ପାଳଛତୁର ଉପାଦେୟତା
- ପାଳଛତୁର ଅନନ୍ୟ ସ୍ୱାଦ ପାଇଁ ଏହାର ଚାହିଦା ସର୍ବାଧିକ ।
- ସମ୍ପୂର୍ଣ୍ଣ ଜୈବିକ ଖାଦ୍ୟ
- ନିରାମିଶାଷୀଙ୍କ ପାଇଁ ସର୍ବାଧିକ ପସନ୍ଦ ।
- ଏହାର ଫସଲ ଅବଧି ନ୍ୟୁନତମ (15ଦିନ)
- ଆମ ରାଜ୍ୟର ଜଳବାୟୁରେ 8 ମାସ ସଫଳ ଭାବରେ ଚାଷ କରାଯାଇପାରୁଛି ।
- ଏହାର ଚାଷ ପଦ୍ଧତି ସହଜ ଓ ସରଳ
- ସ୍ୱଳ୍ପ ଖର୍ଚ୍ଚରେ ଅଧିକା ଲାଭ ଦିଏ ।
- ଏହି ଚାଷରେ ସ୍ୱଳ୍ପ ଜମିର ଆବଶ୍ୟକତା ହୋଇଥାଏ ।
- ଆତ୍ମନିଯୁକ୍ତି ଓ ନିଯୁକ୍ତିର ସୁଯୋଗ ଦେଇଥାଏ ।
- ପରିବେଶ ସୁରକ୍ଷା, ଆର୍ଥିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା ପାଇଂ ଏକ ଉତ୍ତମ ପନ୍ଥା ।
- ଏହି ଛତୁର ସଂରକ୍ଷଣ ଅବଧି ଖୁବ୍ କମ୍ (କଢ ଅବସ୍ଥାରେ ଅମଳ ପରେ 1 ଦିନରୁ ଅଧିକ ସମୟ ରହିପାରେ ନାହିଁ )
- ଏହାର ଜୈବ ଦକ୍ଷତା ଅତ୍ୟନ୍ତ କମ୍ (10 ପ୍ରତିଶତ)
ଆବଶ୍ୟକୀୟ ପରିବେଶ
ଋତୁ | ଗ୍ରୀଷ୍ମ ଓ ବର୍ଷା |
ସମୟ | ଫେବୃୟାରୀ-ଅକ୍ଟୋବର |
ଉତ୍ତାପ | 250 -380 ସେଲସିୟସ |
ବାୟୁମଣ୍ଡଳର ଆର୍ଦ୍ରତା | 80-85 ପ୍ରତିଶତ |
ଆଲୋକ | 1000 ଲକ୍ସ |
ଅମ୍ଳତା | 6.5 – 7.0 |
ନଡ଼ାର ଆଦ୍ରତା | 65 ପ୍ରତିଶତ |
ଶୀତ ଦିନେ ପଲିହାଉସରେ ଉତ୍ତାପ ଓ ଆଦ୍ରତାକୁ ନିୟନ୍ତ୍ରିତ କରି ପାଳ ଛତୁ ଚାଷ କରାଯାଇପାରେ ।
ଛତୁ ଚାଷ ପାଇଁ ସ୍ଥାନ ଚୟନ
- ପାଳଛତୁ ନିମ୍ନମତେ ଦର୍ଶାଯାଇଥିବା ବିଭିନ୍ନ ସ୍ଥାନରେ ଚାଷ କରାଯାଇପାରେ ।
- ଆଂଶିକ ଖରା ପଡ଼ୁଥିବା ବାରି ଅଗଣାରେ
- ଆଂଶିକ ଗଛ ଛାଇ ପଡ଼ୁଥିବା ସ୍ଥାନରେ
- ଡ଼ାଳପତ୍ର ପକାଇ ପ୍ରସ୍ତୁତ ଚାମୁଣ୍ଡିଆ ତଳେ
- ଅସ୍ଥାୟୀ ଚାଳ ଛପର ତଳେ
- ସବୁଜ ଛାୟା ଗୃହରେ
