଶେଷ ଭିତ୍ତିକ ଶିଳ୍ପ
  17. କପା ପ୍ରକ୍ରିୟାକରଣ ଶିଳ୍ପ
  18. ପେଷି ପୋଷଣ ପରୀକ୍ଷାଗାର
  19. ଜୈବ କୀଟନାଶକ / ଜୈବ ପରିଚାନା ସହାୟକ ଉତ୍ପାଦନ କେନ୍ଦ୍ର ।
  20. ପାଉଁରୁଟି (ବେକେରୀ) ଓ ମିଷ୍ଟାନ୍ନ ପ୍ରସ୍ତୁତି
  21. କୃଷି ଓ ଆନୁସଙ୍ଗିକ ଉତ୍ପାଦନର ଯାନ୍ତ୍ରିକ ପ୍ରକ୍ରିୟାକରଣ ଶିଳ୍ପ
  22. ସମନ୍ୱିତ କୃଷି ସହାୟକ ପୃଷ୍ଠଭୂମୀ ଏବଂ ବିପଣନ ଓ ରପ୍ତାନୀ କେନ୍ଦ୍ର
  23. କୃଷି କ୍ଷେତ୍ର ନିମନ୍ତେ ଯନ୍ତ୍ରପାତି ଓ ଉପକରଣ ଉତ୍ପାଦନ
  24. ରବର ଯୁକ୍ତ ଧାନ ଚୋପାଛଡ଼ା ମିଲ : ଜୈବିକ ଓ ସୁଗନ୍ଧ ଧାନ ପ୍ରକ୍ରିୟାକରଣ ପାଇଁ

