ପୋଷ୍ଟଅଫିସ ସେଭିଙ୍ଗସ୍ ବ୍ୟାଙ୍କ ଯୋଜନା ବା ଡାକଘର ସଞ୍ଚୟ ବ୍ୟାଙ୍କ ସ୍କିମ୍ ହେଉଛି ଭାରତ ସରକାରଙ୍କ ‘ଇଣ୍ଡିଆ ପୋଷ୍ଟ’ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାରର ନିବେଶ । ଏହି ଯୋଜନା ଗୁ଼ଡ଼ିକ କ୍ଷୁଦ୍ର ଏବଂ ଗ୍ରାମୀଣ ନିବେଶକଙ୍କ ମଧ୍ୟରେ ପରିଚିତ, କାରଣ ସେମାନେ ଟଙ୍କା ସଞ୍ଚୟ କରିବା ଏବଂ ସୁଧ ରୋଜଗାର କରିବା ପାଇଁ ଏକ ସୁରକ୍ଷିତ ଏବଂ ସୁବିଧାଜନକ ଉପାୟ ପ୍ରଦାନ କରନ୍ତି । କିଛି ଡାକଘର ସଞ୍ଚୟ ବ୍ୟାଙ୍କ ଯୋଜନା ମଧ୍ୟ ଆୟକର ଆଇନର ଧାରା ୮୦ସି ଅଧୀନରେ ଟିକସ ସୁବିଧା ପ୍ରଦାନ କରିଥାଏ । ଏଠାରେ କିଛି ସାଧାରଣ ଡାକଘର ସଞ୍ଚୟ ବ୍ୟାଙ୍କ ଯୋଜନା ଏବଂ ଏହାର ବୈଶିଷ୍ଟ୍ୟ ଗୁଡିକ ନିମ୍ନରେ ପ୍ରଦାନ କରାଗଲା ।
1). ଡ଼ାକଘର ସଞ୍ଚୟ ଖାତା (SB)
- ସୁଧର ହାର ବାର୍ଷିକ 4 %
- ଅବଧି – କିଛି ନାହିଁ ।
- ସର୍ବନିମ୍ନ ଜମା ଟ. 500/-, ସର୍ବାଧିକ ଜମା କୌଣସି ସୀମା ନାହିଁ ।
- ଚେକ ବହି ସୁବିଧା ଏବଂ ଏ.ଟି.ଏମ୍. ସେବା ଉପଲବ୍ଧ ।
- ଯେ କୌଣସି ବ୍ୟକ୍ତି ଏକକ ଭାବେ କିମ୍ବା ଯୁଗ୍ମ ଭାବେ ଖାତା ଖୋଲି ପାରିବେ ।
- ନାବାଳକ ଏବଂ ମାନସିକ ଦୁର୍ବଳ ପାଇଁ ଅଭିଭାବକ ଖାତା ଖୋଲି ପାରିବେ ।
- 18 ରୁ 70 ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତି ବର୍ଷକୁ ମାତ୍ର 20 ଟଙ୍କା ଦେଇ 2 ଲକ୍ଷ ଟଙ୍କାର ଦୁର୍ଘଟଣା ଜନୀତ ବୀମା ନେଇ ପାରିବେ ।
2). ପାଞ୍ଚ ବର୍ଷିଆ ପୌନଃ ପୌନିକ ଜମା (RD)
- ସୁଧର ହାର ବାର୍ଷିକ 5 % (ତ୍ରୈମାସିକ ଚକ୍ରବୃଦ୍ଧି)
- ଅବଧି – 5 ବର୍ଷ । ଚାହିଁଲେ ଆଉ 5 ବର୍ଷ ପର୍ଯ୍ୟନ୍ତ ବଢାଯାଇ ପାରିବ ।
- ସର୍ବନିମ୍ନ ଜମା ଟ. 100/- (10 ଟଙ୍କାର ଗୁଣିତକରେ ମାସକୁ ମାସ ଏକା ପରିମାଣର ଜମା), ସର୍ବାଧିକ କିଛି ନାହିଁ ।
- ଯେକୌଣସି ବ୍ୟକ୍ତି ଏକକ ଭାବେ କିମ୍ବା ଯୁଗ୍ମ ଭାବେ ଖାତା ଖୋଲି ପାରିବେ । ବିମା ସୁବିଧା ଅଛି ।