- ଚାଳ ବା ଆଜବେଷ୍ଟସ୍ ଘରେ
- ଆବଦ୍ଧ ପଲିହାଉସରେ (ଶୀତ ଦିନ ପାଇଁ ଉପଯୁକ୍ତ)
ଧ୍ୟାନଦେବା
ଛୁତଚାଷ କରିବା ସ୍ଥାନ ସର୍ବଦା ପରିଷ୍କାର ପରିଚ୍ଛନ ରହିବା ଆବଶ୍ୟକ । ଚାଷ ହେଉଥିବା ସ୍ଥାନ ସନ୍ତସନ୍ତିଆ ନହୋଇଥିବା ତଥା ଗାଈଗୁହାଳ ବା ମୁତ୍ରାଶୟ ସ୍ଥାନଠାରୁ ଦୂରରେ ହୋଇଥିବା ଆବଶ୍ୟକ ।
ଛତୁଚାଷ ପାଇଁ ଆବଶ୍ୟକୀୟ ସ୍ଥାୟୀ ଉପକରଣ
ଛତୁଘର
- ପୂର୍ବ ବର୍ଣ୍ଣିତ ଯେକୌଣସି ସ୍ଥାନରେ ପାଳ ଛତୁ ଚାଷ କରାଯାଇପାରିବ ।
- ଚାଷ କରାଯାଉଥିବା ସ୍ଥାନରେ ଆଂଶିକ ଆଲୋକ ଏବଂ ବାୟୁ ଚଳାଚଳ ହେଉଥିବା ଆବଶ୍ୟକ ।
ନଡ଼ା ବତୁରାଇବା କୁଣ୍ଡ
- ଇଟା, ସିମେଣ୍ଟ ନିର୍ମିତ କୁଣ୍ଡ ପ୍ରସ୍ତୁତ କରିବେ ।
- ଭୂମିରେ ପ୍ରସ୍ତୁତ ଆଗଭୀର ଗାତରେ ଜରି ପକାଇ ଅସ୍ଥାୟୀ କୁଣ୍ଡ ପ୍ରସ୍ତୁତ କରାଯାଇପାରେ ।
- ନଡ଼ା ପରିମାଣକୁ ନଜରେ ରଖି କୁଣ୍ଡର ଆକାର ସ୍ଥିର କରିବେ ।
ଥାକ ବା ଭାଡ଼ି
- ଭୂମିଠାରୁ 6 ଇଞ୍ଚ ଛାଡ଼ି ଛତୁ ପକାଇବା ପାଇଁ କାଠ, ବାଉଁଶ ବା ଲୁହା ପାଇପ୍ ବ୍ୟବହାର କରି ଭାଡ଼ି ପ୍ରସ୍ତୁତ କରିବେ ।
- ଭାଡ଼ି ଗୁଡ଼ିକ 1.5 ଫୁଟ ଚଉଡ଼ା ଓ ଆବଶ୍ୟକ ଅନୁସାରେ ଲମ୍ବ ହେବା ଦରକାର ।
- ପ୍ରତ୍ୟେକ ଭାଡ଼ି 2 ବା 3 ଥାକ ବିଶିଷ୍ଟ କରାଯାଇ ପାରେ । ପ୍ରତ୍ୟେକ ଥାକ ମଧ୍ୟରେ 2.5 ଫୁଟ୍ ବ୍ୟବଧାନ ରହିବା ଆବଶ୍ୟକ ।
ନଡ଼ା କଟା ଯନ୍ତ୍ର
- ଦାଆ କୁ ଖୁଣ୍ଟରେ ବାନ୍ଧି ନଡ଼ା କଟାଯାଇପାରିବ ।
- କାଠପଟା ଉପରେ ଲୁହା ନିର୍ମିତ କଟର କିମ୍ବା ବିଦ୍ୟୁତ ଚାଳିତ ନଡ଼ାକଟା ଯନ୍ତ୍ର ସାହାଯ୍ୟରେ ଅଳ୍ପ ସମୟରେ ଅଧିକ ନଡ଼ା କାଟି ପରିବା ।
ପଲିଥିନ ଚାଦର
- 2 x 2 x 2 ଫୁଟ୍ ଆକାରର ଛତୁ ବେଡ୍ ଘୋଡାଇବା ପାଇଁ 6 x 6 ଫୁଟ୍ ଆକାରର ଧଳା ପଲିଥିନ୍ ଆବଶ୍ୟକ ।
