Tilted Brush Stroke

ଛତୁ ଏକ ସ୍ୱାଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ । ଓଡ଼ିଶାରେ ରେ ଯେଉଁ କେତେକ ପ୍ରମୁଖ ଛତୁ ଚାଷ କରାଯାଇଥାଏ ସେଗୁଡ଼ିକ ହେଲା  1) ପାଳଛତୁ ବା ନଡ଼ା ଛତୁ 2) ଧିଙ୍ଗିରି ଛତୁ 3) ବୋତାମ ଛତୁ  4) ଦୁଧ ଛତୁ ବା କ୍ଷୀର ଛତୁ

Tilted Brush Stroke

1). ପାଳଛତୁ ବା ନଡ଼ାଛତୁ ବା କୁଟାଛତୁ

– ଏହିଛତୁ 15 ଦିନରେ ଅମଳ ହୁଏ । – ଏହା ବର୍ଷର 8 ରୁ 10 ମାସ ଚାଷ କରାଯାଇ      ପାରିବ  । – ଛତୁ ଘର ବ୍ୟତୀତ ଗଛ ଛାଇରେ ମଧ୍ୟ      ସହଜରେ ଚାଷ କରାଯାଇ ପାରିବ । – ପ୍ରତି 1 କିଲୋ ଗ୍ରାମ ଶୁଖିଲା ନଡ଼ାରୁ 100      ରୁ  150 ଗ୍ରାମ ଛତୁ ଅମଳ ହୁଏ । – ଚାଷ କରାଯାଉଥିବା ସମସ୍ତ ପ୍ରକାର ଛତୁ     ମଧ୍ୟରେ ପାଳଛତୁ ସବୁଠାରୁ ସ୍ୱାଦିଷ୍ଟ ।     ଏଥିପାଇଁ ଏହି ଛତୁର ଚାହିଦ ଏବଂ ବଜାର      ଦର ଅଧିକ ରହିଥାଏ ।

Tilted Brush Stroke

2). ଧିଙ୍ଗିରୀଛତୁ /ଶାମୁକାଛତୁ

– ଏହା ଶୀତଦିନେ ଚାଷ କରାଯାଏ । – ସ୍ୱଳ୍ପ ଖର୍ଚ୍ଚରେ ଅଧିଧକ ଲାଭ ହୁଏ । – ଧାନ ନଡ଼ା ବ୍ୟତୀତ ଅନ୍ୟାନ୍ୟ ଫସଲ ଯଥା-      ଗହମ ନଡ଼ା, ଅଳସୀ / ରାଶି /ପେଶୀ /ଧଣିଚା     ଡ଼ାଙ୍ଗ, ମକା ଡ଼ାଙ୍ଗ ଓ ଧଣ୍ଡି ତଥା ଆଖୁଛେଦା      ଇତ୍ୟାଦି କୃଷିଜାତ ବର୍ଜ୍ୟବସ୍ତୁ ବ୍ୟବହାର କରି     ଏହି ଛତୁ ଚାଷ କରାଯାଇପାରେ । – ବିଭିନ୍ନ ପ୍ରକାର ଜୈବିକ ପଦାର୍ଥରୁ ଉତ୍ପାଦନ     କରାଯାଇପାରେ । – ପ୍ରତି 1 କିଲୋ ଶୁଖିଲା ନଡ଼ାରୁ 800 ରୁ    1000 ଗ୍ରାମ ଛତୁ ଅମଳ ହୁଏ ।

Tilted Brush Stroke

3). ବୋତାମ ଛତୁ

– ନିୟନ୍ତ୍ରିତ ପରିବେଶରେ ବର୍ଷସାରା ଚାଷ      କରାଯାଇପାରେ । – ପ୍ରତି 1 କିଲୋଗ୍ରାମ ଖତରୁ 120 ରୁ 150     ଗ୍ରାମ ଛତୁ ଅମଳ ହୁଏ । – ଅଧିକ ଦିନ ତଟକା ରୁହେ । – ଚାଷ ଖର୍ଚ୍ଚ ଅଧିକ ହୋଇଥିଲେ ମଧ୍ୟ ଲାଭ      ଅଧିକ ହୋଇଥାଏ ।

Thick Brush Stroke
Tilted Brush Stroke

4). ଦୁଧଛତୁ / କ୍ଷୀର ଛତୁ

– ବର୍ଷା ଏବଂ ଗ୍ରୀଷ୍ମ ଦିନେ ଚାଷ କରାଯାଏ । – ଅଧିକ ଦିନ ତଟକା ରୁହେ । – ବିଭିନ୍ନ ପ୍ରକାର ଜୈବିକ ପଦାର୍ଥରୁ ଉତ୍ପାଦନ     କରାଯାଇପାରେ । – ପ୍ରତି 1 କିଲୋ ଶୁଖିଲା ନଡ଼ାରୁ 600 ରୁ 800       ଗ୍ରାମ ଛତୁ ଅମଳ ହୁଏ ।