- ଏହିଛତୁ ଚାଷ ପ୍ରଣାଳୀ ଅତି ସରଳ ।
- ଏହା ଶୀତଦିନେ ଚାଷ କରାଯାଇଥାଏ ।
- ଏହି ଛତୁର ଆକାର ଶାମୁକାପରି ।
- ଏହି ବିଭିନ୍ନ କୃଷିଜାତ ବର୍ଜ୍ୟବସ୍ତୁ ଯଥା-ଧାନ, ଗହମ, ନଡ଼ା, ଅଳସୀ, ରାଶୀ, ପେଶୀ, ଧନିଚା, ସୋରିଷ, ଆଖୁଛେଦା ଇତ୍ୟାଦିରେ ଚାଷ କରାଯାଇ ପାରୁଛି ।
- ଏହି ଛତୁର ଉତ୍ପାଦନ କ୍ଷମତା ସବୁଠାରୁ ଅଧିକ ଅର୍ଥାତ 1 କି.ଗ୍ରା. ନଡ଼ାରୁ 1 କି.ଗ୍ରା. ପର୍ଯ୍ୟନ୍ତ ଅମଳ ମିଳିଥାଏ ।
- ଯଦିଓ ଏହା ଶୀତ ଋତୁରେ ଚାଷ କରାଯାଇଥାଏ କିନ୍ତୁ ଯେକୌଣସି ଋତୁରେ ବା ସ୍ଥାନରେ ପରିବେଶକୁ ନିୟନ୍ତ୍ରିତ କରି ଧିଙ୍ଗିରୀ ଛତୁଚାଷ କରାଯାଇପାରେ
ଋତୁ | ଶୀତ |
ସମୟ | ଅକ୍ଟୋବର-ଫେବୃୟାରୀ |
ଉତ୍ତାପ | 18 ଡିଗ୍ରୀ ରୁ 30 ଡିଗ୍ରୀ |
ଆଲୋକ | 200 ଲକ୍ସ |
ଆର୍ଦ୍ରତା | 75 ରୁ 85 ପ୍ରତିଶତ |
ଅମ୍ଳତା | ଅମ୍ଳତା 6.5 ରୁ 7.0 |
ନଡ଼ାର ଆର୍ଦ୍ରତା | 65 ପ୍ରତିଶତ |
ଧିଙ୍ଗିରି ଛତୁର କିସମ
ଧିଙ୍ଗିରି ଛତୁର ଜାତି ପ୍ଲୁରିଟସ୍ । କିନ୍ତୁ ବିଭିନ୍ନ ପ୍ପଜାତିର ଧିଙ୍ଗିରୀ ଛତୁ ରହିଅଛି।
- ପ୍ଲୁରିଟସ୍ ସଜରକାଜୁ (Pleurotus sajorcaju)
- ପ୍ଲୁରିଟସ୍ ଫ୍ଲୋରିଡ଼ା (Pleurotus florida )
- ପ୍ଲୁରିଟସ୍ ଫ୍ଲବେଲଟସ୍ (Pleurotus flabellatus)
- ପ୍ଲୁରିଟସ୍ ଇଓସ୍ (Pleurotus euaos)
- ହିପସିଜାଇଗସ୍ ଅଲମାରିୟସ୍ (Hypsizygus ulmarius)
- ପ୍ଲୁରିଟସ୍ ଇରାଞ୍ଜି (Pleurotus eryngii)
ପ୍ଲୁରିଟସ୍ ସଜରକାଜୁ (Pleurotus sajorcaju)
- ଏହାର ରଙ୍ଗ କଷରା ପାଉଁଶିଆ
- ଏହା 20 ରୁ 30 ଡ଼ିଗ୍ରୀ ସେଲସିୟସରେ ଚାଷ କରାଯାଇଥାଏ ।
