କୁକୁଡ଼ା ଚାଷର ଲାଭଜନକ ଉତ୍ପାଦନ ଦିଗରେ ରୋଗ ସବୁଠୁ ବ଼ଡ଼ ସମସ୍ୟା ହୋଇଥାଏ । ସାଦାରଣ କାର୍ଯ୍ୟଧାରାରେ କିଛି ବାଧା ସୃଷ୍ଟି ହେଲେ ରୋଗ ଦେଖାଯାଏ । ଏକ ସଙ୍ଗରେ ବିଭିନ୍ନ ପ୍ରକାର କାରାଣରୁ କୁକୁଡ଼ା ରୋଗାକ୍ରାନ୍ତ ହୋଇଥାଏ । କମ୍ ଜାଗାରେ ଅଧିକା କୁକୁଡ଼ା, ଖଣ୍ଡିଆ ଖାବରା, ନିମ୍ନମାନର ଖାଦ୍ୟ, ବିଷାକ୍ତ ଖାଦ୍ୟ, ମୁକ୍ତ ବାୟୁର ଅଭାବ ଏବଂ ଦୂଷିତ ପରିବେଶ ଯୋଗୁଁ କୁକୁଡ଼ାର ରୋଗ ପ୍ରତିରୋଧକ ଶକ୍ତି କମିଥାଏ । ନିଜ ଶରୀରକୁ ରୋଗ ଦାଉରୁ ରକ୍ଷା କରିବାକୁ ରୋଗ ପ୍ରତିରୋଧକ ଶକ୍ତି କୁହାଯାଏ । ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତି ମାଆ ଠାକୁ କୁକୁଡ଼ା ଚିଆଁ ପାଖକୁ ଯାଇଥାଏ । ଏହା ମଧ୍ୟ ଟିକାଦ୍ୱାରା ଏବଂ ବାହାର ପ୍ରକୃତି ପରିବେଶ ସଂସ୍ପର୍ଶରେ ବୃଦ୍ଧି ହୋଇଥାଏ । ଉପଯୁକ୍ତ ପରିମାଣରେ ପୁଷ୍ଟିକର ଖାଦ୍ୟ ବଳରେ ହିଁ ଆବଶ୍ୟକ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ହାସଲ କରିବା ସମ୍ଭବ ହୋଇଥାଏ ।
ରୋଗ ସୃଷ୍ଟି କରି ଜୀବାଣୁମାନେ ଆସ୍ତେ ଆସ୍ତେ ବଂଶବିସ୍ତାର କରି, ଗୋଟିଏ ସମୟରେ କୁକୁଡ଼ାର ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଥାନ୍ତି । ଏହି ସମୟରେ ହିଁ କୁକୁଡ଼ାକୁ ରୋଗ ଆକ୍ରମଣ କରିଥାଏ ।
କୁକୁଡ଼ା ପାଳନ କରୁଥିବା ଚାଷୀମାନେ ପ୍ରତିଦିନ ରୋଗର ଲକ୍ଷଣ ଯଥା- ଶ୍ୱାସ ପ୍ରକ୍ରିୟାରେ କଷ୍ଟ, ଝାଡ଼ାରେ ରକ୍ତ ପଡ଼ିବା ଆଦିକୁ ଲକ୍ଷ କରିବା ଉଚିତ୍ । ରୋଗାକ୍ରାନ୍ତ କୁକୁଡ଼ାମାନେ ଚଲାବୁଲା ପାଇଁ ଅନିଚ୍ଛା ପ୍ରକାଶ, ଲୁଚିରହିବା, ଦୁର୍ବଳ ଦେଖାଯିବା ଏବଂ ପରକୁ ଠିଆ ଠିଆ କରିବା ଆଦି ଲକ୍ଷଣ ଦେଖାନ୍ତି ।