- ଏକାଧିକ ଖାତା ଖୋଲାଯାଇ ପାରିବ ।
- ନାବାଳକ ଏବଂ ମାନସିକ ଦୁର୍ବଳ ପାଇଁ ଅଭିଭାବକ ଖାତା ଖୋଲି ପାରିବେ ।
- 1 ବର୍ଷ ପରେ ଜମା ଟଙ୍କାରୁ ଋଣ ନେଇ ପାରିବେ ।
- କେତେକ ସର୍ତ୍ତରେ ଅବଧି ପୂର୍ବରୁ ଜମା ଉଠାଇ ନିଆଯାଇ ପାରିବ ।
3). ମିଆଦୀ ଜମା (TD)
- ଅବଧି – 1 ବର୍ଷିଆ, 2 ବର୍ଷିଆ, 3 ବର୍ଷିଆ, 5 ବର୍ଷିଆ ।
- ସୁଧର ହାର – 6.9%, 7.0%, 7.5% (ତ୍ରୈମାସିକ ଚକ୍ରବୃଦ୍ଧି)
- ସର୍ବନିମ୍ନ ଜମା ଟ. 1000/- ସର୍ବୋଚ୍ଚ ସୀମା- କିଛି ନାହିଁ ।
- ଗୋଟିଏ ଖାତାରେ ଟ. 100/-ର ଗୁଣିତକରେ ଗୋଟିଏ ଜମା କରିହେବ ।
- ଯେକୌଣସି ବ୍ୟକ୍ତି ଏକକ ଭାବେ ବା ଯୁଗ୍ମ ଭାବେ ଖାତା ଖୋଲି ପାରିବେ ।
- ଅର୍ଜିତ ସୁଧ ବର୍ଷକୁ ଥରେ ମିଳେ ।
- ଏକାଧିକା ଖାତା ଖୋଲି ପାରିବେ ।
- ପାଞ୍ଚ ବର୍ଷିଆ ଜମା ଉପରେ ଆୟକର ଅଧିନିୟମ 80-ଗ ଅନୁଯାୟୀ ଆୟକର ରିହାତି ମିଳିଥାଏ ।
- ନାବାଳକ ଏବଂ ମାନସିକ ଦୁର୍ବଳଙ୍କ ପାଇଁ ଅଭିଭାବକ ଖାତା ଖୋଲି ପାରିବେ ।
4). ଡ଼ାକ ଘର ମାସିକ ଆୟ ଯୋଜନା (MIS)
- ସୁଧର ହାର – 4% ମାସକୁ ମାସ ସୁଧ ମିଳିଥାଏ ।
- ଅବଧି – 5 ବର୍ଷ । 1 ବର୍ଷ ପରେ ଖାତା ବନ୍ଦ କରାଯାଇ ପାରିବ ।
- ସର୍ବନିମ୍ନ ଜମା ଟ. 1000/- ଏବଂ 1000 ଟଙ୍କାର ଗୁଣିତକରେ ଏକକ ଖାତାରେ ସର୍ବାଥିକ ଟ. 9 ଲକ୍ଷ, ଯୁଗ୍ମ ଖାତାରେ ସର୍ବାଧିକ ଟ.15 ଲକ୍ଷ ଟଙ୍କା ଜମା କରିହେବ ।
- ଗୋଟିଏ ଖାତାରେ ଥରେ ଜମା କରିହେବ ।
- ଯେକୌଣସି ବ୍ୟକ୍ତି ଏକକ ଭାବେ ବା ଯୁଗ୍ମ ଭାବେ ଖାତା ଖୋଲି ପାରିବେ ।
- ଜମା ପରିମାଣ ସୀମା ଭିତରେ ଏକାଧିକ ଖାତା ଖୋଲାଯାଇ ପାରିବ ।
- ଚାହିଁଲେ ମାସିକ ସୁଧ ସଞ୍ଚୟ ଖାତାରେ ଆପେ ଆପେ ଜମା ହୋଇ ପାରିବ ।
- କେତେକ ସର୍ତ୍ତରେ ଅବଧି ପୂର୍ବରୁ ଜମା ଉଠାଇ ନିଆଯାଇ ପାରିବ ।
5). ବରିଷ୍ଠ ନାଗରିକ ଜମା ଯୋଜନା (SCSS)
