ଛତୁ ଏକ ସ୍ୱତନ୍ତ୍ର ଶ୍ରେମୀର ଫିମ୍ପି ବା କବକ । ଏଥିରେ ହରିତକଣା ନଥିବା ଯୋଗୁଁ ଏହା ବୃକ୍ଷ ଭଳି ନିଜେ ଖାଦ୍ୟ ପ୍ରସ୍ତୁ କରିପାରେ ନାହିଁ । ଏହି ପ୍ରକାର ଫିମ୍ପି ଅନ୍ୟ ପୃଷ୍ଠଭୂମି ଯଥା-ମାଟି, ଡ଼ାଳ, ପତ୍ର ଇତ୍ୟାଦି ଉପରେ ବଢି ଏକ ସୁନ୍ଦର, ସ୍ୱଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ କରେ ।
ଆମେ ଛତୁଚାଷ କରିବା କାହିଁକି ?
- ଛତୁ ଏକ ସ୍ୱାଦିଷ୍ଟ ପୁଷ୍ଟିକର ଖାଦ୍ୟ ।
- ଏଥିରେ ପୋଷକ ତତ୍ୱ ଓ ଔଷଧୀୟ ଗୁଣ ଭରି ରହିଛି ।
- ଏହାର ଚାଷ ପ୍ରଣାଳୀ ଅତ୍ୟନ୍ତ ସହଜ ଓ ସରଳ ।
- ଏହାକୁ ଅତି ଅଳ୍ପ ଖର୍ଚ୍ଚ, କମ୍ ଯାଗା ଏବଂ ଅଳ୍ପ ସମୟ ମଧ୍ୟରେ ଚାଷ କରାଯାଇପାରେ ।
- ଆମର ଜଳବାୟୁ ଉପ-ଗ୍ରୀଷ୍ମମଣ୍ଡଳୀୟ ହୋଇଥିବାରୁ ପାଳଛତୁ ଓ ଧିଙ୍ଗିରୀ ଛତୁ ବର୍ଷସାରା ଋତୁ ଅନୁଯାୟୀ ଚାଷ କରାଯାଇପାରେ ।
- ଯୁବକ ଯୁବତୀ ଏବଂ ମହିଳାମାନଙ୍କ ପାଇଁ ଆତ୍ମନିଯୁକ୍ତି ଓ ନିଯୁକ୍ତି ସୁଯୋଗ ସୃଷ୍ଚି କରିବା ପାଇଁ ଏହା ଏକ ଉତ୍କୃଷ୍ଟ କୃଷି ଭିତ୍ତିକ ଉଦ୍ୟୋଗ ।
- ପାଳଛତୁ ଚାଷରେ ଜଣଚାଷୀ 1 ଟଙ୍କା ଖର୍ଚ୍ଚକରି 1 ଟଙ୍କା ଲାଭ ପାଇପାରିବେ ଏବଂ ଧିଙ୍ଗିରୀ ଛତୁ ଚାଷରେ 1 ଟଙ୍କା ଖର୍ଚ୍ଚକରି 2 ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ ।
- ଏହି ଚାଷ ଦ୍ୱାରା ପରିବେଶ ପ୍ରଦୂଷଣରୁ ମୁକ୍ତି ଓ ଜୈବ ପଦାର୍ଥର ଆବର୍ତ୍ତନ ହୋଇପାରୁଛି ।
- ଏହି ଚାଷମାଧ୍ୟମରେ ଧାନ/ଗହମ ନଡ଼ା, ଅଳସୀ/ ରାଶି/ ପେଶୀ /ମକା /ଧନିଚା ଡ଼ାଙ୍ଗ ତଥା ଆଖୁ ଛେଦା ଇତ୍ୟାଦି କୃଷିଜାତ ବର୍ଯ୍ୟବସ୍ତୁର ଉପଯୁକ୍ତ ବିନିଯୋଗ କରାଯାଇପାରୁଛି ।
ଏହିଚାଷକୁ ସବୁ ବର୍ଗର ଚାଷୀ ଆପଣେଇ ପାରିବେ । ନାମମାତ୍ର ଚାଷୀ ଓ ଭୂମିହୀନ ପରିବାର ନିଜର ପରିବାର ଭରଣ ପୋଷଣର ପନ୍ଥା ହିସାବରେ ଛତୁ ଚାଷକୁ ଆପଣେଇବା ସହିତ ଗ୍ରାମଞ୍ଚଳ ଓ ସହରାଞ୍ଚଳରେ ଯୁବକ ଯୁବତୀମାନେ ଛତୁ ଚାଷକୁ ବଡ଼ଧରଣରେ ବା ବ୍ୟବସାୟିକ ଭିତ୍ତିରେ କରି ନିଜକୁ ସ୍ୱବଲମ୍ବୀ ହୋଇପାରିବେ ।
ଅଧିକ ଜାଣନ୍ତୁ
- ଧିଙ୍ଗିରି ଛତୁ ଚାଷ (Oyster Mushroom)
- ପାଳଛତୁ ଚାଷ (Paddy Straw Mushroom)
- କ୍ଷୀରଛତୁ ବା ଦୁଧଛତୁ (Milky Mushroom) ଚାଷ କରିବେ କେମିତି ?