ଜଳ ସିଞ୍ଚନ ଯନ୍ତ୍ର
- ଛୁତ ବେଡରେ ପାଣି ସିଞ୍ଚନ କରିବା ପାଇଁ ହସ୍ତଚାଳିତ ସ୍ପ୍ରେୟାର ବ୍ୟବହାର କରାଯାଇପାରେ ।
ଥର୍ମୋହାଇଗ୍ରୋମିଟର
- ଛତୁ ଘରର ଉତ୍ତାପ ଓ ଆର୍ଦ୍ରତା ଜାଣିବା ପାଇ ଥର୍ମୋହାଇଗ୍ରୋମିଟର ଯନ୍ତ୍ର ବ୍ୟବହାର ହୁଏ ।
ଛତୁ ଚାଷ ପାଇଁ ଆବଶ୍ୟକୀୟ ଉତ୍ପାଦନ ସାମଗ୍ରୀ
ଛତୁମଞ୍ଜି
- ଉତ୍ତମ ପାଳଛତୁ ମଞ୍ଜିର ରଙ୍ଗ ଉଷତ୍ ଧଳା, ଇଷତ୍ ହଳଦିଆ ଓ ଇଷତ୍ ବାଦାମି ରଙ୍ଗର ହୋଇଥାଏ ।
- ମଞ୍ଜି ବୋତଲରେ ସବୁଆଡ଼େ ସମାନ ଭାବରେ ଫିମ୍ପି ମାଡ଼ିଥିଲେ ଏହା ଉତ୍କୃଷ୍ଟ ଅଟେ ।
- ବିଶ୍ୱସନୀୟ ସଂସ୍ଥାରୁ ମଞ୍ଜି କିଣିବା ସହିତ ଛତୁ ମଞ୍ଜି କିଣିଲାବେଳେ ଛତୁ ମଞ୍ଜିର ଅବଧି ବୁଝିବେ ।
- ପ୍ରତ୍ୟେକ ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରରେ ଉନ୍ନତ ମାନର ଛତୁ ବିହନ ପ୍ରସ୍ତୁତ ତଥା ବିକ୍ରୟ କରାଯାଏ ।
ନଡ଼ା
- ସବୁ ପ୍ରକାରର ଧାନ ନଡ଼ାରେ ଛତୁଚାଷ କରାଯାଇପାରିବ ।
- ପୁରୁଣା ନଡ଼ା (କମ୍ ସେ କମ୍ ଅମଳରୁ 2 ମାସ ପରେ ) ହୋଇଥିବା ଆବଶ୍ୟକ, କିନ୍ତୁ ଏହା ପାଣି ଖାଇ ନଷ୍ଟ ହୋଇ ନଥିବା ଉଚିତ୍ ।
ଅତିରିକ୍ତ ଖାଦ୍ୟ
- ଯେକୌଣସି ପ୍ରକାର ଡ଼ାଲିଗୁଣ୍ଡ ଅତିରିକ୍ତ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ ।
- ଡ଼ାଲିଗୁଣ୍ଡ ପୁରୁଣା କିମ୍ବା ପୋକଖିଆ ହୋଇ ନଥିବା ଉଚିତ୍ ।
- ଡ଼ାଲିଗୁଣ୍ଡ ସହ ଚୋକଡ଼ ସମ ପରିମାଣରେ ମିଶାଇ ମଧ୍ୟ ବ୍ୟବହାର କରିପାରିବେ ।
ଚାଷ ପ୍ରଣାଳୀ
- ନଡାରୁ ଚୋପା ପତ୍ର କାଢି 1.5 ରୁ 2 ଫୁଟ ଲମ୍ବାରେ ନଡ଼ାକୁ କାଟନ୍ତୁ । 1.5×5 x1.5 ଫୁଟ ଆକୃତିର ଛତୁ ବେଡ୍ ପାଇଁ 1.5 ଫୁଟ ଲମ୍ବା ଏବଂ 2 x2x 2 ଫୁଟ ଆକୃତିର ଛତୁ ବେଡ୍ ପାଇଁ 2 ଫୁଟ୍ ଲମ୍ବାରେ ନଡ଼ା କାଟିବା ଦରକାର ।