ଉଦ୍ୟାନକୃଷି ଭିତ୍ତିକ

  1. ବ୍ୟବସାୟିକ ଫୁଲଚାଷ ଓ / କିମ୍ବା ପ୍ରକ୍ରିୟାକରଣ : ସୁରକ୍ଷିତ ଚାଷ ବ୍ୟବସ୍ଥା- ମୁକ୍ତ ଚାଷ ବ୍ୟବସ୍ଥା
  2. ବ୍ୟବସାୟିକ ବଗିଚା ଫସଲ ଓ / କିମ୍ବା ପ୍ରକ୍ରିୟାକରଣ : (ଚା, କଫି, କୋକୋ, କାଜୁ, ତାଳତେଲ)
  3. ବ୍ୟବସାୟିକ ଫଳ ଚାଷ ଓ / କିମ୍ବା ପ୍ରକ୍ରିୟାକରଣ : ସବୁଦିନିଆ ଫଳ ଚାଷ(କଦଳୀ, ଅମୃତ ଭଣ୍ଡା, ସପୁରୀ, ଷ୍ଟବ୍ରେରୀ ବ୍ୟତୀତ)
  4. କାଜୁ ବାଦାମ ପ୍ରକ୍ରିୟାକରଣ ଓ ଅନ୍ୟାନ୍ୟ କାଜୁ ଭିତ୍ତିକ ଶିଳ୍ପ
  5. ସଜନା ଚାଷ ଏବଂ ପ୍ରକ୍ରିୟାକରଣ
  6. ନଡ଼ିଆ କତା ଭିତ୍ତିକ ଶିଳ୍ପ
  7. ନଡ଼ିଆ ଭିତ୍ତିକ ଉତ୍ପାଦ
  8. ମହୁମାଛି ପାଳନ – 100 ଗୋଟି ମହୁ ବାକ୍ସ ସ୍ଥାପନ (ସର୍ବନିମ୍ନ)
  9. ମହୁ ପ୍ରକ୍ରିୟାକରଣ ଶିଳ୍ପ
  10. ବିଭିନ୍ନ ଫଳରୁ ପ୍ରସ୍ତୁତ ସ୍କ୍ୱାସ୍, ଜାମ, ଜେଲି, ଆଚାର ଇତ୍ୟାଦି
  11. ଫଳ / ପନିପରିବା ମଣ୍ଡ ପ୍ରସ୍ତୁତି
  12. ପନିପରିବା ଓ ମସଲା ଭିତ୍ତିକ ଶିଳ୍ପ
  13. ଶୁଷ୍କ ଓ ପ୍ରକ୍ରିୟାକୃତ ପନିପରିବା ପ୍ରସ୍ତୁତି
  14. ହିମିକୃତ ଫଳ ଓ ପନିପରିବା
  15. ଛତୁଚାଷ ଓ ମୂଲ୍ୟଯୁକ୍ତ ଛତୁର ପ୍ରକ୍ରିୟାକରଣ
  16. ଛତୁ ମଞ୍ଜି (ବିହନ) ଉତ୍ପାଦନ କେନ୍ଦ୍ର
  17. ବୋତାମ ଛତୁ ଚାଷ ଏବଂ ପ୍ରକ୍ରିୟାକରଣ
  18. ସୁରକ୍ଷିତ (ସବୁଜ ଗୃହ/ କାଚ ଘର /ଜରି ଘର / ଛାୟା ଗୃହ /ଜରି ସୁଡ଼ଙ୍ଗ) ସ୍ଥାୟୀ ନିର୍ମାଣ ।
  19. ଫୁଲ, ଚେର, ପତ୍ର ଓ କାଣ୍ଡରୁ ଆବଶ୍ୟକୀୟ ତୈଳ ଓ ସୁଗନ୍ଧି ନିଷ୍କାସନ
  20. (ବ୍ୟବସାୟ ଭିତ୍ତିକ) ଫଳ ପନିପରିବା ପ୍ରକ୍ରିୟାକରଣ
  21. ଜଳ /ବାୟୁ ଭିତ୍ତିକ କୃଷି – ହାଇଡ଼୍ରୋପୋନିକ୍, ଏରୋପୋନିକ
  22. ଔଷଧ ଓ ସୁଗନ୍ଧ ଯୁକ୍ତ ବୃକ୍ଷଚାଷ (ବହୁଦିନିଆ ଫସଲ) ଓ ପ୍ରକ୍ରିୟାକରଣ, ସ୍ଟିଭିଆ ପ୍ରକ୍ରିୟାକରଣ
  23. ଚାରା ଗଛ ଉତ୍ପାଦନ ନିମନ୍ତେ ନର୍ସରୀ : କେବଳ ସ୍ଥାୟୀ ଗୃହ ନିମନ୍ତେ
  24. ପିଆଜ ସାଇତା ଗୃହ : କେବଳ ସ୍ଥାୟୀ ଗୃହ ନିମନ୍ତେ
  25. ପକ୍ୱ ଗୃହ
  26. (ବୃକ୍ଷରୁ ଜାତ) ତୈଳବୀଜ ପ୍ରକ୍ରିୟାକରଣ
  27. ଜିଆଚାଷ ଓ ଖତ ଉତ୍ପାଦନ