- ଛତୁ ମଞ୍ଜି ବା ସ୍ପନ ଉତ୍ପାଦନ ପ୍ରସ୍ତୁତି ପାଇଁ ଆବଶ୍ୟକ ଉପକରଣ
- ଛତୁ ମଞ୍ଜି (Mushroom Spawn Production) ପ୍ରସ୍ତୁତି
ଆମ ରାଜ୍ୟରେ ଚାଷ ଉପଯୋଗୀ ଛତୁ
1). ପାଳଛତୁ ବା ନଡ଼ାଛତୁ ବା କୁଟାଛତୁ
- ଏହିଛତୁ 15 ଦିନରେ ଅମଳ ହୁଏ ।
- ଏହା ବର୍ଷର 8 ରୁ 10 ମାସ ଚାଷ କରାଯାଇ ପାରିବ ।
- ଛତୁ ଘର ବ୍ୟତୀତ ଗଛ ଛାଇରେ ମଧ୍ୟ ସହଜରେ ଚାଷ କରାଯାଇ ପାରିବ ।
- ପ୍ରତି 1 କିଲୋ ଗ୍ରାମ ଶୁଖିଲା ନଡ଼ାରୁ 100 ରୁ 150 ଗ୍ରାମ ଛତୁ ଅମଳ ହୁଏ ।
- ଚାଷ କରାଯାଉଥିବା ସମସ୍ତ ପ୍ରକାର ଛତୁ ମଧ୍ୟରେ ପାଳଛତୁ ସବୁଠାରୁ ସ୍ୱାଦିଷ୍ଟ । ଏଥିପାଇଁ ଏହି ଛତୁର ଚାହିଦ ଏବଂ ବଜାର ଦର ଅଧିକ ରହିଥାଏ ।
2). ଧିଙ୍ଗିରୀଛତୁ /ଶାମୁକାଛତୁ
- ଏହା ଶୀତଦିନେ ଚାଷ କରାଯାଏ ।
- ସ୍ୱଳ୍ପ ଖର୍ଚ୍ଚରେ ଅଧିଧକ ଲାଭ ହୁଏ ।
- ଧାନ ନଡ଼ା ବ୍ୟତୀତ ଅନ୍ୟାନ୍ୟ ଫସଲ ଯଥା- ଗହମ ନଡ଼ା, ଅଳସୀ / ରାଶି /ପେଶୀ /ଧଣିଚା ଡ଼ାଙ୍ଗ, ମକା ଡ଼ାଙ୍ଗ ଓ ଧଣ୍ଡି ତଥା ଆଖୁଛେଦା ଇତ୍ୟାଦି କୃଷିଜାତ ବର୍ଜ୍ୟବସ୍ତୁ ବ୍ୟବହାର କରି ଏହି ଛତୁ ଚାଷ କରାଯାଇପାରେ ।
- ବିଭିନ୍ନ ପ୍ରକାର ଜୈବିକ ପଦାର୍ଥରୁ ଉତ୍ପାଦନ କରାଯାଇପାରେ ।
- ପ୍ରତି 1 କିଲୋ ଶୁଖିଲା ନଡ଼ାରୁ 800 ରୁ 1000 ଗ୍ରାମ ଛତୁ ଅମଳ ହୁଏ ।
3). ଦୁଧଛତୁ / କ୍ଷୀର ଛତୁ
- ବର୍ଷା ଏବଂ ଗ୍ରୀଷ୍ମ ଦିନେ ଚାଷ କରାଯାଏ ।
- ଅଧିକ ଦିନ ତଟକା ରୁହେ ।
- ବିଭିନ୍ନ ପ୍ରକାର ଜୈବିକ ପଦାର୍ଥରୁ ଉତ୍ପାଦନ କରାଯାଇପାରେ ।
- ପ୍ରତି 1 କିଲୋ ଶୁଖିଲା ନଡ଼ାରୁ 600 ରୁ 800 ଗ୍ରାମ ଛତୁ ଅମଳ ହୁଏ ।
4). ବୋତାମ ଛତୁ
- ନିୟନ୍ତ୍ରିତ ପରିବେଶରେ ବର୍ଷସାରା ଚାଷ କରାଯାଇପାରେ ।
- ପ୍ରତି 1 କିଲୋଗ୍ରାମ ଖତରୁ 120 ରୁ 150 ଗ୍ରାମ ଛତୁ ଅମଳ ହୁଏ ।
- ଅଧିକ ଦିନ ତଟକା ରୁହେ ।
- ଚାଷ ଖର୍ଚ୍ଚ ଅଧିକ ହୋଇଥିଲେ ମଧ୍ୟ ଲାଭ ଅଧିକ ହୋଇଥାଏ ।
