ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ତା 18 ଜୁନ୍ 2024 ରିଖ ଉତ୍ତର ପ୍ରଦେଶର ବାରଣାସୀଠାରୁ ପିଏମ କିସାନ ସମ୍ମାନ ନିଧିର 17ତମ କିସ୍ତି ଅଧିନରେ 9 କୋଟି 26 ଲକ୍ଷ ଚାଷୀଙ୍କୁ ପ୍ରାୟ 20 ହଜାର କୋଟି ଟଙ୍କା ହସ୍ତାନ୍ତର ଓ ପାରା ସମ୍ପ୍ରସାରଣ କର୍ମୀ ରୂପେ କୃଷି ସଖୀଙ୍କୁ ପ୍ରମାଣ ପତ୍ର ପ୍ରଦାନର ସିଧା ପ୍ରସାରଣ ହେବାକୁ ଯାଉଛି । ଏହି ପ୍ରସାରଣ ରାଜ୍ୟର ସମଗ୍ର ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର, ଜିଲ୍ଲା କୃଷି ଓ କୃଷି ସଶକ୍ତିକରଣ ବିଭାଗ ଦ୍ୱାରା ସମ୍ପ୍ରସାରଣ କରାଯିବାର ଯୋଜନା କରାଯାଇ ଅଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ବରଗଡ଼ରୁ ଯୋଡିହେବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାସ୍ତରରେ ସ୍ଥାନୀୟ ସାଂସଦ, ବିଧାୟକ ଓ ଜିଲ୍ଲାପାଳ ଓ ସରକାରୀ ଅଧିକାରୀମାନେ ଯୋଗଦାନ କରିବେ । ଜିଲ୍ଲାର କୃଷକ ମାନେ ନିଜ ନିଜ ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିପାରିବେ । ନିମ୍ନଲିଖିତ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, କ୍ୟାବେନେଟ୍ ମନ୍ତ୍ରୀ ତଥା ରାଜ୍ୟମନ୍ତ୍ରୀ ମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।
ସିଧା ପ୍ରସାରଣ ଦେଖିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ ।
Hon’ble Prime Minister of India (pmindiawebcast.nic.in)
| କ୍ର.ସଂ | ମୁଖ୍ୟ ଅତିଥି | ଜିଲ୍ଲା |
|
1 |
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ | ବରଗଡ଼ |
|
2 |
ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ | କଟକ |
|
3 |
ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା | ପୁରୀ |
|
4 |
କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୁଜାରୀ | ବାଲେଶ୍ୱର |
|
5 |
କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାୟକ | କେନ୍ଦ୍ରାପଡ଼ା |
|
6 |
କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ | ନବରଙ୍ଗପୁର |
|
7 |
କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର | ଢେଙ୍କାନାଳ |
|
8 |
କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିବୀରାଜ ହରିଚନ୍ଦନ | ଖୋର୍ଦ୍ଧା |
|
9 |
କ୍ୟାବିନେଟ୍ ମନ୍ତ୍ରୀ ଡ଼ଃ ମୁକେଶ କୁମାର ମହାଲିଙ୍ଗ | ଜଗତସିଂହପୁର |
|
10 |
କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା | ଯାଜପୁର |
|
11 |
କ୍ୟାବିନେଟ୍ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର | ଗଞ୍ଜାମ |
|
12 |
ରାଜ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂଖୁଣ୍ଟିଆ | ବଉଦ |
|
13 |
ରାଜ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ | ଭଦ୍ରକ |
|
14 |
ରାଜ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ | ଗଜପତି |
|
15 |
ରାଜ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳା ନନ୍ଦ ମଲ୍ଲିକ | କେଉଁଝର |
|
16 |
ରାଜ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚରଣ ସ୍ୱାଇଁ | ଝାରସୁଗୁଡା |
ସିଧା ପ୍ରସାରଣ ଦେଖିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ ।
Hon’ble Prime Minister of India (pmindiawebcast.nic.in)
ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ଭବନରେ ଜିଲ୍ଲା କୃଷି ଓ କୃଷି ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡ଼ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ହେବାକୁ ଯାଉଅଛି ।