ପ୍ରାଣୀ ସମ୍ପଦ ଭିତ୍ତିକ

  1. ବ୍ୟବସାୟିକ ମାଂସ ଓ ଅଣ୍ଡା ଉତ୍ପାଦନ
    • ବ୍ୟବସାୟିକ ବ୍ରଏଲର କୁକୁଡା ପାଳନ (ମାଂସ ପାଇଁ) – 4000 ପକ୍ଷୀ
    • ବ୍ୟବସାୟିକ ଅଣ୍ଡାଦିଆ କୁକୁଡା ପାଳନ – 10000 ପକ୍ଷୀ
    • ବ୍ୟବସାୟିକ ମେଣ୍ଢା / ଛେଳି ପାଳନ -100 ଗୋଟି
    • ବ୍ୟବସାୟିକ ଘୁଷୁରି ପାଳନ – 50 ଗୋଟି  (ସର୍ବନିମ୍ନ)
    • ବ୍ୟବସାୟିକ ବତକ ପାଳନ – 2000 ପକ୍ଷୀ
  1. ବ୍ୟବସାୟିକ ବାଛୁରୀ ପାଳନ କେନ୍ଦ୍ର 20 ଗୋଟି ସଂକର ଜାତୀୟ ଉନ୍ନତ କିସମ / ପ୍ରତିଷ୍ଠିତ ଦେଶୀ ମାଈ ବାଛୁରୀ
  2. ବ୍ୟବସାୟିକ ଗାଈ / ମଇଁଷି ପାଳନ: 20 ଗୋଟି ସଂକର ଜାତୀୟ ଗାଈ / ଉନ୍ନତ କିସମ ଗାଈ ପ୍ରତିଷ୍ଠିତ ଦେଶୀ ପ୍ରଜାତି ମଇଁଷି
  3. ପ୍ରାଣୀ ସେବା ତଥା ଚିକିତ୍ସା କେନ୍ଦ୍ର
  4. ଦୁଗ୍ଧ ପ୍ରକ୍ରିୟାକରଣ
  5. ମାଂସ ପ୍ରକ୍ରିୟାକରଣ ଶିଳ୍ପ
  6. ଅଣ୍ଡା ପ୍ରକ୍ରିୟାକରଣ ଶିଳ୍ପ
  7. କୁକୁଡ଼ା ଚିଆଁ ଓ ପ୍ରଜନନ କୁକୁଡ଼ା – ଫାର୍ମ
    • କୁକୁଡ଼ା ଚିଆଁ – ସପ୍ତାହ ପ୍ରତି 20000 ଅଣ୍ଡା
    • କୁକୁଡ଼ା ପ୍ରଜନନ ଫାର୍ମ – 5000 ପ୍ରଜନନକ୍ଷମ ପକ୍ଷୀ
  1. ବ୍ୟବସାୟିକ ଘାଷ ଆଚାର ଓ କିମ୍ବା ଘାଷ ବିଡ଼ା (block) ତିଆରି ଶିଳ୍ପ
  2. ଗାଈଗୋରୁ / ପକ୍ଷୀ / କୁକୁଡ଼ା କିମ୍ବା ମାଛ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
  3. ବ୍ୟବସାୟୀକ ଆଧୁନିକ ମାଂସ କଟା କେନ୍ଦ୍ର
  4. ପ୍ରାଣୀ ଚିକିତ୍ସା ନିମନ୍ତେ ରୋଗ ନିରୂପଣ ପ୍ରୟୋଗ ଶାଳା
  5. ଦୈନିକ ସର୍ବନିମ୍ନ 100 ହି. ଦୁଗ୍ଧ ଉପଯୋଗରେ ଆଇସକ୍ରିମ ଉତ୍ପାଦନ କେନ୍ଦ୍ର ।
  6. ଜୈବଗ୍ୟାସ ଏବଂ ଜୈବିକ ସାର ଉତ୍ପାଦନକାରୀ ଜୈବ ଗ୍ୟାସ କେନ୍ଦ୍ର
  7. ଦୁଗ୍ଧ ବାହକ ଯାନ ଗାଡ଼ି