- ନଡ଼ା ବିଡ଼ାକୁ ପରିଷ୍କାର ପାଣିରେ 6-8 ଘଣ୍ଟା ବତୁରାଇ ଦିଅନ୍ତୁ । ନଡ଼ାକୁ କୁଣ୍ଡରେ ସଜାଇ ରଖି ପାଣଇ ପୁରାନ୍ତୁ ଏବଂ ନଡ଼ାକୁ ପାଣିରେ ବଡ଼ାଇ ରଖିବା ପାଇଁ କାଠ କିମ୍ବା କୌଣସି ଓଜନିଆ ଜିନିଷର ଚାପା ଦିଅନ୍ତୁ ।
- ନଡ଼ାକୁ କୁଣ୍ଡରୁ ଛାଣି ଆଣି ଛାଇରେ ମୂଳ ଉପରକୁ ରଖି ଡ଼େରି ରଖନ୍ତୁ ଯେପରିକି ନଡ଼ାରୁ ଅତିରିକ୍ତ ପାଣି ନିଗିଡ଼ି ଆଦ୍ରତା 65 ପ୍ରତିଶତ ରହିବ (ହାତରେ ଚିପୁଡ଼ିଲେ ପାଣି ବାହାରୁନଥିବ କିନ୍ତୁ ହାତକୁ ଓଦା ଲାଗୁଥିବ)
- ପରିପକ୍ୱ ମଞ୍ଜିକୁ ବୋତଲରୁ କାଢି ପ୍ରତ୍ୟେକ ମଣ୍ଡିକୁ ସମାନ ଚାରି ଭାଗ କରନ୍ତୁ ଏବଂ 200 ଗ୍ରାମ୍ ଡ଼ାଲିଗୁଣ୍ଡକୁ 4 ଭାଗ କରନ୍ତୁ ।
- ପ୍ରଥମ ସ୍ତରରେ ଡ଼ାଡ଼ିର ପୂର୍ବ ଦିଗରୁ ପଶ୍ଚିମ ଦିଗକୁ 6 ଇଞ୍ଚ ବହଳରେ ନଡ଼ା ବିଡ଼ା ରଖନ୍ତୁ । ହାରାହାରି ନଡ଼ାକୁ ସଜାଇ ରଖିଲେ 6 ଇଞ୍ଚ ବହଳ ହୋଇଥାଏ ।
- ରଖାଯାଇଥିବା କଡରୁ 1.5 ଇଞ୍ଚ ଛାଡ଼ି 1 ଭାଗ ମଞ୍ଜିକୁ ରଖନ୍ତୁ । ରଖାଯାଇଥିବା ମଞ୍ଜି ଉପରେ 1 ଭାଗ ଡ଼ାଲିଗୁଣ୍ଡକୁ ବିଛାଇ ଦିଅନ୍ତୁ ।
- ଦ୍ୱିତୀୟ ସ୍ତରରେ ସେହିପରି ନଡ଼ାକୁ ପ୍ରଥମ ସ୍ତରର ବିପରୀତ ଦିଗ ଅର୍ଥାତ ଦକ୍ଷିଣ ଦିଗକୁ କରି ରଖନ୍ତୁ ଏବଂ ପୂର୍ବ ପରି 1.5 ଇଞ୍ଚ ଛାଡ଼ି ଏକ ଭାଗ ମଞ୍ଜି ଓ ଡ଼ାଲିଗୁଣ୍ଡ ପ୍ରୟୋଗ କରନ୍ତୁ । ଏହିପରି ଭାବରେ ଦ୍ୱିତୀୟ ସ୍ତର ପ୍ରସ୍ତୁତ ହୋଇଥାଏ ।
- ତୃତୀୟ ସ୍ତରରେ ନଡ଼ାକୁ ଦ୍ୱିତୀୟ ସ୍ତରର ବିପରୀତ ଦିଗରେ ରଖି, କଡ଼ରୁ ଦେଢ ଇଞ୍ଚ ଛାଡ଼ି ଏକ ଭାଗ ମଞ୍ଜି ଓ ଏକ ଭାଗ ଡ଼ାଲି ଗୁଣ୍ଡକୁ ଦ୍ୱିତୀୟ ସ୍ତର ପରି ସଜାଇ ରଖନ୍ତୁ । ଏହା ସହିତ ବଳକା ଏକ ଭାଗ ମଞ୍ଜି ଏବଂ ଡ଼ାଲି ଗୁଣ୍ଡକୁ ବେଡ଼୍ ଉପର ଭାଗରେ ସମାନ ଭାବରେ ଖେଳାଇ ପ୍ରୟୋଗ କରନ୍ତୁ ।