- ସୁଧର ହାର – 8.2% । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ପ୍ରତି ତିନିମାସ ଶେଷରେ ସୁଧ ମିଳିଥାଏ (ଅପ୍ରେଲ -1, ଜୁଲାଇ-1, ଅକ୍ଟୋବର-1 ଏବଂ ଜାନୁୟାରୀ-1 ରେ ସୁଧ ମିଳେ ।
- ଅବଧି – 5 ବର୍ଷ । ଚାହିଁଲେ ସର୍ତ୍ତାବଳୀ ସହିତ ଆଉ 3 ବର୍ଷ ବଢାଯାଇପାରିବ ।
- 1 ବର୍ଷ ପରେ ଖାତା ବନ୍ଦ କରାଯାଇ ପାରିବ, କେତେକ ସର୍ତ୍ତାବଳୀ ଲାଗୁ ହେବ ।
- ସର୍ବନିମ୍ନ 1000 ଟଙ୍କା ଏବଂ 1000 ଟଙ୍କାର ଗୁଣିତକରେ ସର୍ବାଧିକ 30 ଲକ୍ଷ ଟଙ୍କା ଗୋଟିଏ ଖାତାରେ ଥରେ ଜମା ହେବ ।
- 60 ବର୍ଷ ସୟସରୁ ଅଧିକ ଯେ କୌଣସି ବରିଷ୍ଠ ନାଗରିକ ଏହି ଖାତା ଖୋଲି ପାରିବେ ।
- 55 ରୁ 60 ବର୍ଷ ବୟସ ଭିତରେ ବରିଷ୍ଠ ନାଗରିକ ଅବସର କାଳିନ ଲାଭ ପାଇବାର ଏକ ମାସ ମଧ୍ୟରେ ଖାତା ଖୋଲି ପାରିବେ । ସାମରିକ ସେବାରୁ ଅବସର ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବୟସ ସୀମା 50-60 ବର୍ଷ ।
- ଏକକ ଭାବେ ବା ନଜର ପତ୍ନୀ /ପତିଙ୍କ ସହ ଯୁଗ୍ମ ଭାବେ ଖାତା ଖୋଲି ହେବ ।
6). କିଷାନ ବିକାଶ ପତ୍ର (KVP)
- ସୁଧ ହାର – 7.5 %।
- 115 ମାସରେ ପରିପକ୍ୱ ହେବ ଏବଂ ଦୁଇଗୁଣା ହେବ ।
- 5 ବର୍ଷପରେ ଅବଧି ପୂର୍ବରୁ ବନ୍ଦ ହୋଇ ପାରିବ ।
- ସର୍ବନିମ୍ନ ଜମା 1000/- । ସର୍ବାଧିକ ଜମାର କୌଣସି ସୀମା ନାହିଁ ।
7). ଜନ ଭବିଷ୍ୟନିଧି ଯୋଜନା (PPF)
- ସୁଧ ହାର – 7.1% (ବାର୍ଷିକ ଚକ୍ରବୃଦ୍ଧି) ।
- ଅବଧି- 15 ବର୍ଷ ।
- ସର୍ବନିମ୍ନ ଜମା ବର୍ଷକୁ ଟ. 500 ସର୍ବାଧିକ ଜମା ବର୍ଷକୁ ଏକ ଲକ୍ଷ 50 ହଜାର ଟଙ୍କା । ବର୍ଷକୁ ଥରେ ବା ମାସିକ କିସ୍ତିରେ ଜମା କରାଯାଇ ପାରିବ ।
- ଯେକୌଣସି ବ୍ୟକ୍ତି ଏହି ଖାତା ଖୋଲି ପାରିବେ ।
- ସୁଧ ସମ୍ପୂର୍ଣ୍ଣ ରୁପେ କର ମୁକ୍ତ ।
- ଆୟକର ଅଧିନିୟମ 80-ଗ ଅନୁଯାୟୀ ଜମା ଆୟରେ ଆୟକର ରିହାତି ମିଳିଥାଏ ।
- 1 ବର୍ଷ ପରେ ଜମା ରାଶିରୁ ଋଣ ମିଳି ପାରିବ ।
- 5 ବର୍ଷ ପରେ ଟଙ୍କା ଉଠା ଯାଇପାରିବ ।