- ଏହାର ଅମଳ କ୍ଷମତା (Bioefficiency) 80 ରୁ 100 ପ୍ରତିଶତ ।
- ଏହା ପ୍ରାୟ ଓଡ଼ିଶାର ସବୁ ଜାଗାରେ ପରିଚିତ ।
ପ୍ଲୁରିଟସ୍ ଫ୍ଲୋରିଡ଼ା (Pleurotus florida )
- ଏହାର ରଙ୍ଗ ସମ୍ପୂର୍ଣ୍ଣ ଧଳା ।
- 18 ରୁ 28 ଡ଼ିଗ୍ରୀ ସେଲସିୟସରେ ଚାଷ କରାଯାଇଥାଏ ।
- 18 ରୁ 28 ଡ଼ିଗ୍ରୀ ସେଲସିୟସରେ ଏହାର ଅମଳ କ୍ଷମତା (Bioefficiency) 80 ରୁ 100 ପ୍ରତିଶତ । ମାତ୍ର 18 ରୁ 28 ଡ଼ିଗ୍ରୀ ସେଲସିୟସରେ ଏହାର ଅମଳ କମିଯାଏ ।
- ଏହା ପ୍ରାୟ ଓଡ଼ିଶାର ସବୁ ଜାଗାରେ ପରିଚିତ ।
ପ୍ଲୁରିଟସ୍ ଫ୍ଲବେଲଟସ୍ (Pleurotus flabellatus)
- ଏହା ଧଳରଙ୍ଗର ଏବଂ ମାଂସଳ
- ଏହା 20 ରୁ 30 ଡ଼ିଗ୍ରୀ ସେଲସିୟସରେ ଚାଷ କରାଯାଇଥାଏ ।
- ଏହାର ଅମଳ କ୍ଷମତା (Bioefficiency) 70 ରୁ 80 ପ୍ରତିଶତ ।
ପ୍ଲୁରିଟସ୍ ଇଓସ୍ (Pleurotus euaos)
- ଏହି ପ୍ରଜାତିର ଛତୁର ରଙ୍ଗ ଗୋଲାପି । ଟିକିଏ ଗରମ ହେଲେ ଏହାର ରଙ୍ଗ କମିଆସେ ।
- ଏହା 18 ରୁ 30 ଡ଼ିଗ୍ରୀ ସେଲସିୟସରେ ଚାଷ କରାଯାଇଥାଏ ।
- ଏହାର ଅମଳ କ୍ଷମତା (Bioefficiency) 70 ରୁ 80 ପ୍ରତିଶତ ।
ହିପସିଜାଇଗସ୍ ଅଲମାରିୟସ୍ (Hypsizygus ulmarius)
- ଏହା ପ୍ରଜାତିର ଛତୁର ରଙ୍ଗ ନୀଳ ।
- ଏହା 20 ରୁ 30 ଡ଼ିଗ୍ରୀ ସେଲସିୟସରେ ଚାଷ କରାଯାଇଥାଏ ।
- ଏହିଛତୁ କଢ ଅବସ୍ଥାରେ ନୀଳରଙ୍ଗ ଦେଖାଯାଏ ଓ ପରେ ପରେ ଏହା ଧଳା ଦେଖାଯାଇଥାଏ ।
- ଏହାର ଅମଳ କ୍ଷମତା (Bioefficiency) 100 ରୁ 120 ପ୍ରତିଶତ ।
- ଓଡ଼ିଶାରେ ଏହିଛତୁର ଚାହିଦା ରହିଛି ।