କେତେକ ସଂକ୍ରାମକ ରୋଗରୁ କୁକୁଡ଼ା ମାନଙ୍କୁ ରକ୍ଷା କରିବା ପାଇଁ ଟିକାଦାନ ହିଁ ସଫଳ ଉପାୟ । ଏଥିପାଇଁ ଆମେ କୁକୁଡ଼ାମାନଙ୍କୁ ଟିକା ଦେଇଥାଉ, ଯାହାଦ୍ୱାରା କୁକୁଡ଼ା ମହାମାରୀ ରୋକାଯାଇପାରୁଛି ।
ସାଧାରଣ ରୋଗ ଓ ତାର ଲକ୍ଷଣ
1). ରାଣୀକ୍ଷେତ ରୋଗ
ଏହା ଏକ ମାରାତ୍ମକ ରୋଗ ଭୂତାଣୁଜନିତ ସଂକ୍ରାମକ ରୋଗ । ଏହି ରୋଗରେ ମୃତ୍ୟୁହାର 95 ରୁ 100 ଭାଗ ପର୍ଯ୍ୟନ୍ତ ହୋଇଥାଏ । ଏହାର ଲକ୍ଷଣ ନାକରୁ ଲାଳ ଝରିବା, ଶ୍ୱାସ ନଳୀରେ ଲାଳ ଛନ୍ତି ହେବା, ଆଖି ପେଜୁଆ ଦେଖାଯିବା ଓ ବୁଜି ହେବା, ନିଶ୍ୱାସ ନେବାରେ ଅସୁବିଧା, କାଶ ଓ ଧଇଁସଇଁ ହେବା ଇଦ୍ୟାଦି । ଦଶରୁ ପନ୍ଦରଦିନ ମଧ୍ୟରେ ସ୍ନାୟୁଗତ ଲକ୍ଷଣ ଯଥା- ଉଭୟ ଡେଣା ଓ ଗୋଡ଼ ଅଚଳ ହେବା କିମ୍ବା ବେକ ମୋଡ଼ି ହୋଇ ପଡ଼ିବା ତଥା ମୁଣ୍ଡ ନଇଁ ଆସିବା ଦେଖାଯାଏ ।
ପ୍ରତିଷେଧକ- ଟିକାକରଣ
2). ଗୁମ୍ୱାରୁ ରୋଗ
ଏହା 2 ରୁ 8 ସପ୍ତାହ ବୟସରେ ଛୋଟ ଛୋଟ କୁକୁଡାଙ୍କ ପାଇଁ ଏକ ଅତି ମାରାତ୍ମକ ସଂକ୍ରାମକ ରୋଗ । ଏହି ରୋଗ ହଠାତ୍ ବ୍ୟାପି ଯାଇ ପ୍ରାୟ ଶତକଡ଼ା 100 ଭାଗ କୁକୁଡ଼ାକୁ ରାତାରାତି ଅସୁସ୍ଥ କରିଦେଇଥାଏ ।
ଏହାର ଲକ୍ଷଣ- ଢୁଳେଇବା, ମାନ୍ଦା ରହିବା, ଝୁଲି ଝୁଲି ଚାଲିବା ଓ ପାଣି ଭଳି ଝାଡା
ପ୍ରତିଷେଧକ – ଟିକାକରଣ
3). ଫାଉଲ ପକସ (କୁକୁଡା ବସନ୍ତ)
ଏହା ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ ।
ଏହାର ଲକ୍ଷଣ ଚମଡ଼ାରେ ବସନ୍ତ ଫୋଟକା ଏବଂ ପାଟି ଓ ଶ୍ୱାସନଳୀର ଭିତର ପରଦାରେ ବସନ୍ତ ଫୋଟକା ଦେଖାଯାଏ । ନିଃଶ୍ୱାସ ନେବାରେ କଷ୍ଟ ହୁଏ । ପକ୍ଷୀମାନେ କାଶନ୍ତି ।
ପ୍ରତିଷେଧକ – ଟିକାକରଣ
4). ଚୁନ ଝାଡ଼ା ବା ଧଳା ଝାଡ଼ା
