ରାଜ୍ୟରେ ଯୁବ ଟେନିସ୍ ପ୍ରତିଭା ସୃଷ୍ଟି ଉଦ୍ଦେଶ୍ୟରେ ରାଜଧାନୀରେ ସ୍ଥାପିତ ହୋଇଥିବା ଅତ୍ୟାଧୁନିକ ଟେବୁଲ୍ ଟେନିସ୍ ଏକାଡେମୀକୁ ରାଜ୍ୟ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟେବୁଲ ଟେନିସ ଏକାଡେମୀରେ ୧୬ଟି ଟିଟି ଟେବୁଲ, ସୁସଜ୍ଜିତ ଜିମ୍ନାସିୟମ୍, ଭାରୋତ୍ତୋଳନ କକ୍ଷ ଏବଂ ଚେସ୍ ଏରିଆ ସହିତ ଏକ ବିଶାଳ ଟେବୁଲ ଟେନିସ୍ ଆରିନା ରହିଛି । ସାରା ରାଜ୍ୟରେ ୩୩ଟି ଟେବୁଲ ଟେନିସ କେନ୍ଦ୍ର ନିର୍ମାଣ କରାଯାଉଛି ଏବଂ ଆସନ୍ତା ମାସ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ସେ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୯ତମ ରାଜ୍ୟ ଟେବୁଲ ଟେନିସ ଚାମ୍ପିଅନସିପ୍ ୨୦୨୩ର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଟେବୁଲ ଟେନିସ୍ ଏକାଡେମୀ ଉଦ୍ଘାଟନ ସହ ଆମେ ଟେବୁଲ ଟେନିସରେ କ୍ରୀଡ଼ା ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛୁ। ଏହି ଏକାଡେମୀ କେବଳ ଉଦୀୟମାନ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବ ନାହିଁ ବରଂ ମନୋରଞ୍ଜନ ଏବଂ ପ୍ରତିଯୋଗିତାମୂଳକ ଭାବନାର କେନ୍ଦ୍ର ଭାବରେ ମଧ୍ୟ କାର୍ଯ୍ୟ କରିବ ।
ଏହି ଅବସରରେ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।