- ଚତୁର୍ଥ ସ୍ତର ବା ଶେଷ ସ୍ତରରେ ଦୁଇଟି ନଡ଼ା ବିଡ଼ା ଖୋଲି 2 ଇଞ୍ଚ ବହଳରେ ବେଡ୍ ଉପର ଭାଗରେ ଖେଳାଇ ଦିଅନ୍ତୁ ।
- ଚତୁର୍ଥ ସ୍ତର ନଡ଼ା ପକାଇବା ପରେ ବେଡକୁ ଚାରିପଟରୁ ହାତରେ ହାଲୁକା ଭାବରେ ଦାବି ବେଡ଼ର ଆକୃତିକୁ (ଡ଼ବାକୃତି ) ଠିକ୍ କରି ଦିଅନ୍ତୁ ।
- ଏଥର ବେଡ଼କୁ ଭଲ ଭାବରେ ଚାପି ପଲିଥିନ୍ ଚାଦରରେ ଘଡ଼ାଇ ଦିଅନ୍ତୁ । ଚାରିପଟରୁ ଜରିକୁ ବେଡ଼ର ତଳ ଭାଗରେ ଖୋସି ଦିଅନ୍ତୁ, ଯେପରି ବେଡର ଜଳୀୟ ଅଂଶ ପଲିଥିନ ବାହାରକୁ ବାହାରି ନଯିବ ।
ବେଡକୁ ସେହିପରି ପଲିଥିନ୍ ଘୋଡ଼ା ଯାଉଥିବା ଅବସ୍ଥାରେ ରଖିଲେ ସାଧାରଣତଃ 7 ଦିନ ଭିତରେ ବେଡରେ ଛତୁ ଫିମ୍ପି ମାଡ଼ି ଯାଇଥାଏ । 9-10 ଦିନରେ ଫିମ୍ପିଗୁଡ଼ିକ ଧଳା ଧଳା ସାଗୁଦାନା ଭଳି ଦେଖାଯାଇଥାଏ । ଏହି ସାଗୁଦାନା ଆକୃତି ବଢି 11 ରୁ 12 ଦିନରେ କଳା କଳା କଢି ପରି ଦେଖାଯାଆନ୍ତି ।
- 12-13 ଦିନରେ କଢ ଅବସ୍ଥାରେ ଛତୁ ଅମଳ ଯୋଗ୍ୟ ହୋଇଥାଏ ।
ଏହି ଅବସ୍ଥାରେ ବେଡରେ ଘୋଡ଼ା ଯାଇଥିବା ଜରିଟିକୁ ଚିକିଏ ହାଲକା କରିଦେବେ ଏବଂ ପ୍ରଥମ ଥର ଫଳକୁ କଢ ଅବସ୍ଥାରେ ତୋଳି ଆଣିବେ । ଛତୁ ତୋଳିବା ବେଳେ ଛତୁର ମୂଳ ଅଂଶକୁ ଧରି ସାମାନ୍ୟ ମୋଡ଼ିବେ ଯେପରିକି ଛତୁ ମୂଳ ସହିତ ବେଡରୁ ଅଲଗା ହୋଇଯିବ ।
- ଛତୁ ତୋଳିବା ପରେ ଦେଖିବେ ନଡ଼ାର ଯଦି ଆର୍ଦ୍ରତା କମି ଆସିଛି (ଅର୍ଥାତ୍ 65 ଶତକଡ଼ାରୁ କମ୍) ତାହାହେଲେ ଝରାରେ ଅଳ୍ପ ପାଣି ଦେବେ ।