ପ୍ଲୁରିଟସ୍ ଇରାଞ୍ଜି (Pleurotus eryngii)
- ଏହି ପ୍ରଜାତିର ଛତୁର ରଙ୍ଗ ଧୂସର ।
- ଏହା 20 ରୁ 30 ଡ଼ିଗ୍ରୀ ସେଲସିୟସରେ ଚାଷ କରାଯାଇଥାଏ ।
- ଏହାର ଅମଳ କ୍ଷମତା (Bioefficiency) 80 ରୁ 90 ପ୍ରତିଶତ ।
ଧିଙ୍ଗିରିଛତୁ ଚାଷ ପାଇଁ ଆବଶ୍ୟକ ଉପାଦାନ
ପୃଷ୍ଠଭୂମି (Substrate)
- ଧାନ ନଡ଼ା, ଗହମ ନଡ଼ା, ଅଳସୀ ଡ଼ାଙ୍ଗ, ପେଶୀ ଡ଼ାଙ୍ଗ, ସୋରିଷ ଡ଼ାଙ୍ଗ, ଧନିଚା ଡ଼ାଙ୍ଗ, ଆଖୁଛେଦା, ମକା ନାଡ଼ ଇତ୍ୟାଦି ବିଭିନ୍ନ ଫସଲ ଅଂଶକୁ ବ୍ୟବହାର କରି ଧିଙ୍ଗିରି ଛତୁ ଚାଷ କରାଯାଇପାରେ ।
- 1 ରୁ 2 ମାସ ପୁରୁଣା ନଡ଼ା ଧିଙ୍ଗିରୀ ଛତୁ ଚାଷ ପାଇଁ ସର୍ବୋତ୍ତମ ।
ମଞ୍ଜି ବା ବିହନ
- ଧିଙ୍ଗିରି ଛତୁ ମଞ୍ଜିର ରଙ୍ଗ ସର୍ବଦା ଧଳା ।
- ଯଦି ଧିଙ୍ଗିରି ଛତୁ ରଙ୍ଗିନ୍ ପ୍ରଜାତିର ହୋଇଥାଏ, ତେବେ ମଞ୍ଜିର ରଙ୍ଗ ଇଷତ୍ ଗୋଲାପି କିମ୍ବା ଇଷତ୍ ହଳଦିଆ ହୋଇଥାଏ ।
- 20 ରୁ 25 ଦିନର ପୁରୁଣା ଛତୁ ମଞ୍ଜି ଛତୁଚାଷ ପାଇଁ ଉତ୍ତମ ।
ପରିପୂରକ ଖାଦ୍ୟ
- ଗୋଟା ବିହନକୁ ଅଧା ସିଝା ଅବସ୍ଥାରେ କାଢି ଅଳ୍ପ ଶୁଖାଇ ବ୍ୟବହାର କରିବା ।
- ସିଝାଇବା ବେଳେ ଗହମ ଯଦି ଫାଟିଯାଏ, ତେବେ ତାକୁ ବ୍ୟବହାର କରିବେ ନାହିଁ ।
- ଗହମ ପୋକଡ଼ା ନହୋଇ ଉତ୍ତମ ମାନର ହୋଇଥିବା ଆବଶ୍ୟକ ।
ପଲିଥିନ୍
- ପଲିଥିନର ଆକାର 65 x 35 ସେ.ମି. କିମ୍ବା 80 x 40 ସେ.ମି. ହୋଇଥିବ ।
- ଏହାର ରଙ୍ଗ ଧଳା ଓ ସ୍ୱଚ୍ଛ ହୋଇଥିବା ଆବଶ୍ୟକ
ଧିଙ୍ଗିରିଛତୁ ଚାଷ ପ୍ରଣାଳୀ