ଏହି ରୋଗକୁ ସଲମୋନୋଲୋସିସ କୁହାଯାଏ । ଏହି ରୋଗରେ ମୃତ୍ୟୁହାର ଅଧିକ ହୋଇଥାଏ । କୁକୁଡ଼ା ମାନେ ମାନ୍ଦା ଦେଖାଯାନ୍ତି, ଚୂନ ଭଳି ଧଳା ଝାଡ଼ା ହୁଏ, ଝାଡ଼ା ମଳଦ୍ୱାରାରେ ଅଠାଭଳି ଲାଗିରହେ ଓ ନିଶ୍ୱାସ ନେବାରେ ଏବଂ ଚାଲିବାରେ ଅସୁବିଧା ହୋଇଥାଏ ।
ଏହି ରୋଗ ପାଇଁ ଔଷଧ ଦେବାର ବ୍ୟବସ୍ଥା ଥିଲେ ମ୍ଦୟ ସୁସ୍ଥ ପକ୍ଷୀମାନେ ମଧ୍ୟ ଏହି ରୋଗରେ ବାହାକୁ ହୋଇଥାନ୍ତି । ଏହି ରୋଗରୁ ରକ୍ଷା ପାଇବା ପାଇଁ ପରିଷ୍କାର ପରିଚ୍ଛନତ୍ତା ଉପରେ ଧ୍ୟାନଦେବା ଆବଶ୍ୟକ । ବିଶୁଦ୍ଧ ଜଳ କୁକୁଡ଼ା ପିଇବାକୁ ଦେବା ଉଚିତ । ଲିଟରକୁ ଶୁଖିଲା ରଖିବା ଆବଶ୍ୟକ ଓ ରୋଗ ହେବା ମାତ୍ରେ ତୁରନ୍ତ ଚିକିତ୍ସା କରିବା ଉଚିତ୍ ।
ଏହା ଏକ ଫିମ୍ପି ଜନିତ ରୋଗ । ଏହି ରୋଗରେ ମୃତ୍ୟୁହାର ଶତକଡ଼ା 50 ରୁ 90 ଭାଗ ।
ରୋଗର ଲକ୍ଷଣ ହେଲା- ମାନ୍ଦା ରହିବା, ଭୋକ ନ ହେବା, ଡ଼େଣା ତଳକୁ ଓହଳିବା, ରକ୍ତହୀନତା ଓ ମାଂସପେଶୀ ଟାଣୁଆ ହେବା ଆଦି ।
ପଶୁ ଚିକିତ୍ସଙ୍କ ପରାମର୍ଶ କ୍ରମେ ଆକ୍ରାନ୍ତ କୁକୁଡ଼ାଙ୍କ ଖାଦ୍ୟରେ ଟନ୍ ପିଛା 1220 ଗ୍ରାମ ପ୍ରୋପିଓନିକ୍ ଏସିଡ଼୍ କିମ୍ବା 150 ଗ୍ରାମ କପର ସଲଫେଟ୍ ମିଶାଇ ଖାଇବାକୁ ଦିଆଯାଇପାରେ ।
5) କକ୍ସିଡ଼ିଓସିସ୍
ଏହା ପ୍ରୋଟୋଜୋଆନ ଜନିତ ରୋଗ ଯେଉଁଥିରେ କି ମଧ୍ୟମ ଧରଣର କୁକୁଡ଼ା ଆକ୍ରାନ୍ତ ହୋଇଥାନ୍ତି । ଏହା ତିନି ସପ୍ତାହରୁ କମ୍ ବୟସର ଏବଂ ବଡ଼ କୁକୁଡ଼ାଙ୍କ କ୍ଷେତ୍ରରେ ବହୁତ କମ୍ ଦେଖାଯାଏ ।
ଏହି ରୋଗର ଲକ୍ଷଣ ହେଲା- ମଳିନ ପଡ଼ିବା, ମୁଣ୍ଡ ତଳକୁ ପୋତିବା, ମୁଣ୍ଡ ତଳକୁ ଲଗାଇବା, ଖାଦ୍ୟ ଓ ପାଣି କମ୍ ଗ୍ରହଣ କରିବା, ପତଳା ଝାଡ଼ା (ଲାଲ, ରକ୍ତ ମିଶା ଝାଡ଼ା) ଓ ଶରୀରରୁ ଜଳୀୟ ଅଂଶ ଶୁଖି ଆସିବା (ଡ଼ିହାଇଡ୍ରେସନ୍) ଏବଂ ଶୁଖିଯିବା ଆଦି ।
ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କରି ସଲଫା ଗୃପର ଔଷଧ ଓ ଭିଟାମିନ୍ ଏ.ଡ଼ି.ଇ.କେ ଦିଆଯାଇଥାଏ । ପିଇବା ପାଣିରେ ଆମପ୍ରୋସ୍ ଦିଆଯାଏ ।
