ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଫାର୍ମ ପୋଖରୀରେ ମାଛ ଚାଷ ନିମନ୍ତେ ମତ୍ସ୍ୟଚାଷୀଙ୍କୁ ସହାୟତା
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିଚ ରୋଜଗାର ଯୋଜନା (MGNREGS) ରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଗ ଉନ୍ନୟନ ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସେମାନଙ୍କ ନିଜ ଜାଗାରେ ଫାର୍ମ ପୋଖରୀ (Farm Pond) ନିର୍ମାଣ କରିବା ପାଇଁ ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ସବୁ ପୋଖରୀ ଗୁଡ଼ିକରେ ଅଙ୍ଗୁଳିକା (Fingerlings)ମାଛ ଜାଆଁଳ ଉତ୍ପାଦନ ସହ ମାଛ ଚାଷ କରିବାର ସୁଯୋଗ ରହିଛି । ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ଓ ମାଛ ଚାଷ ମାଧ୍ୟମରେ ମତ୍ସ୍ୟ ଚାଷୀଙ୍କ ରୋଜଗାର ବୃଦ୍ଧି ଲକ୍ଷ୍ୟରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ପକ୍ଷରୁ ଖୋଳାଯାଇଥିବା ଫାର୍ମ ପୋଖରୀରେ ମାଛ ଚାଷ ନିମନ୍ତେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ପକ୍ଷରୁ ରାଜ୍ୟ ଯୋଜନାରେ ମତ୍ସ୍ୟଚାଷୀଙ୍କୁ ସହାୟତା ପ୍ରଦାନ କରାଯାଛି ।
ଫାର୍ମ ପୋଖରୀ (Farm Pond ) ରେ ମାଛ ଚାଷ ନିମନ୍ତେ ମିଳୁଥିବା ସହାୟତା
କ୍ର.ସଂ. | ନୂତନ ଫାର୍ମ ପୋଖରୀର ଆକାର | ୟୁନିଟ୍ ମୂଲ୍ୟ (ଟଙ୍କାରେ) | ସରକାରୀ ରିହାତି | |
ସାଧାରଣ ବର୍ଗ (40%) | ଏସ୍.ଟି., ଏସ୍.ସି, ମହିଳା, ଦିବ୍ୟାଙ୍ଗ,ଟ୍ରାନସଜେଣ୍ଡର (60%) | |||
1 |
20 ମିଟର x 20 ମିଟର x 3 ମିଟର | 16,000 | 6,400 | 9,600 |
2 |
15 ମିଟର x 15 ମିଟର x 3 ମିଟର | 9,000 | 3,600 | 5,400 |
3 |
10 ମିଟର x 10 ମିଟର x 3 ମିଟର | 4,000 | 1,600 | 2,400 |
ଅଧିକ ଜାଣନ୍ତୁ
- କାର୍ପ ମାଛ ଚାଷ (Carp Fish Farming) ସମ୍ପର୍କରେ
- କାର୍ପ ମାଛର ଖାଦ୍ୟ
- ପୋଖରୀରେ ଅନାବନା ଘାସ ଦମନ କେମିତି କରିବେ?