- ନଡା କିମ୍ବା କୁଟାକୁ ନେଇ 2-2.5 ଇଞ୍ଚ ସାଇଜର କାଟି ଦିଅନ୍ତୁ । ନଡ଼ା କାଟିବା ପାଇଁ ଦାଆ କିମ୍ବା ମେସିନ୍ ଚାଳିତ ନଡ଼ାକଟା ଯନ୍ତ୍ର ବ୍ୟବହାର କରାଯାଇ ପାରେ ।
- କଟାନଡ଼ାକୁ ଏକ କୁଣ୍ଡରେ 6 ଘଣ୍ଟା ବତୁରାଇ ଦେବେ । ନଡ଼ାକୁ କୁଣ୍ଡରୁ ଛାଣି ଗରମ ପାଣି ବ୍ୟବହାର କରି ବିଶୋଧନ କରିବେ ।
- ବିଶୋଧିତ ନଡ଼ାକୁ ଛାଇରେ କିଛି ସମୟ ଶୁଖାଇ ଦେବେ, ଯେପରିକି ଏହାର ଆର୍ଦ୍ରତା 65 ପ୍ରତିଶତ ରହିବ । ଅର୍ଥାତ ଚିପୁଡ଼ିଲେ ପାଣି ବାହାରୁ ନଥିବ, କିନ୍ତୁ ହାତକୁ ଓଦା ଲାଗୁଥିବ ।
- ଆବଶ୍ୟକ ପରିମାଣ ଗହମକୁ 1-2 ଘଣ୍ଟା ପାଣିରେ ବତୁରାଇ ଦେବେ ଏବଂ ତାପରେ ଏହାକୁ ସିଝାଇ ଦେବେ । କିନ୍ତୁ ନଜର ରଖିବେ ସିଝାଇବା ବେତେ ଗହମ ଯେପରି ଫାଟି ନଯାଏ ।
- ସିଝା ଗହମକୁ ଅଳ୍ପ ସମୟ ଛାଇରେ ଖେଳେଇ ଦେବେ । ସମ୍ପୂର୍ଣ୍ଣ ପାଣି ଛାଡ଼ିଗଲା ପରେ ଗହମକୁ 4 ଭାଗ କରିଦେବେ ।
- ସମ୍ପୂର୍ଣ୍ଣ ଫିମ୍ପି ମାଡ଼ିଥିବା ବିହନକୁ ଛତୁ ଚାଷ ପାଇଁ ବ୍ୟବହାର କରିବେ । ଏକ ବିଶୋଧିତ ସାଇକେଲ ସ୍ପୋକ୍ କିମ୍ବା ଲମ୍ବା ଖାଡ଼ି ଦ୍ୱାରା ବିହନକୁ ବୋତଲ ଭିତରୁ କାଢ଼ି 4 ଭାଗ କରିଦେବେ ।
- ପଲିଥିନ୍ ବ୍ୟାଗକୁ ଗୋଟିଏ ପଟରୁ ସୁତୁଲି କିମ୍ବା ରବର ବ୍ୟାଣ୍ଡ ସାହାଯ୍ୟରେ ବାନ୍ଧି ଏକ ବ୍ୟାଗ୍ ପ୍ରସ୍ତୁତ କରିବେ । ଏହି ବ୍ୟାଗ୍ ମଧ୍ୟରେ ବିଶୋଧିତ ନଡ଼ା, ସିଝା ଗହମ ଏବଂ ଛତୁ ମଞ୍ଜିକୁ ସ୍ତର ସ୍ତର କରି ସଜାଇ ରଖି ଛତୁ ବେଡ଼୍ ପ୍ରସ୍ତୁତ କରାଯାଇଥାଏ ।
- ବେଡ୍ ପ୍ରସ୍ତୁତି ପାଇଁ ପ୍ରଥମ ସ୍ତରରେ ପଲିଥିନ୍ ମଧ୍ୟରେ 6 ଇଞ୍ଚ ବହଳରେ ନଡ଼ାକୁ ଚିପି ଚିପି ଭର୍ତ୍ତି କରିବେ ।