6). ଗୋଲ କୃମି
ଏଗୁଡ଼ିକ 2 ରୁ 3 ଇଞ୍ଚ ଲମ୍ବ ହୋଇଥାନ୍ତି ଓ ଝାଡ଼ାରେ ପଡ଼ିଥାନ୍ତି ।
ଲକ୍ଷଣ
କୁକୁଡାମାନେ ଭଲ ଭାବେ ବଢି ପାରନ୍ତି ନାହି ଏବଂ ଅଧିକାଂଶ ସମୟରେ ମଧ୍ୟ ମରିଯାଆନ୍ତି । ଚୂଳ ଶୁଖିଲା ହୋଇଯାଇଥାଏ ଏବଂ କଳା ପଡ଼ିଯାଇଥାଏ । ଦେହକୁ କୁଣ୍ଡାଇ ହୁଏ ।
ଚିକିତ୍ସା
ପାଇପେରାଜିନ୍ ହାଇଡ୍ରେଟ୍ ଓ ସାଇଟ୍ରେଟ୍ 1 କେଜି ଶରୀରର ଓଜନ ପାଇଁ 1 ମିଲିଲିଟର (10 ଟୋପା) ଦିଆଯାଏ । 1 ରୁ 2 ମାସର ଚିଆଁ ପାଇଁ 5 ବୁନ୍ଦା ପାଟିବାଟେ ଦିଆଯାଏ । ମାସେ ପରେ ପୁଣି ଥରେ ଏହା ଦିଆଯାଏ ।
କୁକୁଡ଼ାମାନଙ୍କର ଟିକାକରଣ
କୁକୁଡ଼ାମାନଙ୍କୁ ତ ଅନେକ ପ୍ରକାର ରୋଗ ହୋଇଥାଏ । ତେବେ କେତେକ ରୋଗର ଟୀକାକରଣ କଲେ ସଂକ୍ରମଣ ହୁଏ ନାହିଁ ଓ କୁକୁଡ଼ାମାନେ ମରିନଥାନ୍ତି ।
ଟିକାର ନାମ | ଦେବା ବାଟ | କୁକୁଡ଼ାର ବୟସ |
ମାରେକ୍ସ ଟୀକା (ଅଣ୍ଡାଫୁଟାସ୍ଥାନରେ) | ମାଂସପେଶୀରେ | 1 ଦିନ |
ଲାସୋଟା ବା ଏ 1 ରାଣୀକ୍ଷେତ ଟୀକା | ନାକ/ଆଖି ବୁନ୍ଦା | 3-7 ଦିନ |
ଗୁମ୍ବାରୋ ରୋଗ | ନାକ/ଆଖି ବୁନ୍ଦା | 13-15 ଦିନ |
ଲାସୋଟ୍ ରାଣୀକ୍ଷେତ | ପାନୀୟ ଜଳ | 5-6 ସପ୍ତାହ |
ଆର୍ 2 ବି ରାଣୀକ୍ଷେତ | ମାଂସପେଶୀ | 8-10 ସପ୍ତାହ |
–ଉଲକ୍ସ (ବୁଷ୍ଟର) | ଚମଡା/ ମାଂସପେଶୀ | 18 ସପ୍ତାହ |
ଆର୍ 2 ବି ରାଣୀକ୍ଷେତ (ବୁଷ୍ଟର) | ମାଂସପେଶୀ | 14-16 ସପ୍ତାହ |
ଟିକାଦାନ ସହ ଭିଟାମିନ ଏ.ଡ଼ି.ଇ.କେ, ଭିମେରାଲ, ଷ୍ଟ୍ରେସ୍ ଭିଟାମିନ୍ ସିରପ ଆଦି ପ୍ରୟୋଗ ଦିଆଯାଇପାରିବ ।
ଦୀର୍ଘଦିନ ଧରି ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଂ ବୁଷ୍ଟର ଡ଼ୋଜର୍ ଆବଶ୍ୟକତା ରହିଛି ।