ଏହି ଚାରି ପ୍ରକାର ଛତୁ ମଧ୍ୟରୁ ପାଳ ଏବଂ ଧିଙ୍ଗିରିଛତୁ ଚାଷ ଆମ ରାଜ୍ୟରେ ବ୍ୟାପକ ଭାବରେ କରାଯାଉଥିବା ବେଳେ ନିକଟ ଅତୀତରେ ବୋତାମ ଛତୁ ଚାଷ ଗୁରୁତ୍ୱ ଲାଭ କରିବା ଆରମ୍ଭ କରିଛି ।
ବିଭିନ୍ନ ଛତୁରେ ଖାଦ୍ୟ ଉପାଦାନ (ପ୍ରତି 100 ଗ୍ରାମ ସତେଜ ଛତୁରେ)
ଛତୁ | ଜଳୀୟ ଅଂଶ(%) | ଶ୍ୱେତସାର (ଗ୍ରାମ) | ପୁଷ୍ଚିସାର (ଗ୍ରାମ) | ସ୍ନେହସାର (ଗ୍ରାମ) | ତନ୍ତୁ(ଗ୍ରାମ) |
ପାଳଛତୁ | 91.08 | 0.12 | 3.07 | 0.41 | 0.59 |
ଧିଙ୍ଗିରି ଛତୁ | 89.72 | 0.51 | 4.59 | 0.91 | 0.61 |
ଦୁଧଛତୁ | 88.90 | 7.66 | 1.84 | 0.28 | 0.39 |
ବୋତାମ ଛତୁ | 89.93 | 2.51 | 3.17 | 0.86 | 0.14 |
ଅଧିକ ଜାଣନ୍ତୁ
-
ଧିଙ୍ଗିରି ଛତୁ ଚାଷ (Oyster Mushroom)
-
ପାଳଛତୁ ଚାଷ
-
କ୍ଷୀରଛତୁ ବା ଦୁଧଛତୁ ଚାଷ କରିବେ କେମିତି ?
-
ଛତୁ ମଞ୍ଜି ବା ସ୍ପନ ଉତ୍ପାଦନ ପ୍ରସ୍ତୁତି ପାଇଁ ଆବଶ୍ୟକ ଉପକରଣ
-
ଛତୁ ମଞ୍ଜି ପ୍ରସ୍ତୁତି
ଛତୁର ଔଷଧୀୟ ଗୁଣ
- ଛତୁ ଏକ ପରିପୂରକ ଖାଦ୍ୟ ।
- ଛତୁରେ ଶର୍କରା କମ୍ ଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ଉତ୍ତମ ।
- ଛତୁରେ କୋଲେଷ୍ଟେରାଲ ନଥାଏ ଏବଂ ସୋଡ଼ିୟମର ପରିମାଣ କମ୍ ଥିବାରୁ ଏହା ହୃଦରୋଗୀ ଏବଂ ରକ୍ତଚାପ ରୋଗୀଙ୍କ ପାଇଁ ଉତ୍ତମ ଖାଦ୍ୟ ।
- ଛତୁରେ ଟ୍ରିପସିନ ଜାତୀୟ ଏକ ଏନଜାଇମ ଥିବାରୁ ଏହା ସହଜରେ ହଜମ ହୁଏ ।
- ଛତୁରେ ତନ୍ତୁ ଅଂଶ ଅଧିକ ଥିବାରୁ ଏହା କୋଷ୍ଠକାଠିନ୍ୟ ଦୂର କରେ ।
- ଛତୁରେ ଲୌହ ଓ ଫଲିକ ଏସିଡ୍ ଅଧିକ ଥିବାରୁ ଏହା ଶୀରରେ ରକ୍ତହୀନତା ଦୂର କରିଥାଏ ।
- ଛତୁରେ 9 ପ୍ରକାରର ଆମିନୋ ଏସିଡ୍ ଥିବା ଏକ ଉତ୍ତମ ପୁଷ୍ଟିକର ଖାଦ୍ୟ ଅଟେ ।
ସାବଧାନତା
- ଜଙ୍ଗଲିଜାତ ସମସ୍ତ ଛତୁ ଖାଦ୍ୟ ଉପଯୋଗୀ ନୁହେଁ । ବିଷାକ୍ତ ଛତୁକୁ ଚିହ୍ନଟ କରିବା ଦରକାର ।
- ଯେକୌଣସି ସ୍ଥାନରୁ ଛତୁ ଆଣିଲେ ଏହାକୁ କିଛି ସମୟ ହଳଦୀ ପାଣିରେ ବୁଡ଼େଇ ସଫା କରିବା ଦରକାର ।