- ଭର୍ତ୍ତି କରାଯାଇଥିବା ନଡ଼ା ଉପରେ ଏକ ଭାଗ ମଞ୍ଜି ଓ ଏକ ଭାଗ ସିଝା ଗହମ ରଖିବେ । ଧ୍ୟାନ ଦେବେ ଯେପରି ମଞ୍ଜି ଓ ଗହମ ନଡ଼ା ଉପରେ ମଞ୍ଜି ଅଂଶରେ ନରହି କେବଳ କରେ କରେ ରହିବ ।
- ସେହିପରି 2ୟ ଓ 3 ସ୍ତରରେ 6 ଇଞ୍ଚ ଲେଖାଏଁ ନଡ଼ା ଦେଇ ମଞ୍ଜି ଓ ଗହମକୁ ସିଞ୍ଚନ କରିବେ ।
- ଶେଷ ସ୍ତର ଅର୍ଥାତ୍ 4 ର୍ଥ ସ୍ତରରେ 6 ଇଞ୍ଚ ବହଳରେ ନଡ଼ା ଦେଇ ତା ଉପରେ ବଳକା ଏକ ଭାଗ ଗହମ ଏବଂ ଏକ ଭାଗ ମଞ୍ଜିକୁ ଖେଳାଇ ରଖିବେ । ଏହି ସ୍ତରରେ ମଞ୍ଜି ଓ ଗହମ ଅନ୍ୟ ତିନିସ୍ତର ପରି କେବେଳ କଡ଼େ କଡ଼େ ନରହି ନଡ଼ାର ଉପରେ ସମ୍ପୂର୍ଣ୍ଣ ଭାବରେ ଖେଳାଇ ଦିଆଯାଏ । ଏହା ଉପରେ 2 ଇଞ୍ଚ ବହଳର ନଡ଼ାକୁ ଘୋଡାଇ ଦିଆଯାଏ ।
- ଏହା ପରେ ନଡ଼ାର ଉପରି ଭାଗରେ ହାଲୁକା ଚାପା ଦେଇ ବ୍ୟାଗ ଭିତରେ ନଡ଼ାକୁ ଦବାଇ ଦେବ ଏବଂ ବ୍ୟାଗଟିର ମୁହଁକୁ ସୁତୁଲି କିମ୍ବା ରବର ବ୍ୟାଣ୍ଡ ବ୍ୟବହାର କରି ବାନ୍ଧି ଦେବେ । ପ୍ରତ୍ୟେକ ବ୍ୟାଗରେ 10-12 ଟି କଣା କରି ଏକ ଅନ୍ଧାରୁଆ ଘରେ ରଖିବେ । ବ୍ୟାଗଗୁଡ଼ିକୁ ମୂଷା ଓ ପିମ୍ପୁଡ଼ିମାନଙ୍କର ପ୍ରାଦୁର୍ଭାବ ରକ୍ଷା କରିବା ପାଇଁ ବନ୍ଦୋବସ୍ତ କରିବେ ।
- 15 ଦିନ ଅନ୍ଧାର ଘରେ ରଖାଯାଇଥିବା ଛତୁ ବ୍ୟାଗରେ ଫିମ୍ପି ମାଡ଼ି ବ୍ୟାଗ୍ ଗୁଡିକୁ ସମ୍ପୂର୍ଣ୍ଣ ଧଳା ଦେଖାଯିବ ।
- ଏହା ପରେ ବ୍ୟାଗର ଜରିଟିକୁ ବାହାର କରିଦେବେ । ଏହି ବ୍ୟାଗ୍ ଗୁଡ଼ିକୁ ଦଉଡ଼ି ଶିକାରେ ଝୁଲାଇ ଦେବେ । ଊାଡ଼ି ଥିବା ଛତୁ ଘର ଥିଲେ ଭାଡ଼ି ଗୁଡ଼ିକରେ ଫିମ୍ପି ଭରା ବ୍ୟାଗ୍ ଗୁଡ଼ିକୁ ସଜାଇ ରଖିବେ ।
- ଏହାର 2-3 ଦିନ ମଧ୍ୟରେ ଛତୁର କଢ ବାହାରି ଆସିବ ।