- ବାୟୁମଣ୍ଡଳର ଆର୍ଦ୍ରତାକୁ ଲକ୍ଷ କରି, ଆବଶ୍ୟକ ହେଲେ ପ୍ରତିଦିନ ବେଡରେ ଥରେ କିମ୍ବା ଦୁଇଥର ଝରା ସାହାଯ୍ୟରେ ସିଞ୍ଚନ କରିବେ ଯେପରିକି ନଡ଼ାର ଆର୍ଦ୍ରତା ହାରାହାରି 65 ଶତକଡ଼ା ରହିବ ।
- ଆଉ ଦୁଇଦିନ ପରେ ଅର୍ଥାତ 15-16 ଦିନରେ କଢ ଅବସ୍ଥାରେ ଦ୍ୱିତୀୟ ଥର ଫଳକୁ ତୋଳିବେ ।
- ପୁନର୍ବାର ଯଦି କିଛି କଢିଥାଏ, ତେବେ 18-19 ଦିନ ଭିତରେ ତୃତୀୟ ଥର ଫଳ ତୋଳିବେ ।
- ସମ୍ପୂର୍ଣ୍ଣ ଫୁଟିଗଲା ପରେ ପୁରୁଣା ବେଡକୁ ଉଠାଇ ଖତ ଗଦାରେ ପକାଇ ଦେଲେ ଏଥିରୁ କମ୍ପୋଷ୍ଟ ତିଆରି ହୋଇପାରିବ । ଖରାପ ହୋଇଯାଉଥିବା ବା ସମ୍ପୂର୍ଣ୍ଣ ଫୁଟି ସାରିଥିବା ଛତୁ ବେଡକୁ ଛତୁ ଘରେ ବା ନୂଆ ବେଡ୍ ପାଖରେ ରଖିଲେ ଛତୁ ଘରେ ସଂକ୍ରମଣର ଆଶଙ୍କା ବଢିଥାଏ ।
ବିଶେଷ ତଥ୍ୟ
ବ୍ୟବସାୟିକ ଭିତ୍ତିରେ ଚାଷ କରୁଥିବା ଚାଷୀମାନେ ପ୍ରାୟତଃ 15-16 ଦିନରେ ବେଡ୍ ପରିବର୍ତ୍ତନ କରି ନୂତନ ବେଡ୍ ଆରମ୍ଭ କରିଦେଇଥାନ୍ତି । କାରଣ ପାଳଛତୁରେ ପ୍ରଥମ ସ୍ତରରେ 60-70 ପ୍ରତିଶତ ଫଳ ଆସିଥାଏ । ଦ୍ୱିତୀୟ ଥରରେ 20-30 ପ୍ରତିଶତ ଫଳ ଆସିଥାଏ ।
ଅମଳ ପରବର୍ତ୍ତୀ ଯତ୍ନ
- ଛତୁ ସର୍ବଦା କଢ ଅବସ୍ଥାରେ ଅମଳ କରନ୍ତୁ ।
- ଅମଳ ପରେ ଛତୁରୁ ବାଲି, କୁଟା ଇତ୍ୟାଦିକୁ କାଢି ସଫା କରନ୍ତୁ ।
- ଛତୁ ଗୁଡ଼ିକୁ ଆକାର ଅନୁସାରେ ଅଲଗା ଅଲଗା କରି ଦିଅନ୍ତୁ ।
- ଏହାପରେ କଢ ଛତୁକୁ କଣାଯୁକ୍ତ ପଲି ପ୍ରୋପିଲିନ୍ ବ୍ୟାଗରେ ଭର୍ତ୍ତି କରି ମୁହଁ ବନ୍ଦ କରିଦିଅନ୍ତୁ ।
- ତାପରେ ଏହି ବ୍ୟାଗ ଗୁଡ଼ିକୁ ପେଟିରେ ଭର୍ତ୍ତି କରି ବଜାରକୁ ପଠାନ୍ତୁ ।
ବିଶେଷ ସତର୍କତା
- ଛତୁ ଗୃହକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ ।