କୁକୁଡ଼ାଙ୍କ ଟୀକାକରଣ ସୂଚୀ
ରୋଗର ନାମ | କୁକୁଡ଼ାର ବୟସ | ଟୀକାର ନାମ | ଟୀକାର ମାତ୍ରା | କିପରି ଦେବା |
ମ୍ୟାରେକ୍ସ (MAREK’S ) | ଦିନିକିଆ ଚିଆଁ | ମାରେକ୍ସ | 0.2 ମି.ଲି. | ବେକ ଚମଡ଼ା ତଳେ |
ରାଣୀକ୍ଷେତ (RD) | 7 ଦିନରେ | ଏଫ୍-1/ଲାସୋଟା (F1/LASOTA) | ଗୋଟିଏ ବୁନ୍ଦା | ଗୋଟିଏ ଆଖିରେ କିମ୍ବା ନାକ ପୁଡ଼ାରେ |
ଗୁମ୍ବାରୁ (GUMBORO) | 14 ଦିନରେ | ଗୁମ୍ବାରୁ | ଗୋଟିଏ ବୁନ୍ଦା | ଗୋଟିଏ ଆଖିରେ କିମ୍ବା ନାକ ପୁଡ଼ାରେ |
ରାଣୀକ୍ଷେତ(RD) | 28 ଦିନରେ | ଏଫ୍-1/ଲାସୋଟା (F1/LASOTA) | ଗୋଟିଏ ବୁନ୍ଦା | ଗୋଟିଏ ଆଖିରେ କିମ୍ବା ନାକ ପୁଡ଼ାରେ |
କୁକୁଡ଼ା ବସନ୍ତ (RD) | 45 ଦିନରେ | କୁକୁଡ଼ା ବସନ୍ତ (FOWL POX ) | 0.2 ମି.ଲି. | ଡ଼େଣା ତଳେ ଛୁଞ୍ଚି ଦ୍ୱାରା ଫୋଡ଼ି |
ରାଣୀକ୍ଷେତ (RD) | 60 ଦିନରେ | RD R2B | 0.5 ମି.ଲି. | ମାଂସପେଶୀ କିମ୍ବା ଚମଡ଼ା ତଲେ ଇଞ୍ଜେକ୍ସନ ଦ୍ୱାରା |
ରାଣୀକ୍ଷେତ (RD) | 16 ସପ୍ତାହରେ | RD R2B | 0.5 ମି.ଲି | ମାଂସପେଶୀ କିମ୍ବା ଚମଡ଼ା ତଲେ ଇଞ୍ଜେକ୍ସନ ଦ୍ୱାରା |
ମନେରଖନ୍ତୁ
- ଟିକାଦାନ ସାରଣୀ ଅନୁସାରେ ଟିକା ଦେଇ କୁକୁଡ଼ାମାନଙ୍କୁ ଅଧିକାଂଶ ରୋଗରୁ ସୁରକ୍ଷା ଦିଆଯାଇ ପାରିବ
- ଟିକାଦାନ ପ୍ରଣାଳୀ ସହଜ, କିନ୍ତୁ ଶୀତଳ ଶୃଙ୍ଖଳ ରକ୍ଷା କରିବା ଅତି ଗୁରୁତ୍ୱପୂର୍ଣ୍ଣ ।
- ଟିକାଗୁଡ଼ିକ ସରକାରୀ, ପ୍ରାଣୀସମ୍ପଦ ବିଭାଗ ଅନୁଷ୍ଠାନରେ ଓ ଖାଲା ବଜାରରେ ମିଳିଥାଏ । ଟିକାଦାନ ସାରଣୀ ଅନୁସାରେ ଟିକା ଦେବାକୁ ପଶୁଧନ ନିରୀକ୍ଷକ କିମ୍ବା ପ୍ରାଣୀଚିକିତ୍ସାକଙ୍କୁ ଯୋଗଯୋଗ କରନ୍ତୁ ।
ସୌଜନ୍ୟ- ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ, କଟକ