- 20 ଦିନ ବେଳକୁ ଛତୁ ତୋଳିବା ପାଇଁ ଉପଯୁକ୍ତ ହୋଇଯିବ । ପ୍ରଥମ ଥର ତୋଳିଲା ପରେ ପ୍ରତିଦିନ 2 ଥର ଛତୁ ବେଡରେ ପାଣି ସିଞ୍ଚନ କରିବେ ।
- ତାପରେ 4-5 ଦିନ ଛାଡ଼ି 2ୟ ଛତୁ ବାହାରି ଆସିବ ।
- ଏହି ପରି ଭାବରେ ପ୍ରତି 4-5 ଦିନ ଅନ୍ତରରେ ଛତୁ ବାହାରିବ ।
- ଛତୁ ଫୁଟୁଥିବା ବେଡ଼ରେ ଆବଶ୍ୟକ ପରିମାଣ ପାଣି ଦିନକୁ ଦୁଇଥର ସିଞ୍ଚନ କରିବେ ଯେପରି ବେଡ଼ର କଢ଼ ଶୁଖିନଯାଏ ।
- ପ୍ରତ୍ୟେକ ବେଡ଼ରୁ 2 ମାସ ରେ ଅତିକମରେ 1.5 – 2.0 କି.ଗ୍ରା. ଛତୁ ଅମଳ କରାଯାଇ ପାରିବ ।
ନଡ଼ା ବିଶୋଧନ ପ୍ରଣାଳୀ
- ବତୁରା ନଡ଼ାକୁ ଆଗେ ପରିଷ୍କାର ସ୍ଥାନରେ ସମ୍ପୂର୍ଣ୍ଣ ଖରାରେ 2-3 ଘଣ୍ଟା ଶୁଖାଇଦେବେ । ନଡ଼ାରୁ ଆଂଶିକ ଭାବରେ ପାଣି ଛାଡ଼ିଗଲା ପରେ ଏହାକୁ ଏକତ୍ର ଗଦାକରି ତା ଉପରେ ଏକ ଧଳା ଓ ସ୍ୱଚ୍ଛ ପଲିଥିନ ଚାଦର ଘୋଡାଇଦେବେ । ନଡ଼ାରେ ଥିବା ଆଂଶିକ ଜଳୀୟ ଅଂଶ ଓ ପଲିଥିନ୍ ମଧ୍ୟରେ ସୃଷ୍ଟି ହୋଇଥିବା ଅଧିକ ତାପମାତ୍ରା ନଡ଼ାକୁ ବିଶୋଧନ କରିବାରେ ସାହାଯ୍ୟ କରିବ । ଏହାପରେ ନଡ଼ାକୁ ଉପଯୁକ୍ତ ଆର୍ଦ୍ରତା (65 ଶତକଡ଼ା) ରଖିବା ପର୍ଯ୍ୟନ୍ତ ଶୁଖାଇଦେବେ । କିମ୍ବା
- ବତୁରା ନଡ଼ାକୁ ଆଣି ବସ୍ତାରେ ଭର୍ତ୍ତିକରି ଅଟୋକ୍ଲେଭରେ 30 ମିନିଟ୍ ପର୍ଯ୍ୟନ୍ତ ବିଶୋଧନ କରିବେ ।
ବିଶେଷ ସତର୍କତା
- ନଡ଼ାର ଆର୍ଦ୍ରତା 65 ପ୍ରତିଶତ ରଖିବେ ।
- ନଡ଼ାର ଅମ୍ଲତା ଲାଲ୍ ଲିଟମସ୍ ପେପର ଦ୍ୱାରା ପରିକ୍ଷାକରି 6-7 ଅମ୍ଳତାରୁ ଅଧିକ ଥିଲେ 2 ପ୍ରତିଶତ ଚୂନ ପକାଇ ନଡ଼ାକୁ ବତୁରାଇବେ ।
- ନଡାକୁ ନିଶ୍ଚିତ ରୂପେ ବିଶୋଧନ କରିବେ ଏବଂ ବିଶୋଧନ କରିବା ପାଇଁ ଫର୍ମାଲିନ୍ ବ୍ୟବହାର କରିବେ ନାହିଁ ।