- ନଡ଼ାର ଅମ୍ଳତାକୁ ଲିଟମସ୍ ପେପର କିମ୍ବା ଅମ୍ଳତା ମାପକ ଯନ୍ତ୍ରରେ ମାପି, ଅମ୍ଳତା ଅଧିକ ( 7 ରୁ ଅଧିକ) ଥିଲେ ଶତକଡ଼ା 2 ପ୍ରତିଶତ ହିସାବରେ ଚୂନ ଗୁଣ୍ଡକୁ ନଡ଼ା ବତୁରାଇବା ସମୟରେ ପ୍ରୟୋଗ କରନ୍ତୁ ।
ଛତୁ ଫାର୍ମ ପାଇଁ ଆୟବ୍ୟୟ ହିସାବ
ଛତୁ ଚାଷ ଅଳ୍ପ ଜାଗା ଓ କମ୍ ପୁଞ୍ଜିରେ ଅଧିକ ଲାଭ ଦେଇଥାଏ । 300 ବର୍ଗଫୁଟ ଯାଗରୁ ଗୋଟିଏ ମାସରେ 300 ଟି ପାଳଛତୁ ବେଡ୍ ବର୍ଷା ଓ ଖରାଦିନେ ପକାଯାଇପାରିବ । ସେହି ସ୍ଥାନରେ ଶୀତଦିନେ ପ୍ରତି ଦୁଇମାସରେ 360 ଧିଙ୍ଗିରୀ ଛତୁ ପିଣ୍ଡୁଳା କରାଯାଇପାରିବ । ଏଥିପାଇଁ ଆବଶ୍ୟକ ଜିନିଷ ଓ ଖର୍ଚ୍ଚ ଏଠାରେ ଦିଆଯାଇଛି ।
କ୍ର.ନଂ | ଉପକରଣର ନାମ | ପରିମାଣ | ମୂଲ୍ୟ (ଟ.) | ଖର୍ଚ୍ଚ(ଟ.) |
1 | ଛତୁ ଘର ପ୍ରସ୍ତୁତି ପାଇଁ 25’x 12 ‘ =300 ବର୍ଗଫୁଟ |
1 |
100/ ବର୍ଗଫୁଟ | 30,000/- |
2 | ପାଣିଟାଙ୍କି (4’x 4’x 3’) |
1 |
80 /ଘନଫୁଟ | 4,000/- |
3 | ସିଞ୍ଚନ ଯନ୍ତ୍ର (16 ଲିଟର) |
1 |
2000/- | 2,000/- |
4 | ନଡ଼ା କଟା ଯନ୍ତ୍ର |
2 |
450/- | 900/- |
5 | ଅନ୍ୟାନ୍ୟ ଖର୍ଚ୍ଚ | 600/- | ||
6 | ପଲିଥିନ୍ ଚାଦର |
180 ମିଟର |
25 /ମିଟର | 4,500/- |
7 | ବାଉଁଶ ଭାଡ଼ି |
30 |
100 /- | 3,000/- |
ମୋଟ | 45,000/- |
180 ପାଳଛତୁ ବେଡ୍ ପାଇଁ ଖର୍ଚ୍ଚ (ଏକମାସ ପାଇଁ)
କ୍ର.ନଂ | ଉପକରଣର ନାମ | ପରିମାଣ | ମୂଲ୍ୟ (ଟ.) | ଖର୍ଚ୍ଚ(ଟ.) |
1 | ନଡ଼ା (ଗୋଟିଏ ବେଡ୍ ପାଇଁ 7 କି.ଗ୍ରା.) | 1260 କି.ଗ୍ରା. |
7/- |
8,820/- |
2 | ଛତୁ ମଞ୍ଜି (ଗୋଟିଏ ବେଡ୍ ପାଇଁ ଏକ ବୋତଲ) | 180 ବୋତଲ |
20/- |
3,600/- |
3 | କୋଳଥ ଗୁଣାଡ ବା ଡ଼ାଲି ଗୁଣ୍ଡ | 36 କି.ଗ୍ରା. |
50/- |