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ବାୟୋଫ୍ଲକ (ଜୈବପୁଞ୍ଜ) ମାଧ୍ୟମରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ ଯୋଜନା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଜଳକୃଷି ପାଇଁ ଯନ୍ତ୍ରପାତି ଓ ଅନ୍ୟ ସରଞ୍ଜାମ ନିମନ୍ତେ ସ୍ୱତନ୍ତ୍ର ସରକାରୀ ପ୍ରୋତ୍ସାହନ
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ସହାୟତା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଫାର୍ମ ପୋଖରୀରେ ମାଛ ଚାଷ ନିମନ୍ତେ ମତ୍ସ୍ୟଚାଷୀଙ୍କୁ ସହାୟତା
ଏହି ସହାୟତା ପାଇବା ପାଇଁ ନିୟମାବଳୀ
- ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନାରେ ଖୋଳାଇଯାଇଥିବା ଫାର୍ମ ପୋଖରୀ ଗୁଡ଼ିକୁ ଏହି ଯୋଜନାରେ ସହାୟତା ପ୍ରଦାନ କରାଯିବ ।
- ଫାର୍ମ ପୋଖରୀ ଗୁଡ଼ିକର ଗଭୀରତା 6 ଫୁଟ୍ ରହିବା ସହ ଏହାର ଜଳଧାରଣ କ୍ଷମତା ଥିବା ଆବଶ୍ୟକ ।
- ହିତାଧିକାରୀଙ୍କୁ ମାଛଚାଷ ପାଇଁ ଗୋଟିଏ ଥର ଇନପୁଟ୍ ସହାୟତା ପ୍ରଦାନ କରାଯିବ ଓ ସର୍ବାଧିକ 0.5 ଏକର ପରିମିତ ପୋଖରୀ ପାଇଁ ଏହି ସହାୟତା ମିଳିବ ।
- ମାଛଚାଷ ପାଇଁ ଉପଯୁକ୍ତ ନୂତନ ଫାର୍ମ ପୋଖରୀରେ ତାଲିକା ବ୍ଲକରେ ଅବସ୍ଥାପିତ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ସମ୍ପୃକ୍ତ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ପ୍ରଦାନ କରିବେ ।
- ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ସହ ହିତାଧିକାରୀଙ୍କୁ ତାଙ୍କର ଫାର୍ମ ପୋଖରୀରେ ମାଛ ଚାଷ ପାଇଁ ପ୍ରବର୍ତ୍ତାଇବା ପରେ ଇଚ୍ଛୁକ ହିତାଧୀକାରୀଙ୍କୁ ଠାରୁ ସହକାରୀ ମତ୍ସ୍ୟ ଅଧିକାରୀ ନିର୍ଦ୍ଧାରିତ ଫର୍ମରେ ଦରଖାସ୍ତ ଗ୍ରହଣ କରିବେ ଓ ତାହାକୁ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ସୁପାରିଶ କରିବେ ।
- ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ଫାର୍ମ ପୋଖରୀର ଅଙ୍ଗୁଳିକା ମାଛ ଯାଆଁଳ ଷ୍ଟକିଙ୍ଗ କରିବା ପାଇଁ ଜିଲ୍ଲା ମତ୍ସ୍ୟ ଅଧିକାରୀ ଅନୁମତି ପ୍ରଦାନ କରିବେ । ପୋଖରୀରେ ଓପିଡ଼ିସି / ସରକାରୀ ମାଛ ଫାର୍ମ / ଅଧିକୃତ ଯାଆଁଳ ବିକ୍ରେତାଙ୍କ ଠାରୁ ଯାଆଁଳ କିଣି ଛାଡ଼ିବା ସମୟରେ ଉଭୟ ମୃତ୍ତିକା ସଂରକ୍ଷଣ ଅଧିକାରୀ ଓ ସହକାରୀ ମତ୍ସ୍ୟ ଅଧିକାରୀ ଉପସ୍ଥିତ ରହି ଜିଓ ଟ୍ୟାଗ ଫଟୋ ଉଠାଇବେ ।
- ହିତାଧିକାରୀଙ୍କ ମାଛଚାଷ ଓ ଯାଆଁଳ ଚାଷ ଉପରେ ଦିନିକିଆ ତାଲିମ ପ୍ରଦାନ ବ୍ୟବସ୍ଥା ରହିଛି ।
- ଏଥିରେ ସାଧାରଣ ବର୍ଗଙ୍କ ପାଇଁ ପ୍ରକଳ୍ପ ମୂଲ୍ୟର 40 ଭାଗ ଏବଂ ମହିଳା, ଅନୁସୂଚିତ ଜାତି ଓ ଜନଜାତି, ଦିବ୍ୟାଙ୍ଗ, ଟ୍ରାନସଜେଣ୍ଡରଙ୍କ ପାଇଁ ଶତକଡ଼ା 60 ଭାଗ ରିହାତି ବ୍ୟବସ୍ଥା ରହିଛି ।
- ପ୍ରକଳ୍ପ ସମ୍ପୂର୍ଣ୍ଣ ପରେ ହିତାଧିକାରୀଙ୍କ ରିହାତି ଅର୍ଥ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ (DBT) ମାଧ୍ୟମରେ ହସ୍ତାନ୍ତର କରାଯିବ ।
ଅଧିକ ବିବରଣୀ ଓ ସହାୟତା ନିମନ୍ତେ ବ୍ଲକରେ ଅବସ୍ଥାପିତ ସହକାରୀ ମତ୍ସ୍ୟ ଅଧିକାରୀ କିମ୍ବା ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହିତ ଯୋଗଯୋଗ କରନ୍ତୁ ।