ଅମଳ ପରବର୍ତ୍ତୀ ଯତ୍ନ
- ଛତୁକୁ ତୁସମୟ ଅନୁସାରେ ଅର୍ଥାତ୍ ଅଗ୍ରଊାଗ ମୋଡ଼ି ହୋଇନଥିବ, ତାପୂର୍ବରୁ ତୋଳିବା ଆବଶ୍ୟକ
- ଛତୁରୁ କାଟା, କାଠି, ବାଲି ଲାଗିଥିବ ତାକୁ ପରିଷ୍କାର ଭାବରେ ସଫା କରିଦେବେ ।
- 500 ଗ୍ରାମ ଧରିବା ଭଳିଆ ଛୋଟ ଛୋଟ କଣାଥିବା ପଲିପ୍ରୋପାଇଲ୍ ବ୍ୟାଗରେ ଭର୍ତ୍ତି କରିବେ । ଏହାକୁ କାର୍ଟୁନ୍ଲ ପେଟିରେ ଭର୍ତ୍ତିକରି ବଜାରକୁ ଛାଡ଼ିଲେ ଛତୁ ନଷ୍ଟ ହେବାର ସମ୍ଭାବନା ନଥାଏ ଓ ଛତୁ ଅଧିକ ଦିନ ରହିପାରେ ।
- ଛତୁ ଯଦି ବିକ୍ରିନହେଲା, ତେବେ ଛତୁକୁ ଶୁଖାଇ 6-8 ମାସ ପର୍ଯ୍ୟନ୍ତ ସାଇତି ରଖି ପାରିବେ ।
ଅଧିକ ଜାଣନ୍ତୁ
ଧିଙ୍ଗିରୀଛତୁ ଚାଷରେ ସମସ୍ୟା ଓ ଏହାର ନିରାକରଣ
ଛତୁବେଡରେ ଫିମ୍ପି ନ ମାରି କଳା କଳା ଦେଖାଯାଉଥିଲେ
କାରଣ-
- ନଡ଼ାରେ ଅଧିକ ପାଣି ରହିଯାଇଛି ।
- ବେସନ ଓ ମଞ୍ଜି ଓଦା ହୋଇ କଳା ହୋଇଯାଇଥାଇପାରେ ।
- ଖରାପ ମଞ୍ଜିର ବ୍ୟବହାର ହୋଇଥାଇ ପାରେ ।
ନିରାକରଣ
- ନଡ଼ାର ଆର୍ଦ୍ରତା (65 ପ୍ରତିଶତ ) ପରିଚାଳନା କରନ୍ତୁ ।
- ଉତ୍ତମ ମାନର ମଞ୍ଜି ବ୍ୟବହାର କରନ୍ତୁ ।
ଯଦି ଛତୁ ବେଡର ସବୁଆଡ଼େ ସମାନ ଫଳ ଆସୁନଥାଏ
କାରଣ-
- ଛତୁ ଘରର ଉତ୍ତାପ ଖୁବ୍ କମ୍ ବା ଅଧିକ ହୋଇଥାଇପାରେ ।
- ଛତୁ ଘରର ଆପେକ୍ଷିକ ଆର୍ଦ୍ରତା ଯଦି ଠିକ୍ ରହୁନଥିବ ।
- ଖରାପ ମଞ୍ଜିର ବ୍ୟବହାର ବ୍ୱାରା ।
ନିରାକରଣ-
- ଛତୁ ଖରେ ଠିକ୍ ତାପମାତ୍ରା ବା ଉତ୍ତାପ 25 ରୁ 38 ଡ଼ିଗ୍ରୀ ପରିଚାଳନା କରନ୍ତୁ ।
- ବେଡ଼ର ସବୁପଟକୁ ଆଲୋକ ଓ ବାୟୁ ଚଳାଚଳ ବ୍ୟବସ୍ଥା କରନ୍ତୁ ।