ମତ୍ସ୍ୟ

  1. ବ୍ୟବସାୟିକ ମାଛ /ଚିଙ୍ଗୁଡ଼ି /କଙ୍କଡ଼ା ଚାଷ – ସର୍ବନିମ୍ନ ଏକ ଏକର ବିଶିଷ୍ଟ ପାଣି କ୍ଷେତ୍ର ପୋଖରୀ ।
  2. ମଧୁର ଜଳ ମୁକ୍ତା ଚାଷ
  3. ମତ୍ସ୍ୟ ଯାଆଁଳ / ଆଙ୍ଗୁଳିକା ଯାଆଁଳ ଉତ୍ପାଦନ- ସର୍ବନିମ୍ନ ଏକ ଏକର ପାଣି କ୍ଷେତ୍ର
  4. ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ପ୍ରକ୍ରିୟା କରଣ ଶିଳ୍ପ
  5. ଅକ୍ୱାସପ ସ୍ଥାପନ
  6. ବରଫ ଜଳ / ବରଫ ଖଣ୍ଡ କଳ / ତାପ ନିୟନ୍ତ୍ରିତ ଗାଡ଼ି (କେବଳ ମତ୍ସ୍ୟ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ)
  7. ମାଛ ଉତ୍ପାଦନ ଓ ପରବର୍ତ୍ତୀ ଯତ୍ନ ସମନ୍ଧୀୟ ବୈଷୟିକ ଜ୍ଞାନ ଯଥା- ଗଣ୍ଠିଲିକରଣ, ମୂଲ୍ୟ ବୃଦ୍ଧି, ପ୍ରକ୍ରିୟାକରଣ ଇତ୍ୟାଦି ।
  8. ବାୟୋ ଫ୍ଲୋକ (Bio-floc) ପଦ୍ଧିତିରେ ମାଛ (ସ୍ଥାୟୀ ନିର୍ମାଣ)
  9. ରଙ୍ଗିନ ମାଛ ପ୍ରଜନନ ଓ ବିପଣନ
  10. ପୌନପୁନିକ ମାଛ ଚାଷ ପଦ୍ଧତି
  11. ପିଞ୍ଜରା ପଦ୍ଧତି ମାଛ ଚାଷ
  12. ମାଛ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ
  13. ଗଭୀର ସମୁଦ୍ର ମାଛଧରା ଯାନ ଓ ମାଛଧରା ଟ୍ରଲର
  14. ମାଛ ଚାଷ ପାଇଁ ମାନ ପରୀକ୍ଷଣ ଓ ରୋଗ ସର୍ବେକ୍ଷଣ ପରୀକ୍ଷାଗାର