1,800/- |
4 | ଶ୍ରମିକ ମଜୁରୀ | 9 ଜଣ |
450/- |
4,050/- |
5 | ଅନ୍ୟାନ୍ୟ ଖର୍ଚ୍ଚ | 730/- | ||
ମୋଟ |
19,000/- |
- ବାର୍ଷିକ ଖର୍ଚ୍ଚ (ମାସକୁ 19000 ଟଙ୍କା ହିସାବରେ 8 ମାସ ପାଇଁ) = 1,52,000/-
- ବାର୍ଷିକ ଉତ୍ପାଦନ (ମାସକୁ 144 କି.ଗ୍ରା. ହିସାବରେ 8 ମାସ ପାଇଁ ) =1152 କି.ଗ୍ରା.
- ବାର୍ଷିକ ଆୟ (କି.ଗ୍ରା. ପ୍ରତି 150 ଟଙ୍କା ହିସାବରେ 1152 କିଗ୍ରା. ପାଇଁ) = 2,88,000 /-
- ନିଟ୍ ଲାଭ (2,88,000 – 1,52,000) = 1,36,000/-
- ମାସ ପ୍ରତି ନିଟ୍ ଲାଭ (1,36,000÷ 8 ) = 17,000/-
ଜଣେ ଚାଷୀ 300 ବର୍ଗଫୁଟ ଜାଗା ବ୍ୟବହାର କରି ମାସକୁ 18ଟି ପାଳଛତୁ ବେଡ ରୁ 17,000 ଟଙ୍କା ନିଟ୍ ଲାଭ ପାଇପାରିବ ।
ପାଳଛତୁ ଚାଷରେ ସାମ୍ଭାବ୍ୟ ସମସ୍ୟା ଓ ତାର ନିରାକରଣ
କ୍ର. ନଂ. | ଅସୁବିଧା ବା ସମସ୍ୟା | ସାମ୍ଭାବ୍ୟ କାରଣ | ନିରାକରଣ |
1 | ଛତୁ ବେଡରେ ଫିମ୍ପି ନ ମାରି କଳା କଳା ଦେଖାଯାଉଥିଲେ |
|
·ନଡାର ଆର୍ଦ୍ରତା (65 ପ୍ରତିଶତ) ପରିଚାଳନା କରନ୍ତୁ
·ଉତ୍ତମ ମାନର ମଞ୍ଜି ବ୍ୟବହାର କରନ୍ତୁ । |
2 | ଯଦି ଛତୁ ବେଡର ସବୁଆଡ଼େ ସମାନ ଫଳ ଆସୁନଥାଏ । |
|
ଛତୁ ଘରେ ଠିକ୍ ଉତ୍ତାପ (25-38 ଡିଗ୍ରୀ) ପରିଚାଳନା କରନ୍ତୁ
ବେଡର ସବୁପଟକୁ ଆଲୋକ ଓ ବାୟୁ ଚଳାଚଳ ବ୍ୟବସ୍ଥା କରନ୍ତୁ । |
3 | ଛତୁ ବେଡରେ ଗୋବର ଛତୁ ଦେଖାଯାଉଥିଲେ |
|
|
4 | ଛତୁ ବେଡରେ ଫଳ ଗୋଟମା ହୋଉଥିଲେ |
|
|
5 | ଛତୁ ବେଡରୁ ଫଳ କମିଲେ |
|
|
ବିଷୟବସ୍ତୁ- ଡ଼ଃ ଲକ୍ଷ୍ମୀପ୍ରିୟା ପ୍ରଧାନ, ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡ଼
ଅଧିକ ଜାଣନ୍ତୁ