ଛତୁ ବେଡରେ ଗୋବର ଛତୁ ଦେଖାଯାଉଥିଲେ
କାରଣ-
- ପୁରୁଣା ଖତରା ନଡ଼ା ବ୍ୟବହାର କରୁଥିଲେ
- ନଡ଼ାକୁ ଠିକ୍ ଭାବରେ ବିଶୋଧନ କରାଯାଇନଥିଲେ
- ବତୁରାଇବା କୁଣ୍ଡରେ ପାଣଇ ପରିବର୍ତ୍ତନ ନକରି ପୁନର୍ବାର ବତୁରାଉଥିଲେ ।
ନିରାକରଣ-
- ଉତ୍ତମ ମାନର ନଡ଼ା ବ୍ୟବହାର କରନ୍ତୁ
- ନଡ଼ାକୁ ଗରମ ପାଣିରେ ବା ସୂର୍ଯ୍ୟକିରଣରେ ଶୁଖାଇ ବିଶୋଧନ କରନ୍ତୁ ।
- ବତୁରାଇବା କୁଣ୍ଡକ ପାଣିକୁ ପ୍ରତିଦିନ ପରିବର୍ତ୍ତନ କରନ୍ତୁ ।
ଛତୁ ବେଡରେ ଫଳ ଗୋଟମା ହେଉଥିଲେ
କାରଣ-
- ପୁରୁଣା ଖତରା ନଡ଼ା ବ୍ୟବହାର କରୁଥିଲେ
- ନଡ଼ାର ଅମ୍ଳତା ଠିକ୍ ଭାବରେ ପରିଚାଳନା କରୁନଥିଲେ ।
- ଘର ଭିତରେ ଅଙ୍ଗାରକାମ୍ଳ ବା ବିଷାକ୍ତ ଗ୍ୟାସର ସାନ୍ଧ୍ରତା ବଢିବା ଦ୍ୱାରା ।
ନିରାକରଣ-
- ନଡ଼ାର ଅମ୍ଳତା ଲାଲ୍ ଲିଟମସ୍ ପେପର ଦ୍ୱାରା ପରୀକ୍ଷା କରି (6 ରୁ 7) 2 ପ୍ରତିଶତ ଚୂନ ଗୁଣ୍ଡ ପ୍ରୟୋଗ କରିବେ
- ଗୃହରେ ଉତ୍ତମ ବାୟୁ ଚଳାଚଳ ବ୍ୟବସ୍ଥା କରିବେ ।
ଛତୁ ବେଡ଼ରୁ ଫଳ କମିଲେ
କାରଣ-
- ନୂଆନଡ଼ା ବ୍ୟବହାର କରୁଥିଲେ ।
- ପୁରୁଣା ମଞ୍ଜି (1ମାସରୁ ଉର୍ଦ୍ଧ୍ୱ) କୁ ବ୍ୟବହାର କରୁଥିଲେ ।
- ଖରାପ ପଞ୍ଜି (କଳା ଓ ନୀଳ ଫିମ୍ପି ଥିବା) ବ୍ୟବହାର କରୁଥିଲେ ।
- ଉପଯୁକ୍ତ ପାଣିପାଗର ଅଭାବ ହେଉଥିଲେ ।
ନିରାକରଣ-
- 2 ମାସର ଶୁଖିଲା ନଡ଼ା ବ୍ୟବହାର କରନ୍ତୁ ।
- 15-25 ଦିନର ମଞ୍ଜି ବ୍ୟବହାର କରନ୍ତୁ ।
- କଳା ଓ ନୀଳ ଫିମ୍ପି ମାଡିନଥିବା ଉତ୍ତମ ମାନର ଛତୁମଞ୍ଜି ବ୍ୟବହାର କରନ୍ତୁ ।
- ଉପଯୁକ୍ତ ପାଣି ପାଗ ଦେଖି ଚାଷ କରନ୍ତୁ ।