ଅନ୍ତର୍ବିଭାଗୀୟ ଭିତ୍ତିକ

  1. ରପ୍ତାନୀ ଭିତ୍ତିକ କୃଷି ଓ ଉଦ୍ୟାନ କୃଷି
  2. ଶୀତଳକରଣ ଭ୍ୟାନ
  3. କୃଷି ପରିବେଶ ପର୍ଯ୍ୟଟନ ଭିତ୍ତିକ ଉଦ୍ୟୋଗ
  4. ଶୀତଳ ଭଣ୍ଡାର, ଶୀତଳ ଗୃହ, ପ୍ରାକ୍ ଶୀତଳ ଗୃହ
  5. ସମନ୍ୱିତ କୃଷି
  6. କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀଜାତ ଦ୍ରବ୍ୟରୁ ଏନଜାଇମ ଓ ଭିଟାମିନ ପ୍ରସ୍ତୁତି
  7. କୃଷି ଓ ଉଦ୍ୟାନ କୃଷି ଉତ୍ପାଦର ଯାନ୍ତ୍ରୀକ ବଛା ବଛି, ବର୍ଗୀକରଣ ଓ ପ୍ୟାକଂ
  8. ଜ୍ଞାନ କୌଶଳ ଉନ୍ନତିକରଣ/ ଆଧୁନିକ କରଣ /ବର୍ତ୍ତମାନର କୃଷି ଭିତ୍ତିକ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ସମ୍ପ୍ରସାରଣ
  9. ଶସ୍ୟ, ଡ଼ାଲି, ଫଳ, ପନିପରିବା ଜାତ ଦ୍ରବ୍ୟରୁ ତତକ୍ଷଣାତ୍ ଖାଇବା ପାଇଁ ଖାଦ୍ୟ ଓ ପାନୀୟ ପ୍ରସ୍ତୁତି ( RTE/RTS) (କାର୍ବୋନେଟେଡ଼ କିମ୍ବା ମୃଦୁ ପାନୀୟ ବ୍ୟତୀତ)
  10. ସୌର ଶକ୍ତି ଚାଳିତ ଶୀତଳ ଭଣ୍ଡାର (ଉଦ୍ୟାନ କୃଷି / ପ୍ରାଣୀ ସମ୍ପଦ / ମତ୍ସ୍ୟ ଉତ୍ପାଦ)
  11. ଶୀତଳ ଶୃଙ୍ଖଳ (କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ଉତ୍ପାଦ ନିମନ୍ତେ )
  12. ଗ୍ରାମୀଣ ଭଣ୍ଡାର ବହୁବିଧ ବ୍ୟବହାର ଯୋଗ୍ୟ ପଣ୍ୟାଗାର । ଆଧୁନିକ ସାଇଲୋ (କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ, ଉତ୍ପାଦ ସଂରକ୍ଷଣ ପାଇଁ )
  13. ବ୍ୟବସାୟୀକ ଜୈବିକ କୃଷି କେନ୍ଦ୍ର : ବହୁଦିନିଆ ଫସଲ ଓ ସ୍ଥାୟୀ ଭିତ୍ତିଭୂମୀ ସକାଶେ କେବଳ ।
  14. ଆଧୁନିକ ଜ୍ଞାନ କୌଶଳରେ ଅମଳ ପରବର୍ତ୍ତୀ ପରିଚାଳନା ପ୍ରକ୍ରିୟାକରଣ (କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ଉତ୍ପାଦ ଓ ଜଙ୍ଗଲ ଜାତ ପଦାର୍ଥ ନିମନ୍ତେ )
  15. ଗ୍ରାମୀଣ ବୈଷୟିକ ଜ୍ଞାନ ଓ ପୁନଃଉତ୍ପାଦିତ ଶକ୍ତି (କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଉତ୍ପାଦ ପାଇଁ )
  16. ସମନ୍ୱିତ ଉଦ୍ୟୋଗ (କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଉତ୍ପାଦ ପାଇଁ )
  17. କୃଷି ଉପକରଣ, ଯନ୍ତ୍ରପାତି ଏବଂ ଦୀର୍ଘସ୍ଥାୟୀ ସମ୍ପତ୍ତି – ଯଥା ଜଳସେଚନ ପ୍ରଣାଳୀ, ଡ୍ରୋନ, ଅତ୍ୟାଧୁନିକ କୃଷି ଉପଚାର, ହାଇଡ୍ରୋପୋନିକ୍, ଏରୋପୋନିକ୍ସ, ବାୟୋଫ୍ଲକ, ଫିଡ଼ର, ଡ୍ରିଙ୍କର, ବ୍ଲାଡ଼ିଂ ଓ ଆଚ୍ଛାଦୀକରଣ ଉପକରଣ ନର୍ସରୀ ଟ୍ରେ ଇତ୍ୟାଦିର ଉତ୍ପାଦନ ।
  18. କୃଷି ଓ ଆନୁଷାଙ୍ଗିକ ଉତ୍ପାଦ ନିମନ୍ତେ ଆବଶ୍ୟକୀୟ ପ୍ୟାକେଜିଂ ଉତ୍ପାଦନ, ଯେପରିକି ଅଣ୍ଡାଥଳୀ, ଶୀତଳ ମାଛ ବାକ୍ସ, ଫଳ-ଫୁଲ, ପନିପରିବା ଥଳୀ, ବିହନ ଥଳୀ ଇତ୍ୟାଦି ଉତ୍ପାଦନ ।

