ଗତ 8 ଅକ୍ଟୋବର 2023 ରିଖ ଦିନ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ୫୨ତମ ଦ୍ରବ୍ୟ ଏବଂ ସେବା ଟିକସ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଏସଟି ଟିକସ ହାରରେ ପରିବର୍ତ୍ତନ,ବ୍ୟବସାୟକୁ ସୁଗମ କରିବା ଏବଂ ଜିଏସଟିରେ ଅନୁପାଳନକୁ ସୁବ୍ୟବସ୍ଥିତ କରିବା ପାଇଁ ଏହି ବୈଠକରେ ପରିଷଦ କେତେକ ସୁପାରିସ କରିଛି।
ତେବେ ବୈଠକରେ ନିଆଯାଇଥିବା କେତେକ ନିଷ୍ପତ୍ତି ।
- ପ୍ରିପ୍ୟାକ୍ ମିଲେଟ୍ ସାମଗ୍ରୀ ଉପରେ ଏଣିକି ୫% ଜିଏସ୍ଟି ଲାଗୁ କରାଯିବ ।
- ସେହିପରି ୭୦% ଶ୍ରୀ ଅନ୍ନ ରହିଥିବା ଖୋଲା ଅଟା ବିକ୍ରିରେ ଆଗକୁ ଜିଏସ୍ଟି ଲାଗିବନି ବୋଲି ସୁଚନା ଦିଆଯାଇଛି ।
- ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଏଚଏସ ୧୯୦୧ ବର୍ଗରେ ଆସୁଥିବା ଗୁଣ୍ଡ ଆକାରରେ ଏବଂ ଅତିକମରେ ୭୦% ଓଜନର ମିଲେଟ୍ ଥିବା ଅଟା ଖୋଲାରେ ବିକ୍ରି ହେଉଥିଲେ ଏହା ଉପରେ କୌଣସି ଜିଏସଟି ଶୁଳ୍କ ଲାଗୁ ହେବନାହିଁ ।
- ଅନ୍ୟପଟେ ଏହି ମିଲେଟ ସାମଗ୍ରୀ ଆଗୁଆ ପ୍ୟାକେଟ୍ ହୋଇ ଲେଭଲ ଥାଇ ବିକ୍ରି ହେଲେ ଏଥିରେ ୫% ଜିଏସଟି ଲାଗୁ ହେବ । ଅର୍ଥାତ୍ ମିଲେଟ୍ ଥିବା ବ୍ରାଣ୍ଡିଂ ଅଟାରେ ୧୮% ଜିଏସ୍ଟିକୁ ହ୍ରାସ କରି ସରକାର ୫% ଜିଏସ୍ଟି ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ତେବେ ଏହି ବୈଠକରେ ଓଡ଼ିଶାରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଓଡ଼ିଶାର ପ୍ରମୁଖ ୨ଟି ଦାବି ଉପସ୍ଥାପନ କରାଯାଇଥିଲା । ମିଲେଟ ଉତ୍ପାଦିତ ଦ୍ରବ୍ୟ ଉପରେ ଏଥିରୁ ସମ୍ପୂର୍ଣ୍ଣ ଜିଏସଟି ଛାଡ କରିବା ପାଇଁ ଓଡ଼ିଶା ପକ୍ଷରୁ ଦାବି କରାଯାଇଥିଲା । ସେହିଭଳି ମିଲେଟ ଉତ୍ପାଦିତ ବ୍ରାଣ୍ଡେଡ୍ ଖାଦ୍ୟ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ପାଇଁ ରାଜ୍ୟ ତରଫରୁ ଦାବି ଉପସ୍ଥାପନ କରାଯାଇଥିଲା ।