8). ଜାତୀୟ ସଞ୍ଚୟ ପତ୍ର – 5 ବର୍ଷିଆ (NSC)
- ସୁଧ ହାର – 7.7% (ବାର୍ଷିକ ଚକ୍ରବୃଦ୍ଧି) ।
- ଅବଧି- 5 ବର୍ଷ ।
- କେତେକ ସର୍ତ୍ତରେ ଅବଧି ପୂର୍ବରୁ ଜମା ଉଠା ନିଆଯାଇ ପାରିବ ।
- ସର୍ବନିମ୍ନ 1000 ଟଙ୍କା, ସର୍ବାଧିକ କୌଣସି ସୀମା ନାହିଁ ।
- ଟ. 1000 ଏବଂ 100 ର ଗୁଣିତକରେ ଜାତୀୟ ସଞ୍ଚୟ ପତ୍ର ମିଳିଥାଏ ।
- ଆୟକର ଅଧିନିୟମ 80-ଗ ଅନୁଯାୟୀ ଜମା ଆୟରେ ଆୟକର ରିହାତି ମିଳିଥାଏ ।
9). ମହିଳା ସମ୍ମାନ ସଞ୍ଚୟ ପତ୍ର (MSSC)
- ସୁଧର ହାର – 7.5% (ତ୍ରୈମାସିକ ଚକ୍ରବୃଦ୍ଧି) ।
- ଅବଧି- 2 ବର୍ଷ ।
- କୌଣସି ବୟସ ସୀମା ନାହିଁ ।
- ଜଣେ ମହିଳା କେବଳ ନିଜ ପାଇଁ ଏହି ଆକାଉଣ୍ଟ ଖୋଲି ପାରିବେ ଏବଂ ଜଣେ ଅଭିଭାବକ ଜଣେ ନାବାଳିକା ନାମରେ ମଧ୍ୟ ଏହି ଆକାଉଣ୍ଟ ଖୋଲିପାରିବେ ।
- ଆକାଉଣ୍ଟ ଖୋଲିବାର 3 ମାସ ପରେ ଆଉ ଏକ ନୂଆ ଆକାଉଣ୍ଟ ଖୋଲି ପାରିବେ ।
- ସର୍ବନିମ୍ନ 1000 ଟଙ୍କା ଏବଂ ଟ.100ର ଗୁଣିତକରେ ସର୍ବାଧିକ 2 ଲକ୍ଷ ଟଙ୍କା ଗୋଟିଏ ଖାତାରେ ଜମା କରାଯାଇ ପାରିବ ।
- ଆକାଉଣ୍ଟ ଖୋଲିବାର 1 ବର୍ଷ ପରେ ଶତକଡ଼ା 40 ଭାଗ ଜମା ଟଙ୍କା ଉଠାଯାଇପାରିବ ।
- ଏହି ଯୋଜନା ମାର୍ଚ୍ଚ 2025 ପର୍ଯ୍ୟନ୍ତ ଉପଲବ୍ଧ ।
2 ବର୍ଷ ପରେ ପୂର୍ଣ୍ଣ ପରିପକ୍ୱ ରାଶି | |
ଜମା ରାଶି | ପରିପକ୍ୱ ରାଶି |
1,000 ଟଙ୍କା | 1,160 ଟଙ୍କା |
10,000 ଟଙ୍କା | 11,602 ଟଙ୍କା |
50,000 ଟଙ୍କା | 58,011 ଟଙ୍କା |
1,00,000 ଟଙ୍କା | 1,16,022 ଟଙ୍କା |
2,00,000 ଟଙ୍କା | 2,32,044 ଟଙ୍କା |
10). ସୁକନ୍ୟା ସମୃଦ୍ଧି ଆକାଉଣ୍ଟ (SSA)
- ଏହି ଆକାଉଣ୍ଟ ଯେକୌଣସି ଡ଼ାକଘରେ କେବଳ ଦଶ ବର୍ଷ ମଧ୍ୟରେ ଥିବା କନ୍ୟା ସନ୍ତାନଙ୍କ ନାମରେ ଖୋଲାଯାଇ ପାରିବ
- ସୁଧର ହାର – 8% (ବାର୍ଷିକ ଚକ୍ରବୃଦ୍ଧି)
- ମାସକୁ 1000 ଟଙ୍କା 15 ବର୍ଷ ପାଇଁ ଜମା କରି 5,39,454 ଟଙ୍କା ପରିପକ୍ୱ ରାଶି ପାଇପାରିବେ ।
11). ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା
- ବୀମା ରାଶି ମାତ୍ର 20 ଟଙ୍କା, ଯାହାକି ସଂଚୟ ବ୍ୟାଙ୍କ ଖାତାରୁ ଅଟୋ ଡ଼େବିଟ୍ ସୁବିଧା ମାଧ୍ୟମରେ ପ୍ରଦାନ ହୋଇଥାଏ ।
- କୌଣସି ଦୁର୍ଘଟଣା ଜନୀତ ମୃତ୍ୟୁ ବା ସମ୍ପୂର୍ଣ୍ଣ ବିକଳାଙ୍ଗ ହେଲେ 2 ଲକ୍ଷ ଟଙ୍କା ଏବଂ ଆଂଶିକ ବିକାଳାଙ୍ଗ ହେଲେ 1 ଲକ୍ଷ ଟଙ୍କା ବୀମାରାଶି ପାଇପାରିବେ ।
- ବୟସ ସୀମା 18-70 ବର୍ଷ ।
12). ଗ୍ରାମୀଣ ଡ଼ାକ ଜୀବନ ବୀମା
- ଭାରତର ଗ୍ରାମଞ୍ଚଳର ସମସ୍ତ ସ୍ଥାୟୀ ଅଧିବାସୀଙ୍କ ପାଇଁ ଏହି ଯୋଜନା ।
- କମ୍ ପ୍ରିମିୟମ ଅଧିକ ବନୋସ ।
- 55 ବର୍ଷ ପୂର୍ବରୁ ନିଶ୍ଚିତ କରନ୍ତି 25 ବର୍ଷ ବୟସରେ ପ୍ରବେଶ କରି 5 ଲକ୍ଷ ଟଙ୍କାର ବୀମା ରାଶି ଉପରେ ମାସକୁ ମାତ୍ର 1525 ଟଙ୍କା ଦେଇ 50 ବର୍ଷ ବୟରେ ପାଆନ୍ତୁ 11 ଲକ୍ଷ ଟଙ୍କା ।
13). ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ
- ଦ୍ୱାରଦେଶରେ ସମସ୍ତ ପ୍ରକାର ବ୍ୟାଙ୍କ ସେବା ଉପଲବ୍ଧ ।
- ସର୍ବାଧିକ ଜମା ରାଶି – 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ
- ବାର୍ଷିକ ସୁଧହାର – 2.7 %
14). ଅଟଳ ପେନସନ୍ ଯୋଜନା
- ଏହି ଯୋଜନା ଭାରତ ସରକାରଙ୍କ ଦ୍ୱାରା ଗ୍ୟାରେଣ୍ଟି ଦିଆଯାଇଥିବା ସର୍ବନିମ୍ନ ପେନସନ୍ ର ଏକ ବିକଳ୍ପ ।
- 60 ବର୍ଷ ବୟସ ପରେ ମାସିକ 1000 ଟଙ୍କା, 3000 ଟଙ୍କା, 4000 ଟଙ୍କା, 5000 ଟଙ୍କାର ସର୍ବନିମ୍ନ ପେନସନ୍ ପାଇପାରିବେ ବୟସ 18 ରୁ 40 ବର୍ଷ ।
15). ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା
- ବୀମା ରାଶି ବାର୍ଷିକ ମାତ୍ର 436 ଟଙ୍କା, ଯାହାକି ସଞ୍ଚୟ ବ୍ୟାଙ୍କ ଖାତାରୁ ଅଟୋ ଡେବିଟ୍ ସୁବିଧା ମାଧ୍ୟମରେ ପ୍ରଦାନ ହୋଇଥାଏ ।
- ବୀମା ଅବଧି- ଭିତରେ ବୀମାଧାରୀଙ୍କର ଯଦି କୌଣସି କାରଣରୁ ଆକସ୍ମିକ ମୃତ୍ୟୁ ହେଲେ 2 ଲକ୍ଷ ଟଙ୍କାର ବୀମା ରାଶି ପାଇପାରିବେ ।