ବିଶେଷ ଦ୍ରଷ୍ଟବ୍ୟ

  1. ଏହି ସୂଚୀ ରାଜ୍ୟ ସରକାରଙ୍କ ଦ୍ୱାରା ସମୟକ୍ରମେ ପରିବର୍ତ୍ତିତ ପରିସ୍ଥିତିରେ ସୋଶୋଧିତ / ପରିବର୍ତ୍ତନ କରାଯାଇ ପାରିବ ।
  2. ପ୍ରତି କୃଷି ଉଦ୍ୟୋଗୀ ପ୍ରକଳ୍ପ ମୂଲ୍ୟର ସର୍ବନିମ୍ନ 10 ଶତାଂଶ ତଥା 2 ଲକ୍ଷ ଟଙ୍କା ବାର୍ଷିକ ନିଟ୍ ଆୟ କରିବା ବିଧେୟ । (1ଲକ୍ଷ – ମହିଳା ସ୍ୱୟଂ ସହାୟକ ଗୋଷ୍ଠି)
  3. ବିହନ ଉତ୍ପାଦନ, ଅମୃତଭଣ୍ଡା ତଥା କଦଳୀ ଜାତୀୟ ସ୍ୱଳ୍ପ ମିଆଦୀ ଫସଲ ନିମନ୍ତେ ରିହାତି ଉପଲବ୍ଧ ନୁହେଁ ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସମ୍ପର୍କିତ ଭିଡ଼ିଓ କୁ ଦେଖନ୍ତୁ 

 


ଗୋ-ସୁଗମ ଆପ ଜରିଆରେ ଆବେଦନ କରିବାର ଲିଙ୍କ

ସମ୍ପୂର୍ଣ୍ଣ ନିର୍ଦ୍ଦେଶାବଳୀ ବା ମାର୍ଗଦର୍ଶିକା (ଇଂରାଜୀରେ) ଡ଼ାଉନଲୋଡ କରନ୍ତୁ


 

କାର୍ଯ୍ୟପ୍ରବାହ ନକ୍ସା

କୃଷି ଉଦ୍ୟୋଗୀ (ପ୍ରକଳ୍ପ ସଂଭାବ୍ୟତା ତଥ୍ୟ ପ୍ରଦାନ)

ଜିଲ୍ଲାସ୍ତିରୀୟ କମିଟି ସମ୍ମୁଖରେ ଜିଲ୍ଲା ନୋଡ଼ାଲ ଅଧିକାରୀଙ୍କ ଦ୍ୱାରା ପ୍ରକଳ୍ପ ଦାଖଲ

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ପ୍ରକଳ୍ପ ଅନୁମୋଦନ

ଜିଲ୍ଲା ନୋଡ଼ାଲ ଅଧିକାରୀଙ୍କ ଦ୍ୱାରା ପ୍ରକଳ୍ପ କାର୍ଯ୍ୟାରମ୍ଭ ପାଇଁ ପତ୍ର ପ୍ରେରଣ ଯାହା 2 ବର୍ଷ ପର୍ଯ୍ୟନ୍ତ ବୈଧ

ପ୍ରକଳ୍ପ ଶେଷ ହେବା ପରେ ଉଦ୍ୟୋଗୀଙ୍କ ଦ୍ୱାରା ରିହାତି-ଦାବି-ସୂଚକ କାଗଜାତ ଦାଖଲ

ବ୍ଲକ ଅଧିକାରୀଙ୍କ ଦ୍ୱାରା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ପ୍ରମାଣିକ ତଦାରଖ

ମୂଲ୍ୟାୟନ ସଂସ୍ଥା (ବ୍ୟାଙ୍କ /ନାବକନସ୍ ) / ସରକାରୀ ଅଧିକାରୀଙ୍କ ଦ୍ୱାରା ପ୍ରକଳ୍ପ ମୂଲ୍ୟାୟନ ଓ ଆପିକଲକୁ ପ୍ରେରଣ

ଆପିକଲ ଦ୍ୱାରା ରିହାତି ଅନୁମୋଦନ

ଆପିକଲକୁ ଜିଲ୍ଲା ନୋଡ଼ାଲ ଅଧିକାରୀଙ୍କ ଦ୍ୱାରା ସ୍ୱାକ୍ଷାରିତ ରିହାତି ଅନୁମୋଦନ ପତ୍ର ଏବଂ ଚୁକ୍ତିନାମା ପ୍ରେରଣ

ଆପିକଲ ଦ୍ୱାରା ଉଦ୍ୟୋଗୀଙ୍କ ବ୍ୟାଙ୍କ ଖାତାକୁ ଅନୁମୋଦିତ ସବସିଡ଼ି ବା ରିହାତି ରାଶି ପ୍ରେରଣ